STORYMIRROR

Sunanda Mohanty

Abstract Romance Action

3  

Sunanda Mohanty

Abstract Romance Action

ଦାମ୍ପତ୍ୟ ପ୍ରେମ

ଦାମ୍ପତ୍ୟ ପ୍ରେମ

2 mins
199

  ଆକ୍ଵାରିଅମର ମାଛ ସବୁ ବଂଚିଥିଲେ ଓ ଖେଳୁଥିଲେ ,ପୃଥିବୀର ଏ ଯୁଦ୍ଧ ପରିସ୍ଥିତିରେ ବି ସ୍ୱାମୀଙ୍କ ଆଖି ଅପରେସନ ପାଇଁ ଥରକୁ ଥର ଆଖି ହସ୍ପିଟାଲକୁ ଯିବାକୁ ପଡୁଛି ,ପୁଣି ଘର ଛାଡିକି ଗଲେ ଆକ୍ଵାରିଅମରେ ଥିବା ମାଛଙ୍କ ପାଇଁ ଚିନ୍ତା କଲାବେଳେ ,ମହେଶ ବାବୁ ବିରକ୍ତ ହେଇ କହୁଛନ୍ତି ,ମାଛ ସହରର ଝିଅ ଯେ ,ମାଛ ନହେଲେ ଭାତ ରୁଚିବନି ,ସେଥିରେ ମାଛ ପ୍ରେମ !କଥାଟା ବାଧିଲେ ବି ,ସୁନ୍ଦର ସୁନ୍ଦର ମାଛ ଗୁଡ଼ାଙ୍କୁ ମାରିବାକୁ ଦେବାକୁ ଭାରି କଷ୍ଟ ,ତେଣୁ ପଡୋଶୀଙ୍କୁ ଚାବି ଦେଇ ,ସୁନେଲି ରୂପେଲି ରଙ୍ଗ ବେରଂଗର ମାଛମାନଙ୍କ ଖାଇବା ଡବା ଦେଇ ଥରେ ଅନ୍ତତଃ ମାଛଙ୍କୁ ଦାନା ଦେଇଦେବାକୁ ଅନୁନୟ କରି ଯିବାକୁ ବାହାରିଲେ ପ୍ରୀତି ଆଖି ଅପରେସନ ପରେ ପୁଣି ପରୀକ୍ଷା ଇତ୍ୟାଦି କରିବାକୁ ରହିବାକୁ ପଡିଲା ଆଉ ଥରକୁ ଥର ହସ୍ପିଟାଲ ଦୌଡିବାକୁ ତ ମାଛ ଗୁଡା କିପରି ଥିବେ ,ବଂଚିଥିବେ କି ନାହିଁ ଚିନ୍ତାରେ ପ୍ରୀତି ସନ୍ତୁଳିତ ହେଲା ବେଳକୁ ,ସ୍ୱାମୀ ମହେଶଙ୍କର ଦେଶ ବିଦେଶର ଯୁଦ୍ଧ ଚିନ୍ତା .କୋଉଦିନ ମିଜାଇଲ ମାଡ଼ରେ ୟୁକ୍ରେନର କର୍ଭି ସହର ଧ୍ବଂସ ତ କୋଉଦିନ ,ୟୁକ୍ରେନ ରୁଷ କଥାବାର୍ତ୍ତାରେ ବିଫଳତା ତ କୋଉଦିନ ଭାରତୀୟ ଛାତ୍ରର ମୃତ୍ୟୁ ଖବର ,ମହେଶଙ୍କୁ ଆନ୍ଦୋଳିତ କଲାବେଳେ,ପ୍ରୀତୀଙ୍କୁ ତାଙ୍କ ଆକ୍ଵାରିଅମ ମାଛ ଚିନ୍ତା .

ଘରେ ଶିବରାତ୍ରି ପାଇଁ ପହଂଚି ପୂଜା ପାଇଁ ପ୍ରସ୍ତୁତି ପୁର୍ବରୁ ମାଛଗୁଡିକୁ ଦେଖିନେଲେ ପ୍ରୀତି ,ବଞ୍ଚିଛନ୍ତି ,ହେଲେ ପାଣି ଗୋଳିଆ ଧରିଛି ,ପାଣି ବଦଳାଇବାକୁ ପଡିବ ,ତ ଜାଗରଟା ଯାଉ .ଜାଗର ଗଲାପରେ ବୁଧବାର ,ଏଇ କିଛି ଦିନ ହେଲାଣି ମାଛ ଖିଆ ହୋଇନି ତ ସେକଥା ଶୁଣି ମହେଶ ଚିହିଁକି ଆସିଲେ ହେଲେ ପ୍ରୀତିଙ୍କର ଆକ୍ଵାରିଅମସଫା ସହ,ସେଥିରେ ଥିବା ମାଛମାଙ୍କୁ ବଞ୍ଚାଇ ରଖିବା ସହ ବଜାରରୁ ମାଛ ଆଣିବା କଥାଟା ମହେଶଙ୍କୁ ପୁଣି ସେହି ପୁରୁଣା ଖଣ୍ଡବାକ୍ୟ କହିବାକୁ ପଡିଥିଲା ଯେ ,ମାଛ ସହର ଝିଅ ,ମାଛକୁ ଛାଡି ତୁମେ ରହିପାରିବନି ,ହଉ ମୁଁ ଟିଭିରୁ ଯୁଦ୍ଧ ଖବର ଶୁଣିସାରେ ,ତା ପରେ ବଜାର ଯାଇ ମାଛ ନେଇଆସିବି ,ହେଲେ ପ୍ରୀତି ମନା କରୁଥିଲେ ,ନାଇଁ ଥାଉ ,ତୁମ ଆଖି ଇନଫେକ୍ସନ ହେବ ,ଏମିତିରେ ତ ଯୁଦ୍ଧ ଖବର ନିହାତି ଟିଭିରୁ ଦେଖୁଛ ପୁଣି ବଜାର ଗଲେ, ଆଖି ସମସ୍ୟା ବଢ଼ିଯାଇପାରେ ,ତଥାପି ମହେଶବାବୁ ବଜାର ଆଡ଼େ ମୁହାଉଁଥିଲେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract