STORYMIRROR

Dipti lekha Mishra

Tragedy

3  

Dipti lekha Mishra

Tragedy

ଧର୍ମ ମାସ

ଧର୍ମ ମାସ

2 mins
491

ସମସ୍ତେ କହନ୍ତି ଧର୍ମର ମାସ ହେଉଛି କାର୍ତ୍ତିକ ମାସ ।ବୂଢାବୁଢୀ ମାନେ କହନ୍ତି ଯେ ପୁଣ୍ୟ କରିଥାଏ ସିଏ ହିଁ ଏ ମାସରେ ମରେ ।ତାକୁ କୁଆଡେ ପୁର୍ନଜନ୍ମ ମିଳେ ନାହିଁ ।ଏ ମାସରେ ଯିଏ ପ୍ରତିଦିନ ମନ୍ଦିରକୁ ଯାଏ, ତୁଳସୀ ମୂଳେ ରଙ୍ଗୀନ ମୁରୁଜରେ ଚିତା ଆଙ୍କେ,ତୁଳସୀ ପତ୍ର ନିତି ଯେ ଚୋବାଉଥାଏ ସେ କୁଆଡେ ଅତି ପୁଣ୍ୟବନ୍ତ ହୁଏ ।ପ୍ରାୟତଃ ଏ କାର୍ତ୍ତିକ ମାସରେ ନାରୀମାନେ ବେଶୀ ପୂଜା କରନ୍ତି ।

ଏ ଆମ ନାନୀ କୁ ଦେଖୁନ ସେ କେମିତି ଦିନ ଦିଘଡି ଯାଏଁ ପୂଜା କରି କରି ମଉଳିଗଲାଣି।ଏମିତି କହି ନନା ଗାଳି କରୁଥିଲେ ।ବଂଚିବ କି ଏ ମାସରେ ହିଁ ପାରହୋଇଯିବ କିଏ କହିବ ?


ବୋଉ କହିଲା ହଈହୋ ଏମିତି କଣ ଅଶୁଭ କଥା ତୁଣ୍ଡେ ଧରୁଛ ?ଶୁଭ ଶୁଭ କଥା କୁହ ।


ନାନୀ କିନ୍ତୁ କାହା କଥା ଧରେନି ।ହଉରେ ବାପା ଯେତେ ଦିନ ବଂଚିବି ପ୍ରଭୂ ନାମ,ସଂକୀର୍ତ୍ତନ ରେ ମୋ ଦିନ ବିତିଯାଉ ।ତୁ ଏତେ ଗରଗର ହେନା ।ମୋର କିଛି

ହେବନି ।ତୁ ଜମା ବ୍ୟସ୍ତ ହେନା ।ନାନୀ ଏମିତୀ ଧୀର ବଚନରେ କହୁଥାଏ ।

ସକାଳୁ ଉଠି ଚଉଁରା ମୂଳେ ପଞ୍ଚୁବର୍ଣ୍ଣ ମୁରୁଜରେ ଅତି ସୁନ୍ଦର ଚିତ୍ର ଆମ ନାନୀ ଆଙ୍କିଥିଲା ।ଗେରୁରେ ଚାରିପଟ ଲିପାପୋଛା କରି ମନ୍ଦିର ଭଳି ସ୍ଥାନଟିକୁ ରଙ୍ଗବେରଙ୍ଗର ଫୁଲରେ ସଜାଇଥିଲା ।ପଞ୍ଚୁକର ଶେଷ ଦିନ ।ମନରେ ଉତ୍ସାହ ତାର ଦିଗୁଣା ।ଆସରେ ପିଲେ ମୁଣ୍ତିଆ ମାରିବ କହି ଆମମାନଙ୍କୁ ରଡୁଥାଏ ।ହଠାତ ଅଦିନଆ ଝଡ ତୋଫାନ ଆସିଗଲା ।ଚାରିଆଡେ ଘନ ଅନ୍ଧାର ।କଳାମେଘ ଛାଇ ହୋଇଗଲାଣି ପୁରା ଆକାଶ ।ନାନୀର ତରବର କହିଲେ ନ ସରେ ।ସେ ଯାହା ହେଉ ପୂଜା ସରିବା ପରେ ବର୍ଷା ଆରମ୍ଭ ହେଲା ।ନ ହେଲେ ଆମ ନାନୀ ଆଜି ଜଳ ବି ସ୍ପର୍ଶ କରନ୍ତାନି ।

ହେଇ ଦେଖ ଭାଇ ଆମର ଭାରୀ ବିଲେଇର ପ୍ରକୄୄୄୄୄୄୄୄୄୄୄୄତି ନେଇ ଜନ୍ମ ହୋଈଛି ।ନାନୀର ପଞ୍ଚୁକ ସରିଗଲା ଭାବି ଏତେ ଗୁଡାଏ କଙ୍କଡା ଆଣିଛି ମାରି ଖାଇବ

ବୋଲି ।ତାକୁ ବୋଉକୁ ଦେଲା ରାନ୍ଧିବାକୁ ।ନାନୀର ଆଖିରେ ପଡିଗଲା ।ବାପ୍ ରେ ବାପ୍ କି ରାଗ ଦେଖ ।

ମୋର ବାର ବରଷର ତପସ୍ୟା ଆଜି ଶୁଖୁଆ ପୋଡାରେ ଗଲା ।ହଇରେ ରଇଜଳା,ଗୋସେଇଁ ବାପ ଖିଆ,ବାଡିପଡା ଏମାତି କେତେ କଣ ଗାଳି କରି ପକାଇଲା ।ଓଃ ସେ ତରବରରେ ପଳାଇଲା ମନ୍ଦିର ଆଡେ ।ହଁ ଗଲାବେଳେ କହିଲା ମୋତେ ଏ ଘରେ ତମେ ମାନେ ଆଉ ରଖେଇଦେବନି ।ଶାନ୍ତ ସ୍ବଭାବର ଲୋକଟି ଆଜି ଆମିଷ ଦେଖି ହଠାତ ବିଗିଡିଗଲା ।ଏଥର ସର୍ବନାଶ ଆସିଗଲାରେ ନଟିଆ ।ତୋ ପୁଅ ଆଉ ଇନ୍ଦ୍ର ଚନ୍ଦ୍ର ମାନୁନି ।

ଆଜିକାଲିର ପିଲା ନାନୀ ତୁ ଆଉ ରାଗେନି ।ଯାଆ ତୁ ମନ୍ଦିରକୁ ,ଟିକେ ବୁଲିଆସେ ତୋ ମନ ଭଲ ଲାଗିବ ।


ନାନୀ କହିଲା ନାଇଁ ରେ ବାପା ମୁଁ ଏ ଓଳି ଘରେ ପଶିବିନି ।ଆଲୋ ଏ ନଟିଆ ମାଇପ ..ବୋଉକୁ ରଡିଟେ ପକାଈଲା ।କହିଲା ଆଲୋ ମା ମୋତେ ମଜାମଜି ସରିଲେ ଡାକିଦେବୁ ।


ବୋଉ ବି ବହୁତ ବୁଝାଈଲା ଭାଇକୁ ହେଲେ ସେ କାଛି ଶୁଣେନି କି ମାନେନି ।ଏ କାର୍ତ୍ତିକ ମାସର ଏ ପାଞ୍ଚଦିନକୁ ବକ ପଞ୍ଚୁକ ବୋଲି କହନ୍ତି ।ପକ୍ଷୀ ଜନ୍ମ ପାଇ ସୁଦ୍ଧା ସେ ଏ ପାଞ୍ଚଦିନ ମାଛ ଖାଏନା କି ଚାହେଁନା ।ଆଉ ତୁ ଛଟପଟ ହୋଇଯାଉଛୁ ।


ରାଗରେ ଭାଇ ସବୁତକ ନେଇ ଘରୁ ଚାଲିଗଲା ।ସାଙ୍ଗମାନଙ୍କ ସହ ଠାକୁରାଣୀ ପୀଠ ଯାଇ ପିକନିକ କରି ଖାଇଦେଲେ ।


ଠିକ ରାତିରେ ଘରକୁ ଫେରିଲା ତ ନାନୀ ଏ ଦୁନିଆରେ ନାହିଁ ।ସେ କୁଆଡେ କାର୍ତ୍ତିକ ପାଇଗଲା ।


ଏସବୁ ଭାଇ ସମ୍ଭାଳିପାରିଲାନି ।ଭୋ ଭୋ ହୋଇ କାନ୍ଦି ଉଠିଲା ଆଉ ସେଦିନ ଠାରୁ ଆମିଷକୁ ଘୄୄୄୄୄୄୄୄୄଣା କରେ ।କେହି ଖାଇଲେ ବି ସହିପାରେନି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy