Kalandi pal

Inspirational

3  

Kalandi pal

Inspirational

ଅଭୁଲା ସେ ମୁହୂର୍ତ୍ତ

ଅଭୁଲା ସେ ମୁହୂର୍ତ୍ତ

2 mins
164


ସେଦିନ ଥାଏ 1980 ମସିହା କାର୍ତ୍ତିକ ମାସର ପୂର୍ଣମୀ ତିଥି !ମୁଁସେତେବେଳେ ଅଷ୍ଟମ ଶ୍ରେଣୀର ଛାତ୍ର !ଧର୍ମୀୟ ଭାବନାରେ ମୋର ଆଗାଢ଼ ବିଶ୍ୱାସ ! ବର୍ତ୍ତମାନ ଚାରିଆଡେ ପରିଷ୍କାର ଓ ଆଲୋକିତ, ହେଲେ ସେ ସମୟରେ ରାସ୍ତା ଘାଟ ଠାରୁ ଆରମ୍ଭ କରି ଯୁଆଡ଼େ ଗଲେ କିଆ ଗୋହିରି ଆଉ ଅନା ବନା ଗଛରେ ଚାରିଆଡେ ପରିପୂର୍ଣ୍ଣ ! ସେତେବେଳେ ଇଲେକ୍ଟ୍ରି ବହୁତ ଦୂରର କଥା ପ୍ରାୟ ସହର ବଜାରରେ ଇଲେକ୍ଟ୍ରି ବ୍ୟବସ୍ଥା ଥାଏ ।


   ଆମ ଗାଁ ମୁଣ୍ଡରେ ଚାରିଆଡ଼ ବାଉଁଶ ବୁଦାରେ ପରିପୂର୍ଣ୍ଣ ଦିନରେ ମଧ୍ୟ ସୂର୍ଯ୍ୟାଲୋକ ପଡ଼େନି !ସନ୍ଧ୍ୟା ହେଲେ ଘରୁ ବିଶେଷ ଲୋକ ବାହାରନ୍ତି ନାହିଁ !ଅଶରୀରୀ ମାନଙ୍କ ଭୟ ସମସ୍ତଙ୍କୁ ଘାରିଥାଏ ! ଯଦି ବଣଭୁଆ କି କୋକିଶିଆଳ ଟେ ବଣ ବୁଦାରେ ଖସ ଖସ କଲା, ତେବେ ଏ ସବୁ ଭୁତର କାରନାମା ବୋଲି ଲୋକେ ଭାବୁଥିଲେ ।


   ସେଦିନ ପୂର୍ଣମୀ ଦିନର ପୂର୍ବ ରାତ୍ରି !ଚନ୍ଦ୍ରଆଲୋକରେ ସାରା ପୃଥିବୀଟି ଆଲୋକିତ ! ରାତ୍ରିରୁ ଉଠି ଡ଼ଙ୍ଗା ଭସାଇବା ହିନ୍ଦୁ ଧର୍ମର ପରମ୍ପରା ! ମୋର ନିଦ କେଉଁ ରାତ୍ରିରୁ ଭାଙ୍ଗି ଯାଇଥିଲା ! ଡ଼ଙ୍ଗା ଭସାଇବାକୁ ଆଗ୍ରହ ଥିବାରୁ ମୁଁ ଉଠିପଡ଼ି ଗାଁ ମୁଣ୍ଡକୁ ଆସିଲି !ଚାରିଆଡ଼ ନିସ୍ତବ୍ଧ କେହି କୁଆଡେ ନାହାନ୍ତି !ମୋତେ ସେହି ସମୟରେ ଚଉଦ କିମ୍ବା ପନ୍ଦର ବର୍ଷ ହେବ !ମୁଁ ପିଲାଦିନରୁ ଭୁତ ପ୍ରେତକୁ ବିଶ୍ୱାସ କରୁ ନ ଥିଲି ! ପୋଖରୀ ହୁଡ଼ାକୁ ଯାଇ ଦୁଇ କାମ ସାରି, ଦାନ୍ତ ଘଷିବା ପାଇଁ ବାଉଁଶ ଦାନ୍ତ କାଠି ଖଣ୍ଡେ ଭାଙ୍ଗିବା ପାଇଁ ବାଉଁଶ ବୁଦାକୁ ଆସିଲି ! ସେତେବେଳେ ବ୍ରସର ବିଶେଷ ପ୍ରଚଳନ ନ ଥିଲା !ବାଉଁଶ ବୁଦାରୁ ଗୋଟିଏ ପଳଖା ଦାନ୍ତକାଠିଟିଏ ଭିଡି ଦେଲି !

ଆରେ ଏ କଣ ସବୁ ବାଉଁଶ ବୁଦାଟା କଣ ମୋ ଉପରେ ଭାଙ୍ଗି ପଡିଲା ଭଳି ଲାଗିଲା ! ସତେ ଯେମିତି କିଏ ସବୁ ବାଉଁଶ ବୁଦା ଗୁଡିକୁ ଭର ଭର କରି ଦାବି ଦେଉଛି ! ମନରେ ହଠାତ ଏକ ଭୟର ଶିହରଣ ଖେଳିଗଲା !ଦେହରୁ ଗମ ଗମ ଝାଳ ବୋହିଯାଉଥାଏ ! କଣ କରିବି ଭାବିବାକୁ ବେଳ ନ ଥାଏ ! କିଛି ଦୂରରେ ଗୋଟେ ଘର ଥାଏ ! ସିଧା ଦୌଡିଲି ସେ ଘରଠିକୁ ! ହାଉ ହାଉ କରି ଡାକିବାରୁ ସେ ଉଠିଲେ ସବୁ କଥା ବୁଝିଲେ ! ମୁଁ କାଳେ ଡରିଯାଇଥିବି ଭାବି ପାଣି ପିଇବାକୁ ଆଣିଲେ ! ହେଲେ ମୁଁ ଡ଼ରିନି ମୋତେ ଟିକେ ଗାଁକୁ ଛାଡି ଦିଅ ! ସେ ବାପ ପୁଅ ତିନି ଜଣ ମୋତେ ଛାଡିବାକୁ ଆସିଲେ ! ସେମାନେ ସେଠି ପହଁଚିଲେ ପୁଣି ବାଉଁଶ ବୁଦା ଆଗ ଭଳି ବିକଟାଳ ଶବ୍ଦ କଲା ! ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ ! କିଛି କ୍ଷଣ ନିରବ ପରେ ହଠାତ ଏକ ବୁଦ୍ଧି ଜୁଟିଲା ! ଯାହାହେଉ ସେ ବିଷୟରେ ଥିବା ଭ୍ରାନ୍ତ ଧାରଣା ଦୂର ହୋଇଗଲା ! ସେଦିନ ସେ ଅଭୁଲା ସ୍ମୃତି ଆଜିବି ମନେ ପଡିଲେ ଦେହ ଟାଙ୍କୁରୀ ଉଠେ  ।


Rate this content
Log in

Similar oriya story from Inspirational