ଧର୍ମ ସହିବନି
ଧର୍ମ ସହିବନି


ବୟସର ବସନ୍ତରେ ମଳୟ ବହିବାକୁ ଲାଗିଲେ ଗ୍ରୀଷ୍ମର ତାପ ବି ଚନ୍ଦନର ସ୍ପର୍ଶ ଦିଏ। ମନର ବଗିଚାରେ ନାଲି,ଗୋଲାପି ଫୁଲ ଫୁଟିବାରେ ଲାଗେ। ମାନ ଅପବାଦ କଥା ଛାଡ , ଶିକ୍ଷା ଆଉ ଭବିଷ୍ୟତ କୁ ନେଇ ପେମ ସତ ମିଛ ଗଳ୍ପ ଗୀତ ର ପସରାମେଲେ । ଏମିତି ରେ କହିବାକୁ ଗଲେ ଭଲ ଲାଗିବା ଓ ଭଲପାଇବାର କିଛି ବି ଫରକ ପଡେନି। ଖାଲି ମନ ଖଜେ ପ୍ରେମର ଶୀତଳ ସ୍ପର୍ଶ । କ୍ଲାସ୍ ରୁମ୍ ର ପେନ୍ ଦିଆନିଆରୁ ଆରମ୍ଭ ହୋଇ ବେଡ୍ ରୁମ୍ ର ଫୋନ୍ ଗପ ପର୍ଯ୍ୟନ୍ତ ପ୍ରେମ ପାଇଁ କେତେ କଷ୍ଟ କରିବାକୁ ପଡେ ତାହା ସେଇ ପ୍ରେମୀଙ୍କୁ ହିଁ ଜଣା।
ଶୁଭ ଅପରାହ୍ନର ହାଲ୍କା ପବନରେ ଗଛ ସବୁ ପତ୍ରଝଡା ଦେଉଥିଲେ ଆଉ ଏହାରି ଭିତରେ ଫାଲ୍ଗୁନ ର ରଙ୍ଗଣୀ ଦୁନିଆ ଠାରୁ ନିଜକୁ ଦୁରରେ ରଖି ପରିକ୍ଷାର ପ୍ରସ୍ତୁତି ଚଲାଇଥାଏ ପ୍ରଦୀପ୍ ବାଲକୋନିରେ ଉପରେ । ଘର ଭିତରୁ ମୋବାଇଲ୍ ର ଭାଇବ୍ରେସନ୍ ର ଶବ୍ଦ କାନରେ ସୁଭିଲା ! ସେସବୁକୁ ଅଣଦେଖା କରି ବହିଟାକୁ ହାତରେ ଧରି ବାଲକୋନିର ଏମୁଣ୍ଡରୁ ସେମୁଣ୍ଡ ମନେ ମନେ ଗୁଞରଣ କରି ପଦଚାରଣ କରୁଥାଏ। ବାରମ୍ବାର ମୋବାଇଲ୍ ର ଭାଇବ୍ରେସନ୍ ରେ ବିରକ୍ତ ହୋଇ ଯାଇ ଫୋନ୍ ଦେଖେତ ସ୍ବପ୍ନା ଫୋନ୍ କରିଛି। ଅବିଳମ୍ବେ ଫୋନ୍ ରିସିଭ୍ କରିନେଇ ନୀରବରେ ଛିଡା ହୋଇଗଲା ପ୍ରଦୀପ୍ । ସତେ ଯେମିତି ଅହେତୁକ ଶିହରଣ ଖେଳି ଯାଉଥିଲା ଶରୀରରେ। ଆଉ ଭାବନା ରାଇଜରେ ଭାବିବାକୁ ଲାଗିଲା ।
ସେଦିନ କଲେଜ ଫଙ୍କସନ୍ ପାଇଁ ଗେଟ୍ ପାଖରେ ସରୋଜ୍ ଆଉ ମହେଶ ସହ ଛିଡା ହୋଇଥିଲା ପ୍ରଦୀପ୍। ଠିକ୍ ଏଇ ସମୟରେ ସ୍ବପ୍ନାର ଏଣ୍ଟ୍ରି । ରଙ୍ଗଣୀ ଡ୍ରେସ୍ ରେ ରାଜକୁମାରୀ ପରି ସୁନ୍ଦର ଲାଗୁଥିଲା ସେ। ସାଥିରେ ଦୁଇ ସହଚରୀ ପରି ପାଖେ ଥାନ୍ତି ରିଙ୍କି, ପିଙ୍କି। ସିଧା ଆସି ପାଖେ ପହଞ୍ଚି ଡ୍ରେସିଙ୍ଗ ରୁମ୍ ର ବାଟ ପଚାରି କେତେବେଳେ ଅନ୍ତରର୍ଧ୍ୟାନ୍ ହୋଇଗଲା ସେକଥା ଜାଣିନି। ତାର ସେଇ ତୁନି ତୁନି ଓଠରେ କେତେ ପଦ କଥା ମନରେ ଶିହରଣ ଖେଳାଇଥିଲା ସେକଥା ଜାଣିନି। ( ଏଣେ ସେପାଖେ ଫୋନ୍ ରେ ହେଲୋ ହେଲୋ କହି ଚାଲିଥାଏ ସ୍ବପ୍ନା) ଭାବନା ରାଇଜରୁ ଫେରିଲା ବେଳକୁ ଫୋନ୍ କଟିଯାଇଥାଏ । କଲ୍ ବେକ୍ କଲା ପ୍ରଦୀପ୍, ସ୍ବପ୍ନାର ପ୍ରତିଟି ଶବ୍ଦକୁ ଆଗ୍ରହର ସହ ଶୁଣୁଥାଏ ଆଉ ସ୍ବପ୍ନା କହୁଥାଏ ଠିକ୍ ପାଗଳ ପ୍ରେମୀ ପରି । କ୍ଲାସ ପରିକ୍ଷାର ପ୍ରସ୍ତୁତି ଠାରୁ ଆରମ୍ଭ କରି ଜୀବନର ପରିକ୍ଷା ପଯ୍ୟନ୍ତ କଥା ହୋଇଥିଲା ପ୍ରଦୀପ୍। ଆଉ ଏଇଠୁ ଆରମ୍ଭ ହେଲା ପଢା ସହ ଲଭ୍ ରୋମାନ୍ସ ର ନୂଆଁ ଅଧ୍ଧ୍ୟାୟ ।
ସାଥି ହୋଇ ପରିକ୍ଷା ପାଇଁ ପ୍ରସ୍ତୁତି ହେବା , ସାଥି ହୋଇ କଲେଜ୍ ଯିବା। ପରିକ୍ଷା ରେ ସ୍ବପ୍ନାକୁ ସାହାଯ୍ୟ କରିବା ଏହାଥିଲା ପ୍ରଦୀପ୍ ର ନିତିଦିନିଆ କାମ । ଆଉ ପ୍ରଦୀପ ବି ସ୍ବପ୍ନା ର ପାଖେ ରହିବାର କୋଣସି ସୁଯୋଗ ହାତ ଛଡା କରିବାକୁ ଚାହୁଁନଥାଏ। କଥାରେ ନାହିଁ ଅପେକ୍ଷା ର ଫଳ ମିଠା।ସେ ଅନେକ ଦିନରୁ ସ୍ବପ୍ନାକୁ ଅପେକ୍ଷା କରିଥିଲା ଆଉ ଏବେ ସ୍ବପ୍ନା ଆସି ଛାଡ ...... ସେକଥା। ଏମିତି ଏମିତି ରେ ପରିକ୍ଷା ସରିଲା । ସୁଖ ପରେ ଦୁଃଖ ପରି , ଖୁସିର ସମୟ ପରେ ବିରହର ତ ଆସିବାର ଥିଲା ଆଉ ସ୍ବପ୍ନାବି ପ୍ରଦୀପ୍ କୁ ଆଉ ପ୍ରଦୀପ୍ ସ୍ବପ୍ନାକୁ କଥା ଦେଇ ଦୁହେଁ ହଷ୍ଟେଲ୍ ଛାଡିଥିଲା ସେଦିନ ନିଛାଟିଆ ଅପରାହ୍ନ ରେ। ସମ୍ଭାଳି ପାରି ନଥିଲେ ନିଜକୁ ମନ ଭରା କୋହ ଆଖିରେ ଆଖିଏ ଅଶୃ ଭରି ଦୁରେଇ ଥିଲେ ନିଜକୁ।
ପରିକ୍ଷା ପରର ଜୀବନ ଖୁବ୍ ମଜାଦାର ଥାଏ । ନା ଥାଏ ଟେନ୍ସନ ନା ଥାଏ ଅବଜରବେସନ୍ ଖାଲି ମସ୍ତି ଆଉ ମସ୍ତି। ଗାଁ ପିଲାଙ୍କ ସହ କ୍ରିକେଟ୍ ଖେଳିବା , ନଇରେ ଗାଧେଇବା ଆଉ ବିନା ନିମନ୍ରଣରେ ଖାଇବାକୁ ଯିବା ସତେଯେମିତି ରୋମାଞ୍ଚକର।କହିବାକୁ ଗଲେ ଗାଁ ସବୁ ବେଳେ ଗାଁ ହିଁ ହୋଇଥାଏ। ସମସ୍ତେ ଆପଣାର ସମସ୍ତେ ନିଜର ,ଏଠି ମାଁ ଯେମିତି ଗାଁ ବି ସେମିତି ସବୁପିଲା ନିଜର । ସହର ପରି ବାଛବିଚାର ନଥାଏ । ନିଜସ୍ବ ଆନ୍ଦାଜରେ ମସୁର୍ ଥାଏ। ଦୟା,ସନିଆ,ବାଇନ ଭାଇ,ବିକ୍ରମ , ଲିପୁ ସମସ୍ତଙ୍କ ଭିତରେ ବୟସରେ ସାନ ହେଲେବି କେହି ପାଖ ଛାଡନ୍ତି ନାହିଁ। ସକାଳୁ ବାହାରିଯାଏ ଯେ ଫେରିବାର ଠିକଣା ନାହିଁ।
ସେଦିନ ଅପରାହ୍ନ ରେ ନିଜକୁ ସଜାଇ ନେଲା ପ୍ରଦୀପ୍ । କାହିଁକି କେଜାଣି ଇଚ୍ଛା ହେଉନଥାଏ। ସାଙ୍ଗ ମାନେ କହିଛନ୍ତି ମାନେ ଯିବାକୁ ହେବ ଭାବି ବାହାରିଗଲା । ଧିରେ ଧିରେ ଗାଁ ପଡିଆରେ ଏକାଠି ହୋଇ ସିଦ୍ଧାନ୍ତ ନେଲେ ଆଜି ପାଖ ଗାଁ ରେ ରିସପ୍ସନ୍ ଭୋଜି ଅଛି ସେଠିକୁ ଯିବା । ପୁଅର ସାଙ୍ଗ ହୋଇ ଗୋଟେ ଖାଲି ବକ୍ସ ଭିତରେ ମେଞ୍ଚାଏ କାଗଜ ଭରି ଚିକିମିକିଆ ଜରିରେ ପେକ୍ କରି ବାହାରିଲେ ଭୋଜି ଖାଇବାକୁ।
ରଙ୍ଗଣୀ ଆଲୁଅରେ ପରିବେଶ ଚମକି ଉଠୁଥାଏ ହାତରେ ପ୍ୟାକେଟ୍ କୁ ଧରି ପ୍ରବେଶ କଲା ପ୍ରଦୀପ ...... ସନିଆ , ବାଇନ ଭାଇ ପଛରେ ଆସୁଥାନ୍ତି। ପେଣ୍ଡେଲ ଉପରେ ଗହଳି ଜମିଥାଏ ଭଲ ଭାବରେ ବର-କନ୍ୟା ଦେଖାଯାଉ ନଥାଏ । ଧିରେ ଧିରେ ପାଖକୁ ଗଲା ପ୍ରଦୀପ୍ କାହିଁକି କେଜାଣି ଜଣା ପଡୁନଥାଏ ଛାତିରେ କିଛି ଦରଦ ଭଳିଲାଗୁଥାଏ । ମୁଣ୍ଡ ନୁଆଁଇ ଛାତିକୁ ହାତରେ ଧରି ଗିପ୍ଟି ଟା ବଢାଇଦେଇଦେଲା କନ୍ୟା ହାତକୁ ହାତରୁ ଗିପ୍ଟ ଟା ଖସିପଡିଲା ତଳେ । ତଳୁ ଗିପ୍ଟଟା ଧରି ଦେଖେତ ସେ ଝିଅ ଆଉ କେହି ନଥିଲା ? ସେ ଥିଲା ନିଜ ସ୍ବପ୍ନ ର ନାୟିକା ସ୍ବପ୍ନା । ତଥାପି ନୀରବ ରାଗରେ ମୁହଁଟା ଲାଲ୍ ହୋଇଗଲା , ଧର୍ଯ୍ୟର ସୀମା ହରାଇ ବସିଲା ପ୍ରଦୀପ୍ କେହି କିଛି କହିବା ଆଗରୁ ଆଖିରୁ ଧାରଧାର ହୋଇ ଲୁହ ବହି ଯାଉଥାଏ ଦୁଇ ଆଖିରୁ ସତରେ ସେ ବୁଝି ପାରୁନଥିଲା ନିଜକୁ ନିଜ ଆଖିକୁ ଏଇଟା ତା ପାଇଁ ସ୍ବପ୍ନ ନା ବାସ୍ତବତାର। ବାକି ସବୁ ଇତିହାସ ........ ନିଜକୁ କଣ୍ଟୋଲ୍ କରି ଉଠିଆସିଲା ବାହାରକୁ ।
ଠିକ୍ ଏଇ ସମୟରେ ହ୍ୟୁମନ ସାଗରର ଗୀତ ସୁଭୁଥାଏ "ଲୋ ପ୍ରିୟା ତୋତେ ଧର୍ମ ସହିବନି"......।