The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Akshayakumar Dash

Children

2  

Akshayakumar Dash

Children

ବସୁମତୀ ସ୍ନାନ(ଭୂମି ପୂଜା)

ବସୁମତୀ ସ୍ନାନ(ଭୂମି ପୂଜା)

2 mins
28


ପିଙ୍କୁ ହାଇଦ୍ରାବାଦରେ ରୁହେ। ତା'ମା ସାଙ୍ଗରେ ମାମୁଁଘର ଆସିଛ। ତିନିଦିନ ରଜରେ ବୁଲାଚଲା କରି କ୍ଲାନ୍ତରେ ସୋଇଥିବା ବେଳେ ଭୋରୁ ଭୋରୁୁ ସଂଖ ଓ ହୁଳାହୁଲି ଘଣ୍ଟା ନାଦ ରେ ତାର ନିଦ ଭାଙ୍ଗିଗଲା। ଉଠିଆସି ଦେଖେତ ଘର ଦୁଆର ଆଗରେ ଅଜା ପୂଜା କରୁଛନ୍ତି । ଆଇ ହୁଳାହୁଲି ପକୋଉଛନ୍ତି। ମାମୁଁ ଶଙ୍ଖ ଫୁଙ୍କୁ ଛନ୍ତି।ସମସ୍ତେ ଭୋରୁ ଗାଧୋଇ ପୂଜା କରୁଛନ୍ତି । ଗୋଟିଏ ସିଳୁପୁଆ କୁ ସିନ୍ଦୁର ଚନ୍ଦନ ଧୂପଦୀପ ଓ ଘିଅ ଦୀପ ଦେଇ ପୂଜା କରୁଛନ୍ତି।ସିଲୁପୁଆ ରେ ପାଣିଢାଳି ଅଜା ଗାଧେଇ ଦେଉଛନ୍ତି । ଭୋଗ କଦଳୀ ନଡ଼ିଆ ଆମ୍ବ ପଣସ ଲଗାଯାଇଛି । ପିଙ୍କୁ ତାର ମାକୁ ପଚାରିଲା। ଏସବୁ କଣ ହେଉଛି? ତାର ମା କହିଲା ବସୁମତୀ ସ୍ନାନ। ସେକଣ? ତାର ମା କହିଲା ତିନିଦିନ ଆମ ପୃଥିବୀ ଏହି ମାଟି ର ଦେହ ଅସୁସ୍ଥ ଥିଲା। ତେଣୁ ମାଟି ମା କୁ ହଣାହଣି ପୋଡା ପୋଡି ଖୋଳାଖୋଲି ଓ କଟାକଟି କରିବାକୁ ମନା ।ତିନିଦିନ ଆମ ଘରେ ଆଗରୁ ପ୍ରସ୍ତୁତ ପିଠା ଓ ଫଳ ଖାଇ ରହିଥିଲେ ।ରୋଷେଇ ହେବାକୁ ମନା। ଏମିତିବି ଭୂମି ମାକୁ ଯନ୍ତ୍ରଣା ଯେମିତି ନହେବ ଆମେ କଦଳୀ ବ।ହୁଙ୍ଗା ରେ ପ୍ରସ୍ତୁତ ଚପଲ ପିନ୍ଧି ଚାଲିବାକୁ ପଡେ ।ସେହି ତିନିଦିନ ରଜ ସରିଲା ପରେ ଚାରିଦିନ ବଢିଭୋରୁ ଉଠି ଆମ ଭୂମି ଧରିତ୍ରୀ ମାଆକୁ ଗାଧୋଇଦେଉ। ପୂଜା କରୁ। ମାଟି ମାର ସ୍ୱରୂପ ପଥର ର ସିଲପୁଆ କୁ ପୂଜା କରୁ । ଏହା ଆମର ବିଧି।ପିଙ୍କୁର ଆହୁରି ଜାଣିବାକୁ ଆଗ୍ରହ ବଢ଼ିଲା। ଭାବିଲା ,ଅଜାକୁ ପଚାରିବି। ତାଙ୍କ ଠାରୁ ଉତ୍ତର ଠିକ ମିଳିବ। ଅଜା ପୂଜାସାର ଆସି ପିଙ୍କୁ କପାଳରେ ସିନ୍ଦୁର ଟିପ ଟିଏ ଅଙ୍କିଦେଲେ। ପିଙ୍କୁ କହିଲା , ପହିଲେ ବତାଓ ,ତୁମଲୋକ ୟହା କ୍ୟା କରତେ ହୋ। ଅଜା କହିଲେ ,ପୂଜା ଧରିତ୍ରୀ ମାତା କୀ ଆରାଧନା। ଫାଇଦା ?ପିଙ୍କୁ ପ୍ର ନ୍ନକଲା ,। ମାତା ଧରିତ୍ରୀ ହମକୋ ସବକୁଛ ଦେତି ହମ ଉନକୋ ପୂଜା କରନା ଚାହିଁଏ ।ସାରେ ଦେଶ ମେ ପୂଜା ହୋତି। ନେହିଁ ୟହ କେବଳ ଓଡିଶା।ମେ, ହମାରା ରଜ ପର୍ବ। ଓଡ଼ିଶାକା । ଦୂସରେ ରାଜ୍ୟମେ ରଜ ନେହିଁ ।ବତାୟ ଓଡିସକେ ଲୋଗ ରଜ କଁୟଂ କରତେ ହ୍ନେ। ଓଡିଶା କା ଲୋଗ କୃଷି ଯାନୀ ଚାଷ ଜମିନ ମେ କରତେ ରହେ। ଇସ କୃଷି କୋ ସହାୟକ ମିଟ୍ଟୀ । ମିଟ୍ଟୀ ମ।କୋ ପୂଜା କରନେସେ ଉନକୀ ଅ।ଶ୍ରୀବାଦ ମିଳେଗି। ମେ ସମଝ ଗୟ। । ଭଗବାନ ଜେସେ ହମକୋ ସୁଖ ଶାନ୍ତି ଦେତେ ହେ ।

ପ୍ରସ।ଦ ଲୋ । ପିିଙ୍କୁ ଯାଇଁ ବସୁମତୀ କୁଁ ମୁୁଡ଼ିଆ ମାରିଲା ।


Rate this content
Log in

Similar oriya story from Children