STORYMIRROR

Satyabati Swain

Inspirational

3  

Satyabati Swain

Inspirational

ଧନୀ ବ୍ୟକ୍ତି

ଧନୀ ବ୍ୟକ୍ତି

2 mins
99


ଏବେ ପ୍ରତିଦିନ ମୁଁ ଷ୍ଟୋରୀ ମିରର୍ ରେ ମୋ ମୁହଁ ଦେଖେ।


ମୋ ମୁହଁ ଦେଖି ନିଜକୁ ଚିହ୍ନିବା ପାଇଁ ଆଉ ଡ୍ରେସିଂ ଟେବୁଲ ମିରର୍ ଦରକାର ହୁଏ ନାହିଁ।


 ଏତେବଡ଼ ମିରର୍ ରେ ମୋ ମୁହଁ ! ଅବିଶ୍ୱାସ ହେଲେ ବି ସତ।


ମୁଁ ଭାବି ନଥିଲି ଏତେ ବଡ଼ ଧନୀ ବ୍ୟକ୍ତି ଟିଏ ହେବା ମୋ ଭାଗ୍ୟରେ ଲେଖା ଅଛି।ସେଇ ପାଇଁ କି ଗୋଟେ ଭୟଙ୍କର ଦୁର୍ଘଟଣାରୁ ମୁଁ ନୂଆ ଜୀବନ ପାଇଲି !!


ଦୁଇ ବର୍ଷ ତଳେ ଥିଟା,ମୋ ପୁଅ ମୋତେ ଗୋଟେ ବଡ଼ ଫୋନ୍ ଦେଇ କହିଲା, " ମାମା ଦେଖ ଫୋନ୍ ରେ ଫେସ୍ ବୁକ୍ ଖୋଲି ମିନୁସ ୱାର୍ଡ ପ୍ରେସ କରି ଦେଇଛି।କୀପ୍ ନୋଟ୍ ରେ ଏଣିକି ଲେଖିବ ଓ ଫେସ୍ ବୁକ୍ ଲେଖା ପୋଷ୍ଟ କରିବ।


ସତେ !!! 


ମୁଁ ଖୁସିରେ ଚହଲି ଗଲି ପ୍ରଥମ ଲେଖା ପୋଷ୍ଟ ଯେଉଁଦିନ କଲି ନିଜ ଭିତରକୁ ଅକ୍ଷର ରୂପେ ଦେଖି।ପ୍ରଥମେ ଇଂରାଜୀ ଲଭେରିଆ ହୋଇଥିଲା ମୋତେ।ଇଙ୍ଗିଲିସ ଛୋଟ ଛୋଟ କବିତା ପୋଷ୍ଟ କରୁଥିଲି।କିନ୍ତୁ ଆସ୍ତେ ଆସ୍ତେ ଓଡ଼ିଆ ଗପ ଆଡକୁ ଢଳିଲି।ହେ ଭଗବାନ ! ସେ ମୋତେ ପୁରା ଜାବୁଡି ଧଇଲା।ଏବେ ମୁଁ ତା ଫାଶରେ ସମ୍ପୂର୍ଣ୍ଣ ବନ୍ଧା ପଡି ଯାଇଛି।


ଧୀରେ ଧୀରେ ମୋର ପରିଚିତି ବଢ଼ିଲା।ମୁଁ ମୋ ସହିତ ହଜିଲି।ଚୀନ କମ୍ ଖାଇଲି ,ବ୍ଲାକ କଫି ପିଇଲି।ରେଡ୍ ରୋଜ ଧଇଲି।କାଗଜ ଡଙ୍ଗା ଭସେଇଲି।ଧୂଆଁ ରେ ନାକେଦମ୍ ହେଲି।ମିଛ ପାପ କଲି।ଛାଇ ହେଲି।ଅନ୍ଧାରରେ କଣ ଖୋଜିଲି।ନଟ ସହ ଭେଟ ହେଲା।ମୁଁ ଆଉ ମୁଁ ହୋଇ ନ ରହିଲି।


କେତେ ବନ୍ଧୁ ମୋର ଆଜି !! ରେଭେନ୍ସାର ମୋର ଅତି ଉତ୍ତମ ବନ୍ଧୁ ଙ୍କ ସହ ଏତେ.. ଏତେ ବନ୍ଧୁ ମୋର ଭାବିଲେ ଚମତ୍କାର ଅନୁଭବଟିଏ ଆସୁଛି।ଲାଗୁଛି ଏ ପୃଥିବୀର ଯେଉଁ ମାଟିରେ ବି ପାଦ ଥାପି ମେସେଜ୍ ଟିଏ କରିଦେଲେ କେହି ନା କେହି ବନ୍ଧୁ ଜଣେ ଓ କରିବ।ଏ ବିଶ୍ୱାସ ମୋର ଅଛି।


ସବୁ ବନ୍ଧୁଙ୍କୁ ମୁଁ ପଢେ।କେତେ ଜଣଙ୍କ ସହ ଘଣ୍ଟା ଘଣ୍ଟା ଗପେ।ବାଁଣ୍ଟେ ଖୁସି, ପରଷେ ଅନୁଭୂତି।


ବିଷମ ପରିସ୍ଥିତି,କାଳର କରାଳ ଛାଇରେ ଆତଙ୍କିତ ବିଶ୍ୱ।କିନ୍ତୁ ଏଇଠି ମୁଖ ପୁସ୍ତିକା ରେ ପରସ୍ପରକୁ ସଭିଏଁ ଆଶ୍ୱାସନା ଦିଅନ୍ତି "ଏ ସମୟ ଚାଲିଯିବ ନିଶ୍ଚେ"।


ମୁଁ ଏ ଦୁନିଆଁର ସବୁଠାରୁ "ଧନୀ ବ୍ୟକ୍ତି"; ଯାହା ପାଖେ ଅପର୍ଯ୍ୟାପ୍ତ ବନ୍ଧୁତା ସମ୍ପତ୍ତି ଠୁଳ।ଯିଏ ଷ୍ଟୋରୀ ମିରର୍ ରେ ମୁହଁ ଦେଖୁଛି।


ସତରେ ମୁଁ କେତେ ବଡ଼ ଧନୀ କହିଲେ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational