STORYMIRROR

Dr Jharana Satapathy

Inspirational

3  

Dr Jharana Satapathy

Inspirational

ଚୋରି ବିଦ୍ୟା

ଚୋରି ବିଦ୍ୟା

2 mins
1.3K


ଚୋରି ବିଦ୍ୟା

ଶିକ୍ଷା ବିଦ୍ୟାର୍ଥୀ ମାନଙ୍କୁ ଉତ୍ତମ ଜ୍ଞାନକୌଶଳ ଓ ମୂଲ୍ୟବୋଧ ପ୍ରଦାନ କରେ ।ବିଦ୍ୟାର୍ଥୀମାନେ କପିକରି ପରିକ୍ଷାରେ କୃତକାର୍ଯ୍ୟ ହେବା ଏକ ନିନ୍ଦନୀୟ ଘଟଣା।ଏହା ଶିକ୍ଷା ବ୍ୟବସ୍ଥାକୁ ଧୂଳିସାତ୍ କରିଥାଏ । ପରିକ୍ଷାରେ ପରିକ୍ଷାର୍ଥୀମାନେ କପିକରି ଧରାପଡିଥାନ୍ତି ।ଜଣେ ପରିକ୍ଷାର୍ଥୀ ପରିକ୍ଷାରେ କପି କରି ପାସ୍ କରିବା କେତେଦୂର ଠିକ୍ ! ଏଥିପାଇଁ ଦାୟୀ କିଏ ?

ମୁଁ ଷଷ୍ଠ ଶ୍ରେଣୀରେ ପଢୁଥାଏ ।ମୋ ସହପାଠି ଝୁନି ମଧ୍ୟ ମୋ ସହ ପାଠପଢୁଥାଏ ।ଦୁହେଁ ମିଶି ଟ୍ୟୁସନକୁ ଯାଉଥିଲୁ।ଟ୍ୟୁସନ ସାର୍ ଭଲ ଭାବରେ ଗଣିତ ପଢାନ୍ତି। ମତେ ଅଙ୍କ କଷିବାକୁ ଭାରି ଭଲଲାଗେ ।ପରିକ୍ଷାରେ ମଧ୍ୟ ଭଲ ନମ୍ବର ରହେ ।କିନ୍ତୁ ଝୁନି ଟିକେ ଗଣିତରେ ଦୁର୍ବଳ । ଯାହା କିଛି ବୁଝି ପାରେନି ସିଏ ମୋଠୁ ବୁଝିନେଇଥାଏ । ବେଳେ କିଛି ଭୁଲ୍ ହୋଇଗଲେ ସାର୍ ତାକୁ ତାଗିଦ କରିଥାନ୍ତି ।

ପରୀକ୍ଷା ପୂର୍ବରୁ ରାତି ଅନିଦ୍ରା ହୋଇ ପିଲାଙ୍କ ପଢା ପଛରେ ଲାଗି ପଡନ୍ତି ସାର୍। ଯେମିତି ସେ ନିଜେ ଜଣେ ପରୀକ୍ଷାର୍ଥୀ। କେବଳ ଯେ ପରୀକ୍ଷା ପୂର୍ବରୁ ତାହା ନୁହେଁ ପରୀକ୍ଷା ସରିବା ପରେ ମଧ୍ୟ ସେ ପ୍ରଶ୍ନପତ୍ରର ପ୍ରଶ୍ନ ସବୁକୁ ପଚାରି ନିଜେ ମୂଲ୍ୟାଙ୍କନ କରି ଆଶ୍ୱସ୍ତ ହୁଅନ୍ତି।ପରୀକ୍ଷା ରେ ବିଦ୍ଯାର୍ଥୀ ମାନଙ୍କର ନୈରାଶ୍ଯଜନକ ପ୍ରଦର୍ଶନ ଦେଖି ସେ ଭୀଷଣ ଭାବରେ କ୍ଷୁବ୍ଧ ହୋଇ ଉଠୁଥିଲେ।

ଝୁନି ଦିନେ ଦିନେ ଖୁବ ରାଗରେ ତମ ତମ ହୋଇଯାଏ ସାରଙ୍କ ଉପରେ ।ହେଲେ ମୁଁ ତାକୁ ବୁଝେଇକି କହେ ସେ ଆମ ଭଗବାନ ।ସେ ଆମ ଭଲ ପାଇଁ ହିଁ କହୁଛନ୍ତି ।ସିଏ ପରା ଆମର ଗୁରୁ ଅନ୍ଧାରରୁ ଆଲୋକକୁ ବାଟ କଡାନ୍ତି ।ଗୁରୁଙ୍କ ଆଶିର୍ବାଦ ବିନା ଜୀବନରେ ସଫଳତା କେଵେ ମିଳେ ନାହିଁ ।

ପରିକ୍ଷା ଫଳ ଯେତେବେଳେ ବାହାରିଲା ମୁଁ ଭଲ ନମ୍ଫର ରଖିଥିଲି କିନ୍ତୁ ଝୁନି କପି କରିଛି ଜାଣି ସାର୍ ତାକୁ ବହୁତ ପିଟିଥିଲେ ।ହାତଗୋଡ ଲୋଳା ଫାଟିଯାଇଥିଲା।

ମୋ ପାଖରେ ଆସି ସେ ବହୁତ କାନ୍ଦିଥିଲା ମତେ କହିଥିଲା ତତେ ବିଶ୍ବାସ ହେଉଛି ମୁଁ କପି କରିଛି ବୋଲି ! ମୋର ମଧ୍ୟ ତା ଉପରେ ବିଶ୍ବାସ ଥିଲା !ମୁଁ ଭାବୁଥିଲି ସାରନିରିହ ଝିଅଟାକୁ କପି କରିଛି ବୋଲି ମିଛଟାରେ ଆରୋପ ଲଗାଉଛନ୍ତି ।

କିନ୍ତୁ ମୁଁ ଯେତେବେଳେ ନିଜେ ତାକୁ ସ୍ବଚକ୍ଷୁରେ ଦେଖିଲି ମୁଁ ଭାବିଲି ସାର୍ ତାକୁ ମାରିଛନ୍ତି ଠିକ୍ କରିଛନ୍ତି ।ଦଶମ ବୋର୍ଡ ପରିକ୍ଷାରେ ସିଏ ମୋ ସାଇଡ୍ ସିଟ୍ ରେ ବସିଥାଏ ।ସିଏ ପିନ୍ଧିଥିବା ୟୁନିଫର୍ମର ଚୁଡିଦାର ପେଣ୍ଟ୍ ରେ କପି ଲେଖିନେଇଥାଏ ।ହଠାତ୍ ମୋର ନଜର ତା ପେଣ୍ଟ୍ ଉପରେ ପଡିଯାଇଥିଲା ।ପେଣ୍ଟ୍ ଯାକ ଲେଖାରେ ଭର୍ତି ।ଉପର କୁର୍ତ୍ତିଟିକୁ ଘୋଡାଇଦେଇଥାଏ ।ବ୍ଳୁ କୁର୍ତୀକୁ ହ୍ବାଇଟ୍ ପେଣ୍ଟ ହୋଇଥାଏ ଆମ ସ୍କୁଲ ୟୁନିଫର୍ମ ।ମୁଁ ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲି ।ଏ ଘଟଣା ପରେ ତା ଉପରେ ମୋର ବିଶ୍ବାସ କଟିଯାଇଥିଲ। ।

ଏଥିରୁ ପ୍ରମାଣିତ ହୁଏ ସବିଶେଷ ତଥ୍ୟ ନଜାଣି କାହାକୁ କେବେ ବିଶ୍ବାସ କରିବା ଉଚିତ୍ ନୁହେଁ ।

ଡକ୍ଟର ଝରଣା ଶତପଥୀ

ଭୁବନେଶ୍ବର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational