Win cash rewards worth Rs.45,000. Participate in "A Writing Contest with a TWIST".
Win cash rewards worth Rs.45,000. Participate in "A Writing Contest with a TWIST".

Kalandi pal

Inspirational


4  

Kalandi pal

Inspirational


🌹ବୁଝି ବିଚାରି କାମ କଲେ 🌹

🌹ବୁଝି ବିଚାରି କାମ କଲେ 🌹

2 mins 137 2 mins 137

କଟାକ୍ଷ

   ବୁଝି ବିଚାରି କାମ କଲେ

   


ପେଟ ବିକଳରେ ବାପା ଖଟେ ବେଠି

     ପିଚାରେ ମାରି ଲେଙ୍ଗୁଟି.

ଦେଖ ଲୋ ଦେଖ ଲୋ ପୁଅର ଚାତର

    ମାଆ ବୋଲାଉଛି ନେତ୍ରୀ.

ଏକଥା କହିବାର ତାପ୍ତର୍ଯ୍ୟ ଏହା ଯେ ବାପ ଘରର ମୁରବି, ଅଭାବ କଷଣ ବୁଝିପାରି ମୁଣ୍ଡ ଝାଳ ତୁଣ୍ଡରେ ମାରି ଯେତିକି ଚୁନାରେ ସେତିକି ପିଠା କରି ଯେନ ତେନ ପ୍ରକାରେ ଚଳିଗଲେ ଗଲା l ହେଲେ ପୁଅକୁ ଏ ସବୁର ଖାତିର ନାହିଁ l ସତେ ଯେମିତି କୋଟିପତି ଛୁଆଟେ, କଥା ଯେ ମେଘ ଡମ୍ବରୁ, ହେଲେ ପକେଟ ଫାଙ୍କା l ମାଆର ଭାଉ ନ କହିଲେ ଚଳେ l କୋଉଠି ଗୋଟିଏ ଛୋଟିଆ ମୋଟିଆ ମହିଳା ସଂଗଠନର ସଭାପତିଟେ ହୋଇଯାଇଛି ଯେ ସେ ଭାବୁଛି ଭାରତର ରାଷ୍ଟ୍ରପତି l ତାହା ଆଗେ କଥା କହିବା ମୁସ୍କିଲ l

     ସେ ଯାହା ହେଉନା କାହିଁକି ମୋର କହିବାର କଥା :="ଈଶ୍ୱର ମଣିଷ ଜନ୍ମ ଦେଇଛନ୍ତି, ସଳଖ ସୁନ୍ଦର ହାତ ଗୋଡ଼ ଦେଇଛନ୍ତି l ମେହେନତ କରି ପେଟ ପୋଷିବାକୁ ଏ ସଂସାରରେ ବିଭିନ୍ନ କର୍ମ ଖଞ୍ଜିଛନ୍ତି l ସେହି କର୍ମକୁ ଆଦରି ନେଇ ସୁଚାରୁ ରୂପେ ତୁଲାଇ ପାରିଲେ ଈଶ୍ୱର ଖୁସି ହୁଅନ୍ତି ଓ ଜୀବନ ସୁଖମୟ ହୁଏ l ତେଣୁ ଭାଗବତରେ ଲେଖା ଅଛି :=

   "କର୍ମ ମୋହର ନିଜ ଗୁରୁ

    ଉଦ୍ଧବ କେତେ ତୁ ପଚାରୁ.

  ଯଦି ଆମକୁ କୌଣସି କର୍ମ ମିଳିଛି, ସେହି କର୍ମକୁ ସୁଚାରୁ ରୂପେ ତୁଲାଇବା ଉଚିତ.

   ଆଉ ଗୋଟିଏ କଥା ଆଜ୍ଞା ଉପଲବ୍ଧି କରିଥିବେ, ସାହି ଭାଇରେ ଯଦି କିଏ ଥିଲା ବାଲାର ପୁଅ ଯାକଜମକରେ ବାହାତୋଳା ହୁଏ, ଅଥବା ଗୋଟେ ଦାମିକା ଗାଡି ଚଢି ବୁଲେ l ତା ପରଦିନ ଦେଖିବେ ଆପଣଙ୍କ ପୁଅ ଆପଣକୁ କହିବ ବାପା ମୋ ବାହାଘର ଯାକଜମକରେ ହେବ, ବଫି ହେବ, ମଟନ, ଆଇସକ୍ରିମ ଇତ୍ୟାଦି ଇତ୍ୟାଦି..... l ଆରେ ବାବୁ ତା ବାପାର ଧନ ଥିଲା ସେ କଲା ଆମର ସେଥିରେ ଯାଏ ଆସେ କଣ,? ଦେଖା ଶିଖା ଓଡିଶା, ଯଦି ଏଥିରେ ତୁମେ ପ୍ରତିବାଦ କଲ, ଶେଷରେ ତୁମେ ସେମାନଙ୍କ ପାଖରେ ବିରୋଧୀ ହେଲ, ନଚେତ ଆତ୍ମହତ୍ୟାର ଧମକ ଶୁଣିବ l ତେଣୁ କିଛି କହିବାକୁ ଇଛା ଥିଲେ ବି ଚୁପ ହୋଇ ରହିବାକୁ ପଡେ l

    ତା ପରେ ଆରମ୍ଭ ହୋଇଯାଏ ସେମାନଙ୍କ ଅଭିଯାନ l

ବାପ ରେ....ବାପ...... ପୁଅ ବାହା ହେଉଛି, କେତେ ମଦ, ମଟନରେ ଦାଣ୍ଡ ଭାସି ଯାଉଛି l ହଜାର ହଜାର ଲୋକ ଖାଇ ପିଇ ସୁ ସା ହେଉଛନ୍ତି l ବାହାଘର ମାସେ ପୂରୁଣୁ ନ ପୂରୁଣୁ ପୁଅର ମୁଣ୍ଡକୁ ତେନ୍ତୁଳିଆ ବିଛା କାମୁଡ଼େ l ସେ ଅସ୍ମିତା ଵାଲା କିସ୍ତି ପାଇଁ ବସିଲାଣି, ସେ ହରି ସାହୁ ସୁଧ ପାଇଁ ବସିଲାଣି, ସେ ଲୁଗାଦୋକାନୀ ବାକି ଟଙ୍କା ପାଇଁ ପିଆଦା ପଠେଇଲାଣି  l ସେ ମାଂସ ବେପାରୀର ଆଉ କିଛି ବାକି ରହି ଯାଇଛି,ଏମିତି କେତେ କଣ..... l

    ଆରେ ବାବୁ ଆମର ଯେତିକି ଚୁନା ଆମେ ସେତିକିରେ ପିଠା କରିଥିଲେ କଣ ଆଜି ଏ ଦଶା ଭୋଗିବାକୁ ପଡି ଥାଆନ୍ତା l ସେତେ ବେଳେ ତମ କଥା କିଏ ଶୁଣୁଛି l ଏବେ ଏହି ସବୁ ଚିନ୍ତାରେ କୋଉଠୁ ପୁଳାଏ ରୋଜଗାର କଲେ ସୁଝା ହେବ l କିଛି ଉପାୟ ନ ପାଇ ଦାଦନ ଶ୍ରମିକ ଭାବରେ କେରଳ, ମହାରାଷ୍ଟ୍ର ଯାଇ ଭିଟା ମାଟି ଛାଡି ଘରେ ବୃଦ୍ଧ ବାପ ମାଆ ଙ୍କୁ ଛାଡି ବିଦେଶରେ ଦିନ କାଟିବ. ନଚେତ ଋଣ ବାଲାଙ୍କ ପାଖେ ଗାଲୁଆମି କରବ, ଅଥବା ଛୁରୀ ଭୁଜାଲି ଧରି ଡକାୟତ କରିବ l

  ତେଣୁ କଥାରେ ଅଛି :=

   ବୁଝି ବିଚାରି କାମ କଲେ

   ପ୍ରମାଦ ନ ପଡଇ ଭଲେ

   କର୍ମୁ ଅଧିକ ଯେ ଲୋଡ଼ନ୍ତି

   ଚୋରଙ୍କ ପ୍ରାୟେ ଦଣ୍ଡ ପାନ୍ତି.


 🌹ଏମାନଙ୍କୁ ଈଶ୍ୱର ସଦବୁଦ୍ଧି ଦିଅନ୍ତୁ 🌹

       🙏ଜୟ ଜଗନ୍ନାଥ 🙏


Rate this content
Log in

More oriya story from Kalandi pal

Similar oriya story from Inspirational