Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Trushna Das

Drama Romance

4.3  

Trushna Das

Drama Romance

ଚିଠିର ସେ ବେନାମ ପ୍ରେମିକ

ଚିଠିର ସେ ବେନାମ ପ୍ରେମିକ

5 mins
54


କାଲି ମୋର ଲଗ୍ନଧରା । ବାହାଘର ଆଗରୁ ସବୁ ଝିଅ ବହୁତ ଖୁସିରେ ଥାଆନ୍ତି । ନୂଆ ନୂଆ ସପନ ଦେଖିଥାଆନ୍ତି, ନିଜ ଭାବୀ ସ୍ୱାମୀକୁ ନେଇ । ମୁଁ ବି ଆଜି ବହୁ ସପନରେ ବୁଡି ରହିଛି ଆଉ ବହୁତ ଖୁସି ବି । କିନ୍ତୁ ମୁଁ ମୋର ବିବାହ କି ପ୍ରତୀକ ପାଇଁ ଖୁସି ନୁହେଁ....ଖୁସି ଯେ ଆଜି ସନ୍ଧ୍ୟାରେ ମୁଁ ମୋର ବେନାମ ପ୍ରେମିକ ପ୍ରିତଙ୍କୁ ଦେଖା କରିବାକୁ ଯିବି । ଆଉ ଉପରେ ଯେଉଁ ପ୍ରତୀକ କଥା କହିଲି... ତାଙ୍କ ସହ ମୋର ବିବାହ ଠିକ ହୋଇଛି । ଆମ ବିବାହ ଭାରତ ମେଟ୍ରମୋନିର ପ୍ରସ୍ତାବରେ ସ୍ଥିର ହୋଇଛି । ପ୍ରତୀକ ବାପା ମାଆଙ୍କ ଗୋଟିଏ ବୋଲି ପୁଅ । ସେ କଟକରେ ରୁହନ୍ତି । ସେ ଡାକ୍ତର ଅଛନ୍ତି । ଯେ ଝିଅ ହେଲେ ବି ତାଙ୍କୁ ଦେଖି ଭଲପାଇବ । ହେଲେ ମୋର ମନରେ ତ ଜଣେ.. ଚିଠିର ସେ ବେନାମ ପ୍ରେମିକ ପ୍ରିତ । 


ଛାଡନ୍ତୁ ପ୍ରତୀକ କଥା । ମୁଁ ମୋ ମନର ମଣିଷ ପ୍ରିତ କଥା କହୁଛି । ମୁଁ ଆଉ ପ୍ରିତ ଆମେ ଦୁହେଁ ଦୁହିଁଙ୍କୁ ଦେଖି ନାହୁଁ । ତେବେ ଆମ ଭିତରେ ପ୍ରେମ କେମିତି ହେଲା ଶୁଣନ୍ତୁ । ସେ ଗୋଟିଏ ଲମ୍ବା କାହାଣୀ... ଆଜି ଆପଣମାନଙ୍କୁ ମୁଁ ସବୁ କହୁଛି....


ମୁଁ ଛୋଟବେଳୁ ମୋ ପିଉସୀ ମାଆ ଘରେ ରହିକି ପଢୁଥିଲି । ପିଉସୀ ମାଆଙ୍କ ଝିଅ କେହି ନ ଥିଲେ ଆଉ ମୁଁ ବାପା ମାଆଙ୍କ ତୃତୀୟ ଝିଅ । ପିଉସୀ ମାଆ ମୋତେ ଝିଅ କରି ପାଖରେ ରଖିଥିଲେ । 


ମୋ ନାମ ସ୍ନିଗ୍ଧା । ମୋତେ ମୋର ସାଙ୍ଗମାନେ ସବୁ ସିନି ବୋଲି ଡାକୁଥିଲେ । ମ୍ୟାଟ୍ରିକ ପରେ ମୋର ସବୁଠାରୁ ପ୍ରିୟ ସାଙ୍ଗ ମିତି ଭୁବନେଶ୍ୱର ପଳାଇଲା । ମିତାର ଜନ୍ମ ଦିନରେ ତା ପାଖକୁ ମୁଁ ନିଜ ହାତରେ ତିଆରି କରିଥିବା ଗଣେଶ ବାବାଙ୍କ ମୂର୍ତ୍ତି ପଠାଇଥିଲି ପିଉସୀ ଘର ଠିକଣାରୁ ମିତା ଦେଇ ଥିବା ଠିକଣାକୁ । ଆଉ ମୁଁ ମୋର ନାମ ସିନି ଲେଖି ଥିଲି । କିନ୍ତୁ ସେ ଉପହାରଟି ଯାଇ ପ୍ରିତଙ୍କ ପାଖରେ ପହଞ୍ଚିଲା । କାରଣ ମିତା ଭଡାଘରର ଠିକଣା ଦେଇଥିଲା । ସେମାନେ ସେ ଘର ଛାଡ଼ି ଅନ୍ୟ ଜାଗାକୁ ଯାଇ ଥିବା କଥା ମୁଁ ଜାଣି ନ ଥିଲି । ସେତେବେଳେ ସେଠି ପ୍ରିତଙ୍କ କାକା ରହୁଥିଲେ ଆଉ ପ୍ରିତ ମଧ୍ୟ ସେଠାରେ ରହି ପଢୁଥିଲେ । ପ୍ରିତ ଉପହାରଟି ପାଇ ମୋତେ ଗୋଟିଏ ଚିଠି ଲେଖିଥିଲେ ଯେ ଭୁଲ ଠିକଣାରେ ପଠାଇଛି ବୋଲି ଆଉ ଉପହାରଟିକୁ ଫେରାଇ ଦେଇଥିଲେ । 


ମୁଁ ତାଙ୍କ ଚିଠି ପାଇ ମୁଁ ବି ତାଙ୍କୁ ଧନ୍ୟବାଦର ଚିଠିରେ କବିତା ଲେଖି ପଠାଇଲି । ତାପରେ ପ୍ରିତ ମଧ୍ୟ ମୋ କବିତାର ପ୍ରଶଂସା କରି ଗୋଟିଏ ଚିଠି ଲେଖିଲେ । ସେ ମଧ୍ୟ ସୁନ୍ଦର କବିତାରେ ମୋର ପ୍ରଶଂସା କରିଥିଲେ । 


ଏମିତି ଭାବରେ ଆମ ଭିତରେ ଚିଠି ଦିଆନିଆ ବଢିଲା । ଚିଠି ମାଧ୍ୟମରେ ଆମେ ଦୁହେଁ ଏତିକି ଜାଣିଥିଲୁ ଯେ ଦୁହିଁଙ୍କ ପ୍ରକୃତ ନାମ ଆଉ ଠିକଣା ଅଲଗା । ସେଥିପାଇଁ ମୁଁ ତାଙ୍କୁ ମୋ ଚିଠିର ବେନାମ ପ୍ରେମିକ ପ୍ରିତ କୁହେ । ହେଲେ ସେତେବେଳକୁ ଦୁହେଁ ଦୁହିଁଙ୍କୁ ଭଲ ପାଇଲେଣି । ମଜା ମଜାରେ ଆମେ ସ୍ଥିର କରିଥିଲୁ ଯେବେ ଆମର ଦେଖା ହେବ ସେତେବେଳେ ଦୁହେଁ ଦୁହିଁଙ୍କ ପରିଚୟ ଦେବା । ଚିଠିରେ ପ୍ରେମ ବିଷୟରେ ମୋର ପିଉସୀ ପୁଅ ଭାଇ ଓମ୍ ଜାଣିଥିଲା । 


ଦୁଇ ବର୍ଷ ହବ ମାଆଙ୍କ ଦେହ ଭଲ ରହୁ ନଥିବାରୁ ମୁଁ ଆସିକି ମୋର ବାପା ମାଆଙ୍କ ପାଖରେ ରହୁଛି । ଚିଠି ମୋର ନାମରେ ଆସିଲେ ଓମ୍ ଆଣିକି ବେଳେ ଦେଇ ଦିଏ । ଚିଠି ନେବା ଆଣିବା ଅସୁବିଧା ହେବାରୁ ପ୍ରିତ ଆଉ ମୁଁ କଥା ହୋଇ ଫେକ୍ ଫେସବୁକ ଆଇଡି ଖୋଲିଲୁ । ଯେଉଁଥିରେ କେବଳ ସେ ମୋ ସାଙ୍ଗ ଥିଲେ ଆଉ ମୁଁ କେବଳ ତାଙ୍କ ସାଙ୍ଗ ଥିଲି । ଆମେ ଫେସବୁକ ମେସେଞ୍ଜରରେ କେବଳ କଥା ହୋଇଛୁ । କେବେ ନିଜ ଫୋଟ ଦିଆନିଆ ହୋଇ ନାହିଁ କି ଭିଡିଓ କଲ୍ କରି ନାହୁଁ।


ପ୍ରେମ ସମ୍ପର୍କ ନିବିଡ଼ ହୋଇଛି । ଗଲା ଭାଲେଣ୍ଟାଇନସ ଡେରେ ପ୍ରିତ ମୋତେ S ଲେଖା ହୋଇଥିବା ସୁନା ମୁଦି, ଆଉ ହାତବନ୍ଧା ଘଡି ଉପହାର କରିଥିଲେ । ଆଉ ମୁଁ ତାଙ୍କୁ ଗୋଟିଏ P ଲେଖା ହୋଇ ଥିବା ଲକେଟ ଆଉ ଗୋଟିଏ ସାର୍ଟପ୍ୟାଣ୍ଟ ଉପହାର କଲି । ସେବେଠାରୁ ମୁଁ ସେଇ ମୁଦିଟିକୁ ପିନ୍ଧି ଥାଏ ଆଉ ଘଡିକୁ ବି । 


ଛଅ ମାସ ତଳେ ପ୍ରିତ ମୋତେ କହିଲେ ସେ ମୋତେ ଭଲପାଆନ୍ତି ଆଉ ମୋତେ ବିବାହ କରିବାକୁ ଚାହୁଁଛନ୍ତି । ହେଲେ ତାଙ୍କ ବାପା ତାଙ୍କ ପାଇଁ ଝିଅ ଖୋଜୁଛନ୍ତି । ସେ ମୋତେ ଦେଖା କରିବାକୁ ଚାହୁଁଛନ୍ତି । ସେତେବେଳେ ମୁଁ ମାଆର ଦେହ ଖରାପ ପାଇଁ ଚିନ୍ତିତ ଥିଲି । ସେଥିପାଇଁ ମୁଁ ସେତେବେଳେ ବିବାହ କରିବା କଥାକୁ ନେଇ ବିରକ୍ତ ହୋଇ କହିଲି ମୁଁ ଏବେ ବିବାହ କରି ପାରିବିନି । ତାଙ୍କ ଭଲ ପାଇବା ଉପରେ ପଶ୍ନ ଉଠାଇ ତାଙ୍କୁ ବିବାହ କରିବାକୁ ମନା କରିଦେଲି । ମୁଁ ବିରକ୍ତରେ ତାଙ୍କ କଥା ବୁଝି ପାରିଲିନି ଯେ ଏବେ ଘରେ ଆମ ବିଷୟରେ କହିଦେଇଥାନ୍ତେ ଆଉ ପରେ ବିବାହ କରିଥାନ୍ତେ।


ପରେ ମୁଁ ବୁଝି ପାରି ନିଜ ଭୁଲ ତାପରେ ତାଙ୍କୁ ମେସେ଼ଞ୍ଜରରେ ଯୋଗାଯୋଗ କରିବାକୁ ଚେଷ୍ଟା କଲି... କିନ୍ତୁ ଜାଣିବାକୁ ପାଇଲି ସେ ଆଇଡି ବନ୍ଦ କରି ଦେଇଛନ୍ତି । ଚିଠି ମଧ୍ୟ ଓମକୁ ଦେଲି ପଠାଇବାକୁ । କିନ୍ତୁ କିଛି ଉତ୍ତର ଆସି ନ ଥିଲା । ବୋଧେ ପ୍ରିତ ମୋତେ ଅଭିମାନ କରିଥିଲେ । କିନ୍ତୁ ଦୁଇ ଦିନ ତଳେ ସେ ହଠାତ୍ ଆଇଡି ଖୋଲିକି ମୋ ମେସେଞ୍ଜଜରର ଉତ୍ତର ଦେଲେ ସେ ଆଜି ମୋତେ ଦେଖା କରିବେ ।


ଆରେ... ଆରେ..... ମୁଁ ବି ପାଗଳୀ ଆପଣମାନଙ୍କୁ ମୋ ଚିଠିର ବେନାମ ପ୍ରେମିକ ବିଷୟରେ କହି ଚାଲିଛି.... କିନ୍ତୁ ଜାଣିନି ସେ ଦେଖିବାକୁ କେମିତି...ତାଙ୍କର ନାମ କଣ ପ୍ରକୃତରେ .... ଦେଖା ହେଲେ କଣ କହିବି ତାଙ୍କୁ... ପୁଣି ଏ ପଟେ ମୋର ବାହାଘର... ମୋତେ କିଛି ବୁଝା ପଡୁନି... ମନର ଗୋଟିଏ ପ୍ରଶ୍ନ ବାରମ୍ବାର ମୋ ମନରେ ଆସୁଛି....କଣ ଚିଠିର ସେ ବେନାମ ପ୍ରେମିକ ମୋ ଜୀବନସାଥୀ ହୋଇ ପାରିବେ... ଯାହା ବି ହେଉ ମୁଁ ପ୍ରିତଙ୍କୁ ଦେଖା କରି କି ମନ କଥା କହିଦେବି...ତା ପରେ ଯାହା ହେଉଛି ଦେଖିବା.... ଆରେ ଆରେ.... ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ନା... ଆମେ ଦୁହେଁ ଦୁହିଁଙ୍କୁ କିପରି ଚିହ୍ନିବା... ଆମେ ଦେଇଥିବା ଚିଠି ଆଉ ଉପହାର ଦେଖି ଚିହ୍ନିବା । ସମୟ ହେଇଗଲାଣି... ପ୍ରିତ ଆସିକି ମନ୍ଦିରରେ ପହଞ୍ଚି ଯିବେ... ମୁଁ ବି ଯାଏ... ଦୟା କରି ମୋ ପାଇଁ ଭଗବାନଙ୍କୁ ଡାକିବେ ନା ଚିଠିର ସେ ବେନାମ ପ୍ରେମିକ ମୋ ଜୀବନସାଥୀ ହୋଇ ଯାଉନ୍ତି । ମୁଁ ଆସେ ଆପଣମାନଙ୍କୁ ସବୁ କହିବି ଖୋଲିକି... ।

................................................................................................  


ଆରେ.... ଆରେ.... ଆସିଗଲି ଚିଠିର ସେ ବେନାମ ପ୍ରେମିକକୁ ଦେଖା କରି । ଜାଣିଛନ୍ତି କଣ ହେଲା ସେଠି... କହୁଛି ଶୁଣନ୍ତୁ.....


ମୁଁ ପ୍ରିତ କହି ଥିବା ମନ୍ଦିରର ପଛ ପଟେ ଯାଇ ପହଞ୍ଚିଲି । ସେଠି ପହଞ୍ଚିଲା ପରେ ଯାହା ଦେଖିଲି କଣ କହିବି.... ଦେଖୁଛି ପ୍ରତୀକ କୋଟ୍ ପିନ୍ଧି ସେଠି ଛିଡା ହୋଇଛନ୍ତି.... । ତାଙ୍କୁ ସେଠି ଦେଖିକି ମୁଁ ଆଶ୍ଚର୍ଯ୍ୟ ହୋଇ କାଠ ପରି ଛିଡ଼ା ହୋଇଛି । ସେ ପାଖକୁ ଆସି କହିଲେ ସିନି... ପ୍ରତୀକ ମୁଖରୁ ଏ ନାମ ଶୁଣି ମୁଁ ନିଃଶବ୍ଦ...ସେ ମୋ ନାମ ସିନି ବୋଲି କେମିତି ଜାଣିଲେ....। କଣ ତାଙ୍କର ପ୍ରିତ ସହ ଦେଖା ହୋଇ ଯାଇଛି କି.....। ଏତିକିବେଳେ ସେ ନିଜ କୋଟ ଖୋଲି କହୁଛନ୍ତି କଣ ସିନି ମୋତେ ଚିହ୍ନି ପାରିଲନି ।


ମୁଁ ପୁଣି ପ୍ରତୀକଙ୍କୁ ଆଉ ଥରେ ଭଲ କି ଚାହିଁଲା ବେଳକୁ ଦେଖୁଛି... ପ୍ରତୀକ ସେଇ ସାର୍ଟ ପ୍ୟାଣ୍ଟ ଆଉ ବେକରେ ସେ P ଲକେଟ୍ ପିନ୍ଧିଛନ୍ତି ଯେଉଁଟା ପ୍ରିତକୁ ଉପହାର ଦେଇଥିଲି । ଆଉ ସେ ସେଇ ଆଇଡିରେ ମୋତେ ମେସେଜ କରୁଛନ୍ତି । ....ମାନେ.... କଣ ପ୍ରତୀକ ହି ମୋର ଚିଠିର ସେ ବେନାମ ପ୍ରେମିକ.....!


ପ୍ରତୀକ ପାଖକୁ ଆସିକି ମୋ ହାତ ଧରି କହିଲେ ସିନି ମୁଁ ଯେଉଁ ଦିନ ତୁମକୁ ଦେଖିବାକୁ ଆସିଥିଲି.... ସେଦିନ ହିଁ ତୁମ ହାତରେ ଘଡି ଆଉ S ମୁଦି ଦେଖି ମୁଁ ଜାଣି ଯାଇ ଥିଲି ତୁମେ ମୋ ସିନି... ତାପରେ ତୁମେ ବି ମୋତେ ସେ ଦିନ କହିବାକୁ ଚାହୁଁଥିଲ...କିନ୍ତୁ ମୁଁ ଜାଣିଶୁଣି ସେ ଦିନ ଶୁଣି ନଥିଲି ତୁମ କଥା । 


ଫୋନରେ ବିବାହ କରିବାକୁ ମନା କରିଦେଲ... ବାପାମାଆଙ୍କ ଖୁସି ପାଇଁ ମୁଁ ସେଦିନ ଝିଅ ଦେଖିବାକୁ ଆସିଲି.... କିନ୍ତୁ ଆସିଲା ପରେ ମୁଁ ଜାଣିଲି ସେ ଝିଅ ଆଉ କେହି ନୁହେଁ..... ମୋ ସିନି । ମୁଁ ତୁମକୁ କେମିତି କହିବି କିଛି ବୁଝିପାରୁ ନ ଥିଲି.... ତାପରେ ତୁମ ଶୁଖିଲା ମୁହଁ ବହୁତ କଷ୍ଟ ଦେଉଥିଲା... । ସେଥିପାଇଁ ସ୍ଥିର କଲି ଲଗ୍ନଧରା ଆଗ ଦିନ ତୁମକୁ ମୁଁ ସବୁ କଥା କହି ଦେବି.... ଆଉ ଲଗ୍ନଧରାରେ ମୁଁ ମୋ ସିନି ମୁହଁରେ ଖାଲି ହସର ଲହରୀ ଦେଖିବି । 


ମୋ ହାତ ଧରି ପ୍ରତୀକ ପଚାରିଲେ ତୁମେ ତୁମ ପ୍ରିତକୁ ବିବାହ କରିବ ତ... । ମୁଁ ଲାଜେଇ ଯାଇ ତାଙ୍କୁ ଜାକି କହିଲି ହଁ ପ୍ରିତ....ଆଇ ଲଭ ୟୁ..... ସେ ବି ମୋ ହାତରେ ଚୁମ୍ବନ ଦେଇ କହିଲେ ଆଇ ଲଭ ୟୁ ଠୁ..... । ତା ପରେ ଦୁହେଁ ଦୁହିଁଙ୍କ ଆଖିରେ ବୁଡିଗଲେ... ବହୁତ ସମୟ ଆମେ ବସି ବହୁତ କିଛି ପ୍ରେମଭରା କଥା ହେଲୁ.... ଯାହା କି ଆପଣମାନଙ୍କୁ କହି ପାରିବିନି.... ମୋତେ ଲାଜ ଲାଗୁଛି....!ତାପରେ ମୁଁ ପଳେଇ ଆସିଲି । 


ହା ହା ହା ହା ହା ହା.... 

ହା ହା ହା ହା ହା ହା.... 


ମନେ ମନେ ମୁଁ ହସୁଛି.... ବହୁତ ଖୁସି । ବିଶ୍ୱାସ ବି କରି ପାରୁନି ଯେ.... ସତରେ ମୋ ଚିଠିର ସେ ବେନାମ ପ୍ରେମିକ ମୋ ଜୀବନସାଥୀ ହେବାକୁ ଯାଉଛନ୍ତି।


ଆପଣମାନେ ମୋ ଖୁସିରେ ସାଙ୍ଗ ହେବେ ନା..... କଲି ମୋ ଲଗ୍ନଧରାକୁ ମୋର ଆପଣମାନଙ୍କୁ ନିମନ୍ତ୍ରଣ ରହିଲା.... ଆପଣମାନେ ଆସିବେ ତ.....!!!!



Rate this content
Log in

More oriya story from Trushna Das

Similar oriya story from Drama