STORYMIRROR

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Tragedy

2  

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Tragedy

ଚିଠି

ଚିଠି

1 min
363

"ତୁମ ପାଖକୁ ଗଲା ପରେ ମୁଁ ଜୀବନର ସବୁକିଛି ପାଇବି ସିନା, ଗୋଟିଏ ଜିନିଷକୁ ହରେଇବି ସବୁଦିନ ପାଇଁ।"

"କଣ?" ମୋର ବ୍ୟଗ୍ରତାର ଶେଷ ନ ଥିଲା।

"ତୁମ ଚିଠି।"ତୁମ ଓଠରେ ଦୀର୍ଘଶ୍ବାସ, ଆଖିରେ ଅଳ୍ପ ଅଳ୍ପ ଅବଶୋଶ।

"ଓ..... ସତେତ!ତୁମ ବିନିମୟରେ ଚିଠିକୁ ହରେଇ ମୁଁ କିନ୍ତୁ ଆଦୌ ଦୁଃଖୀ ହେବିନି। ସେତେବେଳେ ପ୍ରତି ସପ୍ତାହରେ ଆମେ ପରସ୍ପରକୁ ଚିଠି ଲେଖୁଥିଲେ।ତୁମର ଗୋଟିଏ ଗୋଟିଏ ଚିଠିକୁ ଅତି କମରେ ଆଠ ଦଶ ଥର ଲେଖାଏଁ ପଢ଼ୁଥିଲି ମୁଁ।ଛାତି ପକେଟରେ ସାଇତି ରଖୁଥିଲି ପରବର୍ତ୍ତୀ ଚିଠି ମିଳିବା ଯାଏ।ସବୁଦିନେ କିଛି ନା କିଛି ଲେଖୁଥିଲି ଡାଏରୀ ପରି ଓ ସପ୍ତାହରେ ଥରେ ସେସବୁକୁ ଲଫାପାରେ ଭର୍ତ୍ତି କରି ପୋଷ୍ଟ କରୁଥିଲି ତୁମ ଠିକଣାର।ଅନୁରୂପ ଭାବେ ତୁମେ ବି ଚିଠି ଲେଖୁଥିଲ ମୋତେ ପ୍ରତି ସପ୍ତାହରେ।ଇଉନିଭର୍ସିଟି ପରୀକ୍ଷା ଭିତରେ ବି ଆମର ଏ ଚିଠି ଲେଖିବା ବନ୍ଦ ହୋଇ ନ ଥିଲା।ଟେଲିଫୋନ କିମ୍ଵା ସାକ୍ଷାତରେ ଘଣ୍ଟା ଘଣ୍ଟା ଆଳାପ ସତ୍ୱେ ଚିଠିରେ ଆମେ ଢେର କଥା ଲେଖୁଥିଲେ।ରଗାରଗି ହେଉଥିଲେ।ମନା ମନି ବି ହେଉଥିଲେ।

ଆଜି ସତକୁ ସତ ମୁଁ ହରେଇଚି ତୁମ ଚିଠି-ଧଳା କାଗଜ ଉପରେ ସବୁଜ ସ୍ୟାହିରେ ତୁମର ସୁନ୍ଦର ହସ୍ତାକ୍ଷର ଓ ଇତି ତୁମର ମୁଁ।ବିନିମୟରେ ତୁମକୁ ସୁଦ୍ଧା ପାଇ ନାହିଁ।ତୁମେ ଆଜି ଆଉ କାହାର ବାକଦତ୍ତା।

ତୁମେ ଓ ତୁମ ଚିଠି-ଦୁଇଟା ଯାକ ଏକା ସାଙ୍ଗରେ ହରେଇବାର କଥା ତ ନ ଥିଲା।ତୁମେ ତୁମ ଆଶଙ୍କା ମୁତାବକ ହରେଇଚ ମୋ ଚିଠି।ମୋ ପାଖକୁ ନ ଆସି ମଧ୍ୟ।ହେଲେ ମୋ ଚିଠି ବିନିମୟରେ ବାକି ସବୁ ଇପ୍ସିତ ଜିନିଷ ପାଇଚ ନା?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy