STORYMIRROR

Kalandi pal

Others

3  

Kalandi pal

Others

ଦୋ ଛକିରେ

ଦୋ ଛକିରେ

2 mins
164


  ଗାଁ ପରିବେଶ ଅଭାବ ଅନାଟନରେ ବଢିଥିବା ତ୍ରିଲୋଚନ ଆଜି ଏକ ନାମିଦାମୀ କମ୍ପାନୀର ମ୍ୟାନେଜେର । ତା ମନରେ ଗର୍ବ ନ ଥିଲେବି ଦୁଃଖର ପସରାଟା ତାକୁ ଅସ୍ତବ୍ୟସ୍ତ କରିଦେଉଛି ।ସେ ଆଜି ଜୀବନର ଦୋ ଛକିରେ ଠିଆ ହୋଇ ନା ବାପା ମାଆର ହୋଇ ପାରୁଛି ନା ନିଜ ସ୍ତ୍ରୀ ଶ୍ୱଶୁରଙ୍କ ହେଇ ପାରୁଛି । ଜୀବନ ଯନ୍ତ୍ରଣା ତାକୁ ଖିନ ଭିନ କରି ଜାଳି ଦେଉଛି ।


  ତ୍ରିଲୋଚନର ବାପା ସନାତନ ଜଣେ ମଳିମୁଣ୍ଡିଆ ଚାଷୀ ଲୋକ ।ମୁଣ୍ଡ ଝାଳ ତୁଣ୍ଡରେ ମାରି ନିଜ ପେଟ କାଟି ପୁଅକୁ ପାଠ ପଢାଇ ଥିଲେ ଭାବିଥିଲେ ପୁଅ ପାଞ୍ଚ ଜଣରେ ଜଣେ ହୋଇ ଠିଆ ହେବ, ଚାକିରୀ କରିବ, ସୁନାନାକି ବୋହୂଟିଏ ଘରକୁ ଆସିବ, ବାସ, ମୋ duty ସରିଗଲା, ତେଣିକି ଆମେ ବୁଢା ବୁଢ଼ୀ ଦୁଇଜଣ ଆରାମ କରିବୁ ଇତ୍ୟାଦି ଇତ୍ୟାଦି..... କେତେ ସ୍ବପ୍ନ ।


  ତ୍ରିଲୋଚନ MBA ପାସ କଲାପରେ ଏହି କମ୍ପାନୀରେ ମ୍ୟାନେଜର ପୋଷ୍ଟରେ ଜଏନ କରିଛି । ସେ ଗାଁ ଛାଡି ଭୁବନେଶ୍ୱରରେ କମାନୀର କ୍ଵାଟରରେ ରହିଲା । କମ୍ପାନୀ ମାଲିକ କୋଟି କୋଟି ଟଙ୍କାର ଦେଣା ନେଣା କରନ୍ତି ।ତାଙ୍କର ଗୋଟିଏ ବୋଲି ଝିଅ ଆରତୀ ଅତି ଅଲିଅଳିରେ ବଢିଥିଲା ।ତ୍ରିଲୋଚନ ଚାକିରୀ ସମୟରେ ଦିଗମ୍ବର ବାବୁ ଝିଅକୁ କମ୍ପାନୀ ବୁଲାଇବାକୁ ଆଣନ୍ତି ଏବଂ କିଛି ଦାୟିତ୍ୱ ମଧ୍ୟ ତା ଉପରେ ନ୍ୟସ୍ତ କରିଥାଆନ୍ତି ।ଏମିତି କିଛି ଦିନ ଚାଲୁ ଚାଲୁ ତ୍ରିଲୋଚନ ଓ ଆରତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଗଲା ।କେହି କାହାରିକୁ ମୁହୂର୍ତ୍ତେ ଛାଡି ରହିପାରୁ ନ ଥିଲେ । କ୍ରମଶଃ କଥାଟି ଦିଗମ୍ବର ବାବୁଙ୍କ କାନକୁ ଗଲା ।ଦିଗମ୍ବର ବାବୁ ଝିଅକୁ ସବୁ ପଚାରି ବୁଝିବା ପରେ ଝିଅର ସୁଖ ପାଇଁ ଏ ପ୍ରସ୍ତାବରେ ରାଜି ହୋଇଗଲେ । ଦିନେ ତ୍ରିଲୋଚନକୁ ପାଖକୁ ଡକାଇ କହିଲେ ବାବୁରେ ମୋର ଗୋଟିଏ ଝିଅ ତୁମକୁ ମୁଁ ଜ୍ୱାଇଁ ରୂପେ ପାଇଲେ ମୋର ଝିଅ ବହୁତ ଖୁସି ହେବ ତୁମମାନଙ୍କର ଭଲ ପାଇବାଟା ସାର୍ଥକ ହୋଇଯିବ ।

ତୁମେ ଏ କମ୍ପାନୀର ମାଲିକ ହୋଇ ସବୁ କିଛି ସମ୍ଭାଳିବ । ତ୍ରିଲୋଚନ ମାଲିକ ଆଗରେ କହିଲେ ଦେଖନ୍ତୁ ମୋ ପାଖରେ ମୋ ବାପା ମାଆ ବଡ଼ ସେମାନଙ୍କୁ ଛାଡି ରହିପାରିବି ନାହିଁ ।


  ଏତିକି ବେଳେ ଦିଗମ୍ବର ବାବୁ କହି ଉଠିଲେ ଆରେ ନା ନା ତୁମେ ତୁମ ପିତାମାତାଙ୍କୁ ଆଣି ଏଇଠି ରଖିବ । ସେ ମୋର ସମୁଦୀ ସମୁଦୁଣୀ ଆମେ ସାଥି ହୋଇ ବହୁତ ମଜ୍ଜା କରିବୁ ।


  ଶେଷରେ ଉଭୟଙ୍କର ବିବାହ କାର୍ଯ୍ୟ ସମାପନ କରାଗଲା । ବିବାହ ସମୟରେ ତ୍ରିଲୋଚନ ବାପା ବୋଉଙ୍କୁ ଭୁବନେଶ୍ୱର ଆଣିଥିଲା । କିଛି ଦିନ ସେମାନେ ଏଠାରେ ରହିଲେ ହେଲେ ଯିଏ ଗାଁରେ ଚଳିଛି ତାକୁ ଏ ପରିବେଶ ଶ୍ୱାସରୁଦ୍ଧ ହେଲା ଭଳି ଲାଗିଲା । ସେମାନେ ଗାଁକୁ ଫେରି ଆସିଲେ ।

  କ୍ରମେ ସେମାନଙ୍କ ବୟସ ବାର୍ଦ୍ଧକ୍ୟରେ ପଦାର୍ପଣ କଲା । ସେମାନଙ୍କ ପାଇଁ ସେବା ଶୁଶ୍ରୁଷା ଦରକାର । ହେଲେ ସେମାନେ ନାରାଜ ଭୁବନେଶ୍ୱରରେ ରହିବାକୁ । ନା ତ୍ରିଲୋଚନ ଏପଟେ ସ୍ତ୍ରୀ ଶ୍ୱଶୁରଙ୍କ ମମତା କମ୍ପାନୀର ଦାୟିତ୍ୱ ଛାଡି ପାରୁଛି । ନା ସେପଟେ ବୁଢ଼ା ବାପା ବୋଉଙ୍କ କଥା ବୁଝି ପାରୁଛି । ଜୀବନର ଦୋଛକିରେ ରହି ଭାବି ଚାଲୁଛି କଣ ବା ସେ କରି ପାରିବ।



Rate this content
Log in