Sunanda Mohanty

Abstract Inspirational Children

3  

Sunanda Mohanty

Abstract Inspirational Children

ଚିଠିଟିଏ ମା ପରି ଶାଶୁଙ୍କର

ଚିଠିଟିଏ ମା ପରି ଶାଶୁଙ୍କର

5 mins
864


ଆୟୁଷ୍ମାନ ବାବା ସାଗର

ତମେ ମୋର ଜୋଇଁ ନୁହଁ ,ପୁଅ ମାଆ ଦୁର୍ଗାଙ୍କ କରୁଣା ଓ ଆଶୀର୍ବାଦ ରୁ ମୁଁ ତୁମକୁ ମୋ ଜାମାତା ରୂପେ ପାଇ ନିଜକୁ ଧନ୍ୟ ମନେ କରୁଛି .ଝିଅ ମୋର ତୁମ ସହ ତା ସଂସାରରେ ଖୁସି ,ସୁଖ ଓ ଶାନ୍ତିରେ ଅଛି ବୋଲି ମୋର ବିଶ୍ୱାସ .ପୁଅ ଟିଏ ପରେ ମୋର ଝିଅଟିଏ .ଦୁହେଁ,ମୋ ଦୁଇ ନୟନ ତାରା ପୁଅ ,ଆଉ ତାଙ୍କ ପାଇଁ ଉପଯୁକ୍ତ ବର ,କନ୍ୟା ଯୋଗାଡ଼ କରିବା ଦାୟିତ୍ବ ଆମ ବାପା ମାଆଙ୍କର .ଝିଅର ଗ୍ରାଜୁଏସନ ପରେ ପରେ ,ବିଇଡି ପାଇଗଲା ନଳିନୀ ଦେବୀ ବିଇଡି କଲେଜର,ଆଉ ରେଜଲ୍ଟ ପ୍ରକାଶ ପାଇବାର ତିନି ମାସ ଭିତରେ ଶିକ୍ଷୟିତ୍ରୀ ଚାକିରୀ ସାଙ୍ଗକୁ ଅନେକ ବିବାହ ପ୍ରସ୍ତାବ ,ତ ମନ ହେଲା ଦାୟିତ୍ବ କର୍ତ୍ତବ୍ୟ ସାରିଦେବାକୁ ,କିନ୍ତୁ ଝିଅ ଦେଖି ପସନ୍ଦ କରିଥିବା ଭଲ ଘର ଭଲ ଚାକିରିଆ ପୁଅର ଏକା ଜିଦ ଝିଅକୁ ଚାକିରୀ ଛାଡିବାକୁ ପଡିବ ,ତ ମନଦୁଃଖରେ ଦିନେ ଠିଆ ହୋଇଥିଲି ,ପୁଅ ଜାଣିଗଲା ମନ କଥା ,ଡାକି ନେଲା କମ୍ପୁଟର ପାଖକୁ ,ଖୋଲିଲା ମାଟ୍ରିମୋନି ,ଦେଖାଇଲା ନିଜ ଜାତିର ପୁଅ ମାନଙ୍କୁ ଆଉ ମୁଁ ଯୋଉ ପୁଅକୁ ପସନ୍ଦ କଲି ,ପୁଅ ମୋର କହିଲା ,ହେ ସେ ହାଲ ଇଞ୍ଜିନିଅର ,ସେ କଣ ଆମ ଝିଅ କୁ ରାଜି ହେବେ ନା ଆମ ଝିଅ ଚାକିରୀ କରୁ ଚାହିଁବେ ?ନିରାଶ ହୋଇଗଲି ପୁଅ କଥାରେ .ଆଜିକାଲିର ନାରୀମାନଙ୍କ ସୁରକ୍ଷା ପାଇଁ ଉପାର୍ଜ୍ଜନକ୍ଷମ ହେବା ନିହାତି ଜରୁରୀ ବୋଲି ମୁଁ ଆଉ ମୋ ପରିବାର ବୁଝିଥିଲା ବେଳେ ,ଭଲ ପ୍ରସ୍ତାବ ପାଇବାକୁ ହେଲେ ଚାକିରିଆ ପସନ୍ଦ ହେବନି ଭାବି ମନ ମରିଗଲା ବେଳେ ,ମା ଦୁର୍ଗାଙ୍କୁ ସ୍ମରଣ କରି ଗୁହାରୀ କଲି ,ଏଣେ ଝିଅର ଚାକିରୀ ଜଗା ପାଖାପାଖି ପ୍ରସ୍ତାବ ଗୁଡିକୁ ହାତରେ ରଖି ,ସିଆଡେ କଥା ବଢେଇବାକୁ ଇଛା ଥିଲା ବେଳେ ମୁଁ ମନଦୁଃଖରେ ଥାଏ କାରଣ ସେସବୁ ପ୍ରସ୍ତାବ ମୋ ମନଲାଖି ନଥିଲା .

ଠିକ ପୂଜା ଛୁଟି ସମୟ .ସାତଦିନ ବ୍ୟାପି ଦୁର୍ଗା ପୂଜାର ସମୟରେ ଦଶହରା ଦିନ ଭୋଗ ପୂଜା ସରୁ ସରୁ ଫୋନ ଆସିଥିଲା ମୋ ଫୋନ କୁ ଆଉ ସେପଟୁ ନିଜେ ବରପାତ୍ର ,ଯାହାକୁ ମୁଁ ମାଟ୍ରିମୋନିରେ ଦେଖି ପସନ୍ଦ କରିଥିଲି ସେହି ପୁଅ ,ହାଲ ଇଞ୍ଜିନିଅର ନିଜେ ଫୋନ କରି ଫୋଟୋ ମାଗିଥିଲେ ,ଆଉ ନମ୍ବର ଦେଇଥିଲେ ତାଙ୍କ ବାପାଙ୍କର ,କଥା ଆଗେଇବାକୁ ,ସେ ଆଉ କେହି ନୁହେଁ ,ତୁମେ ଥିଲ ବାବା .କଥା ବଢ଼ି ,ଜାତକ ଶୁଝି ,ଝିଅ ପସନ୍ଦ ହୋଇ ,ଆମ ଏକମାତ୍ର ସର୍ତ୍ତ ଝିଅର ଚାକିରୀ ରଖିବାକୁ ରାଜି ହୋଇ ,ବିନା ଯୌତୁକରେ ମୋ ଝିଅକୁ ବାହା ହୋଇ ତୁମେ ମୋ ଜୋଇଁ ଆଉ ଜୋଇଁରୁ ଆଉଗୋଟିଏ ପୁଅ ହୋଇଗଲ । ଏ ଭିତରେ ଅନେକ ପରିବର୍ତ୍ତନ ଭିତରେ ନାତୁଣୀ ଟିଏ ଉପହାର ଦେଇଛ ଧନ ମତେ ,ହେଲେ ମୋ ଝିଅ ତୁମ ଠାରୁ ପଚାଶ କିଲୋମିଟର ଦୂରରେ ରହି ,ଘାଟି ଡେଇଁ ଯିବା ଆସିବା କରିବା ଭିତରେ ଦୁର୍ଘଟଣାରେ ପଡିବା ସହ ଆଗକୁ ତୁମ ଦୁହିଁଙ୍କର ନିରାମୟ ଜୀବନ ଓ ଜୀବନ ଶୈଳୀ ସୁଗମ କରିବାକୁ ମୁଁ ସେହି ଦୁର୍ଗା ମାଆଙ୍କୁ ଡାକୁଛି ଅଳିକରି ,ଗୁହାରୀ ଜଣେଇ । ତୁମ ଘରେ ସମସ୍ତେ ଭଲ ,ତୁମ ଦୁଇ ବଡ଼ପାପା ,ଦାଦା ,ଦୁଇ ପିଇସୀ ,ତିନି ମାମୁଁ ,ସହ ତୁମ ବାପାବୋଉ,ଏମିତି ମିଶି ଏଗାର ଯୋଡ଼ା ସମୁଦୀ ସମୁଦୁଣୀ ପାଇ ଆମେ ବହୁତ ଖୁସି .ସମସ୍ତେ ଆମକୁ ଖୋଜା ଲୋଡ଼ା କରିବା ସହ ,ଆମ ପୁଅ ବାହାଘରକୁ ମଧ୍ୟ ଆସିଛନ୍ତି .କାହାର କିଛି ଅଭିଯୋଗ ,ମାନ ନାହିଁ ,ଏହାଠୁ ଭଲ ବନ୍ଧୁ ଆଉ କୋଉଠୁ ମିଳିଥାନ୍ତା ଆମକୁ ? ପୁଅ ତୁମ ସମ୍ମତିର ପଦେ କଥା ମୋର ଏବେବି ମନେ ପଡେ । ମୁଁ ଯେବେ କହିଥିଲି ତୁମେ ବହୁତ ଦୂରରେ ଅଛ ବାବା ,ମୋ ଝିଅଟା କଟକରେ ଅଛି ତ ବାହାଘର କିପରି ହେବ ,ତୁମ ଉତ୍ତର ଥିଲା ଆଜିକାଲି ଦୂରତା କଣ ?ଆମେ ରାଜିହୋଇଗଲୁ ,ଝିଅ ମଧ୍ୟ ବଦଳିହୋଇ ତୁମ ଜିଲ୍ଲା କୁ ଗଲା ସତ ,ହେଲେ ତୁମ ଦୁହିଁଙ୍କ ଭିତରେ ଘାଟି ପୂର୍ଣ୍ଣ ବାଟର ଦୂରତା ବିଚଳିତ କଲାବେଳେ ତୁମ ଶଶୁର କୁହନ୍ତି ,ସବୁ ଅସୁବିଧା ଭିତରେ ବି ସାଗର ଭଳି ଜୋଇଁ ମିଳିଥିବାରୁ ମନ ଶାନ୍ତି ସେ ସହଜେ କାହାକୁ ଭଲ ଖରାପ ନେକହୁଥିବା ବେଳେ ,ତାଙ୍କର ଏ ପଦକ ବଜ୍ରବାଣୀ ମନରେ ଶିହରଣ ତୋଳେ .ମୋ ଝିଅ ଶଙ୍ଖା ସିନ୍ଦୁର ନାଇ ତୁମ ସହ ଅନେଶତ ବର୍ଷ ଯାଏଁ ସାଂସାରିକ ସୁଖ ପାଉର ସଦିଛାରେ ପ୍ରଣତି ଢାଳେ ତେତ୍ରିଶ ଶହ କୋଟି ଦେବାଦେବୀଙ୍କ ଚରଣରେ ,ଆଉ ସର୍ବୋପରି ମାଆ ଦୁର୍ଗାଙ୍କ ନିକଟରେ ସବୁ ପୁଅ ମାନେ ଯଦି ତୁମ ପରି ପରିଶ୍ରମୀ କଷ୍ଟସହିଷ୍ଣୁ ,ଆଶାବାଦୀ ,ଭଲ ପୁଅ ,ଭଲ ଜୋଇଁ ହୋଇପାରନ୍ତେ ,ଦୁନିଆଁର ସବୁ ବାପା ମାଆ ଶାନ୍ତିରେ ରୁହନ୍ତେ .ଖାଲି ସେତିକି ନୁହେଁ ,ତୁମେ ଇଞ୍ଜିନିଅର ହିସାବରେ ଯେତିକି ଦକ୍ଷ ,ଚିତ୍ରପଟ ,ଅର୍ଥାତ ଜଣଙ୍କୁ ଦେଖି ତାର ଚିତ୍ର କରିବା କଳା ତୁମ ପାଖେ ଦେଇଛନ୍ତି ପ୍ରଭୁ .ତୁମେ ତୁମ ବାପା ମାଆ ଙ୍କ ସହ ମୋର ,ଶଶୁର ବାପା ଙ୍କର ,ମୋ ଝିଅର ଖୁବ ସୁନ୍ଦର ଚିତ୍ରପଟ କରିଛ ,ଆଉ ମଧ୍ୟ ନିଜ ହାତରେ ଫୁଲ କୁଣ୍ଡ କରି ସଜାଇଛ ବାଡ଼ି ବଗିଚାରେ ଷ୍ଟ୍ରବେରୀ ପରି ଫଳ .ଏତେ ସବୁ କୃତିତ୍ୱ ଭିତରେ ସନ୍ତାନଟିର ଲାଳନ ପାଳନରେ ମଧ୍ୟ ସହାୟକ ତୁମେ .ତୁମ ପରି ପୁଅ ପାଇ ତୁମ ବାବା ମାମା ଯେତିକି ଗର୍ବିତ ଆମେ ବାପା ମମି ମଧ୍ୟ ସେତିକି ଗର୍ବିତ .ତୁମର ସେଇ କେଇପଦ କଥା ,ଆମେ ବାପା ମମି ବାବା ମାମା ,ସମସ୍ତେ ଏକାଠି ରହିବା ,ଏଥିରେ ତୁମ ପ୍ରତି ଆଶୀର୍ବାଦ ଝରିପଡ଼େ ,ଆଉ ମୁଁ କୃତ୍ୟ କୁତାର୍ଥ ହୋଇଯାଏ ,ତୁମ ପରି ଜୋଇଁ ପାଇ । ସବୁବେଳେ ମୁଁ ଚିନ୍ତା କରେ ଆମେ ମଲାବେଳେ ,ମୋ ଝିଅ ଜୋଇଁ ଆସିଲା ବେଳକୁ ମୁଁ ବାସୀ ମଡ଼ା ହୋଇସାରିଥିବି ବା ଦେହ ମୁଣ୍ଡ କଣ ହେଲେ ଝିଅ କୁ ଦେଖି ପାରିବି ନାହିଁ .ତୁମେ କିନ୍ତୁ ଗାଡି କିଣି ,ଶିଖି ,ପୁଣି ଘାଟି ଡେଇଁ ନିଜେ ଡ୍ରାଇଭିଙ୍ଗ କରି ଝିଅ ନାତୁଣୀଙ୍କ ଧରି ଆସିଛ ଆମ ପାଖକୁ ,ନେଇଛ ବୁଲାଇବାକୁ ,ବୁଝିଛ ଆମ ମନକଥା ,ଆମ ପଟରସମସ୍ତେ ବନ୍ଧୁବାନ୍ଧବଙ୍କ ଘରକୁ ଝିଅକୁ ମୋର ସୁସମ୍ପର୍କ ସ୍ଥାପନ କରିବାରେ ସୂତ୍ରଧର ସାଜିଛ .ଖାଲି ସେତିକି ନୁହେଁ ,ଆମକୁ ସାଙ୍ଗରେ ନେଇ ,କୋରାପୁଟର କେତେ ଯେ ଦର୍ଶନୀୟ ସ୍ଥାନ ସହ,ପ୍ରଭୁ ଗୁପ୍ତେଶ୍ୱର ଙ୍କ ପୀଠ ମଧ୍ୟ ବୁଲାଇଛ .ଖୋଜି ଖୋଜି ଭଲ ଭଲ ଜଳ ପ୍ରପାତ ବୁଲେଇ ଦେଖେଇଛ କେତେଜଣଙ୍କ ଭାଗ୍ୟରେ ଏମିତି ଜୋଇଁ ଅଛନ୍ତି ?

ଏଵେ ଏଵେ ଝିଅର ଫୋନରୁ ନାତୁଣୀର ବିଭିର୍ଣ୍ଣ ବଢନ୍ତା ଷ୍ଟେଜର ବିଭିର୍ଣ୍ଣ ସମୟର ଭିଡ଼ିଓ ସବୁ ଡିଲିଟ ହୋଇ ତା ମନଦୁଃଖ ,କିନ୍ତୁ ମୋର ବିଶ୍ୱାସ ତୁମେ ସେଗୁଡିକ ପୁନଃରୁଦ୍ଧାର କରିପାରିବ .ପୁଅ ମୋ ଝିଅ ମନରେ ଦୁଃଖ ଦେବନି ,ଭାରି ଅଭିମାନିନୀ ସିଏ ,ତୁମେ ନିଶ୍ଚୟ ତା ମନକଥା ବୁଝିଯିବ ବୋଲି ମୋ ଆଶା ,ତୁମ ମୁଣ୍ଡରେ ଜଗନ୍ନାଥଙ୍କ ଆଶୀର୍ବାଦ ଅଛି ପୁଅ ,ତୁମେ ସବୁଥିରେ ସଫଳ ନିଶ୍ଚୟ ହେବ । ମୋ ସାହିତ୍ୟ ଅଗ୍ରଗତି କ୍ଷେତ୍ରରେ ମଧ୍ୟ ତୁମର କିଛି କିଛି ଅବଦାନ ରହିଛି ନିଶ୍ଚୟ ମୋ ବହିସବୁ ବଢିଆ ପ୍ୟାକ କରି ଯେଉଁ ସ୍ଥାନ କୁ ପଠାଇବା କଥା ତୁମେ ପଠେଇଛ ଅନେକ ଥର ,ଆଉ ପଠେଇବାର ସଫଳତା ବି ମୁଁ ପାଇଛି ତ ବୁଝିଛି ମୋ ବାବା ମୋ ପଇଁ ନିଶ୍ଚୟ ଶୁଭ ଅନେଶତ ବର୍ଷ ଯାଏଁ ନିରୋଗୀ ରହି ,ବଳ ,ବୁଦ୍ଧି ,ଵିଵେକୀ ହୋଇ ସୌନ୍ଦର୍ଯ୍ୟ ପାଇ ବସିଥାଅ ପୁଅ ଏ ସଂସାରେ ,ମୋ ଝିଅ ସହ ମିଶି ତୁମ ସଂସାର ନାଵ ବାହିନିଅ ସୁରୁଖୁରୁରେ ,ଏତିକି ମୋର ଆଶୀର୍ବାଦ ଓ ସଦିଚ୍ଛା ,ତୁମ ପାଇଁ

ମୋର ମନେ ଅଛି ପୁଅ ,ବାହାଘର ବେଳେ ,ତୁମକୁ କେହି ଜୋଇଁ ହିସାବରେ ବରଣ ସରିଗଲା ପରେ ଟେକିକି ନଆଣି ଚଲେଇ ଚଲେଇ ଆଣିଥିଲେ ,ମୋ ମନ ଦୁଃଖ ,ହେଲେ ତାର ପ୍ରକୃତ କାରଣ କଣ ଜାଣ ପୁଅ ,ତୁମ ଯୋଗ୍ୟତା ,ସୌନ୍ଦର୍ଯ୍ୟ ,ସାମର୍ଥ୍ୟ ଟପି ,ତୁମକୁ ଏମିତି ସେମିତି ଟେକିକି ନେବା କୁ କେହି ସାହାସ କରିନଥିଲେ ସେମିତି ,ତୁମେ ନିଜେ କିଛି ସମୟ ନାଚିବାକୁ ଚାହିଁଥିଲେ ବି ,ଆମ ଏପଟ ଲୋକ ସେପରି କରିବାକୁ ଦେଇନଥିଲେ ତୁମକୁ ,ତ ଏଇଟା ବି ଗୋଟେ ତୁମ ପ୍ରତି ମର୍ଯ୍ୟାଦାର କଥା ଥିଲା ଧନ ,ତୁମ ପିଲାମନ ଭାଙ୍ଗିଯାଇଥିବ ନିଶ୍ଚୟ ,ହେଲେ ତୁମ ପ୍ରତି ସମ୍ମାନବୋଧ ତୁମକୁ ତୁମ ପିଲାଳିଆମୀ ତଥା ତୁମ ସେପଟ ପ୍ରଥା କରିବାକୁ ଦେଇନଥିବାରୁ ମୁଁ ଆଜିବି ମନସ୍ତାପ କରେ ,ତଥାପି ମୋ ଚାରିପଟେ ଥିବା ମଣିଷଙ୍କ ଭିତରେ ,ତୁମ ଯୋଗ୍ୟତା ,ସୌନ୍ଦର୍ଯ୍ୟ ପାଇଁ ଗର୍ବ ଅନୁଭବ ମଧ୍ୟ ହୁଏ । ତୁମେ ଏ ଚିଠି ପଢିବ କି ନା ମୁଁ ଜାଣେନା । ପ୍ରତିଲିପିରେ ଏକହଜାର ଶବ୍ଦ ବିଶିଷ୍ଟ ଚିଠି ପଚାଶଗୋଟି ଲେଖିବାକୁ ସଂକଳ୍ପବଦ୍ଧ ହୋଇ ,ତୁମକୁ ଲେଖୁଛି ଏ ଚିଠି । ଯଦି ପଢ଼ ସବୁ କଥା କୁ ଆସ୍ତି ସୂଚକ ଦୃଷ୍ଟିରେ ଦେଖିବ ପୁଅ ,ତୁମର କିଛି ଖରାପ ଗୁଣ ମୋ ଆଖିରେ ତ ଏଯାଏଁ ପଡିନି ହେଲେ ତୁମେ ମୋ ଝିଅ ଭଳି ଅଭିମାନୀ ନିଶ୍ଚୟ ,ଯାହା ଅନ୍ୟକୁ କଷ୍ଟ ଦୁଃଖ ବଦଳରେ ଖୁସି ବା ତୁମ ପ୍ରତି ଅଧିକ ସମ୍ବେଦନଶୀଳ କରାଇଥାଏ ,ହଜାରେ ଶବ୍ଦ ପୁରଣ କରିବାକୁ ଯାଇ ଯାହା ସବୁ ସତ ସତ ଅଙ୍ଗେ ଲିଭା କଥା ଲେଖିଲି ,ସେଥିପାଇଁ ମମୀଙ୍କୁ ତୁମର ଭୁଲ ବୁଝିବନି ଧନ ,ଢେର ସାରା ଆଶୀର୍ବାଦ ଦେଇ ରହୁଛି ।

ଇତି

ମମୀ


Rate this content
Log in

Similar oriya story from Abstract