ଦାମ୍ପତ୍ୟ ପ୍ରେମ
ଦାମ୍ପତ୍ୟ ପ୍ରେମ
ଅମୃତସରରେ ପହଞ୍ଚି ୱାଘା ବଡର ଦେଖି ଯିବାକୁ ଭାରି ଆଗ୍ରହ ଆଶୁତୋଷ ବାବୁଙ୍କର । ହେଲେ ଘରଣୀ କୁଣ୍ଠାବୋଧ ପ୍ରକାଶ କଲେ । ଖରା ପୁଣି ମୁଣ୍ଡ ଝାଇଁ ଝାଇଁ ମାରିଯାଉଛି ଅମୃତସର ସହରରେ ତ ରଙ୍ଗ ବେରଙ୍ଗର ଚୁନୁରୀ କିଣିବାକୁ ପଶିଲେ ଦୋକାନରେ ଘରଣୀଙ୍କ ବରାଦରେ । ଆଉ ବାଛି ବାଛି ଝିଅ ଓ ବୋହୁଙ୍କ ପାଇଁ ଘରଣୀ କିଣିଥିଲେ ଦୁଇଟି ଚୁନୁରୀ ବା ଓଢ଼ଣୀ । ଯୋଉଥିରେ । ରଙ୍ଗମାଖ ଗୋଲାପ ଗୁଡ଼ିକ ଖୁବ୍ ସୁନ୍ଦର ଦିଶୁଥିଲା ତ ଏଥର ବିନା ପ୍ରତିବାଦରେ ଘରଣୀ କିଣୁଥିବା ଚୁନୂରୀ । ଦୁଇଟିର ଉଚିତ ମୂଲ୍ୟ ଦେଇ ଆଶୁତୋଷ ପହଞ୍ଚିଲେ ଜାଲିୱାନବାଗ ଭିତରେl
ଯୋଗକୁ ସେଦିନ ଥିଲା ଏପ୍ରିଲ ତେର ତାରିଖ । ଏହିଦିନ ଉଦ୍ଧମ ସିଂ ଙ୍କ ଶହୀଦ ଦିବସ ପାଇଁ ସେଠାରେ ନେତା ,ମନ୍ତ୍ରୀ , ବିଧାୟକ ତଥା ରାଜନେତା ମାନଙ୍କର ସମ୍ମିଳିତ ଉଦ୍ୟମରେ ସ୍ମୃତି ଚାରଣସଭା ଟିଏ ଆୟୋଜନ କରାଯାଉଥିଲା । ତ ଶ୍ରୀମତୀ ଓଡିଆ ଭାଷାରେ ଉଦ୍ଧମ୍ ସିଂ ଙ୍କ ଉପରେ କବିତା ଟିଏ ବୋଲିବାକୁ ଚାହିଁ ସେଠିକା ଜନ ନେତାଙ୍କୁ ପରାମର୍ଶ ପାଇଁ ବାହାରିବାକୁ ଗଲା ବେଳେ ଆବିଷ୍କାର କଲେ ଓଢଣୀ ଦୁଇଟି ଥିବା ପ୍ୟାକେଟ ଟି ନାହିଁ । ତ ତାଙ୍କ ସହ ଆଶୁତୋଷବାବୁ ମଧ୍ୟ ଢେର ଖୋଜିଲେ ଏମୁଣ୍ଡୁ ସେମୁଣ୍ଡ ଯାଏଁ । ତାଙ୍କ ଆଖିକୁ ସୁନ୍ଦର ଦିଶୁଥିବା । ଓଢଣୀ ଭିତରେ ସେହି ରଙ୍ଗମଖା ଗୋଲାପ ଗୁଡିକୁ ସେ ଭୁଲି ପାରୁନଥିଲେ ।
ଏଣେ ଓଢ଼ଣୀ ହଜାଇ ଘରଣୀ ମଧ୍ୟ କବିତା ବୋଲିବାର ଇଚ୍ଛା ପରିତ୍ୟାଗ କରିସାରିଥିଲେ ଆଉ ସେ ଯେବେ ତାଙ୍କ ବେଳା ଆଜି ଭଲ ନଥିଲା ବୋଲି କହିଥିଲେ ତ ସେହି ରଙ୍ଗମଖା ଗୋଲାପ ଫୁଲର ଆଉ ଦୁଇଟି ଓଢଣୀ କିଣି ସ୍ତ୍ରୀଙ୍କ ହାତରେ ଧରାଇ ସେ ସିନା ଖୁସି ହୋଇଯାଇଥିଲେ । ହେଲେ ଘରଣୀ ଖୁସି ହେବାକୁ ସମୟ ଲାଗିବ ବୁଝିପାରି ରଙ୍ଗମଖା ଗୋଲାପ ଫୁଲର ଓଢଣୀ କୁ ତାରିଫ କରିଚାଲିଥିଲେ । ଗେଷ୍ଟ ହାଉସ ଗୁରୁକୃପା ଖଟ ଗଦିରେ ମଧ୍ୟ ସେହିଭଳି । ରଙ୍ଗମଖା ଗୋଲାପ ଗୁଡିକୁ ଦେଖି ଆଶୁତୋଷ ଖୁବ ଖୁସି ହେଲାବେଳେ ସ୍ତ୍ରୀ ତଥାପି ଆଜି ବେଳା ଭଲନଥିଲା ଦୋହରାଇବା ବେଳେ ଆଶୁତୋଷ ମନେ ପକାଉଥିଲେ ଆସନ୍ତା କାଲି ଓଡିଆ ନବବର୍ଷ । ପଣା କରିବନିକି ଦିଲ୍ଲୀରେ? ତ ସ୍ତ୍ରୀ କହୁଥିଲେ ହଁ ଦିଲ୍ଲୀରେ ବହୁତ ବେଲ ତ ଆଶୁତୋଷ ପରିସ୍ଥିତି ହାଲୁକା ହେଲାଣି ବୁଝି ବାଟରୁ ବେଲ ନେଇଯିବାକୁ ମନେପକାଇଦେବ ବୋଲି କହୁଥିଲେ ସ୍ତ୍ରୀଙ୍କୁ l
