ଧୁଆଁର କୁଣ୍ଡଳୀ
ଧୁଆଁର କୁଣ୍ଡଳୀ
ଦୀପକ ସଂଧ୍ୟାରେ ବସି କବିତା ଲେଖୁଥିଲା କେଉଁ ମାଗାଜିନ ପାଇଁ । ବର୍ଷା ହେଉଥିଲା ବାଲକୋନୀରେ ଓ ବାହାରେ ଥିଲା ଘନ ଅନ୍ଧକାର । ଗୋଟେ ବିଜୁଳି ମାରିଲା , ବିଜୁଳି ଆଲୋକ ରେ ସେ ଦେଖିଲା ।
ବାଲକୋନୀରେ ଗୋଟେ କିଏ ଠିଆ ହୋଇଛି ,ସେ ଟର୍ଚ୍ଚ ନେଇ ଗଲା ହେଲେ କିଛି ନଥିଲା ଗୋଟେ ଶୁଖୁ ଥିବା ଲୁଗା ତଳକୁ ପଡିଥିଲା । ଦୀପକ ର ସ୍ତ୍ରୀ ରିମା ବାହାରୁ ଆସିଲେ
ତାଙ୍କୁ ଦୀପକ ସେ କଥାଟା ଶୁଣିଲା ସେ ଟିକେ ହସିଲେ ଓ କହିଲେ ,କାହା ପାଇଁ ପ୍ରେମ କବିତା ଲେଖୁ ଥିଲା କି ? ଦୀପକ କହିଲା ହଁ ।ଯାହା ପାଇଁ ଲେଖୁଥିଲ ସେ ହିଁ ଆସି ଥିଲେ , ଠିକ ଏତିକି ବେଳେ ଆଉ ଗୋଟେ ବିଜୁଳି ମାରିଲା , ଦୁହେଁ ଦେଖିଲେ ତାଙ୍କ ଘର ପାଖରୁଗୋଟେ ଧୁଆଁ ର କୁଣ୍ଡଳୀ ଉପରକୁ ଉଠି ଯାଉଛି । ରିମା ଟିକେ ଡରିଗଲା ଓ କହିଲା କଣ ଲେଖୁ ଥିଲ କହିଲ ।ଦୀପକ ତା ଖାତା ଦେଖାଇଲା । ସେଥିରେ ଲେଖା ଥିଲା ।
ତୁମେ ଥରେ ଆସନ୍ତନି ମୋରଏଇ ଷ୍ଟେସନରେ
ବଉଳ ଫୁଲର ବାସ୍ନା ନେଇ ତୁମ କବରୀରେ
ହୋଲିର ରଙ୍ଗୀନମୁଂହ ଦିୱାଲୀର ହସଖୁସି
ବର୍ଷl ଓ ଶୀତର ସକାଳ ସବୁମୋର ମନେ ଅଛି
ପଛ କଥା ସବୁ ଆଜି ମୋର ଭାରି ମନେପଡେ
ସତରେ ନହେଲେ ଥରେ ଆସମୋର ସପନରେ


