STORYMIRROR

Sunanda Mohanty

Abstract Drama Tragedy

3  

Sunanda Mohanty

Abstract Drama Tragedy

ଛଳନା ଜାଲରେ ପଡେ ଯିଏ

ଛଳନା ଜାଲରେ ପଡେ ଯିଏ

1 min
204

ସ୍କୁଲ ପରିସରରେ ଜଳଖିଆ ପ୍ରସ୍ତୁତ କରି ବିକୁ ବିକୁ, ଝିଅ ଟିକୁ ବଢ଼ାଉଥିଲା ସଜଫୁଲ ପରି ସୁକାନ୍ତି ତା ହାତ ପ୍ରସ୍ତୁତ ଜଳଖିଆ ବହୁ ସ୍ୱତନ୍ତ୍ର ଆରାରୁଟ ବିସ୍କୁଟ କୁ ବେସନ ରେ ଗୋଳେଇ, ତେଲରେ ଛାଣି,ଗୋଟିକୁ ଦୁଇଟଙ୍କା ରେ ବିକୁଥିଲା ସୁକାନ୍ତି ସବୁ ସାର ଗୁରୁମା ତଥା ପାଖ ବ୍ଲକ ଓ ତହସିଲ ର କର୍ମଚାରୀମାନେ କିଣି ଖାଉଥିଲେ l

   ସଜଫୁଟା ଫୁଲ ପରି ବଢୁଥିବା ଝିଅ ଯେବେ ମାଆ ହେବାକୁ ଯାଉଛି ବୋଲି ଶୁଣିଲା, ସୁକାନ୍ତି ମୁଣ୍ଡରେ ଚଡକ ପଡିଲା, ଝିଅକୁ ପ୍ରଶ୍ନ ପଚାରି ପଚାରି ଥକି ଗଲା ପରେ ବି, ତା ପାଖରେ ଉତ୍ତର ନଥିଲା, ମୁଣ୍ଡ କୋଡ଼ି କଚାଡି କାନ୍ଦୁଥିଲା ସୁକାନ୍ତି କଇଁ କଇଁ, ଝିଅ କୁ ନିରୁତ୍ତର ଦେଖି ନିଜ ଜୀବନରେ ଛଳନାର ଧୋକା ଖାଇ ମାଆ ହୋଇଥିବା ସୁକାନ୍ତି, ନିଜ ଝିଅର ସେହି ଦଶା ହେବା ଦେଖି ଖୁବ ଭାଙ୍ଗିପଡିଥିଲେ ମଧ୍ୟ ଝିଅ ଯେବେ ଶେଷକୁ ମୁଁହ ଖୋଲି ମୁହେଁ ମୁହେଁ ଜବାବ ଶୁଣେଇଦେଇଥିଲା, ମୋ ବାପା ପରିଚୟ ତ ମୁଁ କେବେ ପଚାରିନି, ମୋ ପିଲାର ବାପା ପରିଚୟ ତୁ କାହିଁକି ଖୋଜି ବସୁଛୁ ମାଆ ? 

    ସୁକାନ୍ତି ହାତରୁ ଜଳଖିଆ ପ୍ରସ୍ତୁତ କରିବା ଉପକରଣ ସବୁ ଖସିପଡିଥିଲା ତଳେ ବିଛାଇ ହୋଇ, ସୁକାନ୍ତି ବୁଝିପାରୁନଥିଲା ତା ଝିଅର ରୁଗ୍ଣ ମାନସିକତା, ଶିକ୍ଷା ଦୀକ୍ଷାର ଅଭାବ ଯୋଗୁଁ, ଛଳନାର ରାସ୍ତା ତା ନିଜ ଜୀବନ ଓ ଝିଅର ଜୀବନରେ ଏତେ ଲମ୍ବା ହୋଇଯିବା ଦେଖି ସେ କେବଳ ନୀରବ ରାହିବାକୁ ବାଧ୍ୟ ଥିଲା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract