Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Satyaprakash Sethy, M. A(UGC NET)

Inspirational

5.0  

Satyaprakash Sethy, M. A(UGC NET)

Inspirational

ଚନ୍ଦକାରେ ଗୋଟେ ରାତି ଭାଗ 7

ଚନ୍ଦକାରେ ଗୋଟେ ରାତି ଭାଗ 7

5 mins
526


ପୂର୍ବ ଉତ୍ତାରୁ....

ଏବେ ସମସ୍ତ ଅନ୍ତେବାସୀ ପୁଣି ଆଶ୍ରମ ଫେରି ଆସିଲେଣି। ନିଜନିଜ ନିତ୍ୟକର୍ମ ସାରି ସମସ୍ତେ ଖିଆପିଆ କଲେଣି। ହେଲେ ନିଶିକାନ୍ତ ବାବୁ? ନିଶିକାନ୍ତ ବାବୁ ଏଯାଏଁ ବିଛଣାରୁ ଉଠି ନାହାଁନ୍ତି। ତାଙ୍କର କ'ଣ ହୋଇଛି କି? ସମସ୍ତେ ଫେରିଆସିଲା ପରେ ସେ ତ ଥରେ ଉଠି ବାହାରକୁ ଆସିଥିଲେ। ସମସ୍ତଙ୍କୁ ଥରୁଟିଏ ଖାଲି ଚାହିଁଦେଇ, ପୁଣି କ'ଣ ଦରୱାଜା ଆଉଜେଇ ଦେଇ, ରୁମ୍ ଟା ଭିତରେ ଏକଦମ୍ ପଶି ରହିଛନ୍ତି ? ତାଙ୍କର କ'ଣ ଦେହ ଭଲ ନାହିଁ କି? ସକାଳେ ମର୍ଣ୍ଣିଂ ୱାକରେ ବି ତ ଗଲେ ନାହିଁ।


 ତେଣୁ ଜଣଙ୍କ ପରେ ଜଣେ ରୁମ୍ ଭିତରକୁ ପଶି ଆସି ପଚାରିବାକୁ ଲାଗିଲେଣି। ଏଥର ସମସ୍ତ ଅନ୍ତେବାସୀ ତାଙ୍କ ପାଖକୁ ଆସିଗଲେ। ତଥାପି ନିଶିକାନ୍ତ ବାବୁ ନିରୁତ୍ତର ।ବେଶୀ ପଚାରିଲାଠୁଁ ପାଟି ଖୋଲିଲେ। ହେଲେ ମୁଖ ମଣ୍ଡଳ ପୂରା ଶୁଖି ଯାଇଥାଏ। ସେ ବେଶ୍ ଭାବଗମ୍ଭିର ଜଣାପଡୁଥାନ୍ତି। ସତେକି ଜଣାପଡୁଥାନ୍ତି, ସେ କେଉଁ ଏକ ବିଶାଳ ସମସ୍ୟାରେ ବୁଡ଼ି ରହି ତା'ର ସମାଧାନର ରାହା ଖୋଜୁଥାନ୍ତି। କହିଲେ - "କାହିଁକି ଆପଣମାନେ ମୋତେ ଏତେ ବିରକ୍ତ କରୁଛନ୍ତି?କହିଲି ପରା କିଛି ହୋଇନି, ମୁଁ ଟିକିଏ ନିରୋଳାରେ ରହିବାକୁ ଚାହେଁ। ମୋତେ ଆପଣମାନେ ଏକଲା ଛାଡନ୍ତୁ। କହିଲେ - ମୁଁ ଶାନ୍ତିକୁ ଖୋଜୁଛି।ଖୋଜି ଖୋଜି ହତାଶ ହେଲିଣି, କାହିଁ କେଉଁଠି ତ ପାଉନାହିଁ । ଅଛିକି ତୁମ ପାଖେ ସେ ଶାନ୍ତିର ଠିକଣା? ଦେଇକି ପାରିବ କେହି ମୋତେ ତା ଠିକଣା "?

ତଥାପି ସମସ୍ତେ ଚୁପ୍ । ହୁଏତ କାହା ପାଖେ ଥାଏ କି ନଥାଏ ତା ଉତ୍ତର। ଏଥର ସେ ଆହୁରି କହୁଥିଲେ ମୁଁ ଗତ କାଲି ରାତିରେ ଶୋଇ ଶୋଇ ଏକଲା ଭାବୁ ଥିଲି ଆଉ ଜୀବନର ବାସ୍ତବତା ବୁଝିଛି। ଯେମିତି ବୁଝିଥିଲେ ସେମିତି ବୁଝେଇବାକୁ ଚେଷ୍ଟା କରୁଥାନ୍ତି। ଶୈଶବରୁ ବାର୍ଦ୍ଧକ୍ଯ ଜରା ଯାଏଁ ମଣିଷର ଅଷ୍ଟ ଅବସ୍ଥା ସହ ସକାଳୁ ରାତି ପାହିଲା ଯାଏଁ ସମୟର ଅଷ୍ଟ ପ୍ରହର ସହ ତର୍କଣା କରି ଜୀବନର ଅଙ୍କ କଷୁଥିଲେ। ତେଣୁ ଜୀବନର ଏଡ଼େ ବଡ଼ ସତ୍ୟ ଉଦଘାଟନ ହେଲା ପରେ "ଜୀବନର ବାସ୍ତବତା କ'ଣ" ସେ ଠିକ୍ ବୁଝିଛନ୍ତି। ସେ ଗୋଟେ ସୁନ୍ଦର ଆତ୍ମା। ତେଣୁ ମୁକ୍ତ ବିହଙ୍ଗ ପରି ରହି ଘୂରି ବୁଲିବାକୁ ଚାହାଁନ୍ତି। ଏ ବନ୍ଧନ ଢେର୍ ହେଲା ।ଏ ବନ୍ଧନରେ ବାନ୍ଧି ହୋଇ ସେ ଆଉ ଛଟପଟ ହେବାକୁ ଚାହାଁନ୍ତି ନାହିଁ। ତେଣୁ ସେ ଇଚ୍ଛା ମୃତ୍ୟୁକୁ ବରୀ ନେବେ। ତାଙ୍କୁ ବଞ୍ଚିବାକୁ କେହି ବାଧ୍ୟ କରି ପାରିବେ ନାହିଁ। ଏହି ପରି କିଛି ଭାବନା ସେଦିନ ତାଙ୍କ ମନ ଭିତରେ ଉଦ୍ରେକ ହୋଇଥିଲା, ଯାହା ଏକ ନୂହେଁ ଅନେକ ଭିତରେ ମଧ୍ୟ ବେଳେବେଳେ ଉଙ୍କେ। ତେଣୁ ସେହି ଭାବନା ଭିତରେ ବୁଡ଼ି ରହି ସେ ତହିଁରୁ ନିସ୍କୃତିର ମାର୍ଗ ଖୋଜୁଥାନ୍ତି। ମାତ୍ର୍ ତାଙ୍କର ଏ ପ୍ରକାର ଦାର୍ଶନିକ ସୁଲଭ ବିଚାର ଧାରାରେ ଉଦବୁଦ୍ଧ ହୋଇ ସେ ଏକା କାହିଁକି ଆହୁରି ଅନେକ ସେଇ ଭାବ ଭିତରେ ଅବଗାହନ କରୁଥାନ୍ତି।


ଏଣିକି ଦେଖାଗଲା ଆଶ୍ରମ ଭିତରେ ବିଶୃଙ୍ଖଳା, ଠିକ୍ ଯେମିତି ସେଦିନ ବୌଦ୍ଧ ଶିବିରରେ ଦେଖାଦେଇଥିଲା ବିଦ୍ରୋହ। ବାରମ୍ବାର ଆଶ୍ରମ ନିୟମରେ ପରିବର୍ତ୍ତନ ହେଉଥିବାରୁ। ସାରିପୁତ୍ତ ଓ ନିରଞ୍ଜନା ପ୍ରମୂଖ କହିଥିଲେ ଗୌତ୍ତମ ବୁଦ୍ଧଙ୍କୁ - ତୁମର ଆଉ ବାଣୀ ଦେବା ଦରକାର ନାହିଁ, ତୁମର ବାଣୀ ଢେର୍ ହେଲା ।ଏବେ ତୁମେ ବୃଦ୍ଧ ଓ ସ୍ଥବିର। ତେଣୁ ତୁମକୁ ବିଶ୍ରାମ ଦରକାର। ତୁମେ ଶାନ୍ତିରେ ଶୋଇଯାଅ, ଏଣିକି ଆଶ୍ରମ ଚଳେଇବା ଦାୟିତ୍ଵ ଆମର, ଆମେ ଚଳେଇବୁ ଆଶ୍ରମ । ଠିକ୍ ଏଇକଥା ସେଦିନ ରାମହରି ଲାଲ ଓ ନିଶାନ୍ତ ଶୁଣେଇ ଥିଲେ କିଛି ନିଶିକାନ୍ତ ବାବୁଙ୍କୁ।


ଯେତେବେଳେ ତାଙ୍କୁ କେହି ଖବର ଦେଲା ଓ ସେ ଏ କଥା ଶୁଣିଲେ ଯେ, ଏବେ ଆଶ୍ରମବାସୀ ସମସ୍ତଙ୍କର ସାଂସାରିକ ମୋହ ମାୟା ଓ ଜୀବନ ପ୍ରତି ମମତ୍ଵବୋଧ ତୁଟିଗଲାଣି, ଏକ ହତାଶାର କାଳିମା ସମଗ୍ର ଆଶ୍ରମର ଆକାଶକୁ ଛାଇଗଲାଣି, କେହି ଆଉ ବଞ୍ଚିବା କଥା ଚାହୁଁ ନାହିଁନ୍ତି, ସମସ୍ତେ ଇଚ୍ଛା ମୃତ୍ୟୁକୁ ବରୀ ନେବା କଥା ଚିନ୍ତା କରୁଛନ୍ତି, ସେତେବେଳେ ସେ ବଡ଼ ବ୍ୟସ୍ତ ହୋଇ ଉଠିଲେ ଓ ନିଶିକାନ୍ତ ବାବୁଙ୍କ ମତିଭ୍ରମ ହେବା କଥା ଜାଣି ତାଙ୍କୁ ଦାୟିତ୍ୱରୁ ଅବ୍ୟାହତି ଦେବା କଥା ଚିନ୍ତା କଲେ। ତେବେ ଏ ଗୁରୁ ଦାୟିତ୍ଵ କିଏ ସୂଚାରୁ ରୂପେ ନେଇ ଲିଭାଇ ପାରିବ ସେଇ କଥା କେବଳ ଭାବୁଥିଲେ। ହେଲେ ଆଶ୍ରମବାସୀଙ୍କୁ ଆଗ ନୂତନ ବାଣୀ ଶୁଣେଇବାକୁ ପଡ଼ିବ। ତାଙ୍କ ମନରେ ପୁଣି ଥରେ ଆଶା ଭରସା ଓ ଜୀଁ ରହିବାର ଅଭିଳାଷା ଭରି ଦେବାକୁ ହେବ, ନହେଲେ ସବୁ ଗୋଳମାଳ ହୋଇଯିବ। ଏତେ ବଡ଼ ଆଶ୍ରମଟା ଭାଙ୍ଗି ଟିକି ଟିକି ହୋଇଯିବ।ତେଣୁ ଜୀବନରେ ଅନେକ ଅନୁଭବ ଓ ଅନୁଭୂତିକୁ ଠୁଳ କରିପାରିଥିବା ବିବେକୀ ରାମହରି ଲାଲ ଭାବିଲେ - ଏମାନଙ୍କୁ ଗୋଟେ motivational class ବା ମାନସିକତାର ପରିବର୍ତ୍ତନ ପାଇଁ ଶିକ୍ଷାଟିଏ ନିହାତି ଦରକାର। ସବୁ ହରେଇବା ଭିତରେ ପାଇବାର ଆଶାକୁ ଉଜ୍ଜୀବିତ କରି ରଖିବାକୁ ହେବ। ବଞ୍ଚିବାର ମୋହ ମାୟା ଏମାନଙ୍କ ମନ ଭିତରେ ପୁଣି ଥରେ ଭରି ଦେବାକୁ ହେବ, ନହେଲେ ଏମାନଙ୍କୁ ବଞ୍ଚେଇ ରଖିବା କଷ୍ଟ ହେବ । ତେଣୁ ସେ ସମସ୍ତଙ୍କୁ ବୁଝାସୁଝା କରି ନିଜ ଅଭିମତ ରଖିବାକୁ ଚେଷ୍ଟା କଲେ। କହିଲେ -ଆପଣମାନେ ଏତେଟା ହତୋତ୍ସାହିତ କାହିଁକି ହୋଇ ପଡୁଛନ୍ତି। ଯେଉଁ ମାନଙ୍କର ପିଲା ଛୁଆ, ଘର ଦ୍ଵାର ଓ ସଂସାର ନାହିଁ ସେମାନେ ତ ପୁଣି ବଞ୍ଚିଛନ୍ତି। ଆପଣମାନଙ୍କର ତ ସବୁଥିଲା ହୁଏତ ଏବେ କିଛି ନଥାଇ ପାରେ, ହେଲେ ମୁଁ ତ ଅଛି- ଆପଣମାନଙ୍କ ପାଇଁ। ଆପଣମାନଙ୍କର କ'ଣ ମୋ ଉପରେ ଭରସା ପାଉନାହିଁ? ସମସ୍ତେ ହଁ ନାହିଁ ହୋଇ କହିଲେ - "ନାହିଁ ଯେ, ସେ କଥା ନୂହେଁ, ହେଲେ ଜୀବନଟା କାହିଁକି ବଡ଼ ଦୁର୍ବିଶହ ହୋଇଉଠେ, ଆପଣା ଉପରେ ଆପଣା ଜୀବନଟା ମାଡ଼ି ମାଡ଼ି ବସେ"?


-ମଣିଷ ଯେତେବେଳେ ଯାଏଁ ନିଜ ପାଇଁ ବଞ୍ଚିବାକୁ ଚାହୁଁଥିବ, ସେତେବେଳ ଯାଏଁ ଏହିପରି ଦୁଃଖଭାଗ ଭୋଗ କରୁଥିବ। ବଞ୍ଚିବାର ମୋହ ଓ ମରିବାର ଅଭିଳାଷା ତା ଭିତରେ ନ ଜାଗିଲା ଯାଏଁ ନା ସେ ବଞ୍ଚି ପାରେ ନା ପୁଣି ମରି ପାରେ। ଅବଶ୍ଯ ଏକ୍ଷେତ୍ରରେ ଆକସ୍ମିକ ଦୁର୍ଘଟଣା ଜନିତ ମୃତ୍ଯ ଭିନ୍ନ୍ କଥା ବା ଏକ ବ୍ୟତିକ୍ରମ ହୋଇପାରେ। ତେବେ ସେ ଇଚ୍ଛାଧୀନ ମୃତ୍ୟୁ ହେଉ ବା ସ୍ୱାଭାବିକ, ଯେତେବେଳେ ସେ ଉପଲବ୍ଧି କରେ ଯେ ତା'ର ଆଉ ବଞ୍ଚିବାର ଆବଶ୍ୟକତା ନାହିଁ ସେତେବେଳେ ସେ ଦୁଇ ବାହୁ ଉପରକୁ ଟେକି କାହାକୁ ଗୋଟେ ସ୍ମରଣ କରେ, ସେ ଆସି ତାକୁ ନେଇଯାଏ। ଏ କଥା ସତ୍ୟ । ନହେଲେ ସେ କେବେ ମରି ପାରେନା - ଏହା ହିଁ ସବୁଠାରୁ ବଡ଼ ସତ୍ୟ ଓ ଉପଲବ୍ଧିଆ। ତେବେ ଯେଯାଏଁ ଏ ଦେହରେ ପ୍ରାଣ ଅଛି, ଆମେ ଜୀବନଟାକୁ ସ୍ମରଣୀୟ କରି ଗଢି ତୋଳିବାର ଆବଶ୍ୟକତା ତ ଅଛି। ନୋହିଲେ ଏ ଜୀବନଠିଁ କି ଲାଭ ଯେ! ମଣିଷ ଜୀବନରେ କ'ଣ ଲାଭ ଅଛି ମୁଁ ସେ କଥା ତର୍ଜ୍ଜମା କରିବାକୁ ଚାହୁଁ ନାହିଁ। ତଥାପି let us have an experiment. ଜୀବନ ଅଛି ମାନେ ଆମେ ତାକୁ ପରୀକ୍ଷା ନିରୀକ୍ଷା କରି ଦେଖିବା ଉଚିତ୍। ଏଇ ତ ଜୀବନ ଯହିଁ ଜୀବନକୁ ବୁଝିବା ସବୁଠାରୁ ବଡ଼ ପ୍ରଯତ୍ନ।


ଯେତେବେଳ ଯାଏଁ ମଣିଷ ଜୀବନ କ'ଣ ଜାଣେ ନାହିଁ କି ବୁଝେ ନାହିଁ ତା ବଞ୍ଚିବାର ଉଦ୍ଦେଶ୍ଯ ସେ ଯାଏଁ ଜୀବନ ଜିଇଁବା ହୁଏତ ନିହାତି ନିରର୍ଥକ ହୋଇଯାଏ। ତେଣିକି ଯେତେ ଜ୍ଞାନ ଗାରିମାର ଅଧିକାରୀ ଥାଉନା କାହିଁକି, ତା ଜୀବନରେ ପୂର୍ଣ୍ଣତା ଆସି ପାରିନାହିଁ ବୋଲି ବୁଝିବାକୁ ହେବ। ତେଣୁ ଆମକୁ ବଞ୍ଚିବାକୁ ହେବ - ଖାଲି ଜୀବନକୁ ବୁଝିବା ଓ ତା'ର ବାସ୍ତବ ଉଦ୍ଦେଶ୍ଯ ବୁଝି ତାକୁ ଚରିତାର୍ଥ କରିବା ପାଇଁ, ଆଉ ସବୁ ଏଠି ଗୌଣ ଓ ନଗଣ୍ୟ ଚିନ୍ତାଧାରା। ମୁଁ ମଧ୍ୟ ମୋ ଜୀବନର ଲକ୍ଷ୍ୟ ଦିନେ ଖୋଜୁଥିଲି ଆଉ ଖୋଜି ଖୋଜି ଆସି ଏଇଠି ପହଁଞ୍ଚିଛି। ଆପଣମାନଙ୍କୁ ସେଇ ଅନୁଭୂତି ବାଣ୍ଟୁଛି, ଖାଲି ଟିକେ ଶ୍ରଦ୍ଧାପୂର୍ବକ ଶୁଣିଲେ ହେଲା। ତେଣିକି ଆପଣମାନଙ୍କର ଯାହା ଇଚ୍ଛା ସେୟା କରି ପାରିବେ, ମୁଁ ତ ଆଉ କାହାକୁ କିଛି ବାଧ୍ୟ କରି ପାରିବି ନାହିଁ। କାରଣ ମୁଁ ନିଜେ ନିଜେ ହିଁ ବୁଝି ନାହିଁ ଜୀବନର ପ୍ରକୃତ ଅର୍ଥ କ'ଣ। ହେଲେ ବଞ୍ଚିବା ନିଜ ପାଇଁ ନୂହେଁ, ଦୁନିଆ ପାଇଁ। ଯେଉଁଠି ଆହାଃ ପଦୁଟିଏ ରେ, କୃତଜ୍ଞାତରେ ପୂରି ଉଠୁଥିବ ଅନ୍ତରାତ୍ମା ଆଉ ଆର୍ଶୀବଚନରେ ଜୀବନଟା ବଡ଼ ଶାନ୍ତିପ୍ରଦ ମନେ ହେଉଥିବ। ସେଦିନ ଆପଣମାନଙ୍କ ଭଳି, ମୁଁ ମଧ୍ଯ ମୋ ଜୀବନର ଲକ୍ଷ୍ୟ ଖୋଜୁଥିଲି - ହଁ ଲକ୍ଷ୍ୟ। କ'ଣ ସେ ଲକ୍ଷ୍ୟ କାହିଁ କିଛି ତ ମନେ ପଡୁନାହିଁ। ହେଲେ ଏବେ ମୋତେ ଖାଲି ଦେଖା ଦେଉଛି ଆଶ୍ରମ - ହଁ ଆପଣମାନେ ଯେଉଁଠି ଅଛନ୍ତି ସେଇ ଆଶ୍ରମ। ଏତିକି କହି ଥକି ବସିପଡ଼ିଲେ ରାମହରି ଲାଲ, ହୃଦୟରେ କୋହଭାର ଧରି। ସମସ୍ତଙ୍କର ଦେଖାଦେଉଥିଲା ପରିବର୍ତ୍ତନର ଝଲକ।

କ୍ରମଶଃ.. ଭାଗ 8..


Rate this content
Log in

More oriya story from Satyaprakash Sethy, M. A(UGC NET)

Similar oriya story from Inspirational