Kalandi pal

Inspirational

3.3  

Kalandi pal

Inspirational

କହି ଜାଣିଲେ କଥା ସୁନ୍ଦର

କହି ଜାଣିଲେ କଥା ସୁନ୍ଦର

2 mins
377


  ଶ୍ରୀପଦ ବାବୁ ହଠାତ ପଡୋଶୀ ବନ୍ଧୁଙ୍କ ଘରକୁ ପଶି ଆସୁ ଆସୁ ସରିତା ଦେବୀଙ୍କ କର୍କଶ ଗଳା ତାଙ୍କୁ ତାଜିବ କରି ଦେଲା l ବାରମ୍ବାର ସେ କର୍କଶ ଗଳାରେ କହି ଚାଲିଥିଲେ ""ତୋ ବୋପା ମାଆ ତୋତେ କଣ କିଛି ଘର ପାଇଟି ଘରର ସଣ୍ଠଣା ଶିଖେଇ ନାହାନ୍ତି ? କାହିଁକି ଶିଖେଇବେ ତୁ ତ ଖାନଦାନ ଘରର ଛୁଆ........ ଇତ୍ୟାଦି ଇତ୍ୟାଦି l ଶ୍ରୀପଦ ବାବୁ ଟିକିଏ ଖଙ୍କାର ମାରିଦେଇ ଡାକିଦେଲେ :-"ଭାଉଜ କଣ ସବୁ ଚାଲିଛି,''

 "ଆରେ ଶ୍ରୀପଦ ବାବୁ ଯେ, ଆସ ଆସ."

  ଶ୍ରୀପଦ ବାବୁ ଓ ସରିତା ଦେବୀ ଉଭୟେ ପଡୋଶୀ l ଉଭୟ ପରିବାର ମଧ୍ୟରେ କ୍ଷୀର ନିର ସମ୍ପର୍କ l ଏଇ କେତେ ଦିନ ହେବ ସରିତା ଦେବୀ ପୁଅଟିକୁ ବାହା କରେଇ ନୂଆ ବୋହୂଟିଏ ଆଣିଛନ୍ତି l ଘର କମ ଓଗାଳିବା ପାଇଁ ସେ ଗାଉଁଲି ଶିକ୍ଷିତା ବୋହୂଟିଏ ଖୋଜୁଥିଲେ l ବୋହୂଟି ମଧ୍ୟ ଲକ୍ଷ୍ମୀ ପରି l ସବୁ ଗୁଣରେ ସୁସମ୍ପନ୍ନା l ଉଚ୍ଚ ଶିକ୍ଷିତା l କିନ୍ତୁ ଗାଁର ଖୋଲା ପାଣି ପବନରେ ଗଢ଼ା l ସହରର ଚଳଚଞ୍ଚଳ ପରିବେଶରେ ତାକୁ ଟିକେ ଅଶ୍ୱସ୍ତି ବୋଧ ହେଉଥାଏ l ତେବେ ସବୁ କିଛି ଖାପ ଖୁଆଇ ସେ ନିଜ ପରିବାରର ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ତୁଲାଇ ଚାଲୁଥାଏ l ହେଲେ ସରିତା ଦେବୀଙ୍କର ଗୋଟିଏ ପକୃତି ଜୀରାରୁ ଶିରା କାଢ଼ିବା l ଭଲ କଲେ କହିବେ ମନ୍ଦ କଲେ ବି କହିବେ l ଶ୍ରୀପଦ ବାବୁ ଏ ସବୁ ବୁଝିବାରେ କିଛି ଅସୁବିଧା ନ ଥିଲା l ମନର କଥା ମନେ ରଖି ଚାଲିଆସିଲେ l କିଛି ଦିନ ଗଡିଚାଲିଲା, ସରିତା ଦେବୀଙ୍କର ବାରମ୍ବାର ଏହିଭଳି ଆଚରଣ ଦେଖି ଦିନେ ଶ୍ରୀପଦ ବାବୁ ସରିତା ଦେବୀଙ୍କୁ ବୁଝାଇବାକୁ ଲାଗିଲେ l

   "ଭାଉଜ ସେମାନେ ପର ଝିଅ ଆମ ବୋହୁ, ଗୋଟିଏ ପରିବାରର ଚାଲିଚଳନ ଅନ୍ୟ ପରିବାର ଠାରୁ ଭିନ୍ନ, ହଠାତ କଣ ଗୋଟିଏ ଛୋଟ ପିଲା "ଅ" ଠାରୁ ସବୁ ବର୍ଣ୍ଣାକ୍ଷର ଏକାଦିନେ ଶିଖିଯାଏ l ଧୀରେ ଧୀରେ ଅଭ୍ୟାସ କରାଇଲେ ତାହା ସମ୍ଭବ l ବୋହୂଟି ତୁମର ଶିକ୍ଷିତ ଝିଅ, ସେ ସବୁ ବୁଝି ପାରିବ, ତାକୁ ତୁମେ ନିଜ ଝିଅ ଭଳି ଦେଖ, ଝିଅ ଭୁଲ କଲେ ଯଦି କ୍ଷମା ଅଛି, ବୋହୁ ଭୁଲ କଲେ କାହିଁକି କ୍ଷମା ନାହିଁ, ଜଣକୁ ଭଲପାଇବା ଦେଲେ ତା ଠାରୁ ନିଶ୍ଚୟ ଭଲ ପାଇବା ମିଳେ l ମୁହଁ ଛିଞ୍ଚାଡି କହିବା ପରିବର୍ତ୍ତେ ଟିକେ କଅଁଳେଇ ଗେଲେଇ ସବୁ କଥା କହିଲେ ସେ ତୁମକୁ ଦେବୀ ଭଳି ପୂଜା କରିବ, ତାର ସବୁ କାମ ତୁମ ମନକୁ ଆସିବ l ତେଣୁ କଥାରେ ଅଛି "କହି ଜାଣିଲେ କଥା ସୁନ୍ଦର", ଅର୍ଥାତ ଧୀର ସ୍ଥିର ଭାବେ ସୁଚାରୁ ରୂପେ କାର୍ଯ୍ୟ ତୁଲାଇ ପାରିଲେ, ତାହା ବହୁତ ସୁନ୍ଦର ହୋଇଥାଏ, ସଫଳତା ବି ମିଳିଥାଏ l ତେଣୁ ସେହି କଥାକୁ ଧୀର ସ୍ଥିର ଭାବେ ବୁଝେଇ କହିଲେ, ନିଜ ଝିଅ ଭଳି ତାକୁ ଦେଖିଲେ ତୁମ ଦୁହିଁଙ୍କ ମଧ୍ୟ୍ୟରେ ସମ୍ପର୍କ ଦୃଢ଼ୀଭୂତ ହେବ l ତେଣୁ ଭାଗବତରେ ପରା ଲେଖା ଅଛି,

  "ଅମୃତ ବିନୟ ବଚନ

  କହି ତୋଷିବ ପ୍ରାଣୀ ମନ "

ଦୁଇ ପଦ ମିଠା କଥା କହିଦେଲେ କେହି ଗରିବ ହୋଇଯାଏନି, କି କଟୁ କଥା କହିଲେ ଧନୀ ହୋଇଯାଏନି l ଏଇ ମୁହଁରେ ପରା ସବୁ ଅଛି,

  "ଏଇ ମୁହେଁ ଅଛି ଅମୃତ ଓ ବିଷ

   ଏଇ ମୁହେଁ ହସ କାନ୍ଦ.

  ଆପଣାଏ ଯିଏ ହସ ଅମୃତକୁ

    ଜୀବନ ଗଢେ ସରସ.

  ସରିତା ଦେବୀ ବନ୍ଧୁଙ୍କର ନୀତିବାଣୀ ଶୁଣି ଶୁଣି କହୁଥାନ୍ତି,"କଣ କରିବି ମୋର ପାଟିଟା ତ ସେୟା " ହଉ ଆଜିଠାରୁ ମୁଁ ସେ ଅଭ୍ୟାସ ଭାଙ୍ଗିବାକୁ ଚେଷ୍ଟା କରିବି l ଶ୍ରୀପଦ ବାବୁ କହିଲେ, "ଯାହାହେଉ ଭାଉଜ ସବୁ ବୁଝି ପାରିଲ, ହଉ, ଭବିଷ୍ୟତକୁ କଣ ହେଉଛି ଦେଖାଯାଉ,"



Rate this content
Log in

Similar oriya story from Inspirational