PRANATI MAHAPATRA

Tragedy Inspirational

5.0  

PRANATI MAHAPATRA

Tragedy Inspirational

ଦାୟୀ କିଏ

ଦାୟୀ କିଏ

4 mins
301



ଆଲୋକର ପର୍ବ ତଥା ଆନନ୍ଦ ଉଲ୍ଲାସର ମହାପର୍ବ ଦୀପାବଳି ଅମାବାସ୍ୟା ଖୁବ୍ ଧୁମଧାମରେ ସାରା ସହର ବହୁତ ରାତିଯାଏ ପାଳନ କରି ବିଳମ୍ବିତ ରାତିରେ ନିଦ୍ରା ଦେବୀ କୋଳରେ ଶାନ୍ତି ରେ ଶୋଇଥାନ୍ତି ସମସ୍ତେ।ହଠାତ ବଡି ସକାଳୁ ସକାଳୁ ରାଧୁ ମାଆ ଡକା ପକେଇଲା,ରେ ମୋ ସଂସାର ଭାସିଗଲା ରେ।କିଏ ଟିକେ ମୋତେ ସାହାଯ୍ୟ କର।ଖୁବ୍ ବଡ଼ ପାଟିରେ ପାଗେଳି ଭଳି ଏମିତି କହୁଥାଏ।


ମୁଁ ବି ନିଘୋଡ଼ ନିଦରେ ଶୋଇଥାଏ।ମାଆ ମୋର ମୋତେ ସେତେବେଳକୁ ତିନି ତିନି ଥର ଡାକି ଗଲାଣି।ମୁଁ ନ ଉଠିବାରୁ ମୋ ମାଆ ମୋତେ ଟାଣି ଘୋଷାଡି ଉଠେଇଲା।ଆରେ ଅଭି ,ଆରେ ଉଠ ରେ।ସେ ରାଧୁ ମାଆ କାହିଁକି ଏମିତି ବିକଳ ହୋଇ ଡାକୁଛି, ଟିକେ ଯାଇ ଦେଖି ଆସେ। ଗୋଟିଏ ସ୍ଥାନରେ ରହିଛନ୍ତି ଯେତେବେଳେ ଅନ୍ୟର ବିପଦ ଆପଦରେ ସମସ୍ତେ ସମସ୍ତଙ୍କୁ ତ ସାଧ୍ୟମତେ ସାହାଯ୍ୟ ସହଯୋଗ କରିବା ନା।

ଟିକେ ଯାଆ,ଦେଖି ଆସେ କଣ ହୋଇଛି। ଏସବୁ କଥା ମାଆ ମୁହଁରୁ ଶୁଣି ଧଡକିନା ବିଛଣାରୁ ଉଠି ବସିଲି।ବେସିନରେ ମୁହଁ ହାତ ଧୋଇ ବାହାରି ଗଲି ରାଧୁ ଘରକୁ।

ସେଠାରେ ଦେଖିଲି ରାଧୁର ବାପାଙ୍କ ଦେହ ଅତ୍ୟନ୍ତ ଖରାପ।


ରାଧୁ ମାଆଙ୍କୁ ଖୁଡି ବୋଲି ଡାକେ। ପଚାରିଲି ଖୁଡୀଙ୍କୁ। ଖୁଡୀ ,ଦାଦାଙ୍କର କଣ ହୋଇଛି। ଖୁଡୀ କହିଲେ, କଣ କହିବିରେ ବାପ,ରାତି ଦୁଇଟାରୁ ତ ଦେହ କଣ ହେଉଛି ହେଉଛି ଯେ,ଖାଲି ଛାତି ମୁଣ୍ଡ କହି ଯନ୍ତ୍ରଣା ପାଉଛନ୍ତି। ଏଇ ରାତି ୪ଟା ପାଖରୁ ବେଶୀ ହେଉଛି। ତାଙ୍କୁ ଟିକେ ଡାକ୍ତରଖାନା ନେଇ ଯାଆନ୍ତୁ ପୁଅ। କଣ କରିବି ,ତାଙ୍କ ଯନ୍ତ୍ରଣା ଆଉ ସହି ପାରୁନି। ଏସବୁ ଶୁଣିବା ଭିତରେ ମୁଁ ଶହେ ଆଠ ଆମ୍ବୁଲାନ୍ସକୁ ଫୋନ କରି ସାରିଥାଏ।


ଆମ୍ବୁଲାନ୍ସ ଆସି ଦଶ ମିନିଟ ଭିତରେ ପହଞ୍ଚି ଗଲା।ଦାଦାଙ୍କ ସହ ଖୁଡୀ ଆମ୍ବୁଲାନ୍ସରେ ବସିଲେ।ମୁଁ ତାଙ୍କ ପଛେ ପଛେ ବାଇକରେ ଗଲି ଡାକ୍ତରଖାନା।ସେଠାରେ ବି ଅଭାବନୀୟ ପରିସ୍ଥିତି ମୋ ଆଖିରେ ପଡିଲା।ମେଡିସିନ ଓ୍ଵାର୍ଡରେ ଗୋଟିଏ ବି ବେଡ଼ ନାହିଁ।ତଳେ ଲୋକମାନେ ଶୋଇଥାନ୍ତି ଓ ସାଲାଇନ୍ ବି ଲାଗିଥାଏ।ସେମିତି ତଳେ ଶୋଇବା ଅବସ୍ଥାରେ ଡାକ୍ତର ଆସି ଚିକିତ୍ସା କରୁଥାନ୍ତି। ଯାହା ହେଉ ଦାଦାଙ୍କ ଅବସ୍ଥା ଗୁରୁତର ଅବସ୍ଥା ଦେଖି ଡାକ୍ତର ବାବୁ ଆଇସିୟୁ ଭିତରକୁ ନେଇଗଲେ।ଦୀର୍ଘ ସମୟ ପରୀକ୍ଷା ନିରୀକ୍ଷା କରି କରି ବାହାରକୁ ଆସି ଖବର ଦେଲେ ଯେ,ଏ ବାବୁଙ୍କର ହାର୍ଟ, କିଡନୀ ଏମିତି ଅନେକ ପରୀକ୍ଷା ଦରକାର। ଯାହା ହେଉ ଦୌଡାଦୌଡି କରି ଏଠୁ ସେଠୀକୁ,ସେଠୁ ଏଠିକୁ କରି ସବୁ ପରୀକ୍ଷା କରାଇଲୁ।


ରାଧୁ ତ ବାହାରେ ରହି ପଢାପଢି କରୁଥାଏ। ଗୋଟିଏ ବୋଲି ପୁଅ। ଦାଦା ରେଳ ବିଭାଗରେ ଚାକିରୀ କରୁଥିଲେ।ଦୁଇମାସ ହେଲା ଅବସର ନେଇ ଘରେ ରହୁଛନ୍ତି। ତିନି ଚାରି ଦିନ ହୋଇଗଲା ତାଙ୍କ ପାଖରେଖୁଡିଙ୍କ ସହ ମୁଁ ବି ରହିଥାଏ। ଖୁଡୀ ଖାଲି ବ୍ୟସ୍ତ ହେଉଥାନ୍ତି।କେତେ ଦିଅଁକୁ ମାନସିକ କରୁଥାନ୍ତି।କେମିତି ଦାଦାଙ୍କ ଆରୋଗ୍ୟ ହେବ ସେଥିପାଇଁ।ଆଇସିୟୁ ରୁ ବାହାର କରି ବେଡ଼ରେ ରହିଲେଣି ଦୁଇଦିନ ହେଲା। ତାଙ୍କ ବେଡ଼ ପାଖାପାଖି ଦୁଇଜଣ ଲୋକଙ୍କ ମୃତ୍ୟୁ ବି ଆମେ ଆଖି ଆଗରେ ଦେଖିଲୁଣି।ସେସବୁ ଦେଖି ଦେଖି ମୋତେ ବି ବଡ଼ ବ୍ୟସ୍ତ ଲାଗୁଥାଏ।କଣ କରିହେବ।ହେଲେ ଛଅଦିନ ଦିନ ସକାଳ ସାଢେ଼ ଆଠଟା ବେଳକୁ ଦାଦା ଆଉ କିଛି କଥାବାର୍ତ୍ତା କଲେ ନାହିଁ।ଖୁଡୀ ଡାକ୍ତରଙ୍କୁ ଡାକ ପକେଇଲେ।ମୁଁ ଚା ପିଇବାକୁ ବାହାରକୁ ପଳେଇ ଆସି ଥିଲି।ଚା ପିଇସାରି ଦଶ ପନ୍ଦର ମିନିଟ ଭିତରେ ଫେରି ଆସିଲି।ଦେଖିଲି ଯେ ଖୁଡୀ ଖାଲି କାନ୍ଦୁଥାନ୍ତି।ମୁଁ ଡାକ୍ତର, ନର୍ସ ଏମାନଙ୍କୁ ଖୋଜୁଥାଏ।ଜଣେ ସାର୍ ଙ୍କୁ ଦେଖି ଡାକି ଆଣିଲି।ସେ ଦାଦାଙ୍କୁ ଦେଖି ମୃତ ବୋଲି ଘୋଷଣା କଲେ।


ହେଲେ କାରଣ ପଚାରିବାରୁ ସେ ଦାଦାଙ୍କ ସବୁ ପ୍ରେସକ୍ରିପସନ ଦେଖି ଯାହା କହିଲେ ,ମୋ ମୁଣ୍ଡ ଗୋଳମାଳ ହୋଇଗଲା। ଖୁଡି ପଚାରିଲେ ସାର୍, ଏ କାହିଁକି କଥା କହୁ ନାହାଁନ୍ତି।


ଡାକ୍ତର- ମାଉସୀ ସେ ଆଉ କେବେବି କଥା କହିବେ ନାହିଁ।ସେ ଆଉ ନାହାଁନ୍ତି।ଗତ ଦୀପାବଳିର ଶବ୍ଦ ପ୍ରଦୂଷଣ, ବାୟୁ ପ୍ରଦୂଷଣ ଯୋଗୁଁ ଏହି ଡାକ୍ତରଖାନାରେ ବାରଜଣ ଏହି ବୟସର ବ୍ୟକ୍ତି ଚାଲିଗଲେଣି।ହାର୍ଟ ଷ୍ଟ୍ରୋକ ମୁଖ୍ୟ କାରଣ।ବିଷାକ୍ତ ବାୟୁ, ଉଚ୍ଚ ଶବ୍ଦ ପ୍ରଦୂଷଣ ହିଁ ଏମାନଙ୍କ ଜୀବନ ହାନିର କାରଣ।ବିଷାକ୍ତ ବାୟୁ ଆମ ଶରୀର ପାଇଁ କେତେ ହାନିକାରକ ତାକୁ କେହି ବୁଝି ପାରୁ ନାହାଁନ୍ତି।ବିଶୁଦ୍ଧ ଅମ୍ଳଜାନ ଅଭାବରୁ ସବୁ ସମସ୍ୟା ହୁଏ।ତା ପରେ ଏବେ ଯେଉଁ ବିସ୍ଫୋରକ ସାମଗ୍ରୀ ଆସୁଛି ବଜାରକୁ, ବୟସ୍କ ଲୋକମାନେ ସେସବୁ ସହ୍ୟ କରି ପାରନ୍ତି ନାହିଁ।ଯାହା ଫଳରେ ସେମାନଙ୍କ ହାର୍ଟ ଷ୍ଟ୍ରୋକ ହୁଏ।

ଡାକ୍ତର ବାବୁ ପ୍ରାଞ୍ଜଳ ଭାବରେ ବୁଝାଇବା ପରେ ଆଉ କିଛି ପଚାରିବାକୁ ନ ଥାଏ।ଡିସଚାର୍ଜ କାଗଜ ଖଣ୍ଡିକ ଧରି ଘରକୁ ଫେରିଲୁ। ବହୁତ ଭଲ ଲୋକ ଥିଲେ ଦାଦା।ସେଥିପାଇଁ ସମସ୍ତେ ତାଙ୍କ ପାଇଁ ଲୁହ ଗଡାଉଥାନ୍ତି। ଏପଟେ ଜଣେ ମାଉସୀ ଆସି ଖବର ଦେଲେ କି ,ଖୁଡୀଙ୍କର ଗୁହାଳରେ ଥିବା ଦୁଇଟି ଦୁହାଁଳିଆ ଗାଈ ବି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। କଣ କରିବି, ମୋ ସାଙ୍ଗ ଶ୍ୟାମରଞ୍ଜନ କୁ କହିଲି କି ,ପଶୁଡାକ୍ତରଙ୍କୁ ଡାକି ଆଣିବା ପାଇଁ।ସେ ବି ଗଲା। ଏପଟେ ଶବ ସଂସ୍କାର ପାଇଁ ପାଖ ପଡୋଶୀ ଲାଗି ପଡିଲେ।ମୁଁ ରାଧୁ ପାଖକୁ ଫୋନ କଲି କି ଯଥାଶୀଘ୍ର ଘରେ ପହଞ୍ଚି ବାକୁ।ତୋ ବାପା ଙ୍କ ଦେହ ବହୁତ ଅସୁସ୍ଥ କହି।


ସେପଟେ ପଶୁଡାକ୍ତରଙ୍କୁ ଧରି ଶ୍ୟାମରଞ୍ଜନ ପହଞ୍ଚିଲା।ଏପଟେ ଦାଦାଙ୍କ ପାଖରୁ ଉଠି ଗୁହାଳରେ ପହଞ୍ଚିଲି।ଦୁଇଟା ଗାଈ ତଳେ ପଡି ଛଟପଟ ହେଉଥାନ୍ତି।ଭିଏସ ସେମାନଙ୍କୁ ପରୀକ୍ଷା କଲେ। ଗତ ଦୁଇତିନି ହେବ ଗାଈମାନେ ଅତ୍ୟଧିକ ମାତ୍ରାରେ ପଲିଥିନ ଖାଇଥିବାରୁ ସେମାନଙ୍କ ପାକସ୍ଥଳୀରେ ଯନ୍ତ୍ରଣା ହେଉଛି ବୋଲି ମତବ୍ୟକ୍ତ କଲେ।ସେମାନଙ୍କ ର ଅପରେସନ ଆବଶ୍ୟକ।ଏଭଳି କହିବା ଭିତରେ ଗୋଟିଏ ଗାଈର ମୃତ୍ୟୁ ହୋଇଗଲା।ଅନ୍ୟ ଗାଈଟିକୁ କିଛି ଲୋକ ମିଶି ଏକ ଗାଡ଼ିରେ ଡାକ୍ତରଖାନାକୁ ନିଆଗଲା ସେଠାରେ ପହଞ୍ଚି ଅପରେସନର ବ୍ୟବସ୍ତା କରାଯିବା ସମୟରେ ବି ମୃତ୍ୟୁ ହୋଇଗଲା।ଡାକ୍ତର ବାବୁଙ୍କ ସମେତ ଉପସ୍ଥିତ ଲୋକେ ବହୁତ ମନସ୍ତାପ କଲେ।


ଡାକ୍ତର ବାବୁ କହିଲେ କି, ଦୀପାବଳିରେ ଆସିଥିବା ବହୁତ ମିଠା ପ୍ୟାକେଟ ଓ ଅନ୍ୟାନ୍ୟ ଖାଦ୍ୟପେୟ ସବୁର ପଲିଥିନ କୁ ଗାଇଗୋରୁ ମାନେ ଭୋକ ବିକଳରେ ଖାଇ ଦେଇ ଥାନ୍ତି ଏମିତି ରେ ବି ଅନ୍ୟାନ୍ୟ ଦିନ ମାନଙ୍କରେ ବି ପଲିଥିନ ଭିତରେ ଥିବା ଖାଦ୍ୟକୁ ଆମେମାନେ ବାହାରେ ଫିଙ୍ଗି ଦେଇଥାଉ। ସେସବୁ ଗାଈଗୋରୁ, ଛେଳି ମେଣ୍ଢା, କୁକୁର ବିଲେଇ ଖାଇଦିଅନ୍ତି।ସେଥିପାଇଁ ସେମାନେ ଅକାଳ ମୃତ୍ୟୁ ମୁଖରେ ପଡ଼ନ୍ତି।

ସେଥିପାଇଁ ଆମେ ଲୋକମାନେ ହିଁ ସଚେତନ ହେବା ଦରକାର।

ଏଥର ବିଚାର ଆପଣଙ୍କର।ଅକାଳ ମୃତ୍ୟୁ ପାଇଁ ଦାୟୀ କିଏ ?


ଆମ ମାନଙ୍କର ଟିକିଏ ଟିକିଏ ଅସାବଧାନତା ପାଇଁ କେତେ କ୍ଷତି ହେଉଛି।କ୍ଷଣିକ ସୁଖର ବଶବର୍ତ୍ତୀ ହୋଇ ନିଜକୁ ନିଜେ କେଉଁ ସ୍ତରରେ ପହଞ୍ଚି ଯାଉଛେ।


ସତରେ ଏଥିପାଇଁ ଦାୟୀ କିଏ?


Rate this content
Log in

Similar oriya story from Tragedy