STORYMIRROR

Madhabi Patel

Inspirational Others

3  

Madhabi Patel

Inspirational Others

ଚାଷ

ଚାଷ

2 mins
203


ଶୀତ ଋତୁର ରାଜୁତିର ସମୟ।କଡାକଡି ଭାବରେ ତାର ଦାୟିତ୍ବ ନର୍ବାହ କରୁଛି ଶୀତ।ରାତିରେ କନକନି ଥଣ୍ଡା ଆଉ ସକାଳକୁ ଘନ କୁହୁଡିରେ ଲୋକଙ୍କ ସାଧାରଣ ଜୀବନରେ ବ୍ୟାଘାତ ଆଣୁଛି।ସକାଳୁ ରାସ୍ତା ଘାଟ ଦିଶୁୁନି ଜମା।ଧୂଆଳିଆ ଦିଶୁଛି ଆକାଶଟା।ଏମିତ କୁହୁଡିହେଲେ ଆମ୍ବ ବଉଳ ସବୁ ଖରାପ ହେଇଯାଏ ଫଳ ହୁଏନି। ଶିମ୍ବ ଝୁଡଙ୍ଗ ଲତାମାନଙ୍କରେ ମଇନି ବା ଜଉ ପୋକ ଲାଗିଯାନ୍ତି।ଏ ପୋକ ଲାଗିଲେ ଗଛର ସବୁ ରସ ଟାଣି ନେଇଯାନ୍ତି।ଫଳ ଧରି ପାରେନି।ରଘୁ ସକାଳୁ ସକାଳୁ କମ୍ବଳଟେ ଘୋଡିହେଇ କ୍ଷେତ ଆଡେ ବାହାରିଲା।କେତେ ପରିଶ୍ରମ କରି ସେ କ୍ଷେତକୁ ସବୁଜ କରି ପାରିଛି।ଟମାଟୋ, ବାଇଗଣ ବିନ୍ସ,ଝୁଡଙ୍ଗ ଶିମ୍ବ ,ମାଖନ ଶୋରିଷ ମରିଚ ମିଠମକା ଏମିତି ଅନେକ ଫସଲ ଲଗାଇଛି କ୍ଷେତରେ।ଏବେ ସବୁ ସୁନ୍ଦର ଲହଲହ ହେଇଛି।ଯଦି ରୋଗପୋକ ଲାଗିଯିବେ, ସେଇଭୟରେ ସକାଳୁ ପ୍ରତିଦିନ ଏମିତି ଘେରାଏ ବୁଲିଆସେ।ରାତିରେ ଭଲରେ ନିଦ ହେଇପାରୁନି ।ଦଳେ ହାତୀ ବୁଲୁଥିବାର ଉଡା ଖବର ଆସିବା ପରେ ସେ ରାତିରେ ବି ଖଳାଆଡେ ନଜର ରଖୁଛି।ଧାନ ଚାଷ ସିନା ସରିଯାଇଛି।ହେଲେ ଏବେବି ଧାନସବୁ ଖଳାରେ ଖରିରେ ଅଛି।ହାତୀ ଆସିଲେ ତାର ବର୍ଷକର ସବୁ ଫସଲ ଖାଇଦେବେ।ତା ପିଲାଛୁଆ ଖାଇବେ କଣ?ଯୋଉ ଋଣ ଆଣିଛି ସାରପାଇଁ ତହାବିତ ସୁଝିବାକୁ ପଡିବ ତାକୁ।ଚାଷି ଜୀବନରେ ସୁଖ କାହିଁ।ଦିନରାତି ଖଟିଲେ ପେଟକୁ ଦାନା ମୁଠାଏ ଜୁଟେ। ପରିଶ୍ରମ ସିନା ସେମାନେ କରୁଛନ୍ତି ହେଲେ ଦୈବୀ ବିପତ୍ତି ଆସି ପ୍ରତିଥର ଫସଲ ହାନୀ କରିଦେଉଛି।ତାର ନିଦାନର କିଛି ଉପାୟ ତାଙ୍କ ପାଖେ ନାହିଁ।ଫସଲ ଭଲ ହେଇଥିବ ସେମାନେ ମନରେ ହଜାରେ ସ୍ବପ୍ନସାଇତିଲା ବେଳକୁ କୁଆଡୁ ବାତ୍ୟା  ମରୁଡି କି ରୋଗପୋକ ଆସି ସବୁ ସ୍ବପ୍ନ ଧୂଳିସାତ୍ କରିଦେବେ।ସବୁ ଭାଗ୍ୟ ଉପରେ ନିର୍ଭର କରେ।ସେ କଠିନ ପରିଶ୍ରମ କରୁଛି।ହେଲେ ଆଧୁନିକ ସୁଖ ସୁବିଧାର ସ୍ବାଦ ଚାଖିବା ତାଙ୍କ ଭାଗ୍ୟରେ ନାହିଁ।ଏବେବି ତାଙ୍କ

ଗୃହିଣୀ ବାହାରେ ଥଣ୍ଡାପାଣିରେ ବାସନ ମାଜୁଛି।ପୋଖରୀକୁ ସ୍ନାନପାଇଁ ଯାଉଛି।ପାଇଖାନା ପାଇଁ ଭୋର୍ରୁ ଥଣ୍ଡାରେ ଉଠି ଯିବାକୁ ପଡୁଛି।ପରେ ଚାରିଆଡେ ଲୋକ ଗହଳି ହେଇଯାନ୍ତି।ଦେଶ ଯେତେ ଉନ୍ନତି କରିବାର ଭାଷଣ ଦେଲେ ମଧ୍ୟ ତାଘରେ ସେସବୁ ଅପହଞ୍ଚ ଆଜିଯାଏ।

ହାଡଥରା ଶୀତରେ ଧାନଅମଳ କରିବ।ବିକିଲାବଳକୁ ହଜାରେ ଅସୁବିଧା।ଭଲ ଦର ରେ ଧାନ ବିକ୍ରି ହେବନି

ତ ତାକୁ କ୍ଷତି ସହିବାକୁ ପଡେ।ଲୋକଙ୍କ ମଜୁରି ବି ଏବେ ବଢିବଢି ଯାଉଛି।ଲୋକ ଲଗାଇ ଚାଷ କରିବାକୁପଡେ।ସେମାନେ ଅଧେକ ଲାଭ ଖାଇଯାନ୍ତି।

ରଘୁ କେତେ ଜଣକ ଜମି ଭାଗଚାଷ କରୁଛି ବୋଲି ଘରେ ଖାଇବାର ଅସୁବିଧା ହେଉନି।ଏ ବର୍ଷ ବାହାର କାମ କରୁଥିବା ପୁଅ ଦୁଇଜଣ ବି ପରିବାର ନେଇ ଫେରିଆସିଛନ୍ତି।ଏବେ ବଡ କୁଟୁମ୍ବ ତାଙ୍କର।ଶାଗସବ୍ଜି ଟିକେ ଚାଷ ନକଲେ ଖାଇବେ କଣ?।ବଜାରେ ପରିବା ଯୋଉ ମହଙ୍ଗାଦର।ସେଥିପାଇଁ ସେ ଦଳାଚକଟା କରୁଥାଏ ତା କ୍ଷେତକୁ।ଦୁଇ ତିନିଫସଲି ଚାଷକରେ।

କ୍ଷେତରେ ପହଞ୍ଚି ଦେଖିଲା ତାର ଲଗେଇଥିବା ଥାଇଲାଣ୍ଡ ଝୁଡଙ୍ଗରେ ଜଉପୋକ ଲାଗିବା ଆରମ୍ଭ କରିଛନ୍ତି।ସେ ପ୍ରଥମଥର ଅନ୍ଲାଇନରେ ଏ ଝୁଡଙ୍ଗମଞ୍ଜି ମଗେଇଛି।ବହୁତ ଲମ୍ବା ଗୁଦାଳିଆ ଓ ବହୁତ ଫଳହୁଏ ବୋଲି ଶୁଣିଲା ପରେ ଏହାକୁ ଚାଷ କରିଛି।ପିଲାମାନେ ମଞ୍ଜି ମଗେଇ ଦେଇଛନ୍ତି।ଏବେ କରୋନାରେ ଘରେ ଅଛନ୍ତି।ଭାବୁଛନ୍ତି ବାପାଙ୍କ ସାଙ୍ଗରେ ମିଶି ଏବେ ଉନ୍ନତ ପ୍ରଣାଳୀରେ ଚାଷ କରିବେ।ଭଲ ଚାଷ କରିଜାଣିଲେ ଏଥିରେବି ଭଲ ଲାଭଅଛି।ସେ ଘରେ ଆସି ପିଲାଙ୍କୁୁ ପୋକ ଲାଗିବା କଥା କହିଲା।ପୁଅମାନେ ତତ୍କ୍ଷଣାତ୍ ଔଷଧ ମଗେଇଦେଲେ।ଔଷଧ ଦେବାପରେ ପୋକ ଚାଲିଗଲେ।ଚାଷ ଭଲ ହେଲା।ଚାକିରୀ ଦରମାରୁ ଏ ଫସଲ ଧନ୍ଦାରେ ବେଶି ଲାଭ ପାଇଛନ୍ତି।ତାହେଲେ ବିଦେଶକୁ ଯିବାର ଆବଶ୍ୟକ କଣ?ଏବେ ସାଙ୍ଗହେଇ ସାରାପରିବାର ଏକାଠି ରହିବାର ସୁଖ ଭୋଗିବେ ଓ ସଭିଏଁ ମିଳି କ୍ଷେତରେ ପରିଶ୍ରମ କରିବେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational