STORYMIRROR

Lina Dhal

Tragedy

3  

Lina Dhal

Tragedy

ଡ୍ରଇଂ ଖାତା

ଡ୍ରଇଂ ଖାତା

2 mins
127

ଆଠ ବର୍ଷର ସୋନୁ। ଛୋଟବେଳୁ ଏମିତି। ବହୁତ କମ୍ କଥା କୁହେ। ଚିତ୍ର କରିବାକୁ ସେ ଭଲପାଏ। କୋଉଠୁ ଶିଖିନି। ଛୋଟବେଳୁ ଯେତେବେଳେ ପ୍ରଥମେ ରଙ୍ଗ, ତୂଳୀ,କ୍ରେୟନ ସବୁ ଦେଖୁଥିଲା ତା ଆଖିରେ ଏକପ୍ରକାର ଚମକ୍ ଦେଖାହୁଏ।ସିଏ ତା'ର ଅଧିକାଂଶ କଥାକୁ ଚିତ୍ର ମାଧ୍ୟମରେ ପ୍ରକାଶ କରେ।


ସୋନୁ ଚିତ୍ର କରିବାକୁ ଯେତିକି ଭଲପାଏ,ତା ବାବା ଙ୍କ ସହିତ ଖେଳିବାକୁ ମଧ୍ୟ ବହୁତ ଭଲ ପାଏ।ଆମ ଦିଜଣଙ୍କ ମଧ୍ୟରୁ ସେ ତା ବାବା ଙ୍କୁ ବେଶୀ କଥା କୁହେ,ସାଙ୍ଗ ଭଳି ଭାବେ।


ମୋ'ର ଆଉ ତା ବାବା ଙ୍କ ମଧ୍ୟରେ ସବୁବେଳେ ଛୋଟ ଛୋଟ କଥା କଟାକଟି ‌ହେଉହେଉ ମ‌ହାଭାରତ ଆରମ୍ଭ ‌‌ହେଲାପରେ ନିଶ୍ଚିତ କଲୁ ଅଲଗା ହେବାପାଇଁ। ସୋନୁ ମୋ ପାଖରେ ର‌ହିଲା, ଏବଂ ତାଙ୍କୁ ଅନୁମତି ମିଳିଥାଏ ସୋନୁ କୁ ଦେଖା କରିପାରିବେ ବୋଲି।


ସୋନୁ କିଛି ବୁଝି ପାରୁନଥିଲା। କିନ୍ତୁ ତା ବାବାଙ୍କର ସବୁଦିନ ଅଫିସରୁ ଆସିବା ସମୟକୁ ସେ ଅପେକ୍ଷା କରି ରୁହେ।ତା ଡ଼୍ରଇଁଖାତା, ଚିତ୍ର, ନୂଆ ଖେଳଣା, ଅନେକ କଥା ,ସମସ୍ତେ ସୋନୁ ସହିତ ଅପେକ୍ଷା କରନ୍ତି ତା ବାବା ଙ୍କୁ।


ମୁଁ ଦିନେ ତାକୁ ସବୁକଥା କହିଦେଲି। ବାବା ଆସିବେନି।ସେ ଆମଠୁ ଅଲଗା ରହୁଛନ୍ତି।


କ'ଣ ହେଲା କେଜାଣି, ସୋନୁ ଏବେ ଆଗଠୁ ଅଧିକ ଚୁପଚାପ୍ ରହୁଥିଲା। ଯେତେବେଳେ ଦେଖିବ ଡ଼୍ରଇଂଖାତା ଧରି କ'ଣ କ'ଣ ଚିତ୍ର କରୁଥିବ।


ଶନିବାର ଅଫିସ ବନ୍ଦ ଥିଲା। ମୁଁ ତା ବ‌ହିଥାକ ସଜାଡୁ ସଜାଡୁ ଗୋଟିଏ କଡ଼କୁ ତା ପ୍ରିୟ ଡ଼୍ରଇଁଖାତା ମୋତେ ମିଳିଲା। ବଡ଼ ଉତ୍ସାହ ର ସହିତ ଓଲଟାଇଲି

ପୃଷ୍ଠା ପରେ ପୃଷ୍ଠା ତା ଡ୍ରଇଂଖାତା କୁ। କେଉଁଠି ତା ବାବା ଙ୍କ କୋଳରେ ବସି ଟିଭି ଦେଖୁଛି, କେଉଁ ଚିତ୍ର ରେ ଦିଜଣ ମିଶି କ୍ରିକେଟ ଖେଳୁଛନ୍ତି, ମ୍ୟାଗି ବାବା ଙ୍କୁ ଖୁଆଇଦେଉଛି, କେଉଁଠି ସାଇକେଲ ଚଳାଉଛନ୍ତି ଦିଜଣ, କେଉଁଠି ଦିଜଣ ବଳ କଷାକଷି ହେଉଛନ୍ତି। ସବୁ ପୃଷ୍ଠା ରେ ବାବା ଙ୍କ ସହିତ ଚିତ୍ର। ମୁଁ ତ ସେ ଚିତ୍ର ରେ ଯେମିତି ନାହିଁ।ହଁ ଡ୍ରଇଂଖାତା ର ଶେଷପୃଷ୍ଠା ରେ ମୁଁ ତା ବାବା ଆଉ ସୋନୁ ମିଶି ଗୋଟିଏ କୋନରେ ପପକର୍ଣ୍ଣ ଖାଇ ଫିଲ୍ମ ଦେଖୁଥିବାର ଚିତ୍ର।କେତେ କଥା ମନେ ପକେଇ ପକାଇ ସେ ଚିତ୍ର ସବୁ ଆଙ୍କିଛି। ପ୍ରତିମୁହୂର୍ତ୍ତ ରେ ସେ ମନେ ପକାଉଛି ତା ବାବା ଙ୍କୁ। ଆଠବର୍ଷ ର ଛୁଆ କେମିତି ବୁଝିବ,ତା ଡ୍ରଇଂଖାତା ଭଳି ଜୀବନ ଏତେ ସହଜ ଆଉ ସରଳ ନୁହେଁ ବହୁତ ଜଟିଳ।


ସେ ଚିତ୍ର କରୁକରୁ କେତେ କଥା ମନେପକଉଛି ଭାବୁଭାବୁ ମୋ'ର ସବୁ ପଛକଥା ମନେପଡୁଥିଲା।ଦି ଆଖିରୁ ଲୁହ ସବୁ ବୋହି ଚାଲୁଥିଲା। ଖାଲି ଭୁଲ ସିଦ୍ଧାର୍ଥ ଙ୍କର ତ ନଥିଲା, ମୋ'ର ବି କିଛି ଭୁଲ ଥିଲା।


ମୋ ପାଇଁ ନହେଉ ପଛେ ସୋନୁ ଡ୍ରଇଂଖାତା ର ଶେଷପୃଷ୍ଠା ରେ ପ୍ରକାଶ କରିଥିବା ତା ଚିତ୍ର କୁ ସତକରିବାକୁ ନିଶ୍ଚୟ ଚେଷ୍ଟାକରିବି।



Rate this content
Log in

Similar oriya story from Tragedy