STORYMIRROR

Rekharani Sahu

Tragedy Inspirational

4  

Rekharani Sahu

Tragedy Inspirational

ଧୈର୍ଯ୍ୟ ଶକ୍ତି

ଧୈର୍ଯ୍ୟ ଶକ୍ତି

3 mins
230

  

    ମତେ କାମ କରି ଆସେ ବାବୁ। ଗୋଟେ କାମ ମିଳିବ। ଘରେ ମୋ ରୋଗୀଣା ମା ଆଉ କୁନି ଭଉଣୀ ଟେ ବାବୁ। ମୁଁ ଭିକ ମାଗି ପେଟ ପୋଷି ବାକୁ ଚାହେଁନି। ମୁଁ କିଛି କାମ କରି ପେଟ ପୋଷିବି ତା ସହ ମୋ ରୋଗୀଣା ମା ର ଔଷଧ ଖର୍ଚ ଆଉ ମୋ ଭଉଣୀ ରାଣୀ କୁ ଭଲ ମଣିଷ ଟିଏ କରିବି କହି ରମୁ ଦୋକାନ ମାଲିକ ଆଗେ କହୁଥାଏ।

ଦୋକାନ ମାଲିକ ଦାସ ବାବୁ କହିଲେ ସବୁ କାମ ପାରିବୁ।

ରମୁ - ହଁ ବାବୁ ପାରିବି ସବୁ ପାରିବି।


ଦାସ ବାବୁ - ହଉ ତେବେ କାମରେ ଲାଗି ପଡେ। ରମୁ ସଙ୍ଗେ ସଙ୍ଗେ ଛୋଟ ମୋଟ କାମ ଯାହା ପାଏ କରେ। ରମୁ ର କାମ ଦେଖି ଦାସ ବାବୁ କହନ୍ତି ବାବୁ ରେ ତୁ ଆମ ଦୋକାନରେ ମିଠା କାମ ଶିଖ୍ ଆଉ ଯାହା କାମ ରହିବ କରିବୁ। ତୋର ଇଚ୍ଛା ଶକ୍ତି ଅଛି ତୁ ପାରିବୁ। ଖାଇ ପି ମୁଁ ଦିନ ହିସାବରେ ୩୦୦ ଟଙ୍କା ଦେବି । ଆଉ ଯୋଉଦିନ କାମକୁ ନ ଆସିବୁ ସେଦିନ ପଇସା ନାହିଁ । ହଉ ବାବୁ କହି ରମୁ କାମରେ ଲାଗିପଡ଼େ । ସନ୍ଧ୍ୟା ରେ ଫେରିଲା ବେଳକୁ ଦାସ ବାବୁଙ୍କ କଥା ମୁତାବକ ୩୦୦ ଟଙ୍କା ଦିଅନ୍ତି ଆଉ ରମୁ କୁ ଖାଇବାକୁ ବି ମିଳେ ସେ ଖାଇବା ନଖାଇ ସବୁ ଘରକୁ ପୁଟୁଲି କରି ନେଇ ଆସେ । ଦାସ ବାବୁ କହନ୍ତି ରମୁ ତୁ ଖାଇଦେ ଆଉ ଖାଇବା ତୋ ମା ଆଉ ଭଉଣୀ ପାଇଁ ନେଇଯିବୁ । ରମୁ କହେ ବାବୁ ତୁମେ ବହୁତ୍ ଭଲ । ମୁଁ ତୁମ ଋଣ କେବେ ସୁଝି ପରିବିନି କହି ଖାଇବା ଖାଇ ଆଉ ଯାହା ପୁଟୁଲି କରି ନେଇ ଆସେ ଘରକୁ ।


ଘରେ ପହଁଚିଲା ବେଳକୁ ରାଣୀ ( ରମୁ ଭଉଣୀ) କହେ ଭାଇ ଖାଇବା ଆଣିଛୁ ନା ମତେ ଭାରି ଭୋକ କଲାଣି । ରମୁ କହେ ହଁ ରାଣୀ ମୁଁ ଆଜି ଗୋଟେ ଭଲ ବାବୁ ଦୋକାନରେ କାମ ପାଇଛି । ଆଉ ମୁଁ ଖାଇ ତୁମ ପାଇଁ ବି ଖାଇବା ଆଣିଛି । ଆଉ ଏଇ ଦେଖ ପଇସା ବି ଆଣିଛି ଆଉ ଆସିଲା ବେଳେ ମା ପାଇଁ ଔଷଧ ବି ଆଣିଛି । ଆଉ ଆମକୁ କଷ୍ଟ ହେବନି । ମୁଁ ମନ ଲଗେଇ କାମ କରିବି ମା ଆମର ଭଲ ହେଇଯିବ । ଆଉ ତୁ ସ୍କୁଲ ଯିବୁ । ତୁ ଯୋଉ ପଢ଼ି କରି ଆସିବୁ ମତେ ପଢେଇ ଦେବୁ । ହଁ ଭାଇ କହି ରାଣୀ ଖୋଲା ହସ ରମୁ ସହ ହସି ଚାଲେ । ଯେମିତି ଅମା ଅନ୍ଧକାର ଦୂର ହୋଇ ସୁରୁଜ ଉଇଁଛି।


ତାପରଠୁ ରମୁ ମନ ଲଗେଇ କାମ କରେ ଆଉ ଦାସ ବାବୁ ଙ୍କ ପ୍ରିୟ ବିଶ୍ୱସ୍ତ କର୍ମଚାରି ହେଇଯାଏ । ସେପଟେ ରମୁ ମା ବି ଧୀରେ ଧୀରେ ସୁସ୍ଥ ହେବାରେ ଲାଗେ । ଆଉ ଭଉଣୀ ରାଣୀ ପାଠ ପଢେ ସ୍କୁଲରେ ।


କିଛି ବର୍ଷ ପରେ ରମୁ ଜଣେ ମିଠା କାରିଗର ଭାବେ ସୁନାମ ଅର୍ଜନ କରେ । ଦାସ ବାବୁଙ୍କ ସବୁ ଦୋକାନ ରମୁ ହାତ ମିଠା ପାଇଁ ପ୍ରସିଦ୍ଧ । ଆଉ ରାଣୀ ପାଠ ପଢି ଭଲ ଚାକିରୀ ଟିଏ କରିଛି । ରମୁ ର ଆର୍ଥିକ ଅବସ୍ଥା ପୁରା ଭଲ ହେଇ ଯାଇଚି ।


ଦିନେ ରମୁ ,ରାଣୀ ଆଉ ତା ମା ବସି କଥା ହେଇ ପୁରୁଣା କଥା ସବୁ ଭାବୁଥିଲେ । ଦାସ ବାବୁ ଆସି କହିଲେ କି ରେ ରମୁ ଆଜି ଦୋକାନ ଯିବୁ ନାହିଁ କି ? ହଁ ବାବୁ ଏଇ ଆମ ରାଣୀ ଟା କେତେ ଦିନ ପରେ ଘରକୁ ଆସିଛି ବସି ଟିକେ ଦୁଃଖ ସୁଖ ହେଉଥିଲୁ । କାଇଁ ଆଉ ପୁଣି ଦୁଃଖ କଣ ? ଏବେ ତ ଖୋଲା ହସ ହସିବା ସମୟ ।

କଥାରେ ନାହିଁ ଦୁଃଖ ପରେ ସୁଖ ନିଶ୍ଚେ ଆସିବ ,

ଯଦି ସ୍ୱାଭିମାନ ସହ ଧୈର୍ଯ୍ୟ ସାଥେ ରଖିବ ।।


ସମସ୍ତେ ଠୋ ଠୋ ହୋଇ ହସି ଉଠିଲେ ।। ରମୁ କହିଲା ଠିକ୍ କହିଲ ବାବୁ ଯଦି ଭିକ ମାଗିଥାନ୍ତି ଆଜି ମୁଁ କୋଉ ଗଳି ର ଭିକାରୀ ସାଜିଥାନ୍ତି ଆଉ ମୋ ମା ଭଉଣୀ ଙ୍କ ଅବସ୍ଥା କଣ ଯେ ହେଇଥାନ୍ତା ମୁଁ ଜାଣିନି । ସେଇ ଆପଣଙ୍କ କରୁଣା ରୁ ମୁଁ ଆଜି ଏଇଠି ପହଂଚି ପାରିଛି । ନାହିଁରେ ରମୁ ମୁଁ ତ ବେପାରୀ ଲୋକ ଲାଭ ହେଲେ ଭଲ କ୍ଷତି ହେଲେ ଚାଲ ।କିନ୍ତୁ ତୋ ଭିତରେ ନିଜ ସ୍ୱାଭିମାନ ସହ ସବୁ ଶିଖିବାର ଯୋଉ ଦୃଢ଼ ଶକ୍ତି ଅଛି ତାହା ତତେ ଏ ସ୍ୱାର୍ଥପର ଦୁନିଆରେ ଖୋଲା ହସିବାର ସୁଯୋଗ ଦେଇଛି । ଏମିତି ନିଜକୁ ରଖିବୁ ତେବେ ଯାଇ ଆଗକୁ ଅଧିକ ପ୍ରଗତି କରିବୁ । ହଁ ବାବୁ କଥା ଟା ହେଜିଲି ଆଉ ଚିର ଦିନ ପାଇଁ ମନେ ରହିଲା ।


ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ

ନୋହିଲେ ବାପ ପଇସାରେ ବି ଲୋକ ବଞ୍ଚେ ହତାସେ ।।



Rate this content
Log in

Similar oriya story from Tragedy