Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

pratap nayak

Tragedy


3  

pratap nayak

Tragedy


ଡିଣ୍ଡିମ

ଡିଣ୍ଡିମ

3 mins 386 3 mins 386

ପ୍ରତାପ ନାୟକ

7008054282

ଦେଖ ସନ୍ଧ୍ୟା ମୁଁ ଅନ୍ୟର ବାକଦତ୍ତା।ହୁଏତ ମୋ ଶରୀର ଓହ୍ଲେଇଛି ତୁମ ସାନିଧ୍ୟ ନେବାକୁ କେତେବେଳେ ହେଲେ ମୋ ଆତ୍ମା ଯାଇ ମୋ ପ୍ରଥମ ପ୍ରେମ ପାଖରେ।ଏଣୁ କିଛି ସମୟ ପାଇଁ ବରଂ ମୋ ଶରୀରରୁ ନେଇ ଖେଳିପାର ହେଲେ ମୋ ଆତ୍ମା ଉପରେ ଭାଗ ବସାଅନା ଯମା....

ସନ୍ଧ୍ୟା ଏକ ଲୟରେ ଚାହିଁଥାଏ, ଦିବାକରର ଆଖିକି।କାନ ତାର ପଥର।ଭଲପାଇବା ତାର ସାର୍ଥକ କି ନିରର୍ଥକ ଗଭୀର ଆଲୋଢନ ତା ମନରେ।ଲୁହର ବନ୍ୟା ଧୋଇନଉଛି ସିନା କା ଭଲ ପାଇବାକୁ ।ହେଲେ ଭଲ ପାଇବା କଣ ଦିବାକର ତାକୁ ବୁଝୋଉଛି ସେ ବି ବୁଝୁଛି ।

ବିଶ୍ୱାସ ଆଉ ପ୍ରେମ ହୁଏ ଆତ୍ମାର ମିଳନରେ ନା ଦେହର ମିଳନ।

ଗୁଡବାୟ କରିଛି ଦିବାକରକୁ ସବୁଦିନ ପାଇଁ ।ଛାଡିଛି ଦିବାକରକୁ ତା ପ୍ରଥମ ପ୍ରେମ ପାଖକୁ କିନ୍ତୁ ଏକ ତରଫା ପ୍ରେମ ତାର ତାକୁ ଶିଖେଇଛି ଜୀବନର ଅନେକ ରହସ୍ୟ।ଫିଟେଇଛି ସତ ସତ ଗଣ୍ଠି ।

ବିଶ୍ୱାସ ଋପି ଯନ୍ତ୍ରଣାର ଅନ୍ୟନାମ ଚାଲୁଣିରେ ପାଣି ଧରିରଖିବାର ବୃଥା ପ୍ରୟୋଜନିୟିତା।ମୁକ୍ତି କେବଳ ବିଶ୍ୱାସର ବିଶ୍ୱାସ।ଏମିତି କହିବାକୁ ଗଲେ ନା ପ୍ରମାଣ କରିହୁଏ ନା ଅପ୍ରମାଣ ପରେବି ବିଶ୍ୱାସକୁ ଫେରେଇ ନେଇ ହୁଏ।

ହୃଦୟରେ ଅନୁଭବିବା ବିନାପ୍ରମାଣରେ,ଆଉ ତଉଲିବା ତାକୁ କେବଳ ସେହି ବିଶ୍ୱାସ ନିକିତିରେ ....

ନିରବରେ ନିରବତା ଗର୍ଜନ ଗର୍ଜୁଥିଲା ସଭାସ୍ଥଳରେ।ହଉ ପଛେ ଛୋଟିଆ ସଭାଟି।ସଂନ୍ଧ୍ୟା ରାୟଙ୍କର ଏଇମିତି ଏକ ଯୁକ୍ତି।ତାକୁ ପ୍ରମାଣ କରିବାକୁ କେବଳ କେଇପଦ ତାଙ୍କ ମୁହଁର ଭାଷଣ।ଅଳ୍ପ ବୟସ ହେଲେବି ଅଦମ୍ୟ ମାନବତାର ପର୍ଯ୍ୟବେଖ୍ୟଣ ଭରି ରହିଥିଲା ତାଙ୍କ ଯୁକ୍ତିରେ।

କଥାଛଳରେ ପ୍ରେମୀଯୁଗଳ ଆସିଗଲେ ମୀରା ଆଉ କାହ୍ନୁ।କେବଳ ଉଚ୍ଚାଙ୍ଗ ଭଲପାଇବା ନିହିତ ବିଶ୍ୱାସର ମଜବୁତ ମାପକାଠିରେ ।ନା ଅଛି ବିବାଦ ନା ଅଛି ପ୍ରତିବାଦ।ଭଲପାଇବାକୁ ଅନୁଭବିବା ପ୍ରୀତି ରସରେ ଡୁବିଡୁବି।ଯାଣି ସୁଦ୍ଧା କଳଙ୍କିନି ରାଧା ଭାଗ ବସେଇ ସାରିଥିଲା କାହ୍ନୁର ମୋହନ ବଂଶୀରେ।ପରବାୟ ନଥିଲା ମୀରାଙ୍କ ଭଲପାଇବା ଋପି ମହାଦ୍ରୁମର।କେହି ରାଧାକୃଷ୍ଣ ପ୍ରେମକୁ ପ୍ରକୃତି ପୁରୁଷର ମିଳନ ସହ ତୁଳନା କରିଥାଇ ପାରନ୍ତି।କିଏ ବି ମାଇଁ ଭାଣଜା ପ୍ରେମକୁ ଅଟ୍ଟହାସ୍ୟର ପାହାଡ ଉପରେ ବସେଇ ନିଜକୁ ଟେକାମରା ଟୋକାକରି ଦିଅନ୍ତି ଚା ଖଟିରେ।ନା ସେଥିରେ ମରେ ରାଇକିଶୋରିର ଅଯାଚିତ ପ୍ରେମ ନା ବାୟାଣୀ ମୀରା ଭୁଲିଯାଏ ନାମ ଜପାମାଳି କାହ୍ନାର।

ଆତ୍ମା ଋପକ ଜମିଦାର ବିରାଜମାନ କରୁଥାନ୍ତି ଶରୀର ଋପକ ସିଂହାସନରେ,ଯେଉଁଠି ମନ୍ତ୍ରୀ,ସେନାପତି ,କଟୁଆଳ ଋପରେ ସଜେଇ ହେଇ ଥାଆନ୍ତି ବିବେକ ହୃଦୟ ଆଉ ମନ।ସମସ୍ତଙ୍କର ସୂଚାରୁ ସହାବସ୍ଥାନ ଅତିନ୍ଦ୍ରୀୟରେ ପହଁଞ୍ଚେଇଦିଏ ମାନବତ୍ମାକୁ।ମାନବତ୍ମା ମଧ୍ୟରେ ମାନବତ୍ମାର ମିଳନରୁ ହିଁ ଜନ୍ମଦିଏ ବିଶ୍ୱାସ ଋପି ପୁରୁଷ ।ଯିଏକି ନିଜର ପୌରୂଷତାରେ ଜାଜୁଲ୍ୱମାନ କରେ ସଚରାଚରକୁ।ଏଣୁ ସିଂହାସନ ଋପି ଶରୀର ଆଉ ତା ଉପରେ, ଆରୋହଣ କରୁଥିବା ଜମିଦାର ଋପି ଆତ୍ମାକୁ ଯିଏ ଅଲଗା ନଦେଖି ଏକ ଋପରେ ଦେଖେ,ସେ ହିଁ ବିଷୟାବିଷରେ ଘାରିହୋଇ ଅବିଶ୍ୱାସର ବିଷ ବୁଣେ ବିଶ୍ୱାସ କିଆରିରେ।ଜଳେ ସାରା ଜୀବନଯାକ ।ଜଳାଏ ବି ତା ଭଲ ପାଇବାକୁ ତା ପ୍ରେମକୁ ତା ବିଶ୍ୱାସକୁ ।ପ୍ରିତୀ କୁଞ୍ଜବନରୁ ବାହାରି ପାରେନାତ ।ପୁଣି ପ୍ରିତୀ ପସରାକୁ ଚୁମି ବି ପାରେନା।

ଯେମିତି ମୁଁ ସନ୍ଧା ରାୟ ନିଜେ।ଅନର୍ଗଳ ଭାଷଣ ଦେଉଥିବା ସଂନ୍ଧା ଭଲ ପାଇ ବସିଲା ଦିବାକର ଋପି ସୁଢଳ ପୁରୁଷକୁ ।ସାଂଗ ହେଇ ବୁଲିଲା ବୁଲେଇଲା କେତେ ବଣ ଜଂଗଲ ପାହାଡ ପର୍ବତ ନଦୀ ଝରଣା ବର୍ଷା ଶୀତ କାକର ଆଉ ହାହୁତାଶନ ଖରାବେଳରେ ଉଷୁମ ଭଲପାଇବା କିଣିଲା ହାଟରୁ ।ଦେଲା ଦିବାକରକୁ ନେଲା ବି ତା ଭାଗ ଟିକକ ଭଲ ପାଇବାକୁ କିନ୍ତୁ ସେ ଯାଣିଥିଲା ଦିବାକରର ପ୍ରଥମ ପ୍ରେମ ଯେ ସକାଳ। ଆଉ ସେ ଅନେକ ଥର ଦିବାକରକୁ ଅନୁଭବିଛି ଝୁରୁ ଥିବାର ସକାଳକୁ .....ଏମିତି ସଂଧ୍ୟାର ବାହୁ ବେଷ୍ଟନୀରେ ଥିଲାବେଳେ ମଧ୍ୟ ।

ନିଜ ଭଲ ପାଇବା ଉପରେ ପାହାଡ ପାହାଡ ବିଶ୍ୱାସ ସଂନ୍ଧ୍ୟାର ।ଏଣୁ ଅନୁମତି ଦିଏ ଦିବାକରକୁ ଯା ସଂପର୍କରେ ଥା ସକାଳ ସହ।ବେଳେବେଳେ ସକାଳ ତାକୁ ଉପେଖ୍ୟା କରେ କିନ୍ତୁ ଦିବାକରର ଭଲପାଇବା କମେନା ବରଂ ବଢିବଢି କନ୍ଦାଏ ସଂଧ୍ୟାକୁ ,କଷ୍ଟଦିଏ ଛାତିର କେଉଁ ଏକ ନିଭୃତ କୋଣକୁ।ଅସୁମାରୀ ଢେଉକୁ ଚାପିରଖେ ସନ୍ଧ୍ୟା ,ମୁକ୍ତିଦିଏ ନିଜ ଭଲ ପାଇବାକୁ।

ହୃଦୟ ତାର ଚିରିଚିରିଯାଏ।ସବୁଦିନ ଦିବାକର ଭେଟ କରେ ସକାଳକୁ ପ୍ରାଚୀର ସୁଲୁସୁଲିଆ ଝରକା ଦେଇ ,ଆଉ ଯେତେବେଳେ ସକାଳ ତା କମନୀୟ କାନ୍ତି ହରେଇ ବସେ,ସେତେବେଳେ ଦିବାକର ରାଗେ ଋଷେ ଯେତେବେଳ ଯାଏ ସନ୍ଧ୍ୟା ତାକୁ ଆଦରି ନନେଇଛି .....ଗେଲ ନକରି ଦେଇଛି!

ଗୁମସୁମ୍ ଦିବାକର ଆଉ ସନ୍ଧ୍ୟା ରାୟ ବି ।ନିରବ ମଧ୍ୟ ସଭା।କେହି ହସନ୍ତିନି କେହି ମାନ ଅଭିମାନ ବି କରନ୍ତିନି।

ସନ୍ଧ୍ୟା ଫେରିଯାଏ କିନ୍ତୁ ଦିବାକରକୁ ଘୋଡେଇ ଦେଇ କଳା ଚଦର ରାତ୍ରୀରାଣୀଠୁ ଚୋରେଇ,ଆଉ ବିଶ୍ୱାସ ଦିଏ ବରଂ ତୁ ମତେ ଛାଡିଦେ ,ଜଡେଇ ନରଖ ତୋ ଉଷୁମ ଛାତିରେ ମୁଁ କିନ୍ତୁ ଚାନ୍ଦ ଦୀପ ଜାଳେ ତୁ ଦିବାକର ତୁ ପାଇ ଯା ତୋ ପ୍ରଥମ ପ୍ରେମ ତୋ ପ୍ରଥମ ପରଶର ଅପୂର୍ବା ସକାଳକୁ ।ତୁ ହୋ ନଟଖଟିଆ କାହ୍ନା ସକାଳ ହେଉ ପ୍ରେମ ମୟୀ ରାଧା ମୁଁ ବାଇ ବାଇ ତୋ ନାମ ମୀରା ତ ହେଇ ପାରିବି?ନ ଦେ ପ୍ରେମ ନ ଦେ ଭଲ ପାଇବା ।ଧରିନେବି ମୁଁ ଭଲ ପାଇଛି ତୋ ଶରୀରକୁ ତୋ ଆତ୍ମାକୁ କିନ୍ତୁ ତୋ ଶରୀରତ ମୋ ସହ ବେଳେବେଳେ ମିଶେ ହେଲେ ତୋ ଆତ୍ମା ରହିଥାଏ ସେହି ମତୁଆଲା ସକାଳର ପାଶେ।ଯାହାକି ମୁଁ ସହି ପାରେନା ସନ୍ଧା ରାୟ ସହିପାରେନା ।ଲୁଚେ ଯାଇ ରାତ୍ରୀର କାଳ କୋଠରୀରେ ଯେଉଁଠି ଦିବାକର ଖୋଜୁଥାଏ ସକାଳକୁ ତମ୍ନତନ୍ନ ରାତ୍ରୀର ସେହି ଅନ୍ଧାରୁଆ ଆଖି ଭିତରେ....

ବିଶ୍ୱାସର ଗଳିରେ,ଧାବମାନ ଆତ୍ମାର ବନ୍ଧନ ଯେ କେତେ ଦୃଢ ,ଡିଣ୍ଡିମ ଆଜି ହାଟରେ ବାଟରେ ବିଲରେ ବାଡରେ।


Rate this content
Log in

More oriya story from pratap nayak

Similar oriya story from Tragedy