Sunanda Mohanty

Abstract Action Classics

4  

Sunanda Mohanty

Abstract Action Classics

ଡେଙ୍ଗାଲୋକର କାହାଣୀ

ଡେଙ୍ଗାଲୋକର କାହାଣୀ

3 mins
4


ଆଫ୍ରିକା ମହାଦେଶର ଏକ ଗାଁର ପାହାଡ଼ ତଳେ ଠିଆ ହୋଇ ଡାକିଲା ସୁକୁରୁ ଗୁରେଇ ଗୁରେଇ. ପ୍ରତିଧ୍ୱନିତ ହେଲା ପାହାଡ଼ର ଆରପାଖରୁ. ଗୁରେଇ ଗୁରେଇଇ.. ଇ ଇ. ଗୁରେଇ କାନ୍ଧରେ ପିଲାଟାକୁ ବାନ୍ଧି ଜମିରୁ ଶାଗ ତୋଳୁଥିଲା ଆଉ ସୁକୁରର ଉତ୍ତର ଦେବାକୁ ଯାଇ ଡାକିଲା ସୁ.. କୁ.. ରୁ. ତାହା ମଧ୍ୟ ଏପଟକୁ ପ୍ରତିଧ୍ୱନିତ ହେଉଥିଲା ଯେବେ ସୁକୁରୁ ଦୁଇ ଗୋଡ଼ରେ କୌଶଳରେ ବାଡ଼ି ବାନ୍ଧି ଡେଙ୍ଗା ମଣିଷ ହୋଇ ଉଣ୍ଡୁଥିଲା ତା ପ୍ରିୟତ୍ତମାକୁ. ଗୁରେଇର ଜବାବରେ ସୁକୁରୁ ଆଉ ପ୍ରତ୍ୱ୍ୟୁତ୍ତର ନଦେବାରୁ ଗୁରେଇ ପାହାଡ଼ର ଆରପାଖେ ତଳକୁ ଆସି ସୁକୁରୁକୁ ଚମକେଇ ଦେବାକୁ ଅଣ୍ଟା ସଳଖିଲା. ଛୁଆଟାକୁ ପିଠି ଉପରକୁ ଟେକି ଦେଇ ଏପଟକୁ ଆସି ଦେଖେତ ସୁକୁରୁ ଖୋଲା ଜିପରେ ବସି ଚାଲିଯାଉଛି. କୁଆଡେ ଯାଉଛି ତା ସୁକୁରୁ? ହାତ ହଲେଇ ହଲେଇ ସୁକୁରୁ କହୁଥିଲା ବାବୁମାନଙ୍କ ସଙ୍ଗେ ଓଡିଶା ଯାଉଛି. ଏଠୁ ଜିପରେ ଯାଇ ଟ୍ରେନ ଧରିବୁ ଆମେ. ପଞ୍ଚୁଦୋଳ ଓ ଦଶଦୋଳରେ ପ୍ରସେସନରେ ଡେଙ୍ଗାମଣିଷ ହୋଇ ବାହାରିବି. ଢେର ପଇସା ନେଇ ଫେରିବି. ଶେଷ ଶବ୍ଦ ଗୁଡା ଯେମିତି ପାହାଡ଼ ତଳେ ପିଟି ହୋଇ ଫୁଲଝରି ସୃଷ୍ଟି ହେଉଥିଲା. ସୁକୁରୁ ଯାଉଛି ଓଡିଶା ଖେଳ ଦେଖାଇ ବହୁତ ପଇସା ଆଣିବର ଭାବନାର ରଙ୍ଗ ଫୁଲଝରିରେ ଘୁଣ ଲାଗିଗଲା. ଦିନ ଯାଇ ରାତି ଆଡୁଥିଲା, ମାସ ଯାଇ ବର୍ଷ ବିତୁଥିଲା ହେଲେ ସୁକୁରୁ ଫେରୁ ନଥିଲା ।

   ଓଡିଶାରେ ଆଫ୍ରିକା ଭଳି ଜଙ୍ଗଲ ନଥିଲା ସତ ହେଲେ ବାର ମାସରେ ତେର ଯାତ୍ରାରେ ଡେଙ୍ଗା ମଣିଷ ହୋଇ ବାହାରିବାରେ ଯେଉଁ ଆନନ୍ଦ ମିଳୁଥିଲା ଓ ତା ସାଙ୍ଗକୁ ସମ୍ମାନ ଓ ପଇସା. ସୁକୁରୁ ଭୁଲିଗଲା ତା ଦେଶର ଜଙ୍ଗଲ ପାଖ ପାହାଡ଼ରେ ତା ନାମ ଧରି କେହି ଡାକୁଛି ଓ ତାହାର ପ୍ରତିଧ୍ୱନି ସେଇ ବିରାଟ ବିରାଟ ମୁଣ୍ଡିଆ ତଳେ ମାଟିରେ ମିଶି ଯାଉଛି. ସୁକୁରୁ ଉପରେ ନଜର ପଡିଲା ମଠ ମହନ୍ତଙ୍କର. ଦେହ ମୁଣ୍ଡ ଆଉ ଭଲ ରହୁନି. ଆଫ୍ରିକା ଜଙ୍ଗଲର ଆଦିବାସୀ ସୁକୁରୁ ପାଖରେ ରହିଲେ ତାଙ୍କ ସେଵା ପୂଜା କରିବା ସହ ବାରମାସରେ ତେର ଧର୍ମୀୟ ଯାତ୍ରା ଯଥା ଝୁଲଣ, ଦୋଳ, ଚନ୍ଦନ, ରଥଜାତ,ଗଣେଷ ପୂଜା, ସରସ୍ବତୀ ପୂଜା, ଲଷ୍ମୀପୂଜା ଓ ଦୁର୍ଗାପୂଜା ଇତ୍ୟାଦିରେ ଡେଙ୍ଗା ମଣିଷକୁ ଦେଖିବାକୁ ଲୋକଙ୍କର ଯେଉଁ ଆନନ୍ଦ ସୁକୁରୁକୁ ରଖିନେଲେ ଦୁଇଟି କାମ ହୋଇଯିବ. ଏବେ ତ ସୁକୁରୁ ଆଉ ଆଦିମାନବ ପରି ରହିନାହିଁ ବରଂ ସହରୀ ସଭ୍ୟତାର ଗନ୍ଧରେ ଆଜି କାହିଁକି କେଜାଣି ଗୁରେଇ ମନେ ପଡୁଛି. ପ୍ରକୃତିରେ ଆମ୍ବ ବଉଳର ମହକ ତାକୁ ହାତଠାରି ଗୁରେଇ ଦେହରେ ରଙ୍ଗ ଲଗାଇବାକୁ ଇଶାରା ଦେଉଛି ଯେମିତି. ରାତି ପାହିଲେ ଦୁର୍ଗା ପୂଜା. ପୁଣି ଭସାଣୀ . ଡେଙ୍ଗା ମଣିଷର ଘଣ୍ଟା ଘଣ୍ଟା ଘଣ୍ଟନାଦ ଦେଖିବାର ଉତ୍ସାହ କିଏ ଦେଇପାରିବ! ହେଲେ ସୁକୁରୁକୁ ଦେଖାଯାଉଥିଲା ସୋରିଷ ଫୁଲର ହଳଦିଆ କ୍ଷେତ. ତା ପାଖେ ସୂର୍ଯ୍ୟମୁଖୀ ଫୁଲ ପୁଣି ଅଳସୀ ଫୁଲ ସହ ମହୁଲି ନିଶାରେ ତାକୁ ଖାଲି ଗୁରେଇ ଦେଖା ଯାଉଥିଲା. ପୁଅର ମୁହଁ ନାଚୁଥିଲା. ପିଲା କାଖେଇ ଗଭାରେ ଫୁଲ ହାର ପିନ୍ଧିଥିବା ସ୍ତ୍ରୀ ଲୋକଟା ନିଶ୍ଚୟ ଗୁରେଇ. ତାକୁ ଖୋଜି ଖୋଜି ହୃଦୟର ଡାକ ଶୁଣି ସେ ଚାଲିଆସିଛି ସୁଦୂର ଦେଶକୁ ।

   ଡେଙ୍ଗା ମଣିଷଟା ଅଚାନକ ଗେଡା ହୋଇଗଲା. ପୁଅକୁ ଗୋଟିଏ ହାତରେ ଗୁରେଇ କୋଳରୁ ଉଠେଇ ନେଇ ଗେଲ କରିଚାଲିଲା ସୁକୁରୁ . ସ୍ତ୍ରୀ ଲୋକଟା ପାଟି କରିଉଠିଲା. ଗୁରେଇ କାହିଁକି ପାଟି କରୁଛି ବୁଝିବା ପୂର୍ବରୁ ଡେଙ୍ଗା ଲୋକ ହୋଇଥିବା ସୁକୁରୁ ସିନା ଗେଡା ହୋଇଗଲା କିନ୍ତୁ ଗେଡି ଗୁରେଇ ଡେଙ୍ଗା ହୋଇ ପୁଅକୁ ଛଡ଼ାଉ ଛଡ଼ାଉ ସୁକୁରୁ ଛାତିରେ ବନ୍ଦୀ ହୋଇଗଲା. କିଏ କିଛି ବୁଝିବା ପୂର୍ବରୁ ଡେଙ୍ଗା ଲୋକଟା ଠେଙ୍ଗା ପ୍ରହାର ଖାଇ ଖାଇ ଖାଲି ଉଚ୍ଚାରଣ କରୁଥିଲା ଗୁରେଇ ଗୁରେଇ ହେଲେ ପାହାଡ଼ ସେପାଖୁ ପ୍ରତିଧ୍ୱନି ବଦଳରେ ତା ମୁଣ୍ଡରୁ ରକ୍ତ କାହିଁକି ଝରି ଯାଉଥିଲା ସେ ବୁଝିପାରୁନଥିଲା. ଗୁରେଇ ସତେ ଯେମିତି କିଛି କହୁଥିଲା ହେଲେ ସୁକୁରୁ ଆଖି ମୁଜି ହୋଇ ଆସୁଥିଲା ।

   ସୁକୁରୁ ସ୍ବପ୍ନ ଦେଖୁଥିଲା.ଦୁର୍ଗା ଦେବୀ ନାମ୍ନୀ ଯୋଉ ମୂର୍ତ୍ତି ସେ ଗଢିଥିଲା ସେ ଜୀବନ୍ତ ହୋଇ ତାକୁ ଆଉଁସି ଦେଉଛନ୍ତି. ଏବେ ତା ଅବଶ ନିସ୍ତେଜ ଶରୀରରେ ଅପୂର୍ବ ଶକ୍ତି, ସ୍ପୁର୍ତ୍ତି.ସମସ୍ତଙ୍କ ଭଳି ମାଆ କହି ତାଙ୍କ ଗୋଡ଼ତଳେ ପଡୁ ପଡୁ ଉଠାଇ ନେଲେ ମାଆ. ଜେଲର ସେହି ଛୋଟିଆ ହସ୍ପିଟାଲ ଚାରିକାନ୍ଥରୁ ତାକୁ ମୁକୁଳେଇ ଘେନିଗଲେ ଷ୍ଟେସନ. ଯୋଉଠି ଦିନେ ସେ ତା ଦେଶରୁ ଆସି ଅବତରଣ କରିଥିଲା.କିନ୍ତୁ ଏହି ସ୍ଥାନ ତା ଦେଶ ଆଫ୍ରିକା ନଥିଲା ବରଂ ମାଲକାନାଗିରିର ବଣ୍ଡା ଜାତି ବାସ କରୁଥିବା ଗାଁ ଥିଲା. ଯୋଉଠି ପ୍ରାୟେ ଷାଠିଏ ହଜାର ବର୍ଷ ପୂର୍ବରୁ ଆଫ୍ରିକାରୁ ଆସିଥିବା ସରଳ ଅଧିବାସୀମାନେ ବସବାସ କରୁଥିଲେ. ଜୀବନ ଶୈଳୀ ଯାହାର ଅତ୍ୟନ୍ତ ସରଳ ଓ ନିରାଡମ୍ବର ଥିଲା. ପାଟି କରି ଉଠି ବସିଲା ସୁକୁରୁ. ଜେଲ କର୍ତ୍ତୃପକ୍ଷ ତା ଦୁଃଖ ବୁଝିଲେ ସତକୁ ସତ ଟ୍ରେନରେ ଛାଡ଼ିଦେବାର ବ୍ୟବସ୍ଥା କରିଦେଇ ମାନବିକତାର ପରିଚୟ ଦେଇଥିଲେ ।



Rate this content
Log in

Similar oriya story from Abstract