Anuradha Nath

Inspirational

4  

Anuradha Nath

Inspirational

ଚାକରାଣୀ

ଚାକରାଣୀ

3 mins
1.4K


ତର ତର ହୋଇ ସୁମି ଅଫିସ ବାହାରିଲା ବେଳକୁ ପ୍ରଭା କୁ କହିଲା କାଲି ଆସିବୁନି ।କାଲି ତୋର ଛୁଟି । ଆମେ ବାହାରୁ ଖାଇବା ମଗେଇବୁ । ଘରେ ମୋ ସାଙ୍ଗ ମାନେ ଆସିବେ ଆଉ ଆମେ ସଵୁ ମିଶି ସେଲିବ୍ରେଶନ କରିଵୁ । ତୋର ଵି ସାଙ୍ଗ ମାନେ ଥିଵେ ତୁ ଵି ସେମାନଙ୍କ ସହ ଦିନଟେ ଏନଜଏ କର ।

ପ୍ରଭା ଦିଦି କାଲି ତମ ବାଥ ଡେ଼ କି । ହଉ ତମେ ମାନେ ଏନ୍ ଜୋଏ କର । ମୁ ଆସିବିନି । ଘରେ ରହି ଯିବି । ସୁମି ଟିକିଏ ଯାଇ ରହିଗଲା , କହିଲା କାଲି କଣ ତୁ ଜାଣିନୁ ?ଏମିତିବି ମୋ ବାଥ ଡେ଼ ଏବେ ନାହିଁ । ତୁ କଣ ତୋ ସାଙ୍ଗ ମାନଙ୍କ ସହ କିଛି ସେଲିବ୍ରେଶନ କରୁ ନାହଁ । ନା ଦିଦି , ମୋର କେହି ସାଙ୍ଗ ଏବେ ନାହାନ୍ତି । ସମସ୍ତେ ବାହା ହୋଇ କଲେଣି । ମୁ ବାହାଘର ହେଲି ନାହିଁ । ବାପା ବୋଉ ପରେ ସାନ ଭାଇ ର ଦ୍ଵାଇତ୍ଵ୍ ମୋ ଉପେରେ ଥିଲା । ଆପଣଙ୍କ ଘରେ ଯେବେଠୁଁ କାମ କରୁଛି ,ସାନ ଭାଇ କୁ ବଡ଼ ସ୍କୁଲ ର ହଷ୍ଟେଲରେ ଛାଡ଼ିଛି । ତା ସାର କରୁଥିଲେ ସେ କୁଆେଡ ଭଲ ପଢୁଛି । ସେ ମଣିଷ ହୋଇଗଲେ ମୋ ଚିନ୍ତା ସଲା। ଏକୁଟିଆ ଏବେ ମୁଁ , କଣ ବା କରିବି । ଏମିତି କାଲି କଣ କି ? ସୁମି ଟିକିଏ ନିରବ ରହିଲା । ଭାବିଲା ସତରେ କଣ ଏ ଦୁନିଆ ରେ ଏମିତି ମହିଳା ଅଛନ୍ତି , ଯିଏ ଵିଶ୍ଵ ମହିଳା ଦିଵସ କଣ ଜାଣିନାହିଁ । ପ୍ରଭା ଯିବାକୁ ବାହାରିଲା , ସୁମି କହିଲା ପ୍ରଭା କାଲି ଯଦି ଫ୍ରି ଅଛୁ ଆସିବୁ , ମୋତେ କାମ ରେ ସାହାୟ୍ଯ କରିବୁ । ପ୍ରଭା ହଁ ଭରି ଚଲିଗଲା । ଗୋଟିଏ ଦିନ ବି ସେ ଛୁଟି ନେବାକୁ ଚାହୁଁନଥିଲା ସେ । କାରଣ ଆଗରୁ ଯେଉଁ ଦିଦି ଥିଲେ , ସେ ପ୍ରଭା କୁ ଦିନ ହିସାବରେ ଟଙ୍କା ଦେଉଥିଲେ । ଗୋଟିଏ ଦିନ ବନ୍ଦ କଲେ ତା ଟଙ୍କା କାଟି ଦେଉଥିଲେ । କିନ୍ତୁ ଯେବେ ଠାରୁ ସୁମି ଦିଦି ଏହି ଗାଁ ଡାକ୍ତରଖାନା କୁ ଡାକ୍ତରାଣୀ ହୋଇ ଆସିଛନ୍ତି , ପ୍ରଭା ର ଦରମା ବଢ଼ି ଯାଇଛି । ଦିଦି ଙ୍କ ଭରସାରେ ଭାଇ କୁ ବଡ ହସଟେଲ ଛାଡିଛି । କାଳେ ଛୁଟି ରେ ରହିଲେ ତା ଦରମା କଟିଯିବ , ଏଣୁ ସେ ଭୟ କରୁଛି କାମ ଵନ୍ଦ କରିବାକୁ ।

ତା ପରଦିନ ସଵୁଦିନ ପରି ଚାଲି ଆସିଲା ସେ,ସୁମି ଘରକୁ । ଘର ସଫା ସୁତର ଦେଖି କହିଲା ,ଦିଦି ଆପଣ ଆଉ କାହାକୁ କାମ କରିଵା ପାଇଁ ରଖିଦେଲେ କି ? ସୁମି ହସି କହିଲା ତତେ କଣ ଲାଗୁଛି ମତେ ଘର କାମ ଆସିନି । ସମୟ ଅଭାଵରୁ କରି ପାରେନା । କିନ୍ତୁ ଆଜି ଵିଶ୍ଵ ମହିଳା ଦିଵସ କାରଣରୁ ଛୁଟି ନେଇଛି । ସଵୁ ଵର୍ଷ ଆମେ ସାଙ୍ଗ ମାନେ ମିଶି ଆଖପାଖ ଦର୍ଶନୀୟ ସ୍ଥାନ ଗୁଡିକୁ ଵୁଲାଵୁଲି କରୁ । ପ୍ରଭା କହିଲା ଆଛା, ମହିଳା ମାନଙ୍କ ପାଇଁ ମଧ୍ଯ କିଛି ଦିଵସ ଥାଏ ମୁ ଯାଣି ନଥିଲି । ଠିକ ଅଛି ଆପଣମାନେ ଯାଆନ୍ତୁ , କଣ ଖାଇଵେ ଫେରିଲା ଵେଳେ କୁହନ୍ତୁ , ମୁଁ କରି ଦେଵି । ସୁମି ହସି କହିଲା , ତୁ ଵି ଯିଵୁ ଆମ ସହ , ନେ ଏଇ ଡ୍ରେସ ଟା ତୋ ପାଇଁ ଆଣିଛି ପିନ୍ଧିଦେ । ପ୍ରଭା ଆଖିକୁ ଅଜବ ଲାଗିଲା ,ତଥାପି ଦିଦି ଙ୍କ କଥା ମାନି ତାଙ୍କ ସହ ବାହାରିଲା । ପ୍ରଥମ ଥର ପାଇଁ ବୁଲିବାକୁ ଯାଇଥିଲା ସେ ।ମନେ ମନେ ହସୁଥିଲା । ସବୁକିଛି ସ୍ୱପ୍ନ ପରି ଲାଗୁଥିଲା ତାକୁ । ବୁଲାବୁଲି ପରେ ଗୋଟିଏ ହୋଟେଲ ଗଲେ ସମସ୍ତେ । ଗୋଟିଏ ବଡ଼ କେକ ଆଣିଲେ , ଆଉ ପ୍ରଭକୁ କହିଲେ କାଟିଵାକୁ। ସେ ନା କହିଲା, କହିଲା ଆପଣ ମାନେ ଥାଉ ଥାଉ ମୁଁ କାହିଁକି କାଟିଵି ? ସୁମି କହିଲା ଆମ ଗୃପରେ ଯିଏ ନୂଆ ଵାନ୍ଧଵୀ ଆସେ ସେ ହିଁ କେକ କାଟେ । ପ୍ରଭା ଲୁହ ପୋଛି କହିଲା ,ଏମିତି ସନମାନ କେବେ ପାଇ ନଥିଲି ଦିଦି । ସୁମି ପ୍ରଭା ର ଲୁହ ପୋଛି କହିଲା ଗୋଟିଏ ନାରୀ ହୋଇ ଯଦି ନାରୀ କୁ ଖୁସି ଦେଇ ପାରିବନି ,ଅନ୍ୟ ଠାରୁ କଣ ଆଶା ରଖିବା । ପ୍ରଭା ଆଖିରେ ଲୁହ ଆସି ଯାଇଥିଲା । ସେମାନଙ୍କ ପରି ସେ ମଧ୍ୟ ସେଲିବ୍ରେଶନ କରି ଫେରିଲା । ଗଲା ବେଳେ ସୁମି ଦିଦି କହିଲେ ପ୍ରଭା କାଲି ତୋର ଛୁଟି ,ଆରାମ କର । ଆଉ ଚିନ୍ତା କରିଵୁନି ତୋ ଛୁଟି ପାଇଁ ଦରମା କାଟିଵିନି । ପ୍ରଭା ମନେ ମନେ କହୁଥାଏ ସୁମି ଦିଦି ପରି ସମସ୍ତେ ହୁଅନ୍ତେ କି , ତେଵେ ଚାକରାଣୀ ଜୀଵନଟା ଅସହ୍ଯ ଲାଗନ୍ତା ନାହିଁ।


Rate this content
Log in

Similar oriya story from Inspirational