jyotsna mayee panda

Tragedy

3  

jyotsna mayee panda

Tragedy

ଧାରା

ଧାରା

5 mins
163



ଆଷାଢ଼ ର ସେଇ ସବୁଜ ଓଢଣୀ ନେଇ ପ୍ରକୃତି ତା ଚେହେରା କୁ ଆହୁରି ସୁନ୍ଦର କରିବାରେ ଲାଗିଛି l ବର୍ଷାରାଣୀ ତାର ପାଉଜି ଗୁଂଜରଣ କରି ନୂଆଁ ବୋହୁ ପରି ଧୀରେ ଧୀରେ ଧରା ବକ୍ଷ ରେ ପାଦ ଦେଇ ଆସୁଛି l ସତରେ ସେ ସହର ର ଅଣନିଶ୍ୱାସୀ ପରିବେଶ ରୁ ଏ ବନଭୂମି ଖୁବ ଆକର୍ଷିତ କରୁଛି ସମୀର କୁ l ଏବେ ଏବେ ଚାକିରୀ ପାଇଛି ବନ ଅଧିକାରୀ ଭାବେ l ସୁନ୍ଦର ଚେହେରାକୁ ବଳିଷ୍ଠ ସ୍ୱାସ୍ଥ୍ୟ l

ଏମିତି ପରିବେଶ ରେ ସତେ କି ନିଜ କୁ ହଜେଇ ଦେଇଛି... ସେ ବନ୍ୟ ପରିବେଶ ର ସୁନ୍ଦରତା ଭିତରେ l ବିଭିନ୍ନ ପ୍ରକାର ଫଳ ଓ ଫୁଲ ରେ ମହକି ଯାଇଛି ଖଣ୍ଡମଣ୍ଡଳ l ଦୁଇ ପାଖରେ ଯେମିତି ବିରାଟ ଶାଳ ଗଛ ତାକୁ ସ୍ୱାଗତ ଜଣାଉଛି ଆଜି l ଏମିତି ସେଦିନ ଦୀର୍ଘ ପନ୍ଦର କିଲୋମିଟର ଏକା ଡ୍ରାଇଭ କରି ପହଂଚି ଗଲା ନିଜ ଅଫିସ ରେ l ଅଫିସ କୁ ଲାଗି ଏକ କ୍ୱାଟର l ଯଏଁନ କରିବା ପରେ ସେଠି ରହୁଥିବା ସଂଗ୍ରା ଲୁଗୁନ ଯେକି ଏ କ୍ୱାଟର ର ଦେଖା ଶୁଣl କରେ..ଚା ପାଣି ର ବ୍ୟବସ୍ଥା କଲା l ସେ କହିଲା ବାବୁ ଏ ଜଙ୍ଗଲୀ ଜାଗା.... ବିଶେଷ କିଛି ମିଳେନି l ସେଥିପାଇଁ ଯାହା ଅଛି ଆଜି ରୋଷେଇ କରିଦଉଛି l ପରେ ସହର ଯାଇ କିଛି ଜିନିଷ ଆଣିଦେବେ l ଏହା କହି କ୍ୱାଟର ଟା ସଫା କରି ଦେଲା l ବିଛଣା ପତ୍ର ଠିକ କରିଦେଲା l ଅଫିସ ରୁ ଆସିବା ପରେ ସମୀର ଦେଖିଲା ଖୁବ ସୁନ୍ଦର ରାନ୍ଧି ସଜେଇ ଦଇଛି ଟେବୁଲ ଉପରେ l

ସମୀର ଫ୍ରେସ ହେବା ପରେ ଆସି ବାଢ଼ିଦେଇଗଲା ସଂଗ୍ରା l ଖୁବ ଭଦ୍ର ନମ୍ର l କହିଲା ବାବୁ ରାତି ରେ ବାହାର କୁ ବାହାରିବେ ନି l ଏଠି ହିଂସ୍ର ଯାନ୍ତୁ ଆଉ କାଠ ଚୋର ଙ୍କ ରାଜୁତି l ଵିନା ଫୋର୍ସ ରେ ଏକା ଯିବେନି l

ଏଇ ପାଖରେ ମୋ ଘର l କିଛି ଅସୁବିଧା ହେଲେ ମୋତେ ଡାକି ଦେବେ l ଆପଣ ସହରି ଲୋକ ସେଥିପାଇଁ ଡର ଲାଗିବ l ସମୀର ହସି ଦେଇ କହିଲେ ନା ମୋତେ ଡର ଲାଗେନି l ତୁମେ ଚିନ୍ତା କରନି ମୋତେ ଏ ଜାଗା ଖୁବ ଭଲ ଲାଗୁଛି l କିଛି ଅସୁବିଧା ହେବନି l ନୂଆଁ ଜାଗା ସେଥିପାଇଁ ନିଦ ହେଲାନି l ସତରେ ଶୂନସାନ୍ ରାତିଟା ଭାରି ଭୟଙ୍କର ଲାଗୁଥିଲା l ବାହାରେ ଟୁପୁରୁ ଟାପୁର ଶବ୍ଦ କରି ଅଳ୍ପ ବର୍ଷା ହେଉଥିଲା l ବନ୍ୟଜନ୍ତୁ ଙ୍କ ରଡି ରେ ପ୍ରତିଧ୍ୱନିତ ହେଉଥିଲା ବନ ଭୂମି l ନିଜ ଡାଏରୀ ବାହାର କରି ଚିରାଚରିତ ଭଳି କିଛି ଲେଖିବା ଆରମ୍ଭ କଲା ସମୀର କାରଣ ଲେଖା ଲେଖି କରିବା ତାର ଖୁବ ପୁରୁଣା ଅଭ୍ୟାସ୍ l କିଛି ଲେଖିବା ପରେ ଝରକା ପାଖରେ ଦେଖିଲା କେହି ଜଣେ ବସିଛି ଲଣ୍ଠନ ଲଗାଇ ଗୋଟେ ଗଛ ତଳେ l ଆଉ କିଛି ସମୟ ଛାଡି ଛାଡି କାନ୍ଦୁଛି l ଟିକେ ଭୟ ଲାଗିଲା ସମୀର କୁ ଭାବିଲା କୋଉ କାଠ ଚୋର ର କାରନାମା ନୁହଁ ତ ମୋତେ ଭୟବିତ୍ତ କରିବା ଲାଗି? ପରେ ସାହସ ସଂଚୟ କରି ଗୋଟେ ଟର୍ଚ୍ଚ ନେଇ ଚାଲିଗଲା ଟା ପାଖକୁ ହେଲେ ଏ କଣ ଗଛ ତଳେ କେହି ନ ଥିଲେ l ପୁଣି ଫେରି ଆସିଲା ନିଜ ରୁମ କୁ l ଅନେକ ପ୍ରଶ୍ନ ର ଜାଲ ରେ ଗୋଡେଇ ହେଲା ମନ ତାର l ଏମିତି ତା ବିଷୟ ରେ ଭାବୁ ଭାବୁ ସୋଇ ପଡିଲା କେତେବେଳେ l ଉଠିଲା ବେଳେ ସୂର୍ଯ୍ୟ ର ରକ୍ତିମ କିରଣ ରେ ସୁନ୍ଦର ଦିଶୁଛି ଆକାଶ l ବିହଙ୍ଗ ମାନଙ୍କ କୂଜନ ରେ ଯେମିତି ପ୍ରକୃତି କୁ ଅଭ୍ୟର୍ଥନା ଜଣାଉଛନ୍ତି l ସୁନ୍ଦର ଶୀତଳ ମଳୟ ଯେମିତି ତାର କୋମଳ ସ୍ପର୍ଶ ରେ ଶିହରେଇ ଦେଉଛି ଦେହ ଓ ମନ କୁ l ସଂଗ୍ରା ମଧ୍ୟ ଆସି କବାଟ ଖୋଲିବା ପାଇଁ ବେଲ ବଜେଇଲା l ଘର ଓଲେଇ ସମୀର ପାଇଁ ନାଲି ଚା କରିଦେଇ କହିଲା ବାବୁ ରାତି ରେ ନିଦ ହେଲା ତ l କ୍ଷୀର ପାଇଁ ସନ୍ଧ୍ୟା ରେ ଯାଇପାରିଲିନି ସେଥିପାଇଁ ନାଲି ଚା କରିଛି l

ଆଜି ସେ କ୍ଷୀର ଆଣିଦେବ କହିଛି l ସମୀର ରାତି କଥା କହିବ କି ନାହିଁ ଭାବୁଥାଏ l କିଛି ସମୟ ପରେ କହିଲା ରାତିରେ କ୍ୱାଟର ର କିଛି ଦୂରେ ଶାଳ ଗଛ ମୂଳେ ଝିଅ ଟେ କାନ୍ଦୁ ଥିଲା l ମୁଁ ଯିବାରୁ ସେ କୁଆଡେ ଚାଲିଗଲା l ମୁଁ ଆଉ ଖୋଜି ପାଇଲି ନି l ସଂଗ୍ରା ଅତି ସନ୍ଦର୍ପଣ ରେ କହିଲା ତା ପାଖ କୁ ଆଉ କେବେ ଯିବେନି l ଛାଡ଼ନ୍ତୁ ସେ ପାଗେଳୀ କଥା l ଆପଣ ରୁମ ଭିତରୁ ବାହାରିବେ ନି l ମୁଁ ଆପଣ ଙ୍କୁ କାଲି ମନା କରିଥିଲି l ସମୀର ହସି ହସି କହିଲା ମୁଁ ଡରେ ନି କାହାକୁ l ମୁଁ ଖୋଜି କି ବାହାର କରିବି ତାକୁ l ସଂଗ୍ରା ପୁଣି କହିଲା ଯିବେ ନି ବାବୁ ମୁଁ ମନା କରୁଛି l ଏମିତି ଆର ଦିନ ବି ସେ ଘଟଣା ଘଟିଲା l କିନ୍ତୁ ସମୀର ନ ଡରି ତା ପାଖକୁ ଗଲା l ଆଜି କିନ୍ତୁ ସେ ସେହି ଜାଗା ରେ ବସିଥିଲା l

ସମୀର କହିଲା କିଏ ତୁମେ ଆଉ କହିଁକି କାନ୍ଦୁଛ l ଝିଅ ଟି ସାବନା ଚେହେରା ହେଲେ ବି ଖୁବ ସୁନ୍ଦର l ପାରମ୍ପରିକ ଆଦିବାସୀ ପୋଷାକ ତାକୁ ଖୁବ ମାନୁଥିଲା l ସେ କହିଲା ଏ ପାଖରେ ମୁଁ ରହେ l ମୁଁ ଧାରା....ମା ମୋର କେତେ ଦିନ ହେବ କୁଆଡେ ଚାଲିଗଲା l ସେଥିପାଇଁ କାନ୍ଦେ l ତା ସହିତ କଥା ହେଉ ହେଉ ଏକ କୁଡ଼ିଆ ଭିତର କୁ ନେଇଗଲା କାହି ଲା ଏ ମୋର ଘର ବାବୁ l ଏକା ରହେ ଏଠି l ଏହାକହି ସେ କିଛି ମାଣ୍ଡିଆ ଯାଉ ଶାଳ ପତ୍ର ରେ ବlଢ଼ିଦେଲା l କହିଲା ଗରିବ କୁଡ଼ିଆ ରେ ଆଉ କଣ ଖାଇବାକୁ ଦେବି ବାବୁ l ଝିଅ ଟି ଖୁବ ନିରୀହ ଆଉ ଶାନ୍ତ ଲାଗୁଥିଲା l ଚେହେଲା ରେ ଅହେତୁକ ଆକର୍ଷଣ....ଯୌବନ ଉଙ୍କି ମାରିଥିଲା...ଖୁବ ଭଲ ଲାଗିଲା ସମୀର କୁ ତା ବ୍ୟବହାର l ଏମିତି ସବୁଦିନ ରାତିରେ ସେ ଗଛ ମୂଳେ ଦି ଜଣ ବସନ୍ତି ନିଜ ଦୁଃଖ ସୁଖ କଥା କୁହେ ପୁଣି ସମୀର ଚାଲିଆସେ ତା କ୍ୱାଟର କୁ l ଏମିତି ଅନେକ ଦିନ ବିତିଗଲା ସମୀର ତାକୁ ଧୀରେ ଧୀରେ ଭଲ ପାଇ ବସିଲା l ଖୁବ ସୁନ୍ଦର ସୁନ୍ଦର କବିତା ତାପାଇଁ ଲେଖିଲା l ତାର ସୁନ୍ଦର ସୁନ୍ଦର ଛବି ଅଙ୍କିଲା l ଏମିତି ଅନେକ ଦିନ ହୋଇଗଲା l ଦିନେ ଛୁଟି ରେ ସମୀର ଘର କୁ ଯିବାପାଇଁ ବାହାରିଲା l

ଘର କୁ ଯିବା କଥା ସେ ଧାରା କୁ କହିଲା l ଧାରା ବହୁତ କାନ୍ଦିଲା ସେ କହିଲା ତୁମେ ଫେରି ଆସିବ ତ l ସମୀର କହିଲା ମୁଁ କଥା ଦେଉଛି ମୁଁ ଫେରି ଆସିବି l ଘରେ ତୁମ କଥା କହି ସବୁଦିନ ପାଇଁ ନିଜର କରିନେବି l ସେଦିନ ନିଜ କୁଡ଼ିଆ କୁ ଯିବାପାଇଁ ଅନୁରୋଧ କଲା l ସମୀର ସେଦିନ ସେ କୁଡ଼ିଆକୁ ଗଲା ହେଲେ ଆଉ ନିଜ କ୍ୱାଟର କୁ ଆଉ ଫେରିଲାନି l ସେଇଠି ନିଦ ରେ ସୋଇ ପଡିଲା ଧାରା କୋଳ ରେ l ସକାଳ ହେଲା.. ସଂଗ୍ରା ଦେଖିଲା କବାଟ ଖୋଲା ଅଛି l ଭାବିଲା ବାବୁ ଗାଧୁଆ ଘରେ ଥିବେ ହେଲେ ସେଠି ବି କବାଟ ଖୋଲା ଅଛି l ସେ ଘର ସବୁଆଡେ ଖୋଜିଲା l ହେଲେ ବାବୁ କଉଠି ନ ଥିଲେ l ଶେଷରେ ଖୋଜି ଖୋଜି ସେ ଭଙ୍ଗା କୁଡ଼ିଆ ରେ ଏକ ମଇଳା ସପ ରେ ସୋଇଥିଲେ l ସେ ତାଙ୍କୁ ଉଠେଇଲା.... କିନ୍ତୁ ସମୀର ଆଶ୍ଚର୍ଯ୍ୟ ହୋଇଗଲା l ଗଲା ରାତିରେ ଧାରା ଏଇଠି ଥିଲା l ଏ କୁଡ଼ିଆ ଭଲ ଥିଲା ହେଲେ ସକାଳେ ଏ କଣ ଦେଖୁଛି ଗୋଟେ ଭଙ୍ଗା କୁଡ଼ିଆ ରେ ସେ ଶୋଇଛି l ହେଲେ ଧାରା ନାହିଁ l ସେ ରାତି ର ସବୁ କଥା ସଂଗ୍ରା କୁ କହିଲା l ସବୁ ଶୁଣି ସଂଗ୍ରା କାନ୍ଦୁ କାନ୍ଦୁ ହୋଇ କହିଲା ସେ ମୋ ଝିଅ l ହେଲେ ପାଞ୍ଚ ବର୍ଷ ହେବ ମରି ସାରିଛି l ଏମିତି ଗୋଟେ ସହରି ବାବୁ ଆସିଥିଲେ l ତାଙ୍କୁ ସେ ଭଲ ପାଇ ନିଜ ସବୁ କିଛି ସମର୍ପି ଦେଲା ହେଲେ ବାବୁ ଜଣକ ବଦଳି ହେଲା ପରେ ଚାଲିଗଲେ l ଆଉ ସେ ତାଙ୍କ ବାଟ ଚାହିଁ ଚାହିଁ ଦିନେ ଏ ଶାଳ ଗଛ ରେ ଦଉଡି ଦେଇ ଚାଲିଗଲା ସବୁଦିନ ପାଇଁ l ସେଥିପାଇଁ ତାର ଆତ୍ମା ସମସ୍ତ ଙ୍କୁ ସେଇ ସହରି ବାବୁ ଭାବି ଭଲ ପାଏ ଓ ପରେ ସେମାନଙ୍କ ମୃତ ଦେହ ମିଳେ l କିନ୍ତୁ ଆପଣ ଭାଗ୍ୟବାନ ଆପଣ ଙ୍କ କିଛି ହେଇନି l ସବୁ କଥା ଶୁଣିଲା ପରେ ସମୀର ନିଜ କୁ ନିଜେ ବିଶ୍ୱାସ କରି ପାରିଲାନି l ସତରେ କେହି ଆଶରୀରୀ ତାର ପ୍ରେମିକା ଥିଲା l ତା ହୃଦୟ କୁ ଚୋରି କରି ନେଇଗଲା l ଘର କୁ ଆସି ଧାରା ର ସବୁ ଚିତ୍ର କୁ ପୁଣି ଥରେ ଦେଖିଲା ଯାହା ସେ ଆଗରୁ ଆଙ୍କି ଥିଲା ହେଲେ ଏ କଣ ସବୁ ଚିତ୍ର ଆଜି ନାହିଁ କାନଭାସ ଖାଲି ପଡିଛି l ଏସବୁ ଦେଖି ଦୋହଲି ଗଲା ତା ପ୍ରେମିକ ହୃଦୟ l ପୁଣି ଥରେ ନାଚି ଉଠିଲା ଧାରା ର ସୁନ୍ଦର ମୁହଁ ତା ହୃଦୟ ଦର୍ପଣ ରେ...ଏମିତି ଆଉ କିଛି ନ ଭାବି ନିଜ ଝୁଲା ହୃଦୟ କୁ ନେଇ ଚାଲିଗଲା ଛୁଟି ରେ ଘର କୁ.......।



Rate this content
Log in

Similar oriya story from Tragedy