ଛିଙ୍କ
ଛିଙ୍କ
ଶନିବାର ଓ ରବିବାର ସଟ୍ ଡାଉନ୍ |ଦୋକାନବଜାର ସବୁ ବନ୍ଦ |ତେଣୁ ଶୁକ୍ରବାର ସକାଳୁ ସକାଳୁ ମୁଁ କିଛି ସଉଦା ପାଇଁ ଦୋକାନକୁ ଗଲି |ଦୋକାନ ଆଗରେ ଭିଡ ପ୍ରବଳ |ପ୍ରାୟ 45ମିନିଟ୍ ଛିଡାହେବା ପରେ ମୁଁ ବିରକ୍ତ ହୋଇ ଘରକୁ ଫେରି ଆସିଲି | ଆସିଲାବେଳେ ମନେମନେ ଏକ ଯୋଜନା କଲି |ପିଲାଦିନେ ଥଣ୍ଡା ହୋଇଥିବ କିନ୍ତୁ ନାକରୁ ନବାହାରି ଗଲଗଲ ଲାଗିଲେ ମୋ ଜେଜେମା କହେ ଧୁଆଁପତ୍ରଟିକେ ଶୁଙ୍ଘି ଦେ |ଛିଙ୍କ ହୋଇଗଲେ ଭଲ ଲାଗିବ |
ଆମ ପଡୋଶୀଘର ମାଉସୀଗୁଣ୍ଡିକରିବାକୁ ପ୍ରାୟଧୁଆଁପତ୍ର ଆଣନ୍ତି |ମୁଁ ତାଙ୍କଠୁ ଟିକିଏ ଧୁଆଁପତ୍ର ହାତରେ ଲୁଚେଇ ଧରି ସିଧା ଚାଲିଲି ଦୋକାନକୁ |ଦୋକାନ ପାଖାପାଖି ହେବାପରେ ମୁଁ ତାକୁ ଜୋର୍ ରେ ଶୁଙ୍ଘିଦେଲି | ଖୁବ୍ ଜୋରରେ ଦିଥର ଛିଙ୍କିଦେଲି |ହଠାତ୍ ଦେଖିଲି ସବୁଲୋକ ସତର୍କ ହୋଇ ଟିକିଏ ଦୂରକୁ ଘୁଞ୍ଚିଯାଇ କହିଲେ ତାଙ୍କର କଣ ଦରକାର ଦେଇ ଶୀଘ୍ର ବିଦାକର |ଦୋକାନୀ ବି 2ମିନିଟ୍ ଭିତରେ ମୋଠୁ ତାଲିକାନେଇ ମୋତେ ଜିନିଷ ଦେଇଦେଲେ l ମୋ କାମ ସରିଗଲା |ବାଟରେ ଆସିଲାବେଳକୁ ମୁଁ ମୋ ଜେଜେମା'କୁ ମନେମନେ ଧନ୍ୟବାଦ ଦେଉଥିଲି |
