ଛକ ଉପରେ ମଣିଷ
ଛକ ଉପରେ ମଣିଷ
ଦିନ ପରେ ଦିନ ଗଡିଯାଏ। ସମୟର ତାଳରେ ଚାଲିବାକୁ ପଡେ। ଚାଲୁଚାଲୁ ଥକି ପଡେ, ଝୁଣ୍ଟି ପଡେ ତ ଅସହାୟ ଲାଗେ। ଜୀବନ ଆଉ ମଣିଷ ଭିତରେ ସଂଘର୍ଷ ହୁଏ। ଯଦି ମଣିଷ ନିଜକୁ ବୁଝିପାରେ ତେବେ ନିରବ ଦ୍ରଷ୍ଟା ହୋଇ ସବୁ ଦୃଦିନ କୁ ଛାତିର ପଥର କରି ପଡିରହେ ଯେମିତି ଚକ ଉପରେ ମଣିଷଟି ଠିଆହୋଇ ଦେଖୁଛି ଦୁନିଆକୁ । ସେଦିନ ସେଇ ଛକ ଉପରେ ଜଣେ ଲୋକ ଠିଆହୋଇଥିଲା। ତାକୁ ଜାଣେ ସେ ଆମ ସମାଜରେ ଜଣେ ଦୟାଦ୍ର ଚିତ ଉପକାରୀ ବ୍ୟକ୍ତି। ସେ ଆମ ଦେଶ ସ୍ଵାଧୀନ ପାଇଁ ଅଣ୍ଟା ଭିଡିଥିଲେ। ଲୋକମାନଙ୍କୁ ଦୃଦିନରେ ଚୁଡା ଚାଉଳ ବାଣ୍ଟୁଥିଲେ। ଶିକ୍ଷା ନିମିତ୍ତବିଧ୍ୟ।ଳ ୟ ସ୍ଥାପନ କରିଥିଲେ। ଆହୁରି କେତେ କଥା ଲୋକେ କୁହନ୍ତି।ତାଙ୍କ ସହ ଦିନି ସେଇ ଛକ ଉପରେ ଡାହାଣ କଡ଼କୁ ଠିଆହୋଇ ରହିଥିବାର ଦେଖେ। ବେକର ଫୁଲମାଲଟି ଶୁଖି ରଙ୍ଗ ଛଡା ଦିଶୁଛି ତ ତାଙ୍କ ମୁଣ୍ଡରୁ କାନ୍ଧ ପଯ୍ୟନ୍ତ ଧୂଳି ଉଡୁଛି। ଗୋଡ଼ର ଲୁଗାରେ କୁକୁର ଯାଇ ଏକ କରିବାର କେତେଥର ଦେଖିଛି। ତାକୁ ଦେଖିଲେ ଦୟା ଲାଗେ ବି ଭକ୍ତି ଲାଗେ। ମନେ ମନେ ତାଙ୍କୁ ପ୍ରଣାମ କରେ। ମନକୁହେ ତାଙ୍କ ପାଖକୁ ଯାଇ ଭୂଲ ମାଗନ୍ତି ,ବା ତାଙ୍କ ଦେହରେ ପଡିଥିବା ଧୂଳିକୁ ଝାଡ଼ି ଦିଅନ୍ତି। ଦିନେ ଦେଖିଲି ଦଳେ ମୁଣ୍ଡରେ ଗାନ୍ଧୀ ଟୋପି ଦେଇ ତାଙ୍କ ପାଖରେ ରୁଣ୍ଡ ହୋଇଛନ୍ତି। ରହିଗଲି, କଣ କରୁଛନ୍ତି ଦେଖି ବାକୁ ଆଗ୍ରହ ପ୍ରକାଶ କଲି। ଜଣେ ଧଳା ଖଦଡ଼ ଵାଲା ହାତରେ ଗେଣ୍ଡୁ ଫୁଲ ମାଲ ଟିଏ ଧରି ତାଙ୍କ ବେକରେ ଗଳେଇ ଦେଉଛନ୍ତି।ଅନ
୍ୟମାନେ ତାଳି ମାରୁଛନ୍ତି। ଜଣେ ଲୋକ ଦୂରରୁ ଫଟ ଉଠଉଛି। ବାସ ସରିଗଲା ,ପୁଣି ବର୍ଷେ ପରେ ଦେଖା। ଭାବିଲି ଏହି ନେତା ମାନେ ଆଙ୍କୁ ଆଗରେ ରଖି ନିଜ ନିଜ ର ଭାବ ମୂର୍ତି ବଢ଼ାଉଛନ୍ତି। ଏକଥା ଭାବିଭାବି ଡେରିରେ ସୋଇଲି। ଭାବୁଥାଏ ଏଯେଉଁ ଲୋକଟି ଖର।ବର୍ଷା ସହି ଏଠାରେ ପଡିରହିଛି କେଉଁଥି ପାଇଁ ସେ କଣ ଏମାନଙ୍କ ସମ୍ମାନ ଆଶା କରୁଛି ବା ତାର ସୁକର୍ମ ପାଇଁ ଏମିତି ତାକୁ ଦଣ୍ଡ ମିଳୁଛି।ମୋର ଭାବନା ରେ ସେ କେତେବେଳେ ଆସି ମତେ ତାଙ୍କର ପରିଚୟ ଦେଇ କହିଲେ ମୁଁ ଗୋପବନ୍ଧୁ। ପିଲାଟି ବେଳୁ ଅନ୍ୟର ଦୁଃଖ ଦେଖିଲେ ମୋର କାହିଁକି ଦରଦ ଆସେ। ଟିକେ ସମୟ ଦେଇ ଏମାନଙ୍କ ଦୁଃଖ ସମୟରେ ପହଞ୍ଚେ। ଏଇଟା ମୋର ଗୋଟିଏ ଖିଆଳି ମନ ଏଥିପାଇଁ ମୋର ଅହଂକାର ନାହିଁକି ଗର୍ବ ନାହିଁ।କେବଳ ଆନନ୍ଦ ପାଏ।ମୁଁ ପଚାରିଲି ଆପଣ କୁଁ ଏମାନେ ପୂଜା ବର୍ଷକୁ ଗୋଟିଏଦିନ କରନ୍ତି। ଅନ୍ୟ ଦିନ ଖରା ବର୍ଷା ସହି ଆପଣ ପଡିରହିଛି। ଟିକେ ହସିଦେଇ କହଲେ । ଶୁଣ ଆମ ଘର କୁ ତ ଆମେ ସଜାଡି ପାରୁନେ ,ମଣିଷ ଆଜି ନିଜକୁ ନଦେଖି ଅନ୍ୟର ପ୍ରତିଷ୍ଠା କୁ ଦେଖି ଆସୁଛି। ଯେଉଁଦିନ ନିଜକୁ ବୁଝିବ ସେଇଦିନ ସେ ଆଦର୍ଶ ହେବ। ଏମାନେ ସବୁ ସହଜରେ ଅନ୍ୟର ପ୍ରତିଷ୍ଠାରେ ଭରସା ରଖି ପ୍ରତିଷ୍ଠିତ ହେବାକୁ ଚାହାନ୍ତି। ଲୋକକୁ ଠକିବା ଏମାନଙ୍କ ଧର୍ମ।ନିଦ ଭାଙ୍ଗିଗଲା ପରେ ମନଟା ଆଉଟ ପ।ଉଟି ହେଲା। ଗୋପବନ୍ଧୁ କୁଁ ପାଇ ତାଙ୍କ ପ୍ରତି ମୋର ପ୍ରଣତି ବାଢିଥିଲି।