STORYMIRROR

Er. Suchismita Satpathy

Tragedy Inspirational

4  

Er. Suchismita Satpathy

Tragedy Inspirational

ଛନ୍ଦ ହୀନ ଜୀବନ

ଛନ୍ଦ ହୀନ ଜୀବନ

3 mins
197


ପେଚା, ମାଆ ଲକ୍ଷ୍ମୀ ଠାକୁରାଣୀଙ୍କ ବାହନ ବୋଲି ସମସ୍ତେ ପ୍ରାୟ ଜାଣିଥିବେ । ଏକଥା ବି ଜାଣିଥିବେ ଯେ ପେଚାକୁ ଓଲା ବୋଲି ମଧ୍ୟ କୁହାଯାଏ । ପେଚାକୁ ନେଇ ବିଭିନ୍ନ ମତ ପ୍ରଚଳିତ । କିଛି କୁହନ୍ତି ଘରର କେଉଁ ସ୍ଥାନରେ ବସିଲେ ଶୁଭ ଓ କେଉଁ ସ୍ଥାନରେ ବସିଲେ ଅଶୁଭ । କେତେବେଳେ ଦେଖିଲେ ଶୁଭ ଓ କେତେବେଳେ ଦେଖିଲେ ଅଶୁଭ । ଏହାକୁ ନେଇ ଆଜିର କାହାଣୀଟି । 

ମୋତି ସବୁଦିନ ଚାକିରୀ ଅନ୍ୱେଷଣରେ ଯାଏ ବୁଲାବୁଲି କରି ରାତିରେ ଫେରେ । ବି.ଏ. ପାସ କରିବାପରେ ଆଉ ପାଠ ପଢିଲା ନାହିଁ । ସେ ଟିକେ ଧିର ସ୍ୱଭାବର । କାହାକୁ କିଛି କୁହେ ନାହିଁ । ତେଣୁ ଘରେ ମଧ୍ୟ ତାକୁ କେହି କିଛି କୁହନ୍ତିନି । ଯେ ଯାହା କାମ ବତେଇଲେ କରିଦିଏ । କେବେ କାହାକୁ ମନା କରେନି । ତେଣୁ ସାଇପଡିଶା, ବନ୍ଧୁ ବର୍ଗ ସବୁ ତାକୁ ଓଲା ପେଚା କହି ଚିଡାନ୍ତି । ମାତ୍ର ସେ କେବେ କାହାକୁ କିଛି ନ କହି ହସିଦିଏ । ତେଣୁ ସମସ୍ତେ ତାର ଲାଭ ଉଠାନ୍ତି ଓ ତାକୁ ଓଲା ପେଚାର ଆଖ୍ୟା ଦିଅନ୍ତି । ମାତ୍ର ତା ମାଆ ସବୁବେଳେ ଛଳ ଛଳ ଆଖିରେ ମାତା ଲକ୍ଷ୍ମୀ ଙ୍କୁ ସୁମରଣ କରି ତାର ଉଜ୍ୱଳ ଭବିଷ୍ୟତର କାମନା କରନ୍ତି । 

ଏହିପରି କିଛି ଦିନ ଗଲା । ଦିନେ ଚାକିରୀ ଅନ୍ୱେଷଣରେ ଗଲା ବେଳେ ବାଟରେ ଜଣେ ବୃଦ୍ଧ ଅଣାୟତ୍ତ ହୋଇ ପଡିଯିବାର ଦେଖିଲା । ସେ କଣ କରିବ କିଛି ବୁଝି ପାରିଲା ନାହିଁ । କେବେ ତ ସେ ନିଜ ବୁଦ୍ଧିରେ କାମ କରିନି ତେଣୁ ଏଣେତେଣେ ଚାହିଁଲା ହେଲେ କାହାକୁ ପାଇଲା ନାହିଁ । ଶେଷରେ ଡରି ଡରି ବୃଦ୍ଧ ଜଣଙ୍କୁ ଉଠାଇ ନିକଟସ୍ଥ ଛାଇ ସ୍ଥାନରେ ନେଇ ବସାଇଲା । ପାଖରେ ଥିବା ପାଣି ତାଙ୍କ ମୁହଁରେ ଛାଟିଲା । ଓ ପିଇବା ପାଇଁ ଦେଲା । ପାଖରେ ଥିବା ଦୋକାନ ଓ ଯିବା ଆସିବା କରୁଥିବା ଲୋକଙ୍କୁ ଯେତେ । ଡାକିଲା କେହି ଆସିଲେ ନାହିଁ । କାଳେ ଥାନା ହାଜତ ଯିବାକୁ ପଡିବ ସେହି ଡ଼ରରେ । ମୋତି ସେତେବେଳକୁ ଡରି ମରି ଛାନିଆ । ତାକୁ କିଛି ବୁଦ୍ଧି ବାଟ ଦିଶୁ ନଥାଏ । ନିକଟରେ କୌଣସି ଡାକ୍ତରଖାନା ମଧ୍ୟ ନଥିଲା କି ତା ପାଖରେ ପଇସା ନଥିଲା ଗାଡି ଡାକି ନେଇ ଡାକ୍ତରଖାନା ଯିବା ପାଇଁ । ତା ମାଆ ପରି କେବଳ ମାତା ଲକ୍ଷ୍ମୀଙ୍କୁ ହିଁ ସୁମରଣା କଳୁଥାଏ ଓ ବୃଦ୍ଧଙ୍କ ପାଟିରେ ଟିକେ ଟିକେ ପାଣି ଦେଇ ପାଖରେ ଥିବା ଗାମୁଛାରେ ତାଙ୍କ ମୁହଁ ଓ ଦେହକୁ ପୋଛିଦେଉଥାଏ । ସେତେବେଳକୁ ଭୋକ ଓ ଶୋଷରେ ତାର ତଣ୍ଟି ଶୁଖି ଯାଉଥାଏ । ପାଖରେ ଥିବା ପାଣି ପିଇବାକୁ ଇଚ୍ଛା ହେଉଥାଏ ମାତ୍ର ପିଇଦେଲେ କାଲେ ସରିଯିବ ଓ ବୃଦ୍ଧଙ୍କ ଆବଶ୍ୟକତା ପଡିବ ସେଥିପାଇଁ ଛେପକୁ ଢୋକି ସେଠାରେ ବସିଥାଏ । 

କିଛି ସମୟ ପରେ ବୃଦ୍ଧ ଜଣକର ଚେତା ଫେରିଲା । ସେ ମୋତିକୁ ପାଖରେ ଦେଖି ତାକୁ ଅଶେଷ ଧନ୍ୟବାଦ କରି ଆଶିର୍ବାଦ କଲେ ଓ ତା ଠିକଣା ପଚାରିଲେ । ଥଙ୍ଗମଙ୍ଗ ହୋଇ ମୋତି ଠିକଣାଟି ଦେଲା । ବୃଦ୍ଧ ଜଣକ ଟିକେ ସୁସ୍ଥ ହେବାରୁ ନିଜେ ଉଠି ତାଙ୍କ ରାସ୍ତାରେ ଚାଲିଲେ । ମାତ୍ର ମୋତି ଡରି ଡରି ଘରକୁ ଆସି କାହାକୁ କିଛି ନକହି ଧିର୍ କି ଯାଇ ଶୋଇପଡିଲା । 

ତା ପର ଦିନ ସକାଳେ ଏକ ଗାଡି ଆସି ତାଙ୍କ ଦୁଆର ମୁହଁରେ ପହଞ୍ଚିଲା । ଗାଡି ଦେଖି ପାଖଆଖର ସମସ୍ତେ ଦୌଡି ଆସିଲେ । ବ୍ୟକ୍ତି ଜଣକ ମୋତି ବିଷୟରେ ପଚାରିଲେ । ସାଇ ଲୋକ ଶୁଣି ଭାବିଲେ ଏ ଓଲା ବୋଧେ କିଛି କାଣ୍ଡ କରିକି ଆସିଛି ତେଣୁ ପୋଲିସ ଆସିଛି ବାନ୍ଧିବା ଲାଗି । ଏହା ଦେଖି ବୃଦ୍ଧ ଜଣକ ସମୟ ନଷ୍ଟ ନ କରି କହିଲେ,କାଲି ମୋତି ମତେ ଠିକଣା ସମୟରେ ପାଣି ଦେଇନଥିଲେ ମୁଁ ମୃତ୍ୟୁ ମୁଖରେ ପଡିଯାଇଥାନ୍ତି । ତା ପାଇଁ ମୁଁ ଆଜି ଜୀବିତ । 

ଏହା ଶୁଣି ସମସ୍ତେ ଏକ ସ୍ୱରରେ କହିଲେ, ହେଁ ଏ ଓଲା ପୁଣି ଜୀବନ ବଞ୍ଚେଇଲା । ଏହା ଶୁଣି ବୃଦ୍ଧ ଜଣକ ହସି ହସି କହିଲେ, ଆହେ ବନ୍ଧୁ ଗଣ ଆପଣଙ୍କ ସେହି ଓଲା ଆଜି ମୋ ପ୍ରାଣ ବଞ୍ଚେଇବା ସହ ମୋ ପାଖରେ ଥିବା ଧନକୁ ବି ବଞ୍ଚେଇଛି । 

ତେଣୁ ତା ପାଇଁ ମୁଁ ଏକ ଚାକିରୀ ଆଣିଛି । ଆଜିଠାରୁ ସେ ମୋର ଓ ମୋ ଘରର ରକ୍ଷାକର୍ତ୍ତା ଭାବେ କାର୍ଯ୍ୟ କରିବ । ମାସିକ ଦରମା ଦଶ ହଜାର ଟଙ୍କା । ଏବେ ତ ତାକୁ ଡାକ । ଏହା ଶୁଣି ସବୁ ସାଇ ଲୋକ ଓଲାଙ୍କ ପରି ବୃଦ୍ଧଙ୍କ ମୁହଁକୁ ଚାହିଁ ରହିଲେ । ସବୁ ଶୁଣି ମୋତିର ମାଆ ବାହାରିଆସି କହିଲେ ଦେଖିଲତ ମୋ ଓଲା ପେଚା ଆଜି ଲକ୍ଷ୍ମୀ ଠାକୁରାଣୀଙ୍କ ବାହନ ପାଲଟିଗଲା । ଏହା କହି ମାଆଙ୍କୁ କୋଟି ଦଣ୍ଡବତ ହେଲା । 

ବିଶେଷ ଦ୍ରଷ୍ଟବ୍ୟ: ପ୍ରକୃତରେ କାହାକୁ ନିଚ୍ଚରେ ଦେଖିବା ଉଚିତ ନୁହେଁ । ପ୍ରତି ମାନବ ଶରୀରରେ ଆତ୍ମା ରୂପି ଭଗବାନ ବିଦ୍ୟମାନ । ଆତ୍ମାକୁ ବାଧିବା ଭଗବାନଙ୍କୁ ଅପମାନ ସହ ସମାନ । ତେଣୁ କୌଣସି କ୍ଷେତ୍ରରେ ଗର୍ବ କରି ଅନ୍ୟକୁ ଉପେକ୍ଷା କରିବା ମାନବିକତା ବିରୋଧୀ । 



Rate this content
Log in

Similar oriya story from Tragedy