STORYMIRROR

Sucharita Sena

Comedy

4  

Sucharita Sena

Comedy

ଧର୍ମଦ୍ରୋହୀ |

ଧର୍ମଦ୍ରୋହୀ |

3 mins
247


ଶୋଇଥିବା ଗାଆଁ ଆଜି ଭାରି ସହଳ ଉଠି ପଡିଛି | ବଡ଼ ବଡ଼ ମହାପୁରୁଷ କହିଲା ଭଳି ରାଗ ରୁଷା ଭୁଲି ସମସ୍ତେ ହସ ବାଣ୍ଟ |" ଏଇ କଥାକୁ ଗାଆଁ ଲୋକ ବୋଧେ ଗୁରୁତ୍ୱ ସହ ଦେହକୁ ନେଇଁ ଯାଇଛନ୍ତି | କେଜାଣି କାହା ମନରେ କଣ ଅଛି କିନ୍ତୁ ଉପରକୁ ଦେଖିଲେ ସମସ୍ତଙ୍କ ଓଠଟା ଭିନ୍ନ ଭିନ୍ନ ଭାବରେ ମେଲା ରହିଛି | ଦେଖିଛନ୍ତି କାହା ହସ କେବେ ଅନ୍ୟ କାହା ହସ ସହ ମେଳ ଖାଇବା | ମେଳ ନଖାଇବାର କାରଣ କଣ ଜାଣନ୍ତି ହସିଦେଲେ ଭିତରୁ ଦେଖା ଯାଉଥିବା ଦାନ୍ତ ହିଁ ସବୁ ହସର ଭିନ୍ନତା ଅଥବା ପରିଭାଷା ଅଲଗା କରିଦିଏ | କଳା ଦାନ୍ତ, ଧଳା ଦାନ୍ତ, ଭଙ୍ଗା ଦାନ୍ତ, ବାହାଡା ଦାନ୍ତ, ଫର୍ଚ୍ଚା ଦାନ୍ତ, ଏଇ ଦାନ୍ତ ହିଁ ହସର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ | ଆଜି କିନ୍ତୁ ଭାରି ଭାଇଚାରା ଥିଲା ଗାଆଁ ରେ | ଆଗକୁ ପଂଚାୟତ ନିର୍ବାଚନ | ନିର୍ବାଚନ ପରେ ପଛେ ତଣ୍ଟି କଟା କାଟି ହେବା କିନ୍ତୁ ତା ପୂର୍ବରୁ ଅଖଣ୍ଡ ଗାଆଁ ପରି ସମସ୍ତେ କୋଳା କୋଳି ହୋଇ କାମ ଆରମ୍ଭ କରିବା, ଏହା ଥିଲା ପାର୍ଥିପତ୍ର ଦାଖଲ କେଇଥିବା ମନୁଷ୍ୟ ମାନଙ୍କୁ ମୁଖ ନିଃସୃତ ବାଣୀ | ଯେଉଁ ବାଣୀ ତିଷ୍ଠିବକୁ କେଉଁ ମୁହୂର୍ତ୍ତ ଲାଗେ | ଏଥର ସରପଞ୍ଚ ପଦରେ ଛଅ ଖଣ୍ଡ ଗାଆଁକୁ ନେଇ ଛଅ ଜଣ ପାର୍ଥି ଠିଆ ହୋଇଛନ୍ତି | ଲୋକମାନେ ଭାରି ଖୁସି ଯେତେ ପ୍ରତିଯୋଗିତା ସେତେ ଲାଭ ହେଲେ ମୂର୍ଖଙ୍କୁ କହିବ କିଏ ଗୋବର ତାରି ମାଟି ଉଠା କାମ ଚାଲିଛି | ଛାଡ଼ନ୍ତୁ କହିକି ଲାଭ ନାହିଁ ଯିଏ ନିଜେ ନ ବୁଝିବେ, ଯେତେ ବୁଝେଇଲେ ସବୁ ବେକାର |

ଛଅଟି ଚିହ୍ନ ଏବେ ଯୁଆଡେ ଗଲେ ସିଆଡେ ପବନରେ ହଲୁଛନ୍ତି ଚେମେରୀ ବୁଢ଼ୀ ଘଷି ଗଦା, ନରିଆ ବୁଢା ଗୁହାଳ କାନ୍ଥ, ପିତେଇ ଖୁଡୀ ଭଙ୍ଗା ପାଚେରୀ, ସନେଇ ଭାଇ ଚକୁଣ୍ଡା ଗଛ, ଟିଙ୍କ ର ଶୌଚାଳୟ କାନ୍ଥ, ବେବିନା ର ପଢା ବହି ର ମଲାଟ | ଚିହ୍ନ କୁ ଧାରଣ କରିଥିବା ମାନବ ମାନେ ହେଲେ | ଯଥାକ୍ରମେ, ଗଦଗଦ ବାବୁଙ୍କ ଲଙ୍ଗଳ ଚିହ୍ନ, ପଚା ବାବୁଙ୍କ ଚାହା କେଟିଲ୍, ଅଲଣା ବାବୁଙ୍କ ଡ଼ଙ୍ଗା, ନିଖୁରା ବାବୁଙ୍କ ଓଲଟା ଛତା, ଆକଳି ବାବୁଙ୍କ ପଙ୍ଖା, ଓ କାଙ୍ଗାଳି ବାବୁଙ୍କ ମାଛ ଚିହ୍ନ |

ପଇସା ତ ଧୁମ୍ ଉଡ଼ୁଛି, ଭୋଜିର ଅସର ଵି ଜମୁଛି, ଯୁବକ ଗୋଷ୍ଟିଙ୍କୁ ଶାନ୍ତ ରଖିବା ପାଇଁ ମନ ମୁତାବକ କାମ କରିବାକୁ ପଡୁଛି, ଯାହାର ଫଳ ସୁରୂପ କିଏ ଗୋବର ଖାତରେ, କିଏ ବିଦ୍ୟାଳୟ ବାରଣ୍ଡାରରେ, ଆଉ କିଏ କିଏ ରାସ୍ତା କଡରେ ଏପରି ଭାବରେ ପଡି ରହୁଛନ୍ତି | ଯେପରି ଶରୀର ଅଛି ସତ ହେଲେ ଆତ୍ମାକୁ ଭୋଳାବାବା ମୁକ୍ତି ଦେଇ ଦେଇଛନ୍ତି |

ଗାଆଁ ରେ କେବଳ ଖାଇବା ଲୋକ ଥିଲେ ତାହା ନୁହେଁ ସଚୋଟ ଓ ସ୍ୱଭିମାନ ହାତ ଗଣତି ବି ଥିଲେ | ମନରେ ଖୁବ୍ ଗୋଟେ ଆଶା ସଂଚାର ହୁଏ ନିର୍ବାଚନ ଆସିଲେ.... ଭାବନ୍ତି ପଢ଼ାଲିଖା ଲୋକ ଚିହ୍ନରେ ଖଣ୍ଡେ ମୋହର ଦେଲେ ଏ ଗାଆଁ, ସହର, ରାଜ୍ୟ ସୁସ୍ଥ ରହିବେ, ଓ ଆଗକୁ ବଢିବ |

ନିର୍ବାଚନ ପ୍ରଚାର ଚାଲିଲା, ଭୋଜି ଗଡ଼ିଲା , ଟଙ୍କା ବି ଉଡିଲା ..... କିନ୍ତୁ କାଙ୍ଗାଳି ବାବୁ ନିଜ ମାଛ ଚିହ୍ନକୁ ସଜୀଵ କରିଦେଲେ ପ୍ରତି ଘରେ ଘରେ | ନିର୍ବାଚନର ପୂର୍ବ ଦିନ ସିଙ୍ଗିସିଙ୍ଗା ବାବୁ ଚୌକି ଉପରେ ଦୁଇ ତାଲାରେ ବସି ଖବର କାଗଜ ପଢୁଥାନ୍ତି | ସିଙ୍ଗିସିଙ୍ଗା ବାବୁ ଆମର ସେ ହାତ ଗଣତି ଲୋକ ମାନଙ୍କୁ ଭିତରୁ ଜାଣେ ଥିଲେ...... କାହାର ସାହସ ଥିଲା ସିଙ୍ଗିସିଙ୍ଗା ବାବୁଙ୍କୁ କଣ ଲାଞ୍ଚ ଦେଇଦେବ |

ଖବର କାଗଜ ଭିତରେ ପଶି ଯାଇଥିବା ସିଙ୍ଗିସିଙ୍ଗା ବାବୁଙ୍କୁ କଣ ଗୋଟେ ତଳେ ଦୁମ୍ କରି ପଡ଼ିବାର ଶୁଭିଲା | ସେ ତଳକୁ ଚାହିଁଲେ ଗୋଟେ ଦୁଇ କେ.ଜି ର ଜିଅନ୍ତା ମାଛ ଖାଲି ପାଟିକୁ ପକ୍ ପକ୍ କରି ଡେଉଁଛି | ସିଙ୍ଗିସିଙ୍ଗା ବାବୁଙ୍କ ମୁଣ୍ଡଟା ଗରମ ହୋଇଗଲା | ଗେଟ୍ ପାଖରୁ ଥାଇ ମାଛ ଫିଙ୍ଗିଥିବା ଚେହେରା ଗାମୁଛାରେ ସମ୍ପୂର୍ଣ୍ଣ ଭାବରେ ଆଚ୍ଛାଦିତ ଥିଲା | ସିଙ୍ଗିସିଙ୍ଗା ବାବୁ ଯେତେ ଚେଷ୍ଟା କଲେ ସେ କିଏ ବୋଲି ଚିନ୍ହି ପାରିଲେ ନାହିଁ | ହେ.... ହେ...... କହିଲା ବେଳକୁ ଦୌଡିକି ଯାଇ ସରିଲାଣି |

ସିଙ୍ଗିସିଙ୍ଗା ବାବୁ ମୁହଁ ଲଙ୍କା ଭଳି ନାଲି ପଡିଯାଇଥିଲା | ଉପରୁ ଭାବିକି ଆସିଥିଲେ ମାଛଟିକୁ ଧରି ଶୂନ୍ୟ ଶୂନ୍ୟ ବାରିକୁ ଫୋପାଡ଼ି ଦେବେ | ତଳକୁ ଆସିବା ପରେ ଦେଖିଲେ ଅଠ / ଦଶ ବର୍ଷର ନାତି ନାତୁଣୀ ଦୁଇଜଣ ଅତି ଶ୍ରଦ୍ଧାରେ ମାଛକୁ ମାଡି ବସିଛନ୍ତି | ସେ ଚେଷ୍ଟା କଲେ ହେଲେ ପିଲାଦୁଇଟି ବିଲକୁଲ ମାଛ ଛାଡିବାକୁ ରାଜି ନଥିଲେ | ସିଙ୍ଗିସିଙ୍ଗା ବାବୁ ନିଜ ପାଖରେ ହାରି ଗଲେ | ମାଛ ତରକାରୀ ବାସରେ ଘର କମ୍ଫି ଗଲା | ଖାଇବା ଥାଳି ପାଖରେ ଦୁଇ ଖଣ୍ଡ ମାଛ ତାଙ୍କୁ ଯେପରି ଅନେଇ ରହିଥିଲେ | ସେ ଜାଣି ସାରିଥିଲେ.... ମାଛ ଖାଇଲେ ନ ଖାଇଲେ ଆଉ କିଛି ଫରକ ପଡ଼ିବନି | ତାଙ୍କୁ ଅନୁଭବ ହେଉ ଥିଲା ବାର ବର୍ଷର ତପସ୍ୟା ଶୁଖୁଆ ଝୋଳରେ ବୋହିଲା ଭଳି |

ମତଦାନ ଦେବାକୁ ବାହାରିଲେ ସିଙ୍ଗିସିଙ୍ଗା ବାବୁ..... ଯେପରି ସେ ବାଲଟ୍ କାଗଜକୁ ଚାହିଁଛନ୍ତି ତାଂକ ଆଖି ଆଗରେ ସେଦିନ ଦାଣ୍ଡରେ ପଡ଼ିଥିବା ଜିଅନ୍ତା ମାଛଟି କପ୍ କପ୍ କରୁଥିବାର ଦେଖା ଯାଉଥିଲା | ନିଜ ଚିନ୍ତନ ଉପରେ ଧର୍ମଦ୍ରୋହୀ ହେବାର ଭାବନା ଭାରି ପଡି ଆସିଲା | ମାଛ ଉପରେ ମୋହର ଦେଇ କ୍ଷିପ୍ର ଗତିରେ ସିଙ୍ଗିସିଙ୍ଗା ବାବୁ ବାହାରି ଆସୁଥିଲେ ଭୋଟ କେନ୍ଦ୍ରରୁ |


Rate this content
Log in

Similar oriya story from Comedy