STORYMIRROR

Sunanda Mohanty

Drama Tragedy Action

3  

Sunanda Mohanty

Drama Tragedy Action

ବୁନୁ

ବୁନୁ

1 min
223

ଏ ବର୍ଷ ଦଶହରା ବଡ ଅଶ୍ରୁଳ ଥିଲା, କାରଣ ବୁନୁ ପାଗଳ ପାଇଁ କିଣି ରଖିଥିବା ନୂଆ ଗଞ୍ଜି, ଗାମୁଛା, ତାକୁ ଦେଇ ହେଇନଥିଲା, ସବୁଦିନ ସେ ଆମ ଘର ପାଖାପାଖି ବୁଲୁଥାଏ ବଳକା ରୁଟି ଛେନା କେବେ ଭାତ ତରକାରୀ, କେବେ. ମୁଢି ମିକ୍ସଚର, ପଲିଥିନ ରେ ତଳକୁ ପକେଇ ଦେଲେ ସେ ଧରିନେଇ ଘରକୁ ଯାଇ ଖାଏ ବୋଲି ବିଶ୍ୱାସରେ ମୁଁ ସାଇତି ଥାଏ ସବୁ, ସେଦିନ ତାକୁ ରାହିବାକୁ କହି ଖାଦ୍ୟ ପାଇଁ ପୁଡିଆ କରୁଛି, କିଛି ଅତିଥି ଆସିଲେ ତ ଭୁଲିଗଲି ବୁନୁ ଅପେକ୍ଷା କରିଛି, ସେମାନେ ଯିବା ପରେ ବୁନୁ ତଳେ ନଥିଲା, ଆଉ ସେଇଦିନଠୁ ଜମା ଚାହେଁନି ବୁଲିକି ଡାକିଲେ କି ନିଏନି ଯେତେ ଦେଲେ, ଭାବିଥିଲି ଦଶହରା କୁ ପିଠା ପଣା ସହ ନୂଆ ଗଞ୍ଜି ଗାମୁଛା ଦେବି, ହେଲେ ବୁନୁର କରୋନା ପଜିଟିଭ ବାହାରିବାରୁ ସେ ଗଲାଣି କ୍ଵାରେଣ୍ଟାଇନ କୁ ଶୁଣି ଦଶହରା ଫିକା ପଡିଗଲା ମୋ ପାଇଁ ତଥା ପରିବାର ପାଇଁ  ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama