ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ଛଦ୍ମ ବେଶରେ ବୀରବଲ

ଛଦ୍ମ ବେଶରେ ବୀରବଲ

2 mins
7.4K


ଶ୍ରୀମତୀ ସୁଜାତା ସିହ୍ନା

ଦିନେ ଏକ ଖରାପ ମୂହୁର୍ତ୍ତରେ ଆକବର ବୀରବଲଙ୍କୁ ଆଦେଶ ଦେଲେ ତୁମେ ମୋ ରାଜ୍ୟରୁ ବାହାରି ଯାଅ l ଏହା ଶୁଣି ବୀରବଲ କିଛି ନ କହି ସେଠାରୁ ଚାଲିଗଲେ l କିଛି ଦିନ ପରେ ଆକବରଙ୍କୁ ବିରବଲଙ୍କ ଅନୁପସ୍ଥିତି ବହୁତ ବାଧିଲା l ଯେତେଚେଷ୍ଟା କଲେ ବି କୌଣସି କାମରେ ସେ ସଫଳ ହୋଇ ପାରୁ ନଥିଲେ l ତେଣୁ ସେ ନିଜର ଏପରି ବ୍ୟବହାର ପାଇଁ ଅନୁଚର ମାନଙ୍କୁ ସବୁ ଆଡ଼େ ପଠାଇଲେ ହେଲେ ବୀରବଲଙ୍କର କୋଇନ୍ସି ସନ୍ଧାନ ମିଳିଲା ନାହିଁ l

ଦିନେ ଦ୍ଵାରି ଆସି କହିଲା- ଜାହାଁପନା l ଦୁଇ ଜଣ ଶିଷ୍ୟ ତାଙ୍କ ଗୁରୁଙ୍କ ସହ ଆସି ଆପଣଙ୍କୁ ଦେଖା କରିବାକୁ ଚାହୁଁଛନ୍ତି l ସେମାନେ କହୁଛନ୍ତି ତାଙ୍କ ଗୁରୁଙ୍କ ଭଳି ବିଜ୍ଞଏ ସଂସାରରେ ଆଉ କେହି ନାହାନ୍ତି l ଏହା ଶୁଣି ଆକବର ମନେ ମନେ ଚିନ୍ତା କଲେ ଏ ଗୁରୁ ଯଦି ପ୍ରକୃତରେ ଜ୍ଞାନୀ ହୋଇଥିବେ ତେବେ ମୁଁ ଏହାଙ୍କୁ ମୋ ମନ୍ତ୍ରୀ ପଦରେ ରଖିଦେବି ହେଲେ ଏ କ’ଣ ବିରବଲଙ୍କ ଭଳି ହୋଇପାରିବ ? ଯେତେଯାହା ହେଲେ ବି ବୀରବଲଙ୍କ ଅନୁପସ୍ଥିତି ମତେ ବହୁତ ବାଧୁଛି l ଏମିତି ଚିନ୍ତା କରି ସେ ସେମାନଙ୍କୁ ଆସିବାକୁ ଆଦେଶ ଦେଲେ l ଗୁରୁ ଜଣେ ସାଧୁ ସନ୍ୟାସୀଙ୍କ ଭଳି ଦେଖା ଯାଉଥାନ୍ତି l ବାଦଶାହ କହିଲେ – ହେ ମହାତ୍ମା l ଆପଣ ଯଦି ମୋ ମନ୍ତ୍ରୀମାନଙ୍କର ସମସ୍ତ ପ୍ରଶ୍ନର ଉତ୍ତର ସନ୍ତୋଷ ଜନକ ଦେଇ ଦିଅନ୍ତ ତେବେ ମୁଁ ଆପଣଙ୍କୁ ମନ୍ତ୍ରୀ ପଦ ଦେବି ନ ହେଲେ ଆପଣଙ୍କ ମୁଣ୍ଡ କାଟ କରିବି l କ’ଣ ଆପଣ ଏଥିରେ ରାଜି ?

ଏହା ଶୁଣି ଗୁରୁ କହିଲେ – ମୁଁ ଆପଣଙ୍କ ସର୍ତ୍ତରେ ରାଜି l ତା’ପରେ ଜଣ ଜଣ କରି ମନ୍ତ୍ରୀମାନେ ତାଙ୍କର ପ୍ରଶ୍ନ ପଚାରି ଚାଲିଲେ l ମନ୍ତ୍ରୀ ଫାଇଜି ପଚାରିଲେ – ପୃଥିବୀର ସର୍ବଶ୍ରେଷ୍ଠ ଜିନିଷ କ’ ଣ ? ଗୁରୁ କହିଲେ- ଜ୍ଞାନ l ତା’ ପରେ ସଂଗୀତଜ୍ଞ ତାନସେନ କହିଲେ, ରାତିରେ କାହାର ସ୍ଵର ସବୁଠାରୁ ମିଠା ଓ ହୃଦୟସ୍ପର୍ଶୀ ? ଗୁରୁ କହିଲେ – ଯେଉଁ ବ୍ୟକ୍ତି ରାତିରେ ଆର୍ତ୍ତସ୍ଵରରେ ଭଗବାନଙ୍କ ଭଜନ ଗାଇଥାଏ ତାହା ସବୁଠାରୁ ମିଠା ଓ ହୃଦୟସ୍ପର୍ଶୀ l ଏଥର ଆକବର ପଚାରିଲେ- ଜଣେ ରାଜାଙ୍କ ଶାସନ କରିବା ପାଇଁ କେଉଁ ଗୁଣଟି ରହିବା ଦରକାର ? ‘ ଚତୁରତା ‘ ବୋଲି ଗୁରୁ ଉତ୍ତର ଦେଲେ l ତା’ପରେ ସେ ପଚାରିଲେ- ଏକ ରାଜଙ୍କର ପ୍ରଧାନ ଶତ୍ରୁ କିଏ ? ଏହାର ଉତ୍ତରରେ ଗୁରୁ କହିଲେ- ତାଙ୍କର ସ୍ଵାର୍ଥ ପରତା l

ଆକବର ଗୁରୁଙ୍କ ସମସ୍ତ ଉତ୍ତରରେ ସନ୍ତୁଷ୍ଟ ହୋଇ ମନେ ମନେ ଖୁସି ହୋଇ ଯାଇ ଭାବିଲେ ଏ କ’ଣ ବୀରବଲଙ୍କସ୍ଥାନ ନେଇ ପାରିବ ! ସେହି ସମୟରେ ଗୁରୁ କହିଲେ- ଜାହାଁପନା ମୁଁ ମଧ୍ୟ ବହୁତ ଚମତ୍କାରୀ ଯାଦୁ ଜାଣିଛି l ଏହା ଶୁଣିବା କ୍ଷଣି ଆକବର ଖୁସି ହୋଇଯାଇ କହିଲେ- ଦୟାକରି ଆପଣ ଏହି ମୁହୁର୍ତ୍ତରେ ଏଇଠି ବିରବଲଙ୍କୁ ଆଣି ଉପସ୍ଥିତ କରାଇ ପାରିବେ ? ଗୁରୁ ନିଜର ବିନା ଉତ୍ତରରେ ନିଜ ମୁଣ୍ଡରୁ ନକଲି ବାଳ ଓ ଦାଢ଼ି କାଢ଼ିବାକୁ ଲାଗିଲେ l ସମସ୍ତେ ଆଶ୍ଚର୍ଯ୍ୟର ସହିତ ବୀରବଲଙ୍କ ଅନାଇ ରହିଲେ l

ବାଦଶାହ କହିଲେ, ବୀରବଲ ! ମୁଁ ଜାଣେ ତୁମ ଛଡ଼ା ଏ ପୃଥିବୀରେ ଅନ୍ୟ କେହି ଏ ସବୁ କଠିନ ପ୍ରଶ୍ନର ଉତ୍ତର ଦେଇ ପାରିବେ ନାହିଁ l ତେଣୁ ମୋ ମନରେ ସନ୍ଦେହ ହେବାରୁ ମୁଁ ତୁମକୁ ବୀରବଲଙ୍କୁ ଆଣିଦେବା ପାଇଁ କହିଲି l ପ୍ରକୃତରେ ବୀରବଲ ତୁମ ବିନା ମୋ ଦରବାର ଶୂନ୍ ଶାନ୍ ଲାଗୁଛି l


Rate this content
Log in

Similar oriya story from Children