STORYMIRROR

Sunanda Mohanty

Abstract Action Inspirational

3  

Sunanda Mohanty

Abstract Action Inspirational

ଡ଼ଲି

ଡ଼ଲି

2 mins
172

କରୋନା ପରେ ପରେ ସବୁ ଠପ ହୋଇଯିବା ସହ ଠପ ହୋଇଗଲା ପାଠପଢା, ହେଲେ ସରକାର ଓ ଚିନ୍ତାଶୀଳ ବ୍ୟକ୍ତି ମାନଙ୍କ ସୁପରାମର୍ଶ କ୍ରମେ ଛାତ୍ର ଛାତ୍ରୀ ଙ୍କୁ ନେଇ କ୍ଲାସ ଅନୁଯାୟୀ ଗଠିତ ହେଲା ଗ୍ରୁପ ଆଉ ସଂଯୋଗ ହୋଇଗଲି ମୁଁ ଆଉ ସଂଯୋଗ ହୋଇଗଲା ମୋ ଫୋନେ ନମ୍ବର ପିଲାଙ୍କ ସହ ତଥା ଅଭିଭାବକ ମାନଙ୍କ ସହ, ତ କୁଆଡେ କୁଆଡେ ଚାଲିଗଲା ହ୍ବାଟସ ଆପ ନମ୍ବର ଆଉ ଆସିଲା ଅନାବଶ୍ୟକୀୟ କାଥପୋକଥନ, ଚାର୍ଟ ପାଇଁ ନିମନ୍ତ୍ରଣ, ପାଠ୍ୟଭିତ୍ତିକ ମୂଲ୍ୟବୋଧ ରହିତ ଭିଡ଼ିଓ, ତ କ୍ଷୁବ୍ଧ ଲାଗିଲେ ବି ଉପାୟ ନାହିଁ, ଅନଲାଇନ ପାଠ ପଢ଼ାରେ ପିଲାମାନେ ମଧ୍ୟ ପଚାରି ବସିଲେ ପାଠ୍ୟ ସମ୍ପର୍କିତ ନହୋଇଥିବା ପ୍ରଶ୍ନ, ତ ବାଧ୍ୟ ଦେବାକୁ, ଏମିତି କେତେ କିଏ ଅଜଣା ବ୍ୟକ୍ତି ଯୋଡି ହୋଇଗଲେ ଫୋନରେ କେବେ ଦରକାରୀ କଥପୋକଥନ ତ କେବେ ଅଦରକାରୀ ସହ ବିରକ୍ତିକର ପ୍ରଶ୍ନ ସମୂହ l

ସେଦିନ ମଧ୍ୟ ବାରମ୍ବାର ଫୋନ ଆସିଲା ଅଜଣା ନମ୍ବର ରୁ, କେତେଗୁଡିଏ ମିସ ହେଲାପରେ ବାଧ୍ୟ ହୋଇ ଫୋନ ଧରିଲି, କାଳେ ଛାତ୍ର ଛାତ୍ରୀ ଙ୍କ ସମ୍ପର୍କିତ ଅଭିଭାବକ ମାନଙ୍କର କିଛି ସନ୍ଦେଶ ଥିବ ତ, ସେପଟୁ ନାରୀ କାଣ୍ଠରେ, ଗୁରୁମା ଆପଣ କେତେ ବର୍ଷ ହେଲାଣି ଅଛନ୍ତି ଏଇ ସ୍କୁଲରେ,? ଉତ୍ତର ଦେଇସାରିବା ପରେ, ଏହା ପୁର୍ବରୁ କୋଉଠି ଥିଲେ? ବିରକ୍ତ ଲାଗିଲେ ବି କହିଦେଇଥିଲି ତ ନମସ୍କାର ଗୁରୁମା, ଆପଣଙ୍କୁ ଟିକେ ଦେଖନ୍ତି, ଆପଣ କେଡେ ସୁନ୍ଦର ଥିଲେ, ଆପଣ ମୋ ପିଠି ଆଉଁସି ତୁ ପରୀକ୍ଷାରେ ଭଲ ନମ୍ବର ରଖିବୁ କହିଥିଲେ, ଏତେକଥା ଏକ ନିଶ୍ୱାସ ରେ କହିଦେଇ ଫୋଟୋ ଖଣ୍ଡେ ମାଗୁଥିଲା ନାରୀ କଣ୍ଠରେ ସେହି ମହୀୟସୀ ମହିଳା ତ ମୁଁ ଆଶ୍ଚର୍ଯ୍ୟ ଚକିତ ରେ, କିଏ ତମେ??, ମୋ ଫୋଟୋ କଣ ହେବ ତୁମର??? 

   ମନେ ପକାନ୍ତୁ ଗୁରୁମା ଆପଣ ଆମ ବ୍ୟାଚ ମାଟ୍ରିକ ପରୀକ୍ଷାରେ ଆମ ରୁମରେ ପଡ଼ିଥିଲେ, ପ୍ରଥମ ଦିନ ଆଉ ମୁଁ ଅତିରିକ୍ତ କାଗଜ ଦୁଇ ତିନି ଖଣ୍ଡ ନେଇ ସାହିତ୍ୟ ପରୀକ୍ଷାରେ ଲେଖିଚାଲି ଥିଲି ତ ଆପଣ ଶେଷ ରେ ମୋ ପିଠି ଥାପୁଡେ଼ଇ ନିଶ୍ଚୟ ଭଲ ନମ୍ବର ରହିବ କହିଥିଲେ, ଆଜି ମୋ ଝିଅ ମୁଁହରୁ ଆପଣ ଙ୍କ ନାମ ଶୁଣି ମୁଁ ଆପଣଙ୍କୁ ଫୋନ କଲି, ଜାଣିଲି ଆପଣ ମୋ ଝିଅର ଗୁରୁମା, ମୋ ଝିଅ କେତେ ଭାଗ୍ୟବାନ, ଆପଣଙ୍କ ଭଳି ଶିକ୍ଷୟିତ୍ରୀ ପାଇଛି l

ମୁଁ ମନେ ପକାଉଥିଲି ଏମିତି ଗୋଟେ ଘଟଣା ମୋ ପ୍ରଥମ ସ୍କୁଲ ରେ ଘଟିଥିଲା କି ନାହିଁ, ଆଉ ସେ ଦୃଶ୍ୟ ସବୁ ଭାସି ଉଠୁଥିଲା, ଅନେକ ପିଲା ପଚରା ପଚରି ହେଉଥିଲା ବେଳେ ଏଇ ଝିଅଟି" ଡ଼ଲି ", ଅତିରିକ୍ତ କାଗଜ ମାଗି ଲେଖିଚାଲୁଥିଲା ତ ମୁଁ ତା ପିଠି ଆଉଁସି କହିଥିଲି ଭଲ ନମ୍ବର ରଖି ପାସ କରିବା ସହ ଭଲ ମଣିଷ ହେବ ତୁମେ, ଅସାଧୁ ଉପାୟ ଅବଲମ୍ବନ ନକରି ସାଧୁତା ର ସହ ଲେଖୁଥିବାରୁ, ଆଉ ସେ ମୋ ନାମ ପଚାରି ଥିଲା ତ ମୁଁ କହିଥିଲି ସେଦିନ l


Rate this content
Log in

Similar oriya story from Abstract