STORYMIRROR

Sunanda Mohanty

Tragedy Inspirational

3  

Sunanda Mohanty

Tragedy Inspirational

ଛାଡଖାଇ

ଛାଡଖାଇ

2 mins
485

ଟୁନା ଏ ଯାଏଁ ମୁଁହରେ ପାଣି ଟିକେ ବି ଦେଇନି, ତାର ଏକା ଜିଦ ସେ ଖାଇବନି ଆଜି, ଯେ ପର୍ଯ୍ୟନ୍ତ ଲୁସିକୁ ଫେରାଇ ନ ଅଣା ଯାଇଛି, ସେ ପର୍ଯ୍ୟନ୍ତ ସେକିଛି ବି ଖାଇବନି.      ବୁଝେଇ ବୁଝେଇ ଥକି ପଡିଲେଣି ମା ଉର୍ମିଳା, କୋଉଠୁ ଏବେ ସେ ଆଣିବେ ଲୁସିକୁ, ତାରି ପଇସା ରେ ସୁଖ ଦୁଃଖ ଭିତରେ ଆଜିର ଏଇ ଛାଡଖାଇ ପାଇଁ ମାଛ ଟିକିଏ ଆସିଛି ଆଉ ବାକି ପଇସା ତ ଋଣ ସୁଝିବାରେ ଗଲା. ହେଲେ ବୁଝୁନି ଟୁନା.      ଟୁନା ପିଲା ହେଇଥିଲା ଏ ଘରକୁ ଆସିଥିଲା ଲୁସି ସହ ତା ମାଆ. କିଛି ଗୋଟେ ରୋଗରେ ମରିଗଲା ଲୁସିର ମା, ତ ସେଇଦିନଠୁ ଲୁସି ହେଇଗଲା ଏ ଘରର ଝିଅ ଜାଣ ଆଉ ଟୁନା ର ସାଙ୍ଗ ଭଉଣୀ, ଖେଳ ସାଥି. ଘଡ଼ିଏ ନଦେଖିଲେ ଟୁନା ବାୟା ହେଇଯାଏ ଲୁସି ବି ଚାହିଁ ରହିଥାଏ ଟୁନା ର ଫେରିବା ବାଟକୁ. ଘୁଙ୍ଗୁର ପିନ୍ଧି ଛେଳି ଛୁଆ ଟା ଦଉଡୁଥାଏ ଏଘର କୁ ସେଘର, ପରିବାର ର ଏକ ସଦସ୍ୟ ଭଳି.      ଟୁନା ବାପା ଜଣେ ଭଲ ଚାଷୀ, ମାତ୍ର ପାଣିପାଗର ଅନିୟମିତତା ଯୋଗୁଁ ଏ ସନ ଫସଲ ଭଲ ହେଇନଥିଲା ତ ଋଣ କରିଥିଲେ ଟୁନା ବାପା, ହେଲେ ଋଣ ଶୁଝି ନପାରି ସେଦିନ କୀଟ ନାଶକ ଔଷଧ ଖାଇଦେବାକୁ ବାହାରିଥିବା ବେଳେ ଧରା ପଡ଼ିଥିଲେ ଉର୍ମିଳା ଙ୍କ ଆଖିରେ. ଜୀବନ ବଂଚିଗଲା ସିନା ହେଲେ ଋଣ ର କିସ୍ତି ପଇଠ କରିବାକୁ ଲୁସିକୁ ହିଁ ବିକିବାକୁ ବାଧ୍ୟ ହୋଇଥିଲେ ସ୍ୱାମୀ ସ୍ତ୍ରୀ.      ହେଲେ ଛାଡ଼ଖାଇ ଦିନରେ ଲୁସିକୁ ବିକା କଥାଟାକୁ ଗ୍ରହଣ କରିପାରୁନଥିଲା ଟୁନା. ଏହି ଦିନ ଲୁସି ଅଧିକା ଟଙ୍କା ରେ ବିକାହେବା କଥା ଟା ଭୀଷଣ ମାନସିକ ଯନ୍ତ୍ରଣା ଦେଇଥିଲା ଟୁନାକୁ. ଲୁସିକୁ ନିଶ୍ଚୟ କେହି ମାରି ଖାଇସାରିବଣି ଏ ଭିତରେ ଭାବି ଟୁନା ଆଖିରେ ଲୁହ ସୁଖୁ ନଥିଲା ଆଉ ବାପା ମା ମଧ୍ୟ ନଜୋଯୟ ନତୋସ୍ତ୍ୟ ହୋଇ ଖାଇପାରିନାହାନ୍ତି ମାଛ ତରକାରୀ ଭାତ କାଞ୍ଜି ଟିକିଏ, ପୁଅ ଦୁଃଖ ସହ ଲୁସି ର ଏ ପରିବାର ରୁ ବିଛିର୍ଣ୍ଣତା ପାଇଁ.      ଟୁନା କୁ ଯେତେ ବୁଝେଇଲେ ବି ବୁଝୁ ନଥିଲା ସେ, କହୁଥିଲା ଠାକୁରାଣୀ ମାନଙ୍କ ପାଖରେ ଯଦି ବଳି ବନ୍ଦ ହେଲା ତେବେ ଛେଳିକୁ ମାରି ଖାଇବା ବନ୍ଦ ହଉନି କାହିଁକି, କୁକୁଡ଼ା ମୋଡା ବନ୍ଦ ହଉନି କାହିଁକି???? ମାଆ ବୁଝାଉଥିଲେ ଲୁସି ଦିନେ ତ ମରିଥାନ୍ତା, ତ ଟୁନା କହୁଥିଲା ଆମେ ବି ଦିନେ ସମେସ୍ତେ ମରିବା ମା, ଆମେ ମରିଗଲେ ପୋଡା ବା ପୋତା ହେଲାଭଳି ଛେଳି ମଲାପରେ ତା ଶରୀର ବି ପୋତା ହୁଅନ୍ତା ନା !ମାଆ ତଥାପି ବୁଝାଉଥିଲେ ଆଉ ମାଛ ଭାତ ଶ୍ରଦ୍ଧା ରେ ବାଢି ରଖୁଥିଲେ ତ ଟୁନା ହାତ ଛିଞ୍ଚାଡି ଉଠି ଯାଉଥିଲା, ଯାଉ ଯାଉ କହୁଥିଲା କି ପାଠ ପଢି ସେ ଵୈଜ୍ଞାନିକ ଟିଏ ହେବ ଆଉ ମାନନୀୟ ଅବଦୁଲ କାଲାମ ଙ୍କ ଭଳି ଉଭୟ ମଣିଷ, ପ୍ରକୃତି ଓ ପଶୁପକ୍ଷୀ ଙ୍କ ପାଇଁ ସଚେତନତା ସୃଷ୍ଟି କରିବା ସହ ସବୁ କିଛି ବଦଳାଇଦେବି, ପଛରୁ ମାଆ କାନ୍ଦି କାନ୍ଦି ଡାକୁଥିଲେ ଏ ଟୁନା ଏ ଟୁନା......  .........


Rate this content
Log in

Similar oriya story from Tragedy