ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ବୁଦ୍ଧିର ବଳ

ବୁଦ୍ଧିର ବଳ

2 mins
6.9K


ଶ୍ରୀମତୀ ସୁଜାତା ସିହ୍ନା

ମିରଜା ନାମରେ ଜଣେ ଗରିବ ଦରଜୀ ଥିଲା l ମୋ ଭାଗ୍ୟରେ ଏମିତି କିଛି ଚମତ୍କାର ହୁଆନ୍ତାନି ମୁଁ ଦିନରାତି ଖାଲି ଆରାମ କରିଥାନ୍ତି l ତାର ଏମିତି ଭାବନା ଦିନେ ସତ ରୂପ ନେଲା l ଆକାଶରେ ଉଡିଯାଉଥିବା ପରିତିଏ ମିରଜାର ମନକଥା ଜାଣିପାରିଲା l ସେ ତଳକୁ ଓହ୍ଲାଇ ଝରକା ପାଖକୁ ଆସି କହିଲା- ମିରଜା l ସୁଖ ପାଇବାକୁ ହେଲେ ତୁମକୁ ବହୁତ କଷ୍ଟ କରିବାକୁ ହେବ l ପରୀ କହିଲା- ମୁଁ ହେଉଛି ପରୀ l ମୁ ପ୍ରଜାପତି ରୂପରେ ତୁମ ବଗିଚାକୁ ସବୁଦିନ ବୁଲିବାକୁ ଆସେ l ତୁମ ଦୁଃଖ ମୁଁ ସହିପାରୁନି l ମୁଁ ତୁମକୁ ଗୋଟିଏ ଜିନିଷ ଦେବି l ଧନ ନବ ନା ବୁଦ୍ଧି ନେବ l ଏହା ଶୁଣି ମିରଜା ଭାବିଲା- ଧନ ନେଲେ ତ ସରିଯିବ ନ ହେଲେ ତାକୁ ଚୋର ଚୋରୀ କରି ନେଇଯିବ l କିନ୍ତୁ ବୁଦ୍ଧି କେବେ ସରିବ ନାହିଁ l ତେଣୁ ସେ ପରୀକୁ ବୁଦ୍ଧି ମାଗିଲା l ପରୀଟି ତାକୁ ବୁଦ୍ଧି ରୂପକ ବାର ଦେଇ ଉଭାନ ହୋଇଗଲା l

ଏହାପରେ ମିରଜା ଦରଜୀ ନିଜ ପାଇଁ ଏକ ମୋଟା ବେଲ୍ଟ ତିଆରି କରି ସେଥିରେ ଲେଖିଲା ‘ ମୋ ଭଳି ଯୋଦ୍ଧା ପୃଥିବୀରେ କେହି ନାହିଁ l ‘ ତାହାକୁ ନିଜ ଅଣ୍ଟାରେ ପିନ୍ଧିଲା l ଖାଇବା ପାଇଁ ଛେନା ଓ ପୋଷା ଶୁଆକୁ ମୁଣିରେ ରଖି କେତେ ଗାଁ ଗଣ୍ଡା ସହର ଜଙ୍ଗଲ ରାସ୍ତା ଦେଇ ଚାଲିଲା l ଜଙ୍ଗଲ ରାସ୍ତା ଦେଇ ଯାଉଥିବା ସମୟରେ ଏକ ରାକ୍ଷାସର ଲକ୍ଷ୍ୟ ତା ଅଣ୍ଟାରେ ବାନ୍ଧିଥିବା ବେଲ୍ଟ ଉପରେ ପଡିଲା l

ସେ ପାଖକୁ ଆସି କହିଲା ତୁ କ’ଣ ପ୍ରକୃତରେ ମୋ ଠାରୁ ଯୋଦ୍ଧା l କହି ସେ ପାଖରେ ପଡିଥିବା ଏକ ପଥରକୁ ଦୁଇହାତରେ ଧରି ଚିପୁଡି ସେଥିରୁ ପାଣି ବାହାର କଲା l ତା’ ପରେ ମିରଜା ନିଜ ମୁଣିରୁ ଛେନା ପୁଟୁଳି ଟିକୁ କାଢି ଏକ ହାତରେ ଚିପୁଡିଲା l ସେଥିରୁ ଅଧିକ ପାଣି ବାହାରିଲା l ରାକ୍ଷାସ ମନେ ମନେ ଭାବିଲା ପ୍ରକୃତରେ ଏ ମୋଠାରୁ ବଡ ଯୋଦ୍ଧା l ତା ପରେ ମିରଜା ଆଗକୁ ଚାଲିଲା l ଆଉ ଜଣେ ରାକ୍ଷାସ ତାକୁ ବାଟ ଓଗାଳି ପଚାରିଲା ତୁମେ କ’ଣ ପ୍ରକୃତରେ ମୋ ଠାରୁ ଯୋଦ୍ଧା ? କହି ସେ ଏକ ବଡ ପଥରକୁ ଟେକା ଭଳି ଉପରକୁ ଫୋପାଡିଲା l ଟେକାତି ଉଡି ଉଡି ଯାଇ ଦୁଇ କୋଷ ଦୁରରେ ପଡିଲା l ମିରିଜା ମୁଣିରେ ଥିବା ଶୁଆ ଟିକୁ କାଢି ଫୁର୍ କରି ଆକାଶକୁ ଉଡେଇ ଦେଲା l ଏହା ଦେଖି ରାକ୍ଷାସଟି ମନେ ମନେ ଡ଼ରିଯାଇତାକୁ ବାଟ ଛାଡିଦେଲା l

ଏହି ଘଟଣା ସେହି ରାଜ୍ୟର କେତେକ ସିପାହୀ ଦେଖି ଆସି ରାଜାଙ୍କୁ କହିଲେ l ରାଜା ମିରଜାକୁ ଡାକି କହିଲେ- ତୁମେ ଯଦି ପ୍ରକୃତରେ ଯୋଦ୍ଧା ତା’ ହେଲେ ଆମ ରାଜ୍ୟରେ ଉତ୍ପାତ କରୁଥିବା ସେହି ରାକ୍ଷାସ ଦୁଇଟିକୁ ଯଦି ତୁମେ ମାରିଦେବ ତା’ ହେଲେ ମୁଁ ମୋ ଝିଅକୁ ତୁମ ସହ ବିବାହ ଦେବା ସହ ରାଜ୍ୟର ଅଧା ଦେବି l ଏହା ଶୁଣି ମିରଜା ଜଙ୍ଗଲକୁ ଚାଲିଲା l ଦେଖିଲ ଏକ ବରଗଛ ଛାଇରେ ଦୁଇ ରାକ୍ଷାସ ସୋ ଘୁଙ୍ଗୁଡି ମାରୁଛନ୍ତି l ସେ ଆସ୍ତେ ଆସ୍ତେ ଗଛ ଉପରେ ଚଢିଯାଇ ପ୍ରଥମ ରାକ୍ଷାସକୁ ବିଧାତି ମାରି ଲୁଚିଗଲା ଦ୍ଵିତୀୟ ରାକ୍ଷାସ ଭାବିଲା ପ୍ରଥମ ରାକ୍ଷାଶ ମାରିଛି l ଏହି ପରି ଭାବରେ ଦୁଇ ଜଣ ମରାପିଟା ହୋଇ ମରିଗଲେ l ରାକ୍ଷାସ ମାନଙ୍କର ମୃତ୍ୟୁ ଖବର ପାଇ ରାଜା ଖୁସି ହୋଇଯାଇ ଧୁମ୍ ଧାମରେ ନିଜ କନ୍ୟା ସହ ମିରାଜାର ବିବାହ କରାଇ ତାକୁ ରାଜ୍ୟର ଅଧା ଦେଲେ l ମିରଜା ସାରା ଜୀବନ ଖୁସିରେ ରହିଲା l


Rate this content
Log in

Similar oriya story from Children