Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Saroj Kumar Jena

Comedy

2  

Saroj Kumar Jena

Comedy

ବୁଢ଼ା ମଉସା ର ରାଗ

ବୁଢ଼ା ମଉସା ର ରାଗ

2 mins
2.8K


    

ମକର ଯାତ୍ରା ଦେଖିବା ନିମନ୍ତେ ।ସେ ଦିନ ମୋତେ ମୋର ସାଙ୍ଗ ରଘୁଆ ଡାକିଥାଏ ମୟୁରଭଞ୍ଜ କୁ ।କାରଣ ମୟୁରଭଞ୍ଜ ରେ ମକର ଯାତ୍ରା ଭାରି ପ୍ରସିଦ୍ଧ ।ତାହାର କଥା ମାନି ମୁଁ ଯାଇ ପହଞ୍ଚିଲି ମୟୁରଭଞ୍ଜ ରେ ଯାତ୍ରା ର ଗୋଟିଏ ଦିନ ପୂର୍ବରୁ ।

   

  ସେଦିନ ରାତ୍ରଟି ରାଘୁଆ ର ଘରେ ରାତ୍ରୀ ଯାପନ କଲା ପରେ ।ସକାଳୁ ଦୁଇ ସାଙ୍ଗ ଆମେ ଯାତ୍ରା ଦେଖିବାକୁ ଯାଇଥିଲୁ ।ଆଉ ଯାହା ସେଠି ହୋଇଥିଲା ଆପଣ ଶୁଣିଲେ ଆଶର୍ଯ୍ୟ ହୋଇଯିବେ ।କିନ୍ତୁ ଏହା କୌଣସି ନୂଆ କଥା ନୁହେଁ ।ପ୍ରାୟ ସବୁ ଅଞ୍ଚଳ ରେ ଏହି ଭଳି କିଛି ଘଟଣା ବି ଆପଣ ମାନଙ୍କ ସମ୍ମୁଖରେ ବି ପଡ଼ିଥିବ କିମ୍ବା ଶୁଣିଥିବେ ।

କିନ୍ତୁ ସେଦିନ ସେଠି ଗୋଟେ ଘଟଣା ଯୁଟିଥିଲା ହଠାତ୍ ଗୋଟିଏ ଆଇସିକ୍ରିମ୍ ସାଇକେଲ ଧରି ବିକୁଥିବା ଏକ ବୟସ୍କ ବ୍ୟକ୍ତି ଙ୍କୁ ଦେଖିଲୁ ଆଉ ତାହା ପାଖରେ ତରୁଣୀ ୩ ରୁ ୪ ଜଣ ଆଇସିକ୍ରିମ୍ କିଣି ଖାଉଥିଲେ । ହଠାତ୍ ମୋ ସାଙ୍ଗ ରଘୁଆ ପଚାରିଲା ଶୁଣିଲ ଟିକିଏ ମଉସା ଏହି ଯାତ୍ରା ରେ କେଉଁ ପଟେ ବହି ଷ୍ଟଲ ପଡ଼ିଛି ।କାରଣ ମୁଁ ରଘୁଆ କୁ କହିଥିଲି ଆରେ ମୋର ଭଲ ଭଲ କିଛି କୁଇଜ୍ ବହି ଦରକାର ।କିନ୍ତୁ କଣ ହେବ ।ରଘୁଆ ପାଟିରୁ ମଉସା ଡାକ ଶୁଣି ,ମଉସା ତ ପୁରା ରାଗ କହିଲେ ନ ସରେ ।ପୁରା ନିଆଁ ବାଣ । ମୁଁ ଏହି କଥା କିଛି ବୁଝି ପାରୁନଥାଏ କ'ଣ କିଛି ଭୁଲ ତ କରିନି ତ ରଘୁଆ । ସଙ୍ଗେ ସଙ୍ଗେ ରଘୁଆକୁ ଗାଳି ଦେଇ କହିଲା ଆରେ ମୁଁ ତୋର କେଉଁ ମାଉସୀ ର ସ୍ଵାମୀ କିରେ ମୋତେ ମଉସା ଡାକୁଛୁ ।ମୁଁ ତୋତେ କୋଉ ଆଡୁ ମଉସା ଭଳି ଦେଖା ଯାଉଛି ।ପ୍ରକୃତରେ ଦେଖିବାକୁ ଗଲେ ମଉସା ଙ୍କୁ ପ୍ରାୟ ୬୦ ବର୍ଷ ରୁ ଉର୍ଦ୍ଧ ହେବ । ମୁଁ ଏହି କଥା ଗୋଟେ କଣରେ ଯାଇ ଛିଡ଼ା ହୋଇ ଶୁଣୁଥାଏ ।କିନ୍ତୁ କ'ଣ ହେବ ଏହି କଥା ରଘୁଆ ପାଟିରୁ ଶୁଣି ସେଠି ଥିବା ତରୁଣୀ ମାନେ ବି ହସି ଦେଲେ । ଦେଖତ ବୁଢ଼ା ର ରାଗ ।ସଙ୍ଗେ ସଙ୍ଗେ କେଉଁଠୁ ଗୋଟିଏ ଲମ୍ବା ବାଡ଼ି ଧରି ଆସି ବାଡ଼େଇବ ବୋଲି ଚେଷ୍ଟା କଲା ବେଳେ ଆମେ ଦଉଡ଼ି ଦଉଡ଼ି ପଳେଇ ଆସିଲୁ ସେହି ସ୍ଥାନରୁ । ଆସି କିଛି ବାଟ ଗଲା ପରେ ଗୋଟିଏ ବର ଗଛ ଛାଇ ମୂଳେ ବସିଲୁ ।ଟିକିଏ ହାଲିଆ ମରିବା ପରେ । ପୁନଶ୍ଚ ମେଳା ବୁଲିବାକୁ ଗଲୁ ।କିନ୍ତୁ ବାଟରେ ଗଲା ବେଳେ ମୁଁ ରଘୁଆ କୁ କହିଲି ।ଆରେ ତୁ କିଛି ଆଗରୁ ଭୁଲ କରିଥିଲୁ କି ? ରଘୁଆ କହିଲା କାଇଁ ନାଇଁ ତ ।ଏହି କଥା ମୁଁ ଶୁଣି କହିଲି ।ଶୁଣୁ ତାହାଲେ ଯଦିଓ ବୁଢ଼ା ମଉସା କୁ ମଉସା ସମ୍ଭର୍ଦ୍ଧିତ କରିବା ଭୁଲ ତାହାଲେ କ'ଣ କାହାକୁ କହିବା । ରଘୁଆ ଶେଷରେ କହିଲା ହଁ ସାଙ୍ଗ ତୁ ଠିକ୍ କହିଚୁ ।କି ଯୁଗ ହେଲାରେ ।ଏହା ପରେ ଆମେ କିଛି ସମୟ ଯାତ୍ରା ବୁଲିବା ପରେ । ଉଭୟ ମିଶି ରଘୁଆ ଘର ଘରକୁ ଆସିଥିଲୁ ଏହି କଥା ଆଜିବି ମୋର ମନେ ପଡ଼ିଗଲେ ହସ ଲାଗେ ।


Rate this content
Log in

More oriya story from Saroj Kumar Jena

Similar oriya story from Comedy