Click Here. Romance Combo up for Grabs to Read while it Rains!
Click Here. Romance Combo up for Grabs to Read while it Rains!

Deepak Sarangi

Horror Tragedy


4.8  

Deepak Sarangi

Horror Tragedy


ଛାୟା

ଛାୟା

6 mins 759 6 mins 759

ଛାୟା

ଦୀପକ ଷଡଙ୍ଗୀ

ଅଜୟ ର ବନ୍ଧୁ ସହଦେବ ତାକୁ ବହୁତ ଥର ଡାକିଛି ଯେ ଠାରେ ଏଇ ସହରୀ ଜୀବନଯାପନ ଛାଡି କିଛି ଦିନ ଶିମିଳିପାଳ ଜଙ୍ଗଲ ଆଡେ ବୁଲି ଆସିବାକୁ , କିନ୍ତୁ ଅଜୟ ପାଖରେ ଏ ସବୁ ପାଇଁ ସମୟ ନ ଥିଲା । ବ୍ୟାଙ୍କ୍ ଚାକିରି ର ବ୍ୟସ୍ତତା ଆଉ ଲେଖାଲେଖି ରୁ ଫୁରସତ୍ ମିଳିଲେ ତ କୁଆଡେ ଯିବ । ସହଦେବ ତା’ର ପିଲା ଦିନର ବନ୍ଧୁ । ଏକା ସ୍କୁଲ ଓ କଲେଜ୍ ରୁ ପାଠ ପଢା ସରିବା ପରେ ସେ ଷ୍ଟେଟ୍ ବ୍ୟାଙ୍କ୍ ରେ ଯୋଗ ଦିଏ ଆଉ ସହଦେବ ଡାକ୍ତରୀ ପଢେ ବୁର୍ଲା ମେଡିକାଲ କଲେଜରେ । ଏବେ ସହଦେବ ୨ ବର୍ଷ ହେଲାଣି ଶିମିଳିପାଳ ଅଞ୍ଚଳରେ ପୋଷ୍ଟିଂ ପାଇଛି । ଅଜୟର ଲେଖାଲେଖି ର ଅଭ୍ୟାସ କଲେଜ ବେଳରୁ । ରହସ୍ୟ ଓ ରୋମାଞ୍ଚ କାହାଣୀ ରଚନା କରିବାରେ ସେ ସିଦ୍ଧହସ୍ତ । ତା’ର ବହୁ କାହାଣୀ ବିଭିନ୍ନ ପ୍ରକାର ପତ୍ରପତ୍ରିକାରେ ସ୍ଥାନ ପାଇଛି । ସହଦେବ ବି ତା’ର ଲେଖାର ଗୋଟେ ବଡ ପ୍ରଶଂସକ । ସହଦେବ ସେଥିପାଇଁ ତାକୁ ବହୁତ ଥର ଡାକିଛି ଯେ “ତୁ ଏଠିକି ଥରେ ଆସେ ଦେଖିବୁ ତତେ ଏ ବଣଜଙ୍ଗଲ ଘେରା ପାହାଡ ପର୍ବତ ଭିତରେ ତୋର କାହାଣୀ ପାଇଁ ଗୋଟେ ଭଲ ପ୍ଲଟ୍ ମିଳିଯିବ” । ସବୁ ଥର ନାହିଁ ନାହିଁ କହିଲା ପରେ ଏଥର ଶୀତଦନ ଡିସେମ୍ବରରେ ଅଜୟ ଭବିଲା ଯେ ସେ ସହଦେବ ପାଖକୁ ଶିମିଳିପାଳ ଯିବା ପାଇଁ । କଟକରୁ ଗାଡି ଧରିଲା ସେ ଶିମିଳିପାଳ ପାଇଁ । ଗାଡି ଚାଲି ଥାଏ ଘାଟି ରାସ୍ତା ଦେଇ । ଜଙ୍ଗଲର ଅପରୂପ ଶୋଭା ତାକୁ ଅଭିଭୂତ କରୁଥାଏ । ଗାଡି ବସ୍ ଷ୍ଟାଣ୍ଡ ରେ ପହଞ୍ଚିବା ପୂର୍ବ ରୁ ସେ ସହଦେବ କୁ ଫୋନ୍ କରିଦେଲା । ସହଦେବ କାର୍ ଧରି କି ଆସି ବସ୍ ଷ୍ଟାଣ୍ଡ ରେ ଅଜୟ କୁ ଅପେକ୍ଷା କରିଥାଏ । ବସ୍ ଆସି ପହଞ୍ଚିଗଲା । ଦୁଇ ବନ୍ଧୁଙ୍କର ପୂରା ୬ ବର୍ଷ ପରେ ଦେଖା ସାକ୍ଷାତ । କାର୍ ରେ ବସି ଦୁଇ ଜଣ ସହଦେବର ସରକାରୀ କ୍ଵାଟର୍ କୁ ଗଲେ । ବହୁ ସମୟ ଧରି ଦୁଇ ଜଣ ବନ୍ଧୁ କଥାବାର୍ତ୍ତା ହେଲେ । ସହଦେବର ବାହାଘର ଠିକ ହୋଇ ସାରିଥାଏ ଆସନ୍ତା ଫେବୃଆରି ମାସକୁ । ରାତିରେ ଖାଇପିଇ ଦୁଇ ବନ୍ଧୁ ଗପ କରି ଶୋଇ ପଡିଲେ ।

ସକାଳୁ ଉଠି ଚା ଜଳଖିଆ ଖାଇ ସହଦେବ ଚାଲିଗଲା ତା କ୍ଲିନିକ୍ କୁ । ଅଜୟ କୁ ସବୁ ବତେଇ ଦେଇଗଲା ଯେ କେଉଁଠି କ’ଣ ଅଛି । ସହଦେବ ଗଲା ପରେ ଅଜୟ ହାତରେ ବହି ଖଣ୍ଡେ ଧରି କ୍ଵାଟର୍ ଆଗରେ ଥିବା ଲନ୍ ରେ ବସି ଶୀତୁଆ ସକାଳକୁ ଭରପୂର ଉପଭୋଗ କରୁଥାଏ । ଏଇ ସମୟରେ ସହଦେବ ର ପିଅନ ଆଣି ଚା କପ ସହିତ ଖବରକାଗଜ ଆଣି ଦେଇଗଲା । ଆଉ କହି କି ଗଲା ଯେ ତା’ର ଘରେ କିଛି କାମ ଅଛି ; କିଛି ସମୟ ପରେ ସେ ଆସିଲେ ଖରାବେଳ ପାଇଁ ଖାଇବା ତିଆରି କରିଦେବ । ଏତିକି କହି ସେ ଯିବା ର କିଛି ସମୟ ପରେ । ଗେଟ୍ ଖୋଲି ଜଣେ ଅତି ଜୀର୍ଣ୍ଣକାୟ ଲୋକ ଆସିଲା । ଅଜୟ କୁ ଦେଖି ନମସ୍କାର କଲା । ଅଜୟ ଭବିଲା ବୋଧେ ସହଦେବର କୌଣସି ରୋଗୀ ହୋଇଥିବ । ସେଥି ପାଇଁ ସେ ତାକୁ କହିଲା ଏବେ ସାର୍ ଘରେ ନାହାଁନ୍ତି ତୁମେ ସନ୍ଧ୍ୟା ବେଳକୁ ଆସ । ଏତିକି କହି ସାରି ଅଜୟ ତା ଠାରୁ ନଜର ଫେରାଇ ନେଇ ଖବରକାଗଜ ଉପରେ ପକେଇ ପଢି ବସିଲା ଆଉ ତାକୁ ଧ୍ୟାନ ଦେଲା ନାହି । କିଛି ସମୟ ପରେ ଖବର କାଗଜ ଲେଉଟାଇଲ ବେଳକୁ ସେ ଲୋକଟି ଆସି ପୂରା ଅଜୟ ର ପାଖରେ ଛିଡା ହୋଇ ଯାଇଥାଏ । ଚମକି ଉଠିଲା ଅଜୟ ତାକୁ ଦେଖି । ତା ଦେହରୁ ଗୋଟେ ଅଜବ ପ୍ରକାର ର ଗନ୍ଧ ବାହାରୁ ଥାଏ ଲାଗୁ ଥାଏ ଯେମିତି ସେ ଲୋକଟି ବହୁତ ଦିନ ହେଲା ଗାଧୁଆପାଧୁଆ କରିନି । ଏଥର ଅଜୟ ତାକୁ ଟିକେ ଚଢା ଗଳାରେ କହିଲା “କହିଲି ପରା ଏବେ ସହଦେବ ନାହିଁ କ୍ଲିନିକ କୁ ଯାଇଛି ତୁମେ ସନ୍ଧ୍ୟା ବେଳେ ଆସ ତା ସହ ଦେଖା ହେବ” । ଲୋକ ଟି କିପରି ଏକ ଅଦ୍ଭୁତ ସ୍ଵର ରେ କହିଲା “ମୁଁ ଡାକ୍ତର ଙ୍କ ପାଖ କୁ ଆସିନି । ମୁଁ ତୁମ ପାଖ କୁ ଆସିଛି” । ଏତିକି କହି ଜୋର ରେ କାଶି ଉଠିଲା । ଏମିତି ଗୋଟେ ଅଦ୍ଭୁତ ପ୍ରକାର ର ଶବ୍ଦ ଶୁଣି ଅଜୟ ଡରି ଯାଇ ଚେୟାର୍ ରୁ ଉଠି ପଡି କହିଲା “କିଏ ତୁମେ? ମୋ ପାଖରେ ତୁମର କି କାମ ?” ଲୋକଟି କହିଲା “ତୁମେ ଅଜୟ ମହାନ୍ତି ନା ବିଶିଷ୍ଟ କାହାଣୀକାର । ମୋର ଶେଷ ଇଛା ତୁମେ ମୋ ଜୀବନର କାହାଣୀ କୁ ବି ଦୁନିଁଆ କୁ ଜଣାଅ” । ଅଜୟ ଡରି ଯାଇ କହିଲା “ତୁମେ ମୋତେ କେମିତି ଜାଣିଲ ଯେ ମୁଁ ଲେଖାଲେଖି କରେ ବୋଲି” । ଲୋକଟି କହିଲା ମୋ ପାଖେ ବେଶି ସମୟ ନାହିଁ “ମୁଁ ଯାହା କହୁଛି ତୁମେ ତାକୁ ମନ ଦେଇ ଶୁଣ” । ଅଜୟକୁ କହିଲା ଚେୟାର ବସିବା ପାଇଁ ଓ ନିଜେ ତଳେ ବସି ସେ ଗପିବାକୁ ଆରମ୍ଭ କଲା ।

ମୋ ନା ରଘୁନାଥ ଦାସ । ମୁଁ ଏଇ ଶିମିଳିପାଳ ଜଙ୍ଗଲ ରେ ଫରେଷ୍ଟ ଅଫିସର ଭାବେ ୧୫ ବର୍ଷ ତଳେ ଆସିଥିଲି । ମୋତେ ରହିବା ପାଇଁ ଗୋଟେ କ୍ଵାଟର୍ ଦିଆ ହୋଇଥିଲା ଆଉ ବୋଲହାକ କରିବା ପାଇଁ ଗୋଟେ ପିଅନ ଶମ୍ଭୁ । ଶମ୍ଭୁ ମୋର ବହୁତ ଯତ୍ନ ନେଉଥିଲା ମୋର ଖାଇବା ପିଇବା,ରେ ଯେପରି କିଛି ଅସୁବିଧା ନା ହେବ ସେଥିପାଇଁ ସେ ସବୁ ବେଳେ ଯତ୍ନ ବାନ ଥିଲା । ଧୀରେ ଧୀରେ ମୋର ଆଉ ଶମ୍ଭୁ ଭିତରେ ଗୋଟେ ଭଲ ବନ୍ଧୁତା ସୃଷ୍ଟି ହୋଇଗଲା । କିନ୍ତୁ କିଛି ବର୍ଷ ଯିବା ପରେ ମୁଁ ଶମ୍ଭୁ ର ଚାଲି ଚଳନରେ ଗୋଟେ ଭିନ୍ନତା ଲକ୍ଷ୍ୟ କଲି । ମୁଁ ଲକ୍ଷ୍ୟ କଲି ସେ ବେଳେ ବେଳେ ମୋ ପକେଟ ରୁ ପଇସା ଚୋରି କରୁଛି ମୋର ଅନୁପସ୍ଥିତି ରେ ମୋ ଜିନିଷ ପତ୍ର ଖେଳାଉଛି ଯେଉଁଟା କି ମୋତେ ଟିକେ ଭଲ ଲାଗୁ ନଥିଲା । ଥରେ ମୁଁ ରାତିରେ ଦେଖିଲି ସେ ଏକୁଟିଆ ଯାଇ କେଉଠି ଗୋଟେ ଗୁଣୀ ବିଦ୍ୟା ଶିଖୁଛି । ମୁଁ ତାକୁ ଏ ବିଷୟରେ ତାଗିଦ୍ କଲି । କହିଲି ତୋର ଯଦି ଏମିତି କିଛି କରିବାର ଅଛି ତୁ ଆଉ ମୋ ସଙ୍ଗେ ରହନା । ଏତିକି କହି ତାକୁ ଘରୁ ଚାଲି ଯିବାକୁ କହିଲି । ସେ ଭୀଷଣ ଭାବେ ମୋ ଉପରେ ରାଗିଗଲା । ମୋ ଉପରେ ପ୍ରତିଶୋଧ ପରାୟଣ ହୋଇ ଉଠିଲା । ଏମିତି ଦିନେ ରାତିରେ ହଠାତ୍ ସେ ରାଗି ଯାଇ ଗୋଟେ କଟୁରୀ ଧରି ମୋତେ ହାଣି ବାକୁ ଆସିଲା । ମୁଁ ଦେଖିଲି ସେ ମୁଣ୍ଡରେ ନାଲି ସିନ୍ଦୁର ପିନ୍ଧିଛି । ଅଣ୍ଟା ରେ ଗୋଟେ ବାଘ ଛାଲ ପିନ୍ଧିଛି । ଆଖି ଯୋଡାକ ଲାଲ ଲାଲ ହୋଇ ଯାଇଛି ସତେ ଯେପରି କେଉଁ ଆତ୍ମା ତା ଦେହରେ ପ୍ରବେଶ କରିଛି । ତା’ର କଥାର ସ୍ଵର ବି ବଦଳି ଯାଇଛି । କେମିତି ଗୋଟେ ପୁରୁଷ ଓ ନାରୀ ମିଶାମିଶି ସ୍ଵରରେ ସେ ଗର୍ଜନ କରୁଥାଏ । ମୁଁ ତାକୁ ଦେଖି ଖୁବ ଡରି ଯାଇଥାଏ । ସେ ମୋ ପାଖକୁ କଟୁରୀ ଧରି ଝପଟି ଆସିଲା ବେଳକୁ ମୁଁ ତାର ହାତ କୁ ମାଡି ବସିଲି । ଆଉ ପାଖରେ ଥିବା ଠେଙ୍ଗା ରେ ତା ମୁଣ୍ଡ କୁ ଗୋଟେ ଶାକ୍ତ ପାହାର ଦେଲି । ଠେଙ୍ଗା ପାହାର ଖାଇ ଶମ୍ଭୁ ସେଇଠି ଟଳି ପଡିଲା । ତା ମୁଣ୍ଡ ଫାଟି ରକ୍ତ ଧାର ବୋହି ଚାଲିଥାଏ । ସେ ପଡି ଯିବାର ଦେଖି ମୁଁ ତାକୁ ଉଠେଇଲା ବେଳକୁ ଗଲା ରୁ ସେ ମୋତେ ପୁଣି ସେମିତି ଗର୍ଜନ କରି କହିଲା “ରଘୁ ଦାସ ଆଜି ମୁଁ ତତେ ମାରି ବଳି ଦେଇ ଥିଲେ ମୋର ସିଦ୍ଧି ହେଇ ଥାଆନ୍ତା , କିନ୍ତୁ ତୁ ମୋତେ ମାରି ମୋର ସିଦ୍ଧି ରେ ବାଧା ଦେଲୁ । ମୁଁ ସିନା ଆଜି ଚାଲି ଯାଉଛି କିନ୍ତୁ ମନେରଖ ଯେତେଦିନ ପର୍ଯ୍ୟନ୍ତ ତୁ ବଞ୍ଚିଛୁ ମୁଁ ତତେ ଶାନ୍ତିରେ ରଖେଇ ଦେବିନି । ସବୁ ବେଳେ ତୋ ସହ ତୋ ପାଖେ ପାଖେ ଛାୟା ହେଇ ରହିଥିବି । ତୋର ଉଠିବା ବସିବା ଶୋଇବା ରହିବା ସବୁ କୁ ମୁଁ ହିଁ ପରିଚାଳନା କରେଇବି । ଆଉ ଠିକ ବର୍ଷେ ପରେ ମୁଁ ତତେ ମୋ ପାଖ କୁ ନେଇ ଆସିବି” ।ଏତିକି କହି ଶମ୍ଭୁ ସେଇଠି ଟଳି ପଡିଲା ।

ଏତକ କଥା କହି ସରିବା ପରେ ଅଜୟ ପାଖରେ ବସିଥିବା ରଘୁ ହଠାତ ଛିଡା ହେଇ କି କାନ୍ଦି ବାକୁ ଲାଗିଲା କହିଲା ହେଇ ଦେଖ ଅଜୟ ବାବୁ ସେ ଶମ୍ଭୁ କେମିତି ସେ ଗେଟ୍ ପାଖରେ ଛିଡା ହୋଇଛି । ରଘୁ ଅଙ୍ଗୁଳି ଦେଖାଇଲା ଗେଟ୍ ଆଡ କୁ । ଅଜୟ କୁ କିଛି ଦେଖାଯାଉ ନ ଥାଏ । କିନ୍ତୁ ହଠାତ୍ କେଉଁଠୁ ଗୁଡାଏ କୁକୁର ଭୁକିବା ଆରମ୍ଭ କରି ଦେଲେ କେମିତି ଗୋଟେ ଅଦ୍ଭୁତ ସ୍ଵରରେ । ଏଥର ଅଜୟ ଶଙ୍କିତ ହେଇ ପଡିଲା । ଡିସେମ୍ବର ମାସ ଶୀତରେ ବି ସେ ଝାଳରେ ଗାଧେଇ ପଡିଥାଏ ।

ରଘୁ କହିଲା ଅଜୟ ବାବୁ କାଲି ହେଉଛି ଶମ୍ଭୁ ର ବର୍ଷିକିଆ ଆଉ ମୋ ଜୀବନ ର ଶେଷ ଦିନ । ଆପଣ ଯେମିତି ହେଲେ ମୋର ଏ କାହାଣୀ କୁ ଲୋକ ଲୋଚନ କୁ ଆଣନ୍ତୁ କାରଣ ମୋତେ ଲୋକ ମାନେ ଆଜି ଯାଏଁ ଭୁଲ ବୁଝି ଆସିଛନ୍ତି ଯେ ମୁଁ କାହିଁକି ଶମ୍ବୁ ର ହତ୍ୟା କଲି ବୋଲି । ଆଉ ପୁଲିସ ଠାରୁ ଲୁଚି ଲୁଚି ମୁଁ ବି ଅଣ ନିଶ୍ଵାସୀ ହୋଇ ଗଲିଣି । ଏତିକି କଥା କହି ସାରି ରଘୁ ସେଠାରୁ ଚାଲି ଗଲା । ସେଦିନ ରାତିରେ ଅଜୟ ଠିକ ସେ ସୋଇ ପାରିଲା ନାହିଁ । ସେ ମନସ୍ଥ କଲା ଯେ ପର ଦିନ ଏଠାରୁ ସେ ଚାଲି ଯିବ ବୋଲି । ସକାଳୁ ସକାଳୁ ଉଠି ସହଦେବ କୁ କହିଲା ଯେ ତାକୁ ବସ ଷ୍ଟାଣ୍ଡ ରେ ନେଇ ଛାଡି ଦେଇ ଆସିବାକୁ । ତା’ର ବ୍ୟାଙ୍କ ରୁ ଫୋନ ଆସିଥିଲା କିଛି ଗୋଟେ ଜରୁରୀ କାମ ପାଇଁ ତାକୁ ଆଜି ହିଁ ଯିବା କୁ ପଡିବ ବୋଲି । ସହଦେବ ଅଜୟ କୁ ନେଇ ବସ୍ ରେ ବସାଇ ଦେଇ ଆସିଲା । ବସ୍ ରେ କିଛି ବାଟ ଗଲା ପରେ ଡ୍ରାଇଭର ହଠାତ ବସ୍ ଟିକୁ ରଖି ଦେଲା କହିଲା ଆଗରେ କିଛି ଗୋଟେ ଦୁର୍ଘଟଣା ହୋଇଛି ବୋଧ ହୁଏ ସେଥି ପାଇଁ ଲୋକେ ରାସ୍ତାରେ ଛିଡା ହୋଇଛନ୍ତି ।  ଉତ୍ସୁକତା ର ସହ ଅଜୟ ବସ୍ ରୁ ବାହାରି ବାହାରକୁ ଆସିଲା ଜାଣିବା ପାଇଁ କଣ ହୋଇଛି ବୋଲି । ଦେଖିଲା ଗୋଟେ ଲୋକ ର ତଣ୍ଟି କାଟି କେହି ଜଣେ ହତ୍ୟା କରି ଫିଙ୍ଗି ଦେଇଛି । କିନ୍ତୁ ଏ କଣ ଏ ତ ସେଇ ଲୋକ ଯିଏ କାଲି ତା ପାଖ କୁ ଆସିଥିଲା । ଭୟରେ ଶୀତେଇ ଉଠିଲା ତା’ର ସର୍ବାଙ୍ଗ ଶରୀର । ଚୁପଚାପ୍ ଆସି ସେ ନିଜ ସିଟ୍ ରେ ବସି ପଡିଲା । କିଛି ସମୟ ପରେ ପୁଲିସ ଆସିବାରୁ ରାସ୍ତା ସଫା ହେଲା ପରେ ଗାଡି ଚାଲିଲା କଟକ ଅଭିମୁଖେ । ରାସ୍ତା ସାରା ଅଜୟ ସେଇ କଥା ଭାବି ଭାବି ଅନ୍ୟମନସ୍କ ହୋଇ ପଡୁଥାଏ । ରାତିରେ ଘରେ ପହଞ୍ଚିବା ପରେ ସେ ରଘୁ କହିଥିବା ସବୁ କଥା କୁ ଗୋଟେ କାହାଣୀ ର ରୂପଦେଇ ଗୋଟିଏ ଭଲ ପତ୍ରିକା କୁ ପଠେଇ ଦେଲା । ରାତିରେ ଶୋଇ ବାକୁ ଗଲା ବେଳକୁ ସେ ଦେଖିଲା ଗୋଟେ ଛାୟା ଯେପରି ତା ଘରୁ ବାହାରିଗଲା । ପର ମାସର ସଂଖ୍ୟା ରେ ଅଜୟ ର ଗପ “ଛାୟା” ପ୍ରକାଶିତ ହୋଇଥିଲା ଓଡିଶା ର ଗୋଟେ ନାମୀ ପତ୍ରିକାରେ । 



Rate this content
Log in

More oriya story from Deepak Sarangi

Similar oriya story from Horror