Kalandi pal

Tragedy Inspirational

3  

Kalandi pal

Tragedy Inspirational

ଗୋମାତାର ଦୁଃଖ

ଗୋମାତାର ଦୁଃଖ

2 mins
194



ପ୍ରଦ୍ୟୁମ୍ନ ବାବୁଙ୍କ ଗୁହାଳେ ଗାଈଟି ଛୁଆ ଦେବାର ପନ୍ଦର ଦିନ ହେଉଣୁ ନ ହେଉଣୁ ସେ ତାକୁ ଗୋଟିଏ ଦଉଡ଼ିରେ ବାନ୍ଧି ଖୁଣ୍ଟରେ ବାନ୍ଧି ଦେଇ ଥାଆନ୍ତି l ଏହି ସରଳ ନିଷ୍ପାପ ହୃଦୟ ଭରା ବାଛୁରୀଟି କିଛି ବୁଝି ପାରୁ ନ ଥାଏ l ଶେଷରେ ସେ ତାର ମାଆକୁ ପଚାରିଲା:

''କହିଲ ମାଆ ମୋର ଖେଳ କୁଦ କରିବାକୁ ଭାରି ଈଛା ହେଉଛି, ତୁମ ସହିତ ମଉଜ ମଜଲିସ କରିବାକୁ ଇଛା ହେଉଛି, ହେଲେ ମୋତେ କାହିଁକି ତୁମ ଭଳି ଦଉଡ଼ିରେ ବାନ୍ଧି ଦିଆଯାଇଛି ? "

    ମାଆଟି ତାର ଲୋତକ ଭରା ନୟନରେ କଅଁଳ ବାଛୁରୀଟିକୁ ଟିକିଏ ଚାହିଁ ଦେଇ ଦୁଃଖ ଭାର ଗଳାରେ କହିଲା :

"ଧନରେ ମଣିଷ ଜାତିଟା ଭାରି ସ୍ୱାର୍ଥପର."

  "ମଣିଷ ଧର୍ମରେ ମଣିଷର ମାଆ ତିନି ଜଣ,

   ପ୍ରଥମେ :""ଜନ୍ମ ଦେଇଥିବା ମାଆ"


   ଦ୍ୱିତୀୟରେ :""ବସୁଧା ମାଆ"

   ତୃତୀୟରେ : "ଗୋ ମାତା"

   ଏ ମଣିଷ ଜାତି ଯେଉଁଠି ନିଜ ଜନ୍ମ କଲା ମାଆର ପରିଣତ ବୟସରେ ତାକୁ ବୃଦ୍ଧାଶ୍ରମରେ ଛାଡି ନିଜେ ଅଏସ କରୁଛି, କେତେ ସ୍ଥଳେ ବାପ ମାଆକୁ ଭାଗ ବାଣ୍ଟି ଖାଇବାକୁ ଦେଉଛନ୍ତି, ସେବା ଶୁଶୃଷl ତ ଦୂରର କଥା l ରକ୍ତକୁ ରକ୍ତ ଚିହ୍ନି ପାରୁନାହିଁ ସେ ସ୍ଥଳେ ଆମକୁ ପଚାରେ କିଏ ?

   ଯେଉଁ ବସୁଧା ମାଆ ଏ ଜୀବ ଜଗତକୁ କୋଳରେ ଧରି ଖାଇବା ପିଇବା ଠାରୁ ଆରମ୍ଭ କରି ଯାବତୀୟ ଜିନିଷ ଯୋଗାଇ ଥାଏ, ଏ ମଣିଷ ତା ମୁହଁରେ ରାସାୟନିକ ବିଷ ପ୍ରୟୋଗ କରୁଛି, ବଡ ବଡ ମେସିନ ଲଗାଇ ତାର ବୁକୁ ଚିରି ଖଣିଜ ପଦାର୍ଥ ପାଉଛି l ଶେଷରେ ତାର ଅଙ୍ଗ ପ୍ରତ୍ୟଙ୍ଗ ସ୍ୱରୂପ ବୃକ୍ଷ ଲତା ଗୁଡିକୁ ହାଣି ପଦା କରିଦେଉଛି, ମାଆର ମମତା ଏ ମଣିଷ ଜାତି ଆଜି ପର୍ଯନ୍ତ ବୁଝିପାରିନି, ଆମେ ତ ସହଜେ ଗୋରୁ ଜାତି l

    କଥାରେ କେବଳ ଅଛି ଆମେ ଗୋରୁ ମାତା l ଦୁଇ ଚାରି ବର୍ଷ ଆମ ଠାରୁ କ୍ଷୀର ଖାଇ ବଞ୍ଚିଲା ପରେ ଏଇ ମଣିଷ ଜାତି ଆମକୁ କଂସେଇ ହାତରେ ଟେକି ଦିଅନ୍ତି l ଆମ ଛୁଆକୁ ଚାଷ କାମରେ ଲଗାନ୍ତି, ଆମ ମାନଙ୍କ ଗୋବରକୁ ଜମିରେ ସାର ରୂପେ ବ୍ୟବହାର କରନ୍ତି, ଆମ ପରିସ୍ରାରେ ଅମୋଘ ଔଷଧ ତିଆରି କରନ୍ତି, ଆମ ଚମଡାରେ ଅନେକ ବାଦ୍ୟଯନ୍ତ୍ର ତିଆରି କରନ୍ତି l ଏତେ ସବୁ ଉପକାର ପାଇବା ପରେ ମଣିଷ ସବୁ ଭୁଲିଯାଇ ଶେଷରେ କଂସେଇ ହାତରେ ଟିକି ଟିକି କରି କାଟି ଆମ ମାଂସକୁ ବଜାରରେ ବିକ୍ରି କରନ୍ତି l ଧନରେ ଆମ ଦୁଃଖ ବୁଝିବାକୁ ଏଠି କେହି ନାହାନ୍ତି, ଏ ମଣିଷ ଜାତି ସବୁ ଜୀବ ଅପେକ୍ଷା ଚଲାକ ହୋଇ ଥିବାରୁ ତାର ମନରେ ଅତି ଗର୍ବ, ଏମାନଙ୍କ କଥା କେବଳ ଈଶ୍ୱର ବୁଝିବେ l ଏତିକି କହୁ କହୁ ଗାଈଟି ବହୁତ କାନ୍ଦି ପକାଇଲା ଓ କରୁଣ ଦୃଷ୍ଟିରେ ଛୁଆଟିକୁ ଛାହିଁ ରହିଲା l

    ଏସବୁ ଶୁଣି କଅଁଳ ବାଛୁରୀଟିର ଆଖିରୁ ଟପ ଟପ ଲୁହ ଝରି ପଡିଲା, କିଛି ବୁଝି ନ ପାରି ସେ ଥପ କରି ଖୁଣ୍ଟ ମୂଳେ ଭାଗ୍ୟକୁ ଆଦରି ଶୋଇ ପଡିଲା l


Rate this content
Log in

Similar oriya story from Tragedy