STORYMIRROR

Trushna Das

Drama Tragedy Others

4  

Trushna Das

Drama Tragedy Others

ଚେହେରା

ଚେହେରା

4 mins
248

ଦିନେଶ ବାବୁ ତାଙ୍କ ସ୍ତ୍ରୀ ସ୍ମିତା, ଝିଅ ଲିପ୍ସା ଓ ପୁଅ ରତନ ସହ ବହୁତ ହସ ଖୁସିରେ ରହୁଛନ୍ତି। ଝିଅ ଆଠ ବର୍ଷର ହୋଇ ଗଲାଣି ପୁଅ ରତନ ବି ପାଞ୍ଚ ବର୍ଷର ହୋଇ ଗଲାଣି। ବାହାଘର ପ୍ରଥମ ବର୍ଷ ଟିକିଏ ବୁଝାମଣା ରେ ଅସୁବିଧା ଥିଲା ସ୍ମୀତା ଓ ଦିନେଶ ବାବୁଙ୍କର। କାରଣ ଥିଲା ସ୍ମିତା ଦିନେଶ ବାବୁଙ୍କ ର ଦ୍ଵିତୀୟ ସ୍ତ୍ରୀ। ପ୍ରଥମ ସ୍ତ୍ରୀ କନିକା ଲିପ୍ସା କୁ ଜନ୍ମ ଦେଇ ମରି ଗଲେ। କନିକା ଏବଂ ଦିନେଶ ଏକା ସାଙ୍ଗରେ ପଢୁ ଥିଲା। ପରସ୍ପରକୁ ଭଲ ପାଇ ବିବାହ କଲେ। ବିବାହର ଚାରି ବର୍ଷ ଭିତରେ କନିକା ଦୁଇ ଦୁଇ ଥର ଗର୍ଭ ଧାରଣ କରି ଥିଲେ ହେଲେ ଦୁଇ ଥର ଯାକ ନଷ୍ଟ ହୋଇ ଯାଇଥିଲା। ଶେଷରେ ଡାକ୍ତର ଚିକିତ୍ସା ଦ୍ୱାରା ଗର୍ଭ ଧାରଣ କଲେ। ହେଲେ ତିନି ମାସର ଗର୍ଭ ରହିଲା ପରେ କନିକା ଙ୍କୁ ଡାକ୍ତର କହିଲେ ଯେ ଗର୍ଭ ରହିଲେ ତାଙ୍କ ଜୀବନ ପ୍ରତି ବିପଦ। ନଷ୍ଟ କରି ଦେଲେ ଭଲ। ଏ କଥା କନିକା ଦିନେଶ କି ତାଙ୍କ ଶାଶୁ ଙ୍କୁ କହି ନ ଥିଲେ। ଏ ବିଷୟରେ ଦିନେଶ ଜାଣୁ ଜାଣୁ ଡେରି ହୋଇଗଲା। ଆଉ ଗର୍ଭପାତ କରିବା ର ସମୟ ନ ଥିଲା। କନିକାଙ୍କ ଗର୍ଭରେ ଅସୁବିଧା ଥିବାରୁ ଆଠ ମାସରେ ପ୍ରସବ କରାଗଲା। ଆଉ ତାଙ୍କ ଜୀବନକୁ ଲିପ୍ସା ଆସିଲା। ହେଲେ କନିକାଙ୍କର ରକ୍ତସ୍ରାବ ଆଉ ବନ୍ଦ ହେଲା ନାହିଁ। ଲିପ୍ସା ଜନ୍ମର ଦେଢ ମାସ ପରେ କନିକା ଚାଲିଗଲେ। କନିକା ଯିବା ଆଗରୁ ଦିନେଶଙ୍କୁ କହି ଥିଲେ ଯେ ମୋ ଝିଅକୁ ହିନସ୍ତା କରିବ ନାହିଁ। ଦିନେଶ ହଁ ତ କହିଲେ ହେଲେ ଲିପ୍ସା ମୁହଁରେ ତାଙ୍କୁ କନିକାର ମୁହଁ ଦେଖା ଯାଉ ଥିଲା। ତେଣୁ ସେ ଲିପ୍ସାକୁ ଭଲ ପାଉ ନ ଥିଲେ। ଭାବୁ ଥିଲେ ଲିପ୍ସା ହିଁ କନିକାର ମୃତ୍ୟୁ ର କାରଣ। ତଥାପି ଲିପ୍ସାକୁ ତ ବଡ କରିବା ପାଇଁ ପଡିବ। ଶେଷରେ ମାଆଙ୍କ ବାଧ୍ୟ ଯୋଗୁଁ ସେ ସ୍ମିତାଙ୍କୁ ବିବାହ କଲେ। ସ୍ମିତା ଗୋଟିଏ ଗରିବ ଘରର ଝିଅ। ତେଣୁ ତାଙ୍କର ବାପା ଦିନେଶ ସହ ବିବାହ କରି ଦେଲେ।

ଦିନେଶ ବିବାହ ପରେ ସ୍ମିତାକୁ ନିଜ ସ୍ତ୍ରୀ ରୂପେ ସ୍ୱୀକାର କରି ପାରୁ ନ ଥିଲେ। ସବୁବେଳେ କନିକାଙ୍କ ଫୋଟୋ ଦେଖି ମୁହଁ ଶୁଖାଉ ଥିଲେ। ଆଉ ଲିପ୍ସାକୁ ଧରୁ ବି ନ ଥିଲେ।ହେଲେ ସ୍ମିତା ବହୁତ ଭଲ ଥିଲେ। ସେ ନିଜ ଝିଅ ପରି ଲିପ୍ସାକୁ ଭଲ ପାଉଥିଲେ। ହେଲେ ଦିନେଶଙ୍କ ବ୍ୟବହାର ଲିପ୍ସା ଓ ସ୍ମିତା ପ୍ରତି ଭଲ ନ ଥିଲା। ଏ ସବୁ ଦିନେଶଙ୍କ ମାଆଙ୍କୁ ଭଲ ଲାଗିଲା ନାହିଁ।ଏହି ଭିତରେ ସ୍ମିତା ଘରକୁ ଆସି ବର୍ଷେ ବିତି ଗଲାଣି। ହେଲେ ଏ ଯାଏଁ ଦିନେଶଙ୍କ ସ୍ତ୍ରୀର ଅଧିକାର ପାଇ ନାହାଁନ୍ତି। ଶେଷରେ ଦିନେଶ ନ ଥିବା ସମୟରେ ଘରୁ କନିକାଙ୍କ ଫୋଟୋ ସବୁ କାଢି ଷ୍ଟୋର ରୁମରେ ଲୁଚାଇ ଦେଲେ।

ଦିନେଶ ଘରକୁ ଆସି କନିକାର ଫୋଟୋ ନ ପାଇ ସ୍ମିତା ଉପରେ ରାଗି ଯାଇ ତାଙ୍କୁ ଚଟକଣା ପକାଇ ବହୁ କଟୁ ତିକ୍ତ କଥା କହି ଥିଲେ। ଦିନେଶଙ୍କୁ ତାଙ୍କ ମାଆ ବୁଝାଇ ମଧ୍ୟ ଠକି ଗଲେ। ହେଲେ ଦିନେଶ ବୁଝିଲେ ନାହିଁ। ଶେଷରେ ତାଙ୍କ ମାଆ କନିକାର ଫୋଟୋ ଦେଇ ଦେଲେ ଏବଂ ସ୍ମିତାଙ୍କୁ କହିଲେ ଲିପ୍ସାକୁ ନେଇ କିଛି ଦିନ ବାପ ଘରକୁ ଯିବା ପାଇଁ। ସ୍ମିତା ଯିବା ପରେ ତାଙ୍କ ମାଆ କହିଲେ ଯେ ଲିପ୍ସା କୁ ନେଇ ସ୍ମିତା ଘର ଛାଡ଼ି ପଳାଇଲେ। ଦିନେଶ କିଛି ନ କହି ଚୁପ ରହିଲେ। ହେଲେ ସବୁବେଳେ ସେ ଲିପ୍ସା ଓ ସ୍ମିତାଙ୍କୁ ମନେ ମନେ ଖୋଜୁ ଥିଲେ। କିଛି ଦିନ ପରେ ସେ ଆଉ ସହି ନ ପାରି ସ୍ମିତାଙ୍କ ଘରକୁ ଯାଇ କହିଲେ ତୁମେ ମୋ ଝିଅକୁ କେମିତି ନେଇ ଆସିଲ। ମୋ ଝିଅ ମୋ ଘରେ ରହିବ। ସ୍ମିତା ନିଜକୁ ପଥର କରି ଲିପ୍ସାକୁ ଆଣି ଦେଇ ଦେଲେ। ତାପରେ ଦିନେଶ କହିଲେ ମୁଁ ତୁମକୁ ବିବାହ କରି ଥିଲି ମୋ ଝିଅ ପାଇଁ। ସେ ଯଦି ସେଇଠି ରହିବ, ତୁମେ ବି ତା ସହ ରହିବ। ସ୍ମିତା କହିଲେ ମୁଁ ମାନୁଛି ଆମ ବିବାହ ଲିପ୍ସା ପାଇଁ ହୋଇଛି ସତ। ହେଲେ ମୁଁ ବି ଗୋଟିଏ ନାରୀ। ମୋର ବି ସ୍ତ୍ରୀ ର ମନ ଅଛି। ସ୍ତ୍ରୀ ହୋଇ ମଧ୍ୟ ମୁଁ କେବେ ମୋର ସମ୍ମାନ ପାଇ ନାହିଁ। ମୋତେ ଲାଗୁଛି ମୁଁ ଲିପ୍ସାର ଆୟା। ମୋର ବି ଇଚ୍ଛା ଅଛି ଅନ୍ୟ ସ୍ତ୍ରୀ ପରି ମୋର ହସଖୁସିର ପରିବାର ଥିବ। ହେଲେ ତୁମେ କେବେ ମୋ କଥା ବୁଝିଛ? ଦୟାକରି ତୁମେ ଏ ଠାରୁ ପଳାଅ। ମୁଁ ସିନା ତୁମ ପରିବାରକୁ ନିଜର କଲି ହେଲେ ତୁମେ ମୋତେ ଓ ଲିପ୍ସା କୁ ସବୁବେଳେ ପର ଭାବିଲ। ଆଉ ଆଜି ତୁମ ଝିଅ ପାଇଁ ଆସିଛ। ଲିପ୍ସାକୁ ଅଟକାଇବା ର ଅଧିକାର ମୋର ନାହିଁ। ହେଲେ ମୁଁ ଆୟା ହୋଇ ଯାଇ ପାରିବି ନାହିଁ। ତୁମେ ଲିପ୍ସା ପାଇଁ ଆଉ ଗୋଟିଏ ଆୟା ରଖ। ଦିନେଶ ନିଜର ଭୂଲ ବୁଝି ପାରିଲେ। ସେ ସ୍ମିତାଙ୍କ ହାତ ଧରି କ୍ଷମା ମାଗିଲେ ଏବଂ କହିଲେ ମୁଁ ତୁମକୁ ମୋ ସ୍ତ୍ରୀ ହିସାବରେ ମୋ ଘରକୁ ନେବାକୁ ଚାହେଁ। ତୁମେ କାଲି ପ୍ରସ୍ତୁତ ହୋଇ ଥିବ। ମୁଁ ଆସିକି ତୁମ ସ୍ୱାମୀର ଘରକୁ ନେବି।

ତାପର ଦିନ ଦିନେଶ ଆସି ସ୍ତ୍ରିତା ଓ ଲିପ୍ସାଙ୍କୁ ନିଜ ଘରକୁ ନେଇ ଗଲେ। ସ୍ମିତା ଓ ଦିନେଶଙ୍କୁ ତାଙ୍କ ମାଆ ନବ ଦମ୍ପତ୍ତି ପରି ଆଳତି କରି ପ୍ରବେଶ କରାଇଲେ। ଘରେ କନିକାଙ୍କ ଫୋଟୋ ନାହିଁ। ଥିଲା ସ୍ମିତା ଓ ଦିନେଶଙ୍କ ବିବାହ ଫୋଟୋ। ସ୍ମିତା ଶାଶୁଙ୍କ ଠାରୁ ଶୁଣିଲେ ଯେ ଏ ସବୁ ଦିନେଶ ନିଜେ କରିଛନ୍ତି। ସ୍ମିତା ନିଜେ କନିକାଙ୍କ ଫୋଟୋ ଆଣି ଡ୍ରଇଁ ରୁମରେ ଲଗାଇଲେ ଏବଂ ପ୍ରଣାଭ କଲେ। ଆଉ ଦିନେଶ ସ୍ମିତାଙ୍କୁ ପ୍ରଥମ ଥର ପାଇଁ ନିଜ ରୁମରେ ରହିବା ପାଇଁ କହିଲେ। ଏବେ ସ୍ମିତା ଓ ଦିନେଶ ପରସ୍ପରକୁ ବୁଝିବାରେ ଲାଗିଲେଣି। ତାପରେ ଦୁହେଁ ଲିପ୍ସାକୁ ବହୁତ ଭଲ ପାଇଲେ। ଆଉ ଜୀବନର ଦାମ୍ପତ୍ୟ ପ୍ରେମର ଆରମ୍ଭ ହେଲା। ଏ ଘଟଣାର ଦୁଇ ବର୍ଷ ପରେ ରତନ ଜନ୍ମ ହେଲା। ବିବାହର ଆଠ ବର୍ଷ ପରେ ଏବେ ଦିନେଶ ଓ ସ୍ମିତାଙ୍କ ଜୀବନ ହସ ଖୁସିରେ ଭରି ଯାଇଛି। ହେଲେ ଦିନେଶଙ୍କ ମାଆ ଆଉ ନାହାଁନ୍ତି। ହେଲେ ମାଆଙ୍କ ସେଦିନ ନିଷ୍ପତ୍ତି ସ୍ମିତା ଓ ଦିନେଶଙ୍କୁ ଏକତ୍ର କରାଇଲା।

ଦିନେଶ ଏବେବି କନିକାଙ୍କ ଫୋଟୋ ଦେଖି କୁହନ୍ତି ଲିପ୍ସାକୁ ଦେଖି ତୁମ ଚେହେରା ମନେ ପଡେ। ଲିପ୍ସା ଦେଖିବାକୁ ତୁମ ପରି।


Rate this content
Log in

Similar oriya story from Drama