ଛାତ୍ର
ଛାତ୍ର
ସନାତନ ବେହେରା
ସମୟର ଗତି ସମସ୍ତଙ୍କ ପାଇଁ ଆଣେ ଦୁଃଖ , ସୁଖ ଓ ଆହୁରି ଅନେକ ଅନୁଭୂତି । କେବେ କେବେ ତାହା ଜୀବନର ଅର୍ଥ ଶିଖାଇଥାଏ । ଏଇ ଯେମିତି ବେଳେ ବେଳେ ଅଚିହ୍ନା ମଣିଷଟିଏ ପାଖେଇ ଆସେ ସାହାଯ୍ୟ କରିବା ପାଇଁ। ସବୁଦିନ ପାଇଁ ସେହି ସ୍ମୃତି ରହିଯାଏ ଅଭୁଲା ହୋଇ। ମୋ ଜୀବନେର ଏମିତି ଗୋଟିଏ ଘଟଣା ଘଟିଯାଇଛି, ଯାହାକୁ ମୁଁ ଏପର୍ଯ୍ୟନ୍ତ ଭୁଲିପାରିନାହିଁ । ୧୯୬୫ ମସିହା କଥା। ସେ ବର୍ଷ ଆମେ ମାଟ୍ରିକ୍ ପରୀକ୍ଷା ସ୍ଥାନୀୟ ଧନୁଜର୍ୟ ନାରାୟଣ ହାଇସ୍କୁଲ୍ରେ ଦେଉଥାଉ। ଦ୍ୱିତୀୟ ଦିନର ପରୀକ୍ଷା । ପ୍ରଥମ ସିଟିଂରେ ଥାଏ ଗଣିତ । ପ୍ରଥମ ସିଟିଂ ପରୀକ୍ଷା ସରିବା ପେର ହଠାତ୍ ପ୍ରଧାନ ଶିକ୍ଷକଙ୍କ ରୁମ୍ ଆଗରେ ପାଟିତୁଣ୍ଡ ଶୁଭିଲା । ପିଲାମାନେ ଜମା ହୋଇଯାଇଥିଲେ। ଆମେ ପରୀକ୍ଷା ଖାତା ଦେଇ ଆସିଲା ବେଳକୁ ଦେଖିଲୁ ଆମର ଜେଣ ସହପାଠୀ ଜେନା ସହ ବଳ ସାର୍ଙ୍କ ପାଟିତୁଣ୍ଡ ଓ ଠେଲାପେଲା ଚାଲିଛି। କାରଣ ଏଇଆ ଯେ ବଳ ସାର୍ ତାକୁ କପି କରିବାକୁ ସୁଯୋଗ ତ ଦେଲେ ନାହିଁ, ଓଲଟି ପରୀକ୍ଷା ଖାତା ତା’ଠାରୁ ଛଡ଼ାଇ ନେଲେ। ଏଥିପାଇଁ ଜେନା ଉତ୍କ୍ଷିପ୍ତ ହୋଇ ବଳ ସାର୍ଙ୍କୁ ଠେଲାପେଲା କରୁଥିଲା। ଦଳେ ପିଲା ସେଠାକୁ ଯାଇ ଜେନାକୁ ବୁଝାଶୁଝା କରି ହେଷ୍ଟଲ୍କୁ ନେଇଗଲୁ। ତାକୁ ବୁଝାଇ କହିଲୁ, ଯାହା ହେବାର ଥିଲା ହେଇସାରିଲାଣି। ଏଣିକି ଆଉ ବ୍ୟସ୍ତ ନ ହୋଇ ଏହାର ପର ପରୀକ୍ଷାଗୁଡ଼ିକ ଦିଅ। ସେ କିନ୍ତୁ ମନା କରୁଥାଏ ଆଉ ପରୀକ୍ଷା ଦେବାକୁ। ପରୀକ୍ଷା ସରିବା ପେର ପ୍ରଧାନ ଶିକ୍ଷକ ପାଣିଗ୍ରାହୀ ସାର୍ ସମସ୍ତ ଶିକ୍ଷକ ଓ ଛାତ୍ର କମିଟି ଉଭୟଙ୍କୁ ଡକାଇ ଜରୁରୀ ସଭା କେଲ। ଶିକ୍ଷକମାନଙ୍କର ଦାବି ଥିଲା, ଜେନା ନାମରେ ରିପୋର୍ଟ ବୋର୍ଡ ଅଫିସ୍କୁ ଲେଖାଯାଉ। ମାତ୍ର ଆମେ ଦୁଇ ଛାତ୍ର ପ୍ରତିନିଧି ଏହାକୁ ବିରୋଧ କରି ଅନୁରୋଧ କଲୁ, ଏହି ଥରକ ପାଇଁ ଜେନାକୁ କ୍ଷମା କରି ଦିଆଯାଉ ଓ ବୋର୍ଡକୁ ରିପୋର୍ଟ କରା ନ ଯାଉ। ଏଥିନେଇ ଜୋରସୋର ଆଲୋଚନା ଚାଲିଲା। ପରିଶେଷେର ପ୍ରଧାନ ଶିକ୍ଷକଙ୍କ ମନେର ଟିକେ ଦୟା ଭାବ ଜାଗ୍ରତ ହେଲା। ସେ ସମସ୍ତଙ୍କ କଥା ରଖିଲେ ଓ ବୋର୍ଡକୁ ସାମାନ୍ୟ ରିପୋର୍ଟ କଲେ। ଏସବୁ ସେତ୍ତ୍ୱ ଜେନାକୁ ଆସନ୍ତା ତିନିବର୍ଷ ପାଇଁ ପରୀକ୍ଷା ଦେବାରୁ ବଞ୍ଚିତ କଲା ବୋର୍ଡ । ଜେନା କ୍ରୋଧବଶତଃ ଯେଉଁ କାର୍ଯ୍ୟଟି କରିଥିଲା ତା’ର ଫଳ ତାକୁ ମିଳିଗଲା।
ଏହି ଘଟଣା ମୋ ପାଇଁ ସ୍ମୃତିଟିଏ ହୋଇ ରହିଗଲା। ତେଣୁ ଆଜିକାର ଛାତ୍ର ସମାଜ ପାଇଁ ଏହା ଏକ ଦୃଷ୍ଟାନ୍ତ ଅଟେ। ନିୟମିତ ପାଠପଢ଼ି, ପରୀକ୍ଷାରେ ଭଲ କରିବା ସହ କପି ନ କରିବା ପ୍ରତ୍ୟେକ ଛାତ୍ରମାନଙ୍କର ଧେୟ ହେବା ଉଚିତ । ଆଜିକାଲି ପାଠର ଧାରା ବହୁତ ବଦଳିଗଲାଣି ଓ ବୋର୍ଡର କଡ଼ା ନିୟମ ବି ରହିଛି ଯେ ପରୀକ୍ଷାରେ ଅସତ୍ ଉପାୟ ଅବଲମ୍ବନ ନ କରିବା ଉଚିତ । ଶିକ୍ଷାର ମୂଳ ଉେଦ୍ଦଶ୍ୟକୁ ଛାତ୍ର ସମାଜ ବୁଝିନେବା ଦରକାର ।