Pramod Kumar Jena

Comedy

3  

Pramod Kumar Jena

Comedy

ଚାଲାକ

ଚାଲାକ

2 mins
406



       ସମସ୍ତେ ନିଜକୁ ଅନ୍ୟ ଠାରୁ ବେଶ୍ ଚାଲାକ୍ ବୋଲି ଭାବନ୍ତି l ଗାଆଁରେ କିନ୍ତୁ, ଏମିତି ଅପାଠୁଆ ଲୋକ ଅଛନ୍ତି, ଯେଉଁମାନଙ୍କୁ ଦେଖିଲେ ଲାଗେ ଆମ ଭଳିଆ ଅଧା ପାଠୁଆ ଲୋକଙ୍କୁ ଆମ ଅଜାଣତରେ ଆମମାନଙ୍କୁ ଶହେ ଥର ବିକି ଶହେ ଥର କିଣିବେ l ତା’ ଛଡା ସହରରେ ବି ଏମିତିଆ ଲୋକଙ୍କର ଅଭାବ ବି ନାହିଁ l ତାଙ୍କ ଚାଲାକି ଆଗରେ ଆମେ ଯେମିତି ତାଙ୍କ ନିକଟରେ ନିମିତ୍ତ ମାତ୍ର l ଏମିତି ଏମିତି ଯୋଜନା ସବୁ ତାଙ୍କ ମୁଣ୍ଡରେ ଥାଏ, ସେ ସବୁ ଆମ ଚିନ୍ତାର ବାହାରେ l

       ଅନେକ ଦିନ ତଳର କଥା l ସେତେବେଳେ ମୃଦୁ ପାନୀୟରେ ଲିଟିରିକିଆ ବୋତଲ ସବୁ ନୂଆ ନୂଆ ବଜାରକୁ ଆସିଥାଏ l ଫାଣ୍ଟା, କୋକାକୋଲାର ବଡ ବଡ ବୋତଲ ଦେଖିଲେ ସମସ୍ତଙ୍କର ଲୋଭ ବଢି ଯାଉଥିଲା l ସେ ଦିନ ଅଫିସରେ ଗୋଟିଏ ଫେରୱେଲ୍ ପାର୍ଟି ହେଉଥିଲା l ଷ୍ଟାଫଙ୍କର ସଂଖ୍ୟା ଟିକେ ବେଶି ଥିବାରୁ ମୃଦୁ ପାନୀୟ ବୋତଲ ବି ସେହି ଅନୁପାତରେ ଆସିଥିଲା l ସମସ୍ତଙ୍କର ନଜର ଥିଲା ପାର୍ଟି ସରିଲେ ଖାଲି ବୋତଲ୍ କେମିତି ନେବି l କିନ୍ତୁ ବୋତଲଗୁଡିକ ବେଶ୍ ବଡ ଥିବାରୁ ଲୁଚାଇବା ସୁବିଧାଜନକ ନ ଥିଲା l ଜଣେ ଝରକା ପାଖରେ ରଖିବା ବେଳକୁ ଆଉ ଜଣେ ତାକୁ ଟେବୁଲ୍ ତଳେ ଲୁଚାଉଥିଲା l ସମସ୍ତେ ନିଜେ ଲୁଚାଉଥିବା ଜାଗାରେ ବୋତଲଟିକୁ ନ ଦେଖି ବିରକ୍ତ ହେଉଥିଲେ, କିନ୍ତୁ କିଛି କହି ପାରୁ ନ ଥିଲେ l ମାଗିଲେ ଅସୁବିଧା l ସମସ୍ତେ ମାଗି ବସିଲେ, ନେବ କିଏ ଆଉ ଛାଡିବ କିଏ ? ତେଣୁ ଗୋଟିଏ ଦୁଇଟା ଆଗରୁ ଲୁଚାଇଦେଲେ କାମ ଖତମ୍ l କିନ୍ତୁ ସମସ୍ତଙ୍କ ଚାଲାକି ଅନ୍ୟମାନଙ୍କ ଆଗରେ ଧରା ପଡି ଯାଉଥାଏ l

***           ***           ***           ***           ***

       ପାର୍ଟି ଶେଷ ହେବା ବେଳକୁକ ସମସ୍ତେ ଖାଲି ହାତରେ ଗଲେ l କିନ୍ତୁ ଆମ ବଡ ଭାଇ ସବୁଯାକ ବୋତଲ ନେଇ ଘରକୁ ଫେରିଲେ l ଭାଉଜ ଆଶ୍ଚର୍ଯ୍ୟ ହୋଇ ଏ ଅସମ୍ଭବ ସମ୍ଭବ କେମିତି ହେଲା ପଚାରିଲେ l ଭାଇ କହିଲେ ସମସ୍ତେ ଲୁଚାଇ ଧରା ପଡି ଯାଉଥିଲେ l ମୁଁ ଗୋଟିଏ ଉପାୟ କଲି l ତେଣୁ ସବୁ ଖାଲି ବୋତଲ ମୋ ଭାଗରେ ପଡିଲା l ଭାଉଜ କହିଲେ, ‘ଏମିତି କ’ଣ ଗୋଟିଏ ଚାଲାକି କଲ ଯେ, ସବୁ ଖାଲି ବୋତଲ ତୁମ ଭାଗରେ ପଡିଲା ?’ ଭାଇ ଟିକିଏ ମୁରୁକି ହସି କହିଲେ, ‘ସବୁ ଖାଲି ବୋତଲରୁ ଠିପିଗୁଡିକ ଗୋଟି ଗୋଟି କାଢି ପକେଟରେ ପୁରେଇଲି l ଯିଏ ଦେଖିଲା ବୋତଲରେ ଠିପି ନାହିଁ, ଛାଡି ଦେଲା l ବିନା ଠିପିରେ ବୋତଲ କିଏ ନେବ ? ମୁଁ ଅପେକ୍ଷା କରିଥିଲି l ସମସ୍ତେ ଗଲା ପରେ ବୋତଲଟିମାନ ଧରି ସେଠୁ ଖସିଲି l’ ଆମେ ସମସ୍ତେ ଆଁ କରି ଭାଇଙ୍କ ମୁହଁକୁ ଚାହିଁଥିଲୁ l



Rate this content
Log in

Similar oriya story from Comedy