STORYMIRROR

ଦୀପଙ୍କର ଦାସ

Tragedy Inspirational

3  

ଦୀପଙ୍କର ଦାସ

Tragedy Inspirational

ଡାକ୍ତରଖାନାର ଜୀବନ

ଡାକ୍ତରଖାନାର ଜୀବନ

2 mins
440

ଜୀବନ ମାନେ କଣ??

ସେ କଣ କେବଳ ଯନ୍ତ୍ରଣାମୟ??

ଏମିତି ଭାବି ଭାବି ଗୋଟେ ଜାଗା ଗଲି ଆଉ ଜୀବନର ମାନେ ମୁଁ ବୁଝିଗଲି।

ଏଇ ଦେଖ ପାଖ ବେଡ୍ କୁ କାଲି ସିଏ ଜଣେ ଉଦ୍ୟୋଗପତି ଥିଲା

ଆଜି ଡାକ୍ତରଖାନାରେ ଶୋଇଛି ତା ପାଖ ବେଡ୍ କୁ ବି ଦେଖୁଥିବ ସେ ରାସ୍ତା କଡ଼ର ଭିକାରୀ ସେ ବି ସମାନ ଛାତ ତଳେ ଶୋଇଛି

ଜୀବନ ଦେଖ କେତେ ରଙ୍ଗ ହୀନ ଖାଲି ଧଳା ଧଳା କାନ୍ଥ ହିଁ ଅଛି ସେ ମାଉସୀ କହୁଛି ଶୁଣ ମୋତେ ବାହାରକୁ ଛାଡ଼ କିମ୍ବା ମରିବାକୁ ଦିଅ ମୋ ଜୀବନ ରଙ୍ଗହୀନ ଖାଲି ବେଡ଼ରେ ଶୋଇ ଶୋଇ ଜୀବନ କାଟୁଛି କେତେ ଆଖି ଦେଖ ବହୁତ୍ ଦିନରୁ ଉଜାଗର ଅଛି ଆଉ କିଏ ମୃତ୍ୟୁ ମାଗୁଛି ହେଲେ ସହଜରେ କଣ ମିଳୁଛି ତାଙ୍କୁ ଦେଖ ସେ ଜଣେ ଆଇଏଏସ୍ ର ବାପା କାନ୍ସର୍ ରୋଗରେ ପୀଡ଼ିତ ଅଛି ଆଉ କାର୍ଯ୍ୟ ବ୍ୟସ୍ତ ପୁଅ ମୃତ୍ୟୁ ସମୟ ରେ ବି ସାଥ ଛାଡ଼ିଛି ଆଉ ଡାକ୍ତରଙ୍କୁ ବିଡା ବିଡା ଟଙ୍କା ଦେଇ କହିଛି ବାପାଙ୍କୁ ବଞ୍ଚାଇ ଦିଅ ମୋର କାମ ଅଛି ମୁଁ ଆସୁଛି ଏଇ ଦେଖ ସେ ଚାଚା ଙ୍କୁ କାଲି ହିନ୍ଦୁ ମୁସଲିମ ଦଙ୍ଗାରେ ହଣା ଖାଇ ଏଠି ଶୋଇଛି କିଛି ଅଙ୍ଗ ଅଛି କିଛି ଗାୟେବ ହୋଇଯାଇଛି କିନ୍ତୁ ସେ ଜଣେ ବ୍ରାହ୍ମଣ ବେଡ୍ ପାଖରେ ଶୋଇଛି ଜୋରରେ ପାଟି ଶୁଭିଲା,

ମୁଁ ପଚାରିଲି କଣ ହେଲା ଆୟା କହିଲା ବେଡ୍ ନମ୍ୱର୍ ୨୫ର ରୋଗୀ ମରିଯାଇଛି ଆଉ କିଛି ଶବର ଘର ଲୋକ ମିଳୁନାହାନ୍ତି

ପୋଷ୍ଟ ମୋଟମ ରୁମରେ ସେମିତି ଶୋଇଛି ପଛରୁ ହସର ଗୋଟେ ଲହର ଆସୁଛି ଜାଣିଲି କାହାର ଗୋଟେ ପୁଅ ପିଲା ଟିଏ ହୋଇଛି ଆଉ କିଏ ପୁଣି ଝିଅ ଜନ୍ମ ଯୋଗୁଁ ଉଦାସ ହୋଇବସିଛି ସମସ୍ତେ ଜଣଙ୍କୁ ଖୋଜୁଛନ୍ତି ମୁଁ ବୋଧେ ଭାବିଲି ସେ ଭଗବାନ

ପରେ ଜାଣିଲି ଜଣେ ମଣିଷ ଭଗବାନ ଆସନ ପାଇଛି

ଡାକ୍ତର ବାବୁ ନାଆରେ ଜଣା ଯାଉଛି ଖାଇବା ଠାରୁ ଔଷଧ ବେଶୀ ବଞ୍ଚିବା ଠାରୁ ଚିନ୍ତା ବେଶୀ କିଛି ଜୀବନ କିଛି ମୃତ୍ୟୁ ସବୁ ବନ୍ଧୁ ନାହିଁ ଶତ୍ରୁ ନା ଅଛି ଧନୀ ଗରୀବର ଭାବନା ନା ସାନ ବଡ଼ ଜାତିର ଧର୍ମର ଭାବନା ଆମେ ସବୁ ଏକ ଗୋଟେ ହିଁ ବାର୍ତ୍ତା ବହନ କରୁଛି ଟଙ୍କାରେ ସବୁ ମିଳେ ନା ଏଇ ବାର୍ତ୍ତା ବି କହୁଛି ଏବେ ବୁଝିଲ ଜୀବନ ମାନେ କଣ?? ଆଉ ତୁମ ଜୀବନ କେତେ ସୁନ୍ଦର ତାଙ୍କ ଅପେକ୍ଷା ଯଦି ବୁଝି ପାରିବନି କେବେ ବି ଯିବ ଡାକ୍ତରଖାନା ତୁମେ ସବୁ ପ୍ରଶ୍ନର ଉତ୍ତର ପାଇଯିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy