STORYMIRROR

Trushna Das

Inspirational

3  

Trushna Das

Inspirational

ଚିଠି ମୋର ଭାରତ ମାତାଙ୍କୁ

ଚିଠି ମୋର ଭାରତ ମାତାଙ୍କୁ

1 min
60

ହେ ମୋ ଭାରତ ମାତା 


   ମାଆ ମୋର ପ୍ରଣାମ ନେବ। ଆଜି ତୁମ 74ତମ ସ୍ୱାଧୀନତା ଦିବସ। ମୁଁ ଜାଣିଛି ଆଜି ବସି ଭାବୁଛ ତୁମେ ତୁମର ସେ ଅତୀତ ଗାଥାକୁ। 


ତୁମ ଗୌରବ ଆତୀତ ପୂର୍ବ ପୁରୁଷଙ୍କର ଗାଥା। ସେ ଯେ ଥିଲା ଗୌରବମୟ ଇତିହାସ ଆମର। ତୁମର ସ୍ୱାଧୀନତା ଆଣିବା ପାଇଁ କେତେ ବୀର ପୁରୁଷ ନିଜର ଲୌହ ଢାଳିଛନ୍ତି। କେତେ ମାଆଙ୍କ ଆଖିରୁ ଝରିଛି ଲୁହ। 


ଆଜି ମନେ ପଡୁଛି ତୁମକୁ ମହାତ୍ମାଗାନ୍ଧୀଙ୍କ, ନେହେରୁ ଚାଚା, ସ୍ୱାମୀ ବିବେକାନନ୍ଦ, ଗୋପବନ୍ଧୁ ଆଦିଙ୍କ କଥା। ସେ ସମୟରେ ଏକତ୍ରିତ ହୋଇ ଥିଲେ ସବୁ ଭାରତୀୟମାନେ କରିବାକୁ ସ୍ୱାଧୀନତା ଓ ଆଣିବାକୁ ଗଣତନ୍ତ୍ର।ଆଜି ଆମେ ସ୍ୱାଧୀନରେ ଅଛୁ କେବଳ ସେମାନଙ୍କ ବଳିଦାନ ପାଇଁ ଆଉ ସେମାନଙ୍କ କିର୍ତ୍ତୀନାମା ଗାଥା ପାଇଁ। 


ହେ ଭାରତ ମାତା ଆଜି ପୁଣି ସମୟ ବଦଳିଛି। ତୁମ ଉପରକୁ ବିପଦ ପୁଣି ମାଡି ଆସିଛି। ଚୀନ ଚେଷ୍ଟା କରୁଛି ତୁମକୁ ଖଣ୍ଡବିଖଣ୍ଡିତ କରିବାକୁ। ହେଲେ ମାଆ ତୁମେ ବ୍ୟସ୍ତ ହୁଅ ନାହିଁ।ଆମେ ତୁମର କ୍ଷତି ହେବାକୁ ଦେବୁ ନାହିଁ। ଆମ ଦେହରେ ତୁମ ସେଇ ବୀର ପୁରୁଷମାନଙ୍କ ରକ୍ତ ପ୍ରବାହିତ ହେଉଛି। ଆମେ ଜୀବନ ଦେଇ ଦେବୁ ପଛେ ତୁମର କ୍ଷତି ହେବାକୁ ଦେବୁ ନାହିଁ। ମୁଁ ଏତିକି କହିବାକୁ ଚାହେଁ ଆମେ ଭାରତୀୟବାସୀ ପ୍ରସ୍ତୁତ ଅଛୁ ତମର ରକ୍ଷା କରିବାକୁ, ତୁମର ଯଶ ଗାନ କରିବାକୁ। 


ଏତିକିରେ ମାଆ ମୁଁ ମୋର ଚିଠିକୁ ଲେଖା ସମାପ୍ତ କରୁଛି। ଆଶା କରୁଛି ମୋ ଏ ଚିଠିକୁ ସାଦରରେ ପଢିବ ଆଉ ବ୍ୟସ୍ତ ନ ହୋଇ ନିଶ୍ଚିନ୍ତ ହୋଇ ରହି ଆମକୁ ଏମିତି ସ୍ନେହ ମମତାରେ ବାନ୍ଧି ରଖିବ। ଭାରତ ମାତା କି ଜୟ। 

                       ଇତି 

                  ତୁମର ସ୍ନେହର ସନ୍ତାନ

                   ଭାରତୀୟବାସୀ

                     ତୃଷ୍ଣା ଦାସ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational