STORYMIRROR

Sunanda Mohanty

Abstract Romance Others

3  

Sunanda Mohanty

Abstract Romance Others

ଚିଠି

ଚିଠି

1 min
379


ସୁମତୀ, ଜାଣିବ 

ଏ ମାସରେ ଟଙ୍କା ପଠେଇଛି । ବାପାଙ୍କ ପାଇଁ ଚପଲ ହଳେ କିଣିଦେବ, ଶୀତରେ ତାଙ୍କୁ ଖାଲି ପାଦରେ ଚାଲିବାକୁ ଦେବନି । ବୋଉ ପାଇଁ ଭାଗବତ ବହିଟିଏ ପ୍ରଫୁଲ୍ଲକୁ କହି କିଣି ଆଣିଦେବ ସେ ସନ୍ଧ୍ୟାରେ ଅଧ୍ୟାୟ ଲେଖାଏଁ ପଢିବ l

   ଗାଈ ଗୁହାଳ ଛପର କରାଇନେବ, ବଉଳାର କଣ ହେଲା ଗାଈ ନା ବଳଦ, ତାକୁ ଘାସ କୁଣ୍ଡା ତୋରାଣି ଉଷୁମ କରି ଦେଉଥିବ । ବାସୁଆ ବଳଦକୁ ଟିକେ ଭଲ କରି ଚୋକଡ ଚୁନି ପକାଇ ଖାଇବାକୁ ଦେବ l

   ଆମ ବାଡ଼ିରେ ଲାଗିଥିବା ପରିବା ଗଛରେ ଭଲକରି ସାର ଟିକିଏ ଦେଇଦେବ ଯେ ଭେଣ୍ଡି ଜହ୍ନି କଖାରୁ ଭଲ ଫଳିବ, ଆଉ ମରିଯାଇଥିବା ପିଜୁଳି ଗଛ ସ୍ଥାନରେ ସେପେଟା ଓ ପିଜୁଳି ଗଛ ଦିଓଟି ଲଗାଇଦେବ l

  ଟୁନା ଆଉ ଟୁନି ପ୍ରତିଦିନ ସକାଳେ ସଂଜେ ପାଠ ପଢା ସାଙ୍ଗକୁ ଜେଜେ ଜେଜେମା ଗୋଡ଼ ଛୁଉଁଛନ୍ତି ନା ନାହିଁ । ଛେଳି କୁକୁଡ଼ାଙ୍କ ଯତ୍ନ ନେବା ଶିଖାଉଥିବ, ସେମାନଙ୍କ ହାତରେ ଲେଖି ପଠାଉଥିବା ଚିଠି ମୁଁ ପାଇଛି କିନ୍ତୁ ତୁମେ ନିଜେ ଦୁଇ ଧାଡି ଲେଖିକି ଦେଲେ ମୋ ମନ କୁଣ୍ଢେମୋଟ ହୋଇଯାଆନ୍ତା l

ମୁଁ ଗଲାବେଳେ ତୁମ ପାଇଁ କୁମ୍ଭ ପକା ଶାଢ଼ୀ ଆଉ ଝୁମୁକା ଲଗା ପାଉଁଜି ନେବାକୁ ଭୁଲିବିନି, ତୁମକୁ ସବୁ ଲାଗିଲା, ରହିଲି 

      ତୁମ 

   ଟୁନା ଟୁନି ବାପା 

ଚିଠିଟିକୁ ପଢି ଟୁନା ଟୁନିଙ୍କ ବୋଉ ସୁମତୀ ଆଖିକୁ ନିଦ ନାହିଁ, ଆଉ ନିଜେ ଲେଖିପଢି ଶିଖିବାକୁ ମନସ୍ଥ କରିଛି ସୁମତୀ । ପିଲା ଦିଟା ଚିଠି ପଢିଲା ବେଳେ ପ୍ରେମଲାଜରେ ସଢିଯିବାକୁ ପଡ଼ିବନି ଅନ୍ତତଃ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract