Pramod Kumar Jena

Inspirational

4  

Pramod Kumar Jena

Inspirational

ଦାୟିତ୍ୱ

ଦାୟିତ୍ୱ

2 mins
507



       କ’ଣ ଗୋଟେ ପାଠ ପଢି ଚାକିରି କରି ଦେଇଛନ୍ତି ଯେ ଇନ୍ଦ୍ର ଚନ୍ଦ୍ର ମାନୁନାହାନ୍ତି l କ’ଣ ବା ଭୁଲ କହିଲେ ? ଶାଶୁ ଶ୍ୱଶୁରଙ୍କ ସେବା କରିବା ବୋହୁର ଧର୍ମ l ସକାଳୁ ସକାଳୁ ମୁଣ୍ଡଟା ଖରାପ କରି ସାରିଲାଣି l ସେ ଝଗଡା କଥା ମନେ ପଡିଲା ବେଳକୁ ମନଟା ଖରାପ ହେଇଯାଉଛି l ଘରକୁ ଯିବାକୁ ଇଚ୍ଛା ହେଉନି l କହିବାକୁ ଗଲେ ତାଙ୍କର ଟିକେ ଦୋଷ ଅଛି l ଯାହା ସାଙ୍ଗରେ ଟିକେ ମନୋମାଳିନ୍ୟ ହୋଇଯାଏ, ସିଏ ତା ମୁହଁକୁ ଚାହିଁପାରନ୍ତିନି l ଭୋକ କିନ୍ତୁ ଲାଗିଲାଣି l ଏକା ଖାଇବାର ଅଭ୍ୟାସ ନାହିଁ l କେତେ ସମୟ ପାର୍କରେ ବୁଲିବେ ? ୱାଚମ୍ୟାନ୍ ହ୍ୱିସିଲ୍ ମାରିଲାଣି l ପାର୍କ୍ ବନ୍ଦ ହେବା ସମୟ ହୋଇଗଲାଣି l ଫେରିବାକୁ ବାଧ୍ୟ l


ପାର୍କରୁ ଗାଡିଟା ବାହାର କରି ଘରମୁଖା ହେଲେ l ବେଶି ଦୂର ନୁହେଁ l କିନ୍ତୁ ଆଜିକାଲି ଏତେ ଟ୍ରାଫିକ୍ ହୋଇଯାଇଛି ଯେ, ଅତି କମରେ ଘଣ୍ଟାଏ ଲାଗିବ l ଘରେ ପହଞ୍ଚି ଗାଡିଟାକୁ ଗ୍ୟାରେଜରେ ରଖିଦେଲେ ପ୍ରଦୀପ୍ ବାବୁ l ହାତ ଘଡିକୁ ଦେଖନ୍ତି ତ ସାଢେ ଦଶ l ଝିଅ ଆସି କବାଟ ଖୋଲିଲା l ପ୍ରଦୀପ୍ ବାବୁ ପଚାରିଲେ, ‘ମମ୍ମି’? ମମ୍ମି ଜେଜେମାଆଙ୍କ ପାଖରେ l ଉପରକୁ ଯାଇ ଦେଖନ୍ତି ତ ଶିଖା ବୋଉ ଗୋଡରେ ତେଲ ଘଷୁଛି l ଆଉ ବୋଉ ଆରାମରେ ଶୋଇଛି l ଆରେ ଏଇ କଥାକୁ ନେଇ ଏତେ ଯୁକ୍ତି ତର୍କ l ଏ ପୁଣି କି କଥା ? କିଛି ନ କହି ଧୁଆ ଧୋଇ ହେଲେ l


       ଶୋଇବା ବେଳକୁ ପଚାରିଲେ, ଶିଖା ! ଏଇ କଥା ପାଇଁ ମୋ ସାଙ୍ଗେ ଯୁକ୍ତିତର୍କ କରୁଥିଲ l ଏବେ ନିଜେ ବୋଉ ଗୋଡରେ ତେଲ ମାଲିସ୍ କରୁଛ ?

ଅସୁବିଧା କ’ଣ ହେଲା ? ମୁଁ ଯେତେବେଳେ କହିଲି, ଶାଶୁର ସେବା କରିବା ବୋହୁର ଧର୍ମ, ସେତେବେଳେ ବିରୋଧ କଲ କ’ଣ ପାଇଁ ?

ସେଥିପାଇଁ l ମାନେ ତୁମମାନଙ୍କର ମାନସିକତା ପାଇଁ l ସମସ୍ତେ ଭାବନ୍ତି, ଝିଅମାନଙ୍କର ଧର୍ମ ମାଆବାପାଙ୍କର ସେବା କରିବା, ବୋହୁମାନଙ୍କର ଧର୍ମ ଶାଶୁମାନଙ୍କର ସେବା କରିବା l ଆଉ ପୁଅମାନେ କ’ଣ କରିବେ ? ସେଇଟା ହିଁ ଭୁଲ ମାନସିକତା l ଯେମିତି ମାଆବାପାଙ୍କର ସେବା କରିବା ପୁଅ ଝିଅ ଉଭୟଙ୍କର କାମ, ସେମିତି ଶାଶୁ-ଶ୍ୱଶୁରଙ୍କ ସେବା କରିବା ପୁଅ ବୋହୁ ଉଭୟଙ୍କର କାମ l ଯେ ପର୍ଯ୍ୟନ୍ତ ଏ ମାନସିକତା ନ ବଦଳିଛି, ସିଏ ମୋ ବାପା ବୋଉ ହୁଅନ୍ତୁ କି ତୁମ ବାପା ବୋଉ ହୁଅନ୍ତୁ, ସମସ୍ତଙ୍କୁ କଷ୍ଟ ସହିବାକୁ ପଡୁଛି l ସେମାନେ ସମସ୍ତେ ବୟସ ହେଲେ ଆମମାନଙ୍କ ସାହାଯ୍ୟ, ସହଯୋଗ ଚାହାନ୍ତି l ଆମକୁ ଚିନ୍ତାଧାରାରେ ପରିବର୍ତ୍ତନ କରିବାକୁ ପଡିବ l ନହେଲେ ଆମ ପିଲାମାନେ କ’ଣ ଶିଖିବେ ? ଆମେ ପୁଣି ଦିନେ ବୁଢା ବୁଢୀ ହେବା l



Rate this content
Log in

Similar oriya story from Inspirational