STORYMIRROR

Akshayakumar Dash

Inspirational

3  

Akshayakumar Dash

Inspirational

ଧନ

ଧନ

2 mins
680

ବେତାଳ ତୀବ୍ର ବେଗରେ ଧାଉଥିଲା ।ଯେମିତି ବିଜୁଳି ମାରେ ଆଲୋକ ଶିଖାପରି ।ବାଟରେ ସନ୍ଥ କୁଁ ଭେଟିଲେ ।ସନ୍ଥ ସେତେବେଳେ ଆଶ୍ରମରେ ବୃକ୍ଷମୂଳରେ ଜଳସେଚନ କରୁଥିଲେ । ବେତାଳ ଅଟକିଗଲା । ସନ୍ଥ କୁଁ କହିଲା ,ତୁମେ ମୋ ପ୍ରଶ୍ନର ଉତ୍ତରଦେଲେ ଲକ୍ଷାଧିକ ସୁନା ମୋହର ପାଇବ । ନଚେତ ଜୀବନ ହରାଇବ ।ସନ୍ଥ ଅଡୁଆରେ ପଡିଲେ ।


ପ୍ରଥମତଃ ତାଙ୍କରମୃତ୍ୟୁ କୁ ଭୟ ନାହିଁ ସାହସର ସହିତ ପରିସ୍ଥିତିକୁ ସାମନା କରିବାକୁଲାଗିଲେ ।ସନ୍ଥ କହିଲେ ତୁମକୁ ମୋର ଅନୁରୋଧ କିଛିସମୟ ଅପେକ୍ଷା କର । ତୁମପ୍ରଶ୍ନ ର ଉତ୍ତର ପାଇବ । ଉତ୍ତର ଦେଲାପରେ ତୁମେ ତୁମ କାମ କରିବ ।ମ।ରିପାର କିମ୍ବାତୁମ ଇଚ୍ଛା ଯାହା ତାହା ହେବ ।ବେତାଳ କିନ୍ତୁ କହିଲା ରାତ୍ରୀ ଥିବାସମୟରେ ତୁମକୁ ମୋ ପ୍ରଶ୍ନର ଉତ୍ତର ଦେବାକୁ ହେବ ।ସନ୍ଥ ବୃକ୍ଷ ମୂଳରେ ଜଳ ଦେଇ ବେତାଳ ନିକଟକୁ ଆସିଲେ । ରାତି ଆଉ ଘଡ଼ିଏ ବାକିଅଛି । ବେତ।ଲକୁ ପ୍ରଶ୍ନ କର ବୋଲି କହିଲେ । ବେତାଳ ପାହାନ୍ତିଆ ପବନରେ ଢୋଳଉଥାଏ ।ସନ୍ଥ ଙ୍କ କଥାଶୁଣି ଚାହିଁଲା । ପ୍ରଶ୍ନ କଲା ଦୁନିଆଁରେ ଧନ ବଡ ନା ଜ୍ଞାନ ବଡ ?ସନ୍ଥ ଟିକେ ହସିଦେଲେ । ବେତାଳକୁ କହିଲେ ତୁମେ ତୁମର ପ୍ରଶ୍ନର ଉତ୍ତର ପାଇବାକୁଯାଉଛ । ବେତାଳ ଆଶ୍ଚର୍ଯ୍ୟ ହେଲେ ,ପଚାରିଲା କେମିତି ? ସନ୍ଥ ଉତ୍ତର ଦେଲେ ,ରାତ୍ରୀପରି ଧନସମ୍ପତ୍ତି ଠୁଳ କରି ଅହଂକାରରେ ବୁଡିରହି ପ୍ରକାଶକୁ ଭୟ କରେ । ଅର୍ଥାତ ଧନସମ୍ପତ୍ତି ଜୀବନକୁ ଅନ୍ଧ କରିଦିଏ,ଆକାଶକୁ ଚାହଁ ଅସଂଖ୍ୟ ତାରକା ଚନ୍ଦ୍ରମା ,ଦିନ ଅର୍ଥାତ ଦୀନବନ୍ଧୁ ଦିବାକର ଆସିଗଲେ ସମସ୍ତେ ଛପି ଜିବେ ,ରାତ୍ରୀର ଶୋଭା ବଢୁଥିବା ଏହି ତାରକା ମନେ ମଉଳି ଯିବାକୁ ବସିବେ ।ଯଦି ତାରକା ମନେ ବଡ ବୋଲି କହିବେ ତେବେ ଦିନବେଳେ କୁଆଡେ ଯାଆନ୍ତି ?ଜ୍ଞାନ ଆଲୋକ ଅଜ୍ଞାନତା ଅର୍ଥାତ ଅନ୍ଧକାର ଦୁରକରି ଥାଏ । ଜ୍ଞାନ ଠାରୁ କୌଣସି ଦିନିସ ଦୁନିଆରେ ବଡ ନୁହେଁ ।


ସିନ୍ଦୂରା ଫାଟିଲାଣି, ସୂର୍ଯ୍ୟ ଆସିଯିବେ, ତୁମେ ଯଥାଶୀଘ୍ର ତୁମ ଆଶ୍ରୟ ସ୍ଥଳ ଦେଖ?ବେତାଳ ସନ୍ଥଙ୍କ ପାଖରୁ ପ୍ରଶ୍ନର ଉତ୍ତର ପାଇ ସନ୍ଥଙ୍କୁ ପ୍ରଣାମକରି ଲକ୍ଷେରୁ ଅଧିକ ସୁବର୍ଣ୍ଣ ମୋହର ପ୍ରଦାନ କରିବାକୁ ଅନୁମତି ମାଗିଲା । ସନ୍ଥ କହିଲେ ପ୍ରକୃତିର ପଞ୍ଚ ତତ୍ତ୍ୱ ମାତା ଧରିତ୍ରୀ ମହାଧନ ଅନ୍ୟ ଧନର ଆବଶ୍ୟକତା ଉଚିତ ମନେକରୁନନାହିଁ ।ବେତାଳ ଖୁସିହୋଇଥିଲା ।ଏ ମୋହର ଉଚିତ କାର୍ଯ୍ୟରେ ଲାଗିବ କହି ଅନ୍ତର୍ଦ୍ଧ୍ୟାନ ହୋଇଗଲା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational