STORYMIRROR

Sunanda Mohanty

Tragedy

2  

Sunanda Mohanty

Tragedy

ବୁଢିଆଣୀ ଉପାଖ୍ୟାନ

ବୁଢିଆଣୀ ଉପାଖ୍ୟାନ

1 min
735

ପିଲାଦିନେ ମାମୁଁ ଘରକୁ ଗଲେ, ଭାରି ମଜ୍ଜା, ତା ଭିତରୁ ବଡମାମୁଁ ଙ୍କ ସଙ୍ଗେ ଏକାଠି ଖାଇବା, ବନଶୀ ପକେଇ ମାଛ ଧରିବାକୁ ଯିବା, ମାର୍କଣ୍ଡ ପୋଖରୀ ଗାଧୁଆ ଭାରି ମଜ୍ଜା ଆଣେ. କିନ୍ତୁ ବଡମାମୁଁ ଯେବେ ପାଚିଲା ପଣସ, ବା ମାଛକଟା ବା ଖାଇବା ସରିଗଲା ପରେ ବସି ଥିବା ମାଛି ଉପରେ ମୁଠା ବୁଲେଇ ଧରି ଆଣନ୍ତି କିଛି ମାଛି ଓ ପକାଇଦିଅନ୍ତି ବୁଢିଆଣୀ ଜାଲରେ, ତ ତାଳି ମାରି ସବୁ ପିଲାମାନେ ହସିଉଠନ୍ତି ତ ମତେ ବିରକ୍ତ ଲାଗେ, ମୁଁ କାନ୍ଦେ, ବୁଝାନ୍ତି ମାମୁଁ, ମଶା ମାଛି ଅସରପା ପରି କ୍ଷୁଦ୍ର କୀଟ ବଞ୍ଚିରହି ଲାଭ ନାହିଁ, ମଣିଷର ଅପକାରୀ ସେମାନେ, ହେଲେ ମୁଁ କେତେଥର ବୁଢିଆଣୀ ଆସି ମାଛିଟିକୁ ତା ସୁତା ରେ ଗୁଡ଼େଇବା ପୁର୍ବରୁ, ମୁଁ ଛିଣ୍ଡେଇ ଦିଏ ସୁତାଟିକୁ. ସମେସ୍ତେ ମୋ ଉପରେ ଖପା.          ଆଜି କ୍ଲାସ ରେ ବୁଢିଆଣିଟିଏ ମୋ ଉପରେ ପଡିଗଲା ତ, ପିଲାମାନେ ଗୁରୁମା ଆପଣ ନୂଆ ପିନ୍ଧିବେ, କହି ପାଟି କରୁଥିଲେ କିନ୍ତୁ ମୁଁ ଛଞ୍ଚାଡି ଦେଇଥିଲି ବୁଢିଆଣୀଟିକୁ ଦୁରକୁ, ମତେ ଖାଲି ପିଲାଦିନର ସେଇ ଦୃଶ୍ୟ ମନେପଡ଼ୁଥିଲା, ବୁଢିଆଣି ଟି କୁ ମତେ ଦୁଷ୍କର୍ମ କରୁଥିବା ଆସାମୀ ପରି ଲାଗୁଥିଲା ତ ମାଛିଟି ମତେ ପୀଡିତା ପରି, ତଥାପି ପିଲାଙ୍କୁ କହୁଥିଲି ବୁଢିଆଣୀ ଟିକୁ ଉଠେଇ ଝର୍କା ଉପରେ ରଖିଦେବାକୁ. କ୍ଲାସରୁ ଫେରି ହାଇଦ୍ରାବାଦ ପୀଡିତା କୁ ମିଳିଥିବା ନ୍ୟାୟ ରେ, ମୋ ଆଖିରେ ନାଚୁଥିଲା ମୁଁ ବୁଢିଆଣୀ ର ସୁତା କାଟୁଛି ମାଛିଟିକୁ ଗୁଡ଼େଇବା ପୁର୍ବରୁ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy