STORYMIRROR

Sunanda Mohanty

Inspirational Thriller Children

3  

Sunanda Mohanty

Inspirational Thriller Children

ଦେ ମାଆ ଶକ୍ତି ଦେ

ଦେ ମାଆ ଶକ୍ତି ଦେ

1 min
391

  ବାପା ପୁଅକୁ ଡାକ୍ତର କରିବାକୁ ଚାଁହୁଥିବା ବେଳେ ମାଆ ପୁଅକୁ ଇଞ୍ଜିନିଅର କରିବାକୁ ଚାଁହୁଥିଲେ. ଜେଜେ ନାତି ଟୋକା ଶିକ୍ଷକଟିଏ ହୋଇ ଗ୍ରାମରେ ରାହିବାକୁ ଚାଁହୁଥିବା ବେଳେ ପୁଅ କିନ୍ତୁ ପାଇଲଟ ହେବାର ସ୍ବପ୍ନକୁ ସାକାର କରିବାକୁ ସମର୍ଥ ହେଲା l

   ଆଜି ପୁଅର ପ୍ରଥମ ଉଡାଣ ଥିଲା ତ ମାଆ ଘରେ ଅଖଣ୍ଡ ଦୀପ ଜାଳୁଥିଲେ ବାପା ଶିବ ମନ୍ଦିରରେ ଜଳାଶାୟୀ କରାଉଥିଲେ ଜେଜେ ହନୁମାନ ଚାଳିଶା ବୋଲୁଥିଲେ ପୁଅ ସହ ସମସ୍ତେ ଭୁବନେଶ୍ୱର ଏରୋଡ୍ରମ ପଡିଆ ରେ ଉପସ୍ଥିତ ହେଲେ ଫ୍ଲାଇଟ ଟି ଦିଲ୍ଲୀ ଯାଇ ପୁଣି ଫେରିବ ଭୁବନେଶ୍ୱର l

ପୁଅ ସମସ୍ତଙ୍କ ଗୋଡତଳେ ମୁଣ୍ଡିଆ ମାରି ସାରି ମାଆ ଗୋଡ଼ ତଳେ ମୁଣ୍ଡିଆ ମାରି ଯେମିତି କହୁଥିଲା, ମାଆ ମତେ ଶକ୍ତି ଦେ, ସେ ସ୍ୱର କେହି ଶୁଣି ନପାରିଲେ ବି ମାଆ ଶୁଣି ପାରୁଥିଲା ଅଶ୍ରୁଳ ଆଖିରେ ଆର୍ଶୀବାଦ ଦେଉଥିଲା ମାଆ ବିଜୟୀ ହୁଅ କହି ପୁଅକୁ ଦୁଇଘଣ୍ଟାରେ ଦିଲ୍ଲୀରେ ପହଂଚି ପୁଣି ଦୁଇଘଣ୍ଟା ପରେ ପାଇଲଟ ପୁଅ ଭୁବନେଶ୍ୱର ଫେରିଥିଲା ନିର୍ବିଘ୍ନ ରେ ସଫଳ ହୋଇ ତ ପରିବାରରେ ଖୁସିର ବାତାବରଣ ଛାଇ ଗଲା ବେଳେ ମାଆ କହୁଥିଲେ ପାଇଲଟ ଭାବେ ମୋ ପୁଅ ନିଶ୍ଚୟ ଦେଶ ଓ ଜାତି ପାଇଁ ସୁନାମ ଆଣିଦେବ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational