Madhu mita

Tragedy Action

3  

Madhu mita

Tragedy Action

ଧକ୍କା

ଧକ୍କା

2 mins
160



ଆଖିରୁ ନିଦ ଆହୁରି ଛାଡିନି ଗତ ରାତିର ମିଠା ଯନ୍ତ୍ରଣା ମନେ ପକାଇ ଆହୁରି ଶିହରୀ ଉଠୁଛି ପ୍ରମିଳା !କିନ୍ତୁ ରାତି ଯେ ପାହି ଗଲାଣି ଉଠିବାକୁ ତ ହେବ.. !!ଅବଶ ଦେହ ଆଉ ସନ୍ତୁଷ୍ଟ ମନ ନେଇ ବିଛଣା ଉପରେ କଡ ଓଲଟେଇ ଟିକେ କଣେଇ ଚାହିଁ ଦେଲା ବେଳକୁ ଅପଲକ ନୟନରେ ତାକୁ ଚାହିଁ ରହିଛନ୍ତି ଆନନ୍ଦ ।


" ଏ ମା..!"ଅନାୟାସରେ ତା ପାଟିରୁ ବାହାରିଗଲା…


ଇସ୍..ଏ ଚାହାଣୀ ତା ଦେହ ମନ ସବୁକୁ ଲାଜରେ ଭିଜେଇ ଦେଲା !ଆଖି ମିଶିଯିବା ପରେ ସଙ୍ଗେ ସଙ୍ଗେ ତଳକୁ ଆଖି କରିଦେଲା ପ୍ରମିଳା ! ବାସର ରାତି ପାହିଲା ପରେ ଏ ଯେ ତାଙ୍କର ପ୍ରଥମ ଦେଖା ! ଦୁଷ୍ଟାମୀର ହସ ହସି ତା ଆଡକୁ ହାତ ବଢ଼ାଇଲା ବେଳେ ହଠାତ୍ ଏକ ଶବ୍ଦରେ ଦୁହେଁ ଚମକି ଉଠିଲେ..


ବ୍ୟସ୍ତ ହୋଇ ବସ୍ତ୍ର ସଜାଡି ବାହାରକୁ ଆସିବା ବେଳେ ଉପରକୁ ମୁହଁ କରି ତଳେ ପଡି ରହିଥିଲେ ନିର୍ମଳା ଅଗଣାରେ ବୋଧେ ଶିଉଳି ପାଣିରେ ତାଙ୍କ ଗୋଡ଼ ଖସି ଯାଇଥିଲା !


ବୋଉ..ବୋଉ କହି ଦୋୖଡି ଆସିଲା ଆନନ୍ଦ ପ୍ରମିଳା ପାଣି ଛାଟିଲା କିନ୍ତୁ ନିର୍ମଳାଙ୍କ ଚେତା ଫେରିଲା ନାହିଁ।ତାଙ୍କୁ ତୁରନ୍ତ ପାଖ ଡାକ୍ତରଙ୍କ ପାଖକୁ ନିଆ ଗଲା।ଆଉ ସେ କାଳ ବିଳମ୍ବ ନ କରି ଭୁବନେଶ୍ୱର ନେଇଯିବା ପାଇଁ କହିଲେ.. ଗାଁରେ ସୁବିଧା କାହିଁ ?ତେଣୁ ଆମ୍ବୁଲେଂସ୍ ଡାକି ଅବିଳମ୍ବେ ବାହାରି ଗଲେ ଆନନ୍ଦ ଓ ପ୍ରମିଳା…


ଭୁବନେଶ୍ବରରେ ରହୁଥିବା ଆନନ୍ଦ ନିଜ ବନ୍ଧୁଙ୍କୁ ଜଣେଇ ସାରିଥିଲେ ସବୁ ବ୍ୟବସ୍ଥା କରିଦେବା ପାଇଁ ।


"କେତେ ଥର..କେତେ ଥର ବୋଉକୁ କହିଛି।ଭୁବନେଶ୍ୱର ଚାଲ୍..ଏଇ ଗାଆଁରେ ଆଉ କାହିଁକି ରହିବା ? କିନ୍ତୁ ସେ ଶୁଣେନି କେମିତି ଶିଉଳିରେ ଖସି ପଡିଗଲା.!ନା..ଏଥର ଆଉ ନୁହେଁ ତାକୁ ଆଉ ଗାଆଁକୁ ଆସିବାକୁ ଦେବିନି.." କହୁଥିଲେ ଆନନ୍ଦ।


ଚାକିରୀ କରିବା ପରେ ଆନନ୍ଦ ବହୁଥର କହିଥିଲେ ତାଙ୍କ ସହ ଭୁବନେଶ୍ୱର ଆସିଯିବା ପାଇଁ।ବାପାଙ୍କ ପରେ ବୋଉ କେତେ କଷ୍ଟ କରି ତାକୁ ମଣିଷ କରିଛି।ଆଉ ଏବେ ସୁବିଧା ହେଲା ପରେ ଏକୁଟିଆ କାହିଁକି ରହିବ?କିନ୍ତୁ ନିର୍ମଳା ସବୁବେଳେ କୁହନ୍ତି ବୋହୂ ଆସିଲେ ହିଁ ସେ ତା ସହ ଯିବେ।କେତେ ଥର ମା ପୁଅ ଭିତରେ ଏ କଥା ଉଠିଛି ହେଲେ ବୋଉର ସେଇ ଜିଦ୍..ବୁଝିଲାନି ।ଗାଆଁରେ ଥିବା ଯୋଗୁଁ ସିନା ଏତେ ଡେରି ହେଲା ନ ହେଲେ ଏତିକି ବେଳକୁ ଚିକିତ୍ସା ଆରମ୍ଭ ହୋଇ ଯାଇଥାନ୍ତା…!!ଏଥର ପ୍ରମିଳା ତ ଆସିଗଲାଣି ତା ଜୀବନକୁ..ଆଉ ସେ ଗାଁକୁ ଯିବାକୁ ଦେବନି ତା ବୋଉକୁ ।


ପ୍ରମିଳା କାନ୍ଦୁଥିଲା।ପିଲା ଦିନରୁ ମା ସ୍ନେହରୁ ବଞ୍ଚିତ ଥିଲା ସେ।ଆଉ ଏ ଚାରିଦିନ ହେବ ସେ ଶାଶୂଙ୍କ ସ୍ନେହ ପାଇ ନିଜକୁ ପୂର୍ଣ୍ଣ ଭାବୁଥିଲା।ହାତ ଯୋଡ଼ି ଈଶ୍ୱରଙ୍କୁ ଡାକିଲା.. ଶାଶୁଙ୍କୁ ସୁସ୍ଥ କରିଦେବା ପାଇଁ।ତା ହାତ ଉପରେ ହାତ ରଖି ଆନନ୍ଦ କହିଲେ.." ମନ ଦୁଃଖ କରନି।ବୋଉ ଭଲ ହୋଇଯିବ।ମୋ ଚିହ୍ନା ଡାକ୍ତର ସହିତ କଥା ହୋଇ ସାରିଛି। ଠିକ୍ ହେବା ପରେ ମୋ ରୁମ୍ ରେ ଆମେ ସମସ୍ତେ ରହିବା।ପରେ ମୁଁ ଏକା ଯାଇ ଗାଆଁରୁ ଜିନିଷ ସବୁ ନେଇ ଆସିବି ।"


ଏତେ ଦୁଶ୍ଚିନ୍ତା ସତ୍ତ୍ଵେ ମଧ୍ୟ ପ୍ରମିଳା ଟିକେ ସ୍ବପ୍ନ ଦେଖିବା ଆରମ୍ଭ କଲା..ସେ..ଶାଶୁ ଆଉ ଆନନ୍ଦ ଭୁବନେଶ୍ଵରରେ ରହିବେ।କେତେ ଖୁସି ଲାଗିବ !ଏତେ ବଡ଼ ସହରରେ ରହିବା ସେ କେବେ ସ୍ବପ୍ନରେ ଭାବି ନ ଥିଲା।ଅବଶ୍ୟ ବାହା ହେବା ପରଦିନ ଶାଶୁ କହୁଥିଲେ..କିନ୍ତୁ ଏତେ ଶୀଘ୍ର ଏସବୁ ହେବ ତାହା ସେ ଭାବି ନ ଥିଲା ! ଶାଶୂଙ୍କ କୋଳରେ ମଥା ରଖି ତାଙ୍କ ସେବା କରି ସେ ଦିନ ବିତେଇ ଦେବ..ମାର ସ୍ନେହ ପରଶ୍ ରେ ତୃପ୍ତ ହୋଇଯିବ ! ସନ୍ଧ୍ୟାରେ ଅପେକ୍ଷା କରି ରହିଥିବ ଆନନ୍ଦଙ୍କୁ ଆଉ ସେ ଦରଜା ଖୋଲି ଆସିବା ପରେ ।


ସ୍ବପ୍ନ ବୋଝେଇ ଦୃତଗତିରେ ଆଗେଇ ଚାଲିଥିବା ଆମ୍ବୁଲେଂଶ୍ ଟି ହଠାତ୍ ମୂହମୁହିଁ ଧକ୍କା ଖାଇଲା ସାମ୍ନା ପଟୁ କଟୁ ସତ୍ୟ ବହନ କରି କର୍କଶ ଗତିରେ ଭାରସାମ୍ୟ ହରାଇ ଗତି ବଦଳେଇ ଆସିଯାଇଥିବା ଏକ ଲୁହା ପଥର ବୋଝେଇ ଟ୍ରକ ସହିତ !




Rate this content
Log in

Similar oriya story from Tragedy