STORYMIRROR

Sunanda Mohanty

Abstract Romance Others

3  

Sunanda Mohanty

Abstract Romance Others

ଦେଖିବା

ଦେଖିବା

1 min
283


ସବୁ ବେଳେ ଦେଖିବା କହି ସ୍ତ୍ରୀ ଙ୍କର ଯେକୌଣସି କଥାକୁ ଟାଳିଯାଉଥିବା ଅବିନାଶ ଆଜି ପୁଅ କଥାରେ ସମ୍ମତି ପ୍ରକାଶ କରି ସ୍ତ୍ରୀଙ୍କୁ ଧରି ଫ୍ଲାଇଟ ରେ ପୁଅ ପାଖେ ଦିଲ୍ଲୀ ରେ l

    ଦିଲ୍ଲୀର ଯେତେ ସବୁ ଜାଗା ବୁଲିଲେ ବି ମନାମାନୁ ନଥାଏ ଅଵିନାଶଙ୍କର, ସ୍ତ୍ରୀ ମାଳବିକା କିନ୍ତୁ ଭାରି ଖୁସି, ମ୍ୟାପ ଦେଖି କୋଉ ଜାଗାକୁ ଗଲେ କୋଉ ଜାଗା କୁ ଯାଇନାହାନ୍ତି ଯିବେ ର ଲିଷ୍ଟ କରି ରଖିଥାନ୍ତି 

   ଅବିନାଶ ମଧ୍ୟ ଦିଲ୍ଲୀ ର ମ୍ୟାପ ଟିଏ କିଣି କଣ ସବୁ ଦେଖି ଚାଲିଥାନ୍ତି, କୁତବ ମୀନାର, ହୁମାୟୁନ ଟଁମ୍ବ, ତାଜମହଲ, ଆକବର ଟଁମ୍ବ, ଆଗ୍ରା, ମଥୁରା, ବୃନ୍ଦାବନ, ଯନ୍ତର ମନ୍ତର ଦେଖିବା ବେଳେ କହୁଥିଲେ, ପ୍ରକୃତରେ ଏସବୁ ଜାଗା ଦେଖିସାରିବା ପରେ ପିଲାମାନଙ୍କୁ ଇତିହାସ ପଢେଇବା ଉଚିତ, ପ୍ରଫେସର ସ୍ୱାମୀଙ୍କ ମନ୍ତବ୍ୟ କୁ ହାଲକା ଭାବେ ନେଇ ସ୍ତ୍ରୀ କହୁଥିଲେ, ପୁଅ କହିଛି ଆଜି ସନ୍ଧ୍ୟାରେ ସ୍ୱାମୀ ନାରାୟଣନଙ୍କ ମନ୍ଦିର ଯିବା ଆଉ ବୋଟିଙ୍ଗ ଓ ଲାଇଟ ଶୋ ଦେଖି ଆସିବା, ତ ଅବିନାଶ କହୁଥିଲେ ନାଇଁମ ଆଜି ପାର୍ଲିଆମେଣ୍ଟ ଆଡ଼େ ଯିବା ତ ସ୍ତ୍ରୀ କହୁଥିଲେ, ହଉ ଦେଖିବା l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract