Sandhyarani dash

Tragedy

3  

Sandhyarani dash

Tragedy

ବ୍ୟଥା

ବ୍ୟଥା

4 mins
229



ଜନ୍ମ ମୃତ୍ୟୁ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ । ଯିଏ ଜନ୍ମ ହୁଏ ତା ମୃତ୍ୟୁ ନିଶ୍ଚିତ । ଏହା ଏକ ଚିରନ୍ତନ ପ୍ରବାହ । ଆତ୍ମା ଅମର । ଏହା ଶରୀର ସଙ୍ଗେ ସଙ୍ଗେ ଥାଏ, ଗୋଟିଏ ଶରୀର ତ୍ୟାଗ କରି ନୂତନ ଶରୀରରେ ପ୍ରବେଶ କରେ । ନିଜ ଦୁର୍ଲ୍ଲଭ ଜୀବନକୁ ଯଦି ସଂସାର ହିତରେ ଉପଯୋଗ କରାଯାଏ, ତେବେ ମନୁଷ୍ୟ ମୃତ୍ୟୁ ପରେ ବି ଅମର ହୋଇ ରୁହେ।

ନିରବିଚ୍ଛିନ୍ନ ସାଧନା ହିଁ ମଣିଷକୁ ବିଜୟ ମଣ୍ଡିତ କରିଥାଏ । ଜୀବନ କ୍ଷେତ୍ରରେ ବାରମ୍ବାର ପରାହତ ହୋଇଥିବା ସୈନିକଟି ପରବର୍ତ୍ତୀ ସମୟରେ ହୋଇଥାଏ ଶ୍ରେଷ୍ଠ ସେନାପତି । ଯାହାଙ୍କ ସରଳ ଜୀବନ ଦର୍ଶନ ମାଠେ ଭିତରେ ମାନସିକ ଦୃଢତା, ଆତ୍ମ ବିଶ୍ବାସ ଧୈର୍ଯ୍ୟକୁ ସୁଦୃଢ଼ କରି ମୋତେ ଆଗକୁ ଯିବା ପାଇଁ, ଜୀବନ ସଂଗ୍ରାମରେ ଜିତିବା ପାଇଁ ମାର୍ଗ ଦର୍ଶକ କରାଇ ଥିଲେ, ସେ ଆଉ କେହି ନୁହେଁ, ସେ ମୋର ବଡ଼ ଭାଇ କୁଳମଣି ଦାଶ । ଜେମାମଣି ଅର୍ଜୁନ ଦାଶଙ୍କ କୁଳ ମଣ୍ଡନ କରି ଦୀପ ଭଳି ଆଲୋକ ପ୍ରଦାନ କରି, ନିଜ ଜୀବନକୁ ଉତ୍ସର୍ଗୀକୃତ କରି ଅନେକ ଜୀବନକୁ ଆଲୋକ ପ୍ରଦାନ କରି ଥିବା ମଣିଷଟି ହେଉଛନ୍ତି ସେଇ ମହାନ୍ ବ୍ୟକ୍ତି ମାଠେ ଭାଇ।

ବୃତ୍ତି ପ୍ରତି ଥିବା ଶ୍ରଦ୍ଧା ଅନୁରାଗ ଓ ଦାୟିତ୍ଵ ବୋଧ ଗୁଣ ଯୋଗୁଁ ସିଏ ଜଣେ ମହାନ୍ ବ୍ୟକ୍ତି ରୂପେ ପରିଚିତ । ନିଜ ଗ୍ରାମରେ ଉଚ୍ଚ ବିଦ୍ୟାଳୟ, ରହୁଥିବା ସ୍ଥାନରେ ପୁସ୍ତକ ମେଳା ଜିଲ୍ଲା ଉତ୍ସବ ପାଳନ କରିବା ପାଇଁ ସମସ୍ତଙ୍କୁ ଏକତ୍ରିତ କରିଥିଲେ । ପ୍ରଥମ କରି ଶିଶୁ ମନ୍ଦିର ଭଳି ଆଦର୍ଶ ବିଦ୍ୟାଳୟ ଆରମ୍ଭ କରିଥିଲେ । ଆଜି ସେହି ବିଦ୍ୟାଳୟରେ ପ୍ରାୟ ଦୁଇ ହଜାର ଛାତ୍ର ଛାତ୍ରୀ ଅଧ୍ୟୟନ ରତ। । ଦକ୍ଷ ସଂଗଠକ, ପର ଉପକାରୀ ସ୍ନେହୀ ଆଧ୍ୟାତ୍ମିକ ବାଦି ମିଷ୍ଟଭାଷୀ ଥିଲେ ସେ । ପର ଆପଣା ନିର୍ବିଶେଷରେ ସ୍ନେହ ବାଣ୍ଟି ଥିବା, ଅନ୍ୟକୁ ଆପାଣର କରୁଥିବା ବ୍ୟକ୍ତିତ୍ଵଟି ପ୍ରତି ହୃଦୟର ନିଭୃତ କୋଣରେ ସ୍ଵତଃଫୁର୍ତ୍ତ ଭାବେ ସମ୍ମାନର ଆଲୋଡନ ସୃଷ୍ଟି ହୁଏ।

ମଣିଷର ସଫଳତା ହେଉଛି ତାର କର୍ମ । ବା ସାଧନା । ଏହା ଦ୍ୱାରା ମଣିଷର ମର୍ଯ୍ୟାଦା ବୃଦ୍ଧି ହୁଏ।

ଯେଉଁ ମଣିଷର କାର୍ଯ୍ୟକଳାପ ନିଜର ତଥା ସମାଜର ହିତକାରୀ, ସାଧାରଣ ଜନତା ଅନୁସରଣ କରିଥାନ୍ତି, ସେଭଳି ବ୍ୟକ୍ତି ସମାଜରେ ଆଦର୍ଶ ମାନବ ରୂପେ ପରିଚିତ । ସରଳ ଜୀବନ ଯାପନ ଓ ଉଚ୍ଚ ଚିନ୍ତା ବ୍ୟକ୍ତିକୁ ଉଚ୍ଚତମ ଷୋପାନକୁ ନେଇଥାଏ । ତାଙ୍କର ଏହି ନିଆରା ସଂସ୍କାରର ପ୍ରତିଫଳନ ଭାଇ-ଭଉଣୀ, ସ୍ତ୍ରୀ, ପୁଅ-ଝିଅ, ବନ୍ଧୁ-ବାନ୍ଧବ, ଯେଉଁମାନେ ତାଙ୍କ ନିକଟତର ହୋଇଥିଲେ ପ୍ରାୟ ପ୍ରତ୍ୟେକ ତାଙ୍କ ଠାରୁ ଏହିପରି ଶିକ୍ଷା ଲାଭ କରିଥିଲେ।

ସମୟ ଓ ଜୁଆର କ୍ଷଣ ସ୍ଥାୟୀ । କେତେବେଳେ ଦ୍ରୁତ ବେଗରେ ଦୌଡେ ତ କେତେବେଳେ ଖୁବ୍ ମନ୍ଥର ଗତିରେ ଆସେ ଆଉ ଯାଏ । ଦୁଃଖଦ ସ୍ଥିତି କେତେବେଳେ ଆସି ସୁଖଦ ସମୟକୁ ବଦଳାଇ ଦିଏ ତାହା କେହି ବି ଜାଣନ୍ତି ନାହିଁ । 

ସମସ୍ତଙ୍କୁ ବାଟ ଦେଖାଇ ସାରିବା ପରେ, ନିଜେ ବି ବାଟ ବାଛି ନେଲେ । ଯେଉଁ ବାଟରେ ଚାଲିଗଲେ ନା ଆମେ ଯାଇ ପାରିବୁ, ନା ସେ ଫେରି ପାରିବେ । ଦୁଇ ହଜାର ଏଗାର ମସିହା ଜୁନ ମାସ ରେସେ ଶେଷ ନିଶ୍ଵାସ ତ୍ୟାଗ କରି ଇହ ଧାମ ପରିତ୍ୟାଗ କଲେ । ଯେଉଁ ଖବର ପାଇ ସମଗ୍ର ସହର ଆଉ ପରିବାର ସ୍ତାଣୁ ପାଲଟି ଗଲେ । ବିଧିର ବିଧାନ, କେ କରିବ ଆନ । ସୁର୍ଯୋଦୟ ପରେ ସୂର୍ଯ୍ୟାସ୍ତ, ଜନ୍ମ ପରେ ମୃତ୍ୟୁ, ଋତୁ ପରିବର୍ତ୍ତନ ଆଦି ସୃଷ୍ଟି କର୍ତ୍ତାଙ୍କର ଅଲିଖିତ ନିୟମ । ସମୟର କରାଳ ସ୍ରୋତରେ ଅଦିନିଆ ଝଡ଼ ଆସି ନେଇ ଗଲା କେଉଁ ଅଜଣା ରାଇଜକୁ । ମାତ୍ର ତାଙ୍କର ନିଷ୍କପଟ ବ୍ୟବହାର, ଆତ୍ମୀୟତା, ମଣିଷ ପଣିଆ ପାଇଁ ସେ ଚିର ଅମର । ଘୂର୍ଣାୟ ମାନ ପୃଥିବୀରେ ମଣିଷ କାହାକୁ ହରାଏ, କାହାକୁ ଭେଟେ, କାରଣ ସେହି ଈଶ୍ୱରଙ୍କୁ ଜଣା । ଯେତେ ଲୁହ ଲହୁ ଢାଳି ଖୋଜିଲେ ଆଉ ସେପରି ମଣିଷ ମିଳିବା ସହଜ ନୁହେଁ।

  ତାଙ୍କର ସ୍ନେହ, ଶ୍ରଦ୍ଧା ଭଲ ପାଇବା ଗୁଣ ଗୁଡ଼ିକ ମନେ ପକାଇ ଯେତେ ଅଶ୍ରୁ ଢାଳିଲେ ବି ସେ ଆଫେରନ୍ତା । ସେ କଲେଜର ଅଧ୍ୟାପକ ଥିଲେ । ସେ ଜଣେ ସାଧାରଣ ମଣିଷ ଥିଲେ । ଯାହା ପାଖରେ ଭରି ରହିଥିଲା ସ୍ନେହ, ପ୍ରେମ, ଭଲ ପାଇବା, ଆପଣାର କରି ନେବା, ଓଠର ସ୍ମିତ ହସ ଆଉ କେଇ ପଦ କଥାରେ ବାନ୍ଧି ଜିଣିବାର ସୂତ୍ର । ହାରିଛନ୍ତି ଅନେକ, ଜିତି ଛନ୍ତି ଅନେକ । ସଂସାରର ସଂସାରୀ ସିଏ । ଅନେକ ଦୁଃଖ ଭୋଗିଛନ୍ତି, ଯନ୍ତ୍ରଣାକୁ ଅଙ୍ଗେ ଲିଭାଇ ଛନ୍ତି । ବିରାଟ ପରିବାରର ବୋଝକୁ ମୁଣ୍ଡାଇ ଗଇଁ ସଇଁ ହୋଇ ଛନ୍ତି । ଅର୍ଥର ଅଭାବ ଅନେକ ସମୟରେ ଦେଖା ଦେଇଛି । ହେଲେ ସେ କେବେ ଭାଙ୍ଗି ପଡ଼ି ନାହାଁନ୍ତି । ସବୁବେଳେ ଗୋଟିଏ କଥା ପ୍ରତି ହେଜ ରଖି ବାଟ ଚାଲନ୍ତି, ସେ ହେଉଛି ମଣିଷ ପଣିଆ । ଆଲୋଚନା, ସମାଲୋଚନା ପର୍ଯ୍ୟାଲୋଚନାର ନିର୍ଯ୍ୟାସ ସେ ଏକ ମହତ ବ୍ୟକ୍ତି।

ମନେ ପଡେ ପଡ଼ୁଛି ତାଙ୍କର ସ୍ନେହ, ଶ୍ରଦ୍ଧାର ଅନେକ କଥା । ଯେତେ କଷ୍ଟ ଆସିଲେ ବି ଡରି ନ ଯିବାକୁ ପରାମର୍ଶ । ମନେ ପଡେ ତାଙ୍କର ଉପଦେଶ, ମନେ ପଡେ ତାଙ୍କର ଶାସନ । ମନେ ପଡେ ତାଙ୍କର ରୂପ କାନ୍ତି ସେଇ ଚେହେରା । ଯାହା କେବେ ଭୁଲି ହୋଇନି କି ଭୁଲି ହେବନି । ତାଙ୍କ ଶ୍ରଦ୍ଧାର ଡାକ, ଦୁଃଖରେ ମଥା ଉପରେ ହାତ ଥୋଇ ଆଶ୍ୱାସନା ଦେବା ସହ ଜୀବନକୁ କିପରି ବଞ୍ଚିବାକୁ ପଡ଼ିବ ତା ପାଇଁ ସୂପଥ ଟିଏ ବାଛିବା।

ଯାହା ମଥାରେ ହାତ ଥୋଇ ଛ ସେ ମଣିଷ ଭଳି ମଣିଷ ଟିଏ ହୋଇ ଦାଣ୍ଡରେ ଠିଆ ହୋଇଛି । ହେଲେ ତୁମ ପାଇଁ ମୁଣ୍ଡ ଟେକି ଥିବା ତୁମ ପରିବାର , ତୁମ ଛାତ୍ର ଛାତ୍ରୀ ସମସ୍ତେ ପୁଣି ତୁମ ପରି ମଣିଷଟିଏ ଖୋଜୁଛନ୍ତି।ସବୁ ସତ୍ୟ ମଧ୍ୟରେ ଯାହା ଚିରନ୍ତନ ସତ୍ୟ, ଯାହା ଶାଶ୍ଵତ ଯାହା ସମସ୍ତଙ୍କ ଜୀବନର ଲକ୍ଷ୍ୟ ତାହା ତୁମକୁ ପ୍ରାପ୍ତ ହୋଇଛି । ତୁମେ ସେହି ଜଗତର ନାଥ ଜଗନ୍ନାଥ ପାଦରେ ଲୀନ ହୋଇ ଯାଇଛ । ନିୟତିର ନିୟମ ଆଲଂଘନୀୟ । ତୁମେ ତୁମର ମୁକ୍ତିର ପଥ ଖୋଜି ପାଇ ଯାଇଛ । ତୁମ ଆତ୍ମାର ସଦ୍ ଗତି ନିଶ୍ଚୟ ହୋଇଛି । ତୁମକୁ ଭଲ ପାଉଥିବା ତୁମ ପରିବାର ଆତ୍ମୀୟ ସୋଦର ତୁମ ପାଇଁ ଅଶ୍ରୁଳଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ବିଭୁଙ୍କ କୃପା ଭିକ୍ଷା କରି ରହୁଛି।





Rate this content
Log in

Similar oriya story from Tragedy